Lamentations 4:11 in Oriya 11 ସଦାପ୍ରଭୁ ଆପଣା କୋପ ସଫଳ କରିଅଛନ୍ତି, ସେ ଆପଣା ପ୍ରଚଣ୍ଡ କ୍ରୋଧ ଢାଳି ଦେଇଅଛନ୍ତି; ପୁଣି, ସେ ସିୟୋନରେ ଅଗ୍ନି ଜ୍ୱଳାଇ ଅଛନ୍ତି ତାହା ତାହାର ଭିତ୍ତିମୂଳ ଗ୍ରାସ କରିଅଛି।
Other Translations King James Version (KJV) The LORD hath accomplished his fury; he hath poured out his fierce anger, and hath kindled a fire in Zion, and it hath devoured the foundations thereof.
American Standard Version (ASV) Jehovah hath accomplished his wrath, he hath poured out his fierce anger; And he hath kindled a fire in Zion, which hath devoured the foundations thereof.
Bible in Basic English (BBE) The Lord has given full effect to his passion, he has let loose his burning wrath; he has made a fire in Zion, causing the destruction of its bases.
Darby English Bible (DBY) Jehovah hath accomplished his fury; he hath poured out his fierce anger, and hath kindled a fire in Zion, which hath consumed the foundations thereof.
World English Bible (WEB) Yahweh has accomplished his wrath, he has poured out his fierce anger; He has kindled a fire in Zion, which has devoured the foundations of it.
Young's Literal Translation (YLT) Completed hath Jehovah His fury, He hath poured out the fierceness of His anger, And he kindleth a fire in Zion, And it devoureth her foundations.
Cross Reference Deuteronomy 32:21 in Oriya 21 ଯେ ପରମେଶ୍ୱର ନୁହନ୍ତି, ତାହା ଦ୍ୱାରା ସେମାନେ ଆମ୍ଭର ଅନ୍ତର୍ଜ୍ୱାଳା ଜନ୍ମାଇଲେ; ସେମାନେ ଅସାର ବସ୍ତୁ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କଲେ; ଏଣୁ ଯେଉଁମାନେ ଲୋକରେ ଗଣା ନୁହନ୍ତି, ସେମାନଙ୍କ ଦ୍ୱାରା ଆମ୍ଭେ ସେମାନଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇବା; ଆମ୍ଭେ ମୂଢ଼ ଗୋଷ୍ଠୀ ଦ୍ୱାରା ସେମାନଙ୍କୁ ବିରକ୍ତ କରିବା।
Jeremiah 6:11 in Oriya 11 ଏହେତୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି; ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇଅଛି; ସଡ଼କରେ ବାଳକମାନଙ୍କ ଉପରେ ଓ ଯୁବାମାନଙ୍କ ସଭାରେ ତାହା ଏକାବେଳେ ଢାଳି ପକାଅ; କାରଣ ସ୍ୱାମୀ ଓ ଭାର୍ଯ୍ୟା ବୃଦ୍ଧ ଜରାଗ୍ରସ୍ତ ସମସ୍ତେ ଧରାଯିବେ।
Jeremiah 7:20 in Oriya 20 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ‘ଦେଖ, ଏହି ସ୍ଥାନ ଉପରେ ମନୁଷ୍ୟ ଓ ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ, ଏହିସବୁର ଉପରେ ଆମ୍ଭର କ୍ରୋଧ ଓ କୋପ ଢଳାଯିବ; ତାହା ଦଗ୍ଧ କରିବ ଓ ନିର୍ବାଣ ହେବ ନାହିଁ।'
Jeremiah 9:9 in Oriya 9 ସଦାପ୍ରଭୁ କହନ୍ତି, “ଆମ୍ଭେ କ'ଣ ସେମାନଙ୍କୁ ଏହିସବୁର ପ୍ରତିଫଳ ଦେବା ନାହିଁ ? ଏହି ପ୍ରକାର ଗୋଷ୍ଠୀଠାରୁ ଆମ୍ଭର ପ୍ରାଣ କ'ଣ ପରିଶୋଧ ନେବ ନାହିଁ ?”
