Joshua 23:12 in Oriya 12 ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି;
Other Translations King James Version (KJV) Else if ye do in any wise go back, and cleave unto the remnant of these nations, even these that remain among you, and shall make marriages with them, and go in unto them, and they to you:
American Standard Version (ASV) Else if ye do at all go back, and cleave unto the remnant of these nations, even these that remain among you, and make marriages with them, and go in unto them, and they to you;
Bible in Basic English (BBE) For if you go back, joining yourselves to the rest of these nations who are still among you, getting married to them and living with them and they with you:
Darby English Bible (DBY) For if ye in any wise go back, and cleave unto the residue of these nations, these that remain among you, and make marriages with them, and come in unto them and they unto you:
Webster's Bible (WBT) Else if ye do in any wise go back, and cleave to the remnant of these nations, even these that remain among you, and shall make marriages with them, and associate with them, and they with you:
World English Bible (WEB) Else if you do at all go back, and cleave to the remnant of these nations, even these who remain among you, and make marriages with them, and go in to them, and they to you;
Young's Literal Translation (YLT) `But -- if ye at all turn back and have cleaved to the remnant of these nations, these who are left with you, and intermarried with them, and gone in to them, and they to you,
Cross Reference Genesis 2:24 in Oriya 24 ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ।
Genesis 34:3 in Oriya 3 ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।
Exodus 34:12 in Oriya 12 ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ଦେଶକୁ ତୁମ୍ଭେ ଯାଉଅଛ, ସେହି ଦେଶର ନିବାସୀମାନଙ୍କ ସହିତ ନିୟମ କର ନାହିଁ; କାଳେ ତାହା ତୁମ୍ଭମାନଙ୍କ ମଧ୍ୟରେ ଗୋଟିଏ ଫାନ୍ଦ ସ୍ୱରୂପ ହେବ।
Deuteronomy 7:3 in Oriya 3 ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ।
1 Samuel 18:1 in Oriya 1 ଏଥିଉତ୍ତାରେ ଶାଉଲଙ୍କ ସହିତ ତାଙ୍କର କଥା ସମାପ୍ତ ହୁଅନ୍ତେ, ଯୋନାଥନର ପ୍ରାଣ ଦାଉଦଙ୍କର ପ୍ରାଣରେ ସଂଲଗ୍ନ ହେଲା, ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲା।
1 Kings 11:2 in Oriya 2 ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ କହିଥିଲେ, ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ; ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ।
1 Kings 11:4 in Oriya 4 କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ଅନ୍ୟ ଦେବଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା।
Ezra 9:1 in Oriya 1 ଏହିସବୁ କର୍ମ ସମାପ୍ତ ହେଲା ଉତ୍ତାରେ ଅଧିପତିମାନେ ଆମ୍ଭ ନିକଟକୁ ଆସି କହିଲେ, “ଇସ୍ରାଏଲ ଲୋକମାନେ ଓ ଯାଜକମାନେ ଓ ଲେବୀୟମାନେ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର, ଅର୍ଥାତ୍, କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମାନୁସାରେ କରୁଅଛନ୍ତି।
Ezra 9:11 in Oriya 11 ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କ ଅଶୁଚିତା ଦ୍ୱାରା ଅଶୁଚି ଦେଶ ଅଟେ, ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୁଚିତାରେ ପରିପୂର୍ଣ୍ଣ କରିଅଛି।
Nehemiah 13:23 in Oriya 23 ସେହି ସମୟରେ ମଧ୍ୟ ଯେଉଁ ଯିହୁଦୀୟମାନେ ଅସ୍ଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି;
Psalm 36:3 in Oriya 3 ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନାମାତ୍ର; ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି।
Psalm 106:34 in Oriya 34 ସେମାନେ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗୋଷ୍ଠୀବର୍ଗକୁ ବିନାଶ କଲେ ନାହିଁ।
Psalm 125:5 in Oriya 5 ମାତ୍ର ଯେଉଁମାନେ ଆପଣା ଆପଣା ବକ୍ରପଥରେ ବିପଥଗାମୀ ହୁଅନ୍ତି, ସେମାନଙ୍କୁ ସଦାପ୍ରଭୁ ଅଧର୍ମାଚାରୀମାନଙ୍କ ସଙ୍ଗେ କଢ଼ାଇ ନେବେ। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
Isaiah 1:4 in Oriya 4 ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ ! ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି।
Ezekiel 18:24 in Oriya 24 ମାତ୍ର ଧାର୍ମିକ ଲୋକ ଯଦି ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ଦୁଷ୍ଟ ଲୋକର କୃତ ସକଳ ଘୃଣାଯୋଗ୍ୟ କ୍ରିୟାନୁଯାୟୀ ଆଚରଣ କରେ, ତେବେ ସେ କି ବଞ୍ଚିବ ? ତାହାର କୃତ କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ; ସେ ଯେଉଁ ସତ୍ୟ ଲଙ୍ଘନ କରିଅଛି, ସେହି ସତ୍ୟ ଲଙ୍ଘନରେ ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପରେ ସେ ମରିବ।
Zephaniah 1:6 in Oriya 6 ଆଉ, ଯେଉଁମାନେ ସଦାପ୍ରଭୁଙ୍କ ପଶ୍ଚାତ୍ଗମନରୁ ବିମୁଖ ହୋଇଅଛନ୍ତି; ପୁଣି, ଯେଉଁମାନେ ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି, କିଅବା ତାହାଙ୍କର ଅନୁସନ୍ଧାନ କରି ନାହାନ୍ତି, ସେସମସ୍ତଙ୍କୁ ଆମ୍ଭେ ଉଚ୍ଛିନ୍ନ କରିବା।
Matthew 12:45 in Oriya 45 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ।
John 6:66 in Oriya 66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ।
Romans 12:9 in Oriya 9 ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
2 Corinthians 6:14 in Oriya 14 ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା ? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା ?
Hebrews 10:38 in Oriya 38 ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ।
2 Peter 2:18 in Oriya 18 କାରଣ ସେମାନେ ନିରର୍ଥକ ଅହଂକାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;
1 John 2:9 in Oriya 9 ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି।