Lamentations 2:9 in Oriya 9 ତାହାର ନଗର-ଦ୍ୱାରସକଳ ଭୂମିରେ ମଗ୍ନ ହୋଇଅଛି; ସେ ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ କରିଅଛନ୍ତି; ଯେଉଁ ଗୋଷ୍ଠୀୟମାନଙ୍କର ବ୍ୟବସ୍ଥା ନାହିଁ, ସେମାନଙ୍କ ମଧ୍ୟରେ ତାହାର ରାଜା ଓ ଅଧିପତିଗଣ ଅଛନ୍ତି; ହଁ, ତାହାର ଭବିଷ୍ୟଦ୍ବକ୍ତାଗଣ ସଦାପ୍ରଭୁଙ୍କଠାରୁ କୌଣସି ଦର୍ଶନ ପା'ନ୍ତି ନାହିଁ।
Other Translations King James Version (KJV) Her gates are sunk into the ground; he hath destroyed and broken her bars: her king and her princes are among the Gentiles: the law is no more; her prophets also find no vision from the LORD.
American Standard Version (ASV) Her gates are sunk into the ground; he hath destroyed and broken her bars: Her king and her princes are among the nations where the law is not; Yea, her prophets find no vision from Jehovah.
Bible in Basic English (BBE) Her doors have gone down into the earth; he has sent destruction on her locks: her king and her princes are among the nations where the law is not; even her prophets have had no vision from the Lord.
Darby English Bible (DBY) Her gates are sunk into the ground; he hath destroyed and broken her bars. Her king and her princes are among the nations: the law is no [more]; her prophets also find no vision from Jehovah.
World English Bible (WEB) Her gates are sunk into the ground; he has destroyed and broken her bars: Her king and her princes are among the nations where the law is not; Yes, her prophets find no vision from Yahweh.
Young's Literal Translation (YLT) Sunk into the earth have her gates, He hath destroyed and broken her bars, Her king and her princes `are' among the nations, There is no law, also her prophets Have not found vision from Jehovah.
Cross Reference Deuteronomy 28:36 in Oriya 36 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କରିବ, ତୁମ୍ଭର ସେହି ରାଜାକୁ, ତୁମ୍ଭର ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକଙ୍କ ନିକଟକୁ ଆଣିବେ, ସେଠାରେ ତୁମ୍ଭେ ପ୍ରସ୍ତରମୟ ଓ କାଷ୍ଠମୟ ଅନ୍ୟ ଦେବତାଗଣର ସେବା କରିବ।
2 Kings 24:12 in Oriya 12 ତହିଁରେ ଯିହୁଦାର ରାଜା ଯିହୋୟାଖୀନ୍ ଓ ତାଙ୍କର ମାତା ଓ ତାଙ୍କର ଦାସମାନେ ଓ ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜା ନିକଟକୁ ବାହାରି ଗଲେ; ପୁଣି ବାବିଲ ରାଜା ଆପଣା ଅଧିକାରର ଅଷ୍ଟମ ବର୍ଷରେ ତାଙ୍କୁ ଧରିଲା।
2 Kings 25:7 in Oriya 7 ଆଉ ସେମାନେ ସିଦିକୀୟଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ ଓ ସିଦିକୀୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ, ଆଉ ତାଙ୍କୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲେ।
2 Chronicles 15:3 in Oriya 3 ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର-ବିହୀନ ଓ ଶିକ୍ଷାଦାୟୀ-ଯାଜକବିହୀନ ଓ ବ୍ୟବସ୍ଥାବିହୀନ ହୋଇଥିଲେ।
Nehemiah 1:3 in Oriya 3 ସେତେବେଳେ ସେମାନେ ମୋତେ କହିଲେ, “ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ସେହି ପ୍ରଦେଶର ଅବଶିଷ୍ଟ ଲୋକେ ମହାଦୁଃଖ ଓ ଅପମାନରେ ଅଛନ୍ତି; କାରଣ ଯିରୁଶାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି।”
Psalm 74:9 in Oriya 9 ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ; କୌଣସି ଭବିଷ୍ୟଦ୍ବକ୍ତା ଆଉ ନାହିଁ; କିଅବା ଏପରି କେତେ କାଳ ହେବ, ଏହା ଜାଣିବା ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।
Jeremiah 14:14 in Oriya 14 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି; ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ଆମ୍ଭେ ସେମାନଙ୍କୁ ଆଜ୍ଞା ଦେଇ ନାହୁଁ, କିଅବା ଆମ୍ଭେ ସେମାନଙ୍କୁ କଥା କହିନାହୁଁ; ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟାଦର୍ଶନ, ମନ୍ତ୍ର, ଅସାର ବିଷୟ ଓ ଆପଣା ଆପଣା ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି।
Jeremiah 39:2 in Oriya 2 ସିଦିକୀୟର ଅଧିକାରର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ,
Jeremiah 39:8 in Oriya 8 ପୁଣି, କଲ୍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ।
Jeremiah 51:30 in Oriya 30 ବାବିଲର ବୀରଗଣ ଯୁଦ୍ଧରୁ କ୍ଷାନ୍ତ ହୋଇଅଛନ୍ତି, ସେମାନେ ଆପଣାମାନଙ୍କର ଗଡ଼ ମଧ୍ୟରେ ରହୁଛନ୍ତି; ସେମାନଙ୍କର ବଳ ଊଣା ହୋଇଅଛି; ସେମାନେ ସ୍ତ୍ରୀମାନଙ୍କ ସମାନ ହୋଇଅଛନ୍ତି, ତାହାର ବାସସ୍ଥାନସବୁ ଦଗ୍ଧ, ତାହାର ହୁଡ଼କାସବୁ ଭଗ୍ନ ହୋଇଅଛି।
Jeremiah 52:8 in Oriya 8 ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ରାଜାର ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟକୁ ଧରିଲେ; ତହିଁରେ ତାହାର ସକଳ ସୈନ୍ୟ ତାହା ନିକଟରୁ ଛିନ୍ନଭିନ୍ନ ହୋଇଗଲେ।
Jeremiah 52:14 in Oriya 14 ଆଉ, ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍ଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ।
Lamentations 1:3 in Oriya 3 ଦୁଃଖ ସକାଶୁ ଓ ମହାଦାସତ୍ୱ ସକାଶୁ ଯିହୁଦା ବନ୍ଦୀ ହୋଇ ଯାଇଅଛି; ସେ ନାନା ଗୋଷ୍ଠୀ ମଧ୍ୟରେ ବାସ କରେ, ମାତ୍ର ସେ କିଛି ବିଶ୍ରାମ ପାଏ ନାହିଁ; ତାହାର ତାଡ଼ନାକାରୀ ସମସ୍ତେ ସଙ୍କୀର୍ଣ୍ଣ ପଥରେ ତାହାକୁ ଧରିଅଛନ୍ତି।
Lamentations 4:15 in Oriya 15 ଲୋକେ ସେମାନଙ୍କୁ ଡାକି କହିଲେ, ହେ ଅଶୁଚି ଲୋକମାନେ, ଦୂର ହୁଅ ! ଦୂର ହୁଅ, ଦୂର ହୁଅ, ସ୍ପର୍ଶ କର ନାହିଁ ! ସେମାନେ ପଳାଇ ଭ୍ରମଣ କଲା ବେଳେ ନାନା ଗୋଷ୍ଠୀ ମଧ୍ୟରୁ ଲୋକେ କହିଲେ, ସେମାନେ ଆଉ ଏଠାରେ ପ୍ରବାସ କରିବେ ନାହିଁ।
Lamentations 4:20 in Oriya 20 ଆମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ତାହାର ଛାୟା ତଳେ ବଞ୍ଚିବା ବୋଲି ଯାହାର ବିଷୟରେ କହିଲୁ, ଆମ୍ଭମାନଙ୍କ ନାସାର ନିଃଶ୍ୱାସସ୍ୱରୂପ, ସଦାପ୍ରଭୁଙ୍କର ସେହି ଅଭିଷିକ୍ତ ଲୋକ ସେମାନଙ୍କ ଗର୍ତ୍ତରେ ଧରାଗଲା।
Ezekiel 7:26 in Oriya 26 ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ; ତହିଁରେ ସେମାନେ ଭବିଷ୍ୟଦ୍-ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ; ମାତ୍ର ଯାଜକର ବ୍ୟବସ୍ଥା-ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ।
Ezekiel 12:13 in Oriya 13 ଆହୁରି, ଆମ୍ଭେ ତାହା ଉପରେ ଆମ୍ଭର ଜାଲ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ; ଆଉ, ଆମ୍ଭେ କଲ୍ଦୀୟମାନଙ୍କର ଦେଶ ବାବିଲକୁ ତାହାକୁ ନେଇଯିବା; ଆଉ, ଯଦ୍ୟପି ସେ ସେହି ସ୍ଥାନରେ ମରିବ, ତଥାପି ସେ ତାହା ଦେଖିବ ନାହିଁ।
Ezekiel 17:20 in Oriya 20 ପୁଣି, ଆମ୍ଭେ ଆପଣା ଜାଲ ତାହା ଉପରେ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ, ଆଉ ଆମ୍ଭେ ତାହାକୁ ବାବିଲକୁ ନେଇଯିବା ଓ ସେ ଆମ୍ଭ ବିରୁଦ୍ଧରେ ଯେଉଁ ସତ୍ୟ ଲଙ୍ଘନ ଅପରାଧ କରିଅଛି, ତହିଁ ସକାଶୁ ସେହି ସ୍ଥାନରେ ଆମ୍ଭେ ତାହାର ବିଚାର କରିବା।
Hosea 3:4 in Oriya 4 କାରଣ ଇସ୍ରାଏଲ ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜାହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ;
Amos 8:11 in Oriya 11 ପ୍ରଭୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ।
Micah 3:6 in Oriya 6 ଏଥିପାଇଁ ତୁମ୍ଭେମାନେ ଯେପରି କୌଣସି ଦର୍ଶନ ନ ପାଇବ, ତୁମ୍ଭମାନଙ୍କ ପ୍ରତି ରାତ୍ରି ହେବ ଓ ତୁମ୍ଭେମାନେ ଯେପରି ମନ୍ତ୍ରଶୂନ୍ୟ ହେବ; ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଅନ୍ଧକାର ହେବ; ଆଉ, ଭବିଷ୍ୟଦ୍ବକ୍ତାଗଣ ଉପରେ ସୂର୍ଯ୍ୟ ଅସ୍ତଗତ ହେବ ଓ ସେମାନଙ୍କ ଉପରେ ଦିବସ କୃଷ୍ଣବର୍ଣ୍ଣ ହେବ।