Jeremiah 13:14 in Oriya 14 ପୁଣି, ଆମ୍ଭେ ସେମାନଙ୍କର ଏକ ଜଣକୁ ଅନ୍ୟ ଜଣର ଉପରେ, ହଁ, ପିତୃଗଣକୁ ଓ ପୁତ୍ରଗଣକୁ ଏକ ସଙ୍ଗେ କଚାଡ଼ି ପକାଇବା, ଏହା ସଦାପ୍ରଭୁ କହନ୍ତି; ‘ଆମ୍ଭେ ସେମାନଙ୍କ ପ୍ରତି କୃପା କିଅବା ଦୟା ଅଥବା କରୁଣା ନ କରି ସେମାନଙ୍କୁ ନଷ୍ଟ କରିବା।'”
Jeremiah 14:15 in Oriya 15 ଏହେତୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏହି ଦେଶରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,' ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ସେହି ଭବିଷ୍ୟଦ୍ବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ।
Jeremiah 15:1 in Oriya 1 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।
Jeremiah 17:27 in Oriya 27 ମାତ୍ର ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ୱାରସମୂହରେ ଅଗ୍ନି ଜ୍ୱଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ ଓ ତାହା ନିର୍ବାଣ ହେବ ନାହିଁ।'”
Jeremiah 19:3 in Oriya 3 ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୂଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଦେଖ, ଆମ୍ଭେ ଏହି ସ୍ଥାନ ପ୍ରତି ଅମଙ୍ଗଳ ଘଟାଇବା,” ତାହା ଯେ ଶୁଣେ, ତାହାର କର୍ଣ୍ଣ ଶିହରି ଉଠିବ।
Jeremiah 21:14 in Oriya 14 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ କର୍ମର ଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା; ପୁଣି, ଆମ୍ଭେ ତାହାର ବନରେ ଅଗ୍ନି ଜ୍ୱଳାଇବା, ତହିଁରେ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।”
Jeremiah 23:19 in Oriya 19 ଦେଖ, ସଦାପ୍ରଭୁଙ୍କର ତୋଫାନ, ତାହାଙ୍କର ପ୍ରଚଣ୍ଡ କ୍ରୋଧ, ହଁ, ଘୂର୍ଣ୍ଣାୟମାନ ତୋଫାନ ବାହାର ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।
Jeremiah 24:8 in Oriya 8 ଆଉ, ଯେପରି ସେହି ମନ୍ଦ ଡିମ୍ୱିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା।
Lamentations 2:8 in Oriya 8 ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଙ୍କଳ୍ପ କରିଅଛନ୍ତି; ସେ ସୂତ୍ର ଟାଣିଅଛନ୍ତି, ସେ ବିନାଶକରଣରୁ ଆପଣା ହସ୍ତ ନିବୃତ୍ତ କରି ନାହାନ୍ତି; ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇଅଛନ୍ତି; ସେମାନେ ଏକ ସମୟରେ ନିସ୍ତେଜ ହୋଇଅଛନ୍ତି।
Lamentations 2:17 in Oriya 17 ସଦାପ୍ରଭୁ ଯାହା ସଙ୍କଳ୍ପ କଲେ, ତାହା ସିଦ୍ଧ କରିଅଛନ୍ତି, ସେ ପୁରାତନ କାଳରେ ଯାହା ଆଜ୍ଞା କରିଥିଲେ, ଆପଣାର ସେହି ବାକ୍ୟ ସଫଳ କରିଅଛନ୍ତି; ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି; ଆଉ, ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି, ସେ ତୁମ୍ଭ ବିପକ୍ଷଗଣର ଶୃଙ୍ଗ ଉନ୍ନତ କରିଅଛନ୍ତି।
Lamentations 4:22 in Oriya 22 ହେ ସିୟୋନର କନ୍ୟେ, ତୁମ୍ଭ ଅଧର୍ମର ଦଣ୍ଡ ସମ୍ପୂର୍ଣ୍ଣ ହୋଇଅଛି; ସେ ତୁମ୍ଭକୁ ବନ୍ଦୀତ୍ୱ ସ୍ଥାନକୁ ଆଉ ନେଇ ଯିବେ ନାହିଁ; ହେ ଇଦୋମର କନ୍ୟେ, ସେ ତୁମ୍ଭ ଅଧର୍ମର ପ୍ରତିଫଳ ଦେବେ; ସେ ତୁମ୍ଭର ପାପସବୁ ଅନାବୃତ୍ତ କରିବେ।
Ezekiel 20:47 in Oriya 47 ପୁଣି, ଦକ୍ଷିଣ ଦିଗର ଅରଣ୍ୟକୁ କୁହ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଦେଖ, ଆମ୍ଭେ ତୁମ୍ଭ ମଧ୍ୟରେ ଅଗ୍ନି ଜ୍ୱଳାଇବା, ତାହା ତୁମ୍ଭ ମଧ୍ୟସ୍ଥିତ ପ୍ରତ୍ୟେକ ସତେଜ ଓ ଶୁଷ୍କ ବୃକ୍ଷକୁ ଗ୍ରାସ କରିବ; ସେହି ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହେବ ନାହିଁ ଓ ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ମୁଖ ତଦ୍ଦ୍ୱାରା ଦଗ୍ଧ ହେବ।
Ezekiel 22:31 in Oriya 31 ଏହେତୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି ଦେଇଅଛୁ; ଆମ୍ଭେ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ; ସେମାନଙ୍କ ନିଜ କାର୍ଯ୍ୟର ଫଳ ସେମାନଙ୍କର ମସ୍ତକରେ ବର୍ତ୍ତାଇଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Daniel 9:12 in Oriya 12 ପୁଣି, ସେ ଆମ୍ଭମାନଙ୍କ ଉପରେ ମହା ଅମଙ୍ଗଳ ଘଟାଇବା ଦ୍ୱାରା ଆମ୍ଭମାନଙ୍କ ବିରୁଦ୍ଧରେ ଓ ଯେଉଁ ବିଚାରକର୍ତ୍ତାଗଣ ଆମ୍ଭମାନଙ୍କର ବିଚାର କଲେ, ସେମାନଙ୍କ ବିରୁଦ୍ଧରେ ଯାହା କହିଥିଲେ, ଆପଣାର ସେହି ବାକ୍ୟ ସେ ସଫଳ କରିଅଛନ୍ତି; କାରଣ ଯିରୂଶାଲମ ପ୍ରତି ଯାହା କରା ଯାଇଅଛି, ସମୁଦାୟ ଆକାଶମଣ୍ଡଳ ତଳେ ସେପରି କରାଯାଇ ନାହିଁ।
Zechariah 1:6 in Oriya 6 ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେହିସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ ? ତେବେ ସେମାନେ ଫେରି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”
Luke 21:22 in Oriya 22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ।