Joel 2:28 in Oriya 28 ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ।
Other Translations King James Version (KJV) And it shall come to pass afterward, that I will pour out my spirit upon all flesh; and your sons and your daughters shall prophesy, your old men shall dream dreams, your young men shall see visions:
American Standard Version (ASV) And it shall come to pass afterward, that I will pour out my Spirit upon all flesh; and your sons and your daughters shall prophesy, your old men shall dream dreams, your young men shall see visions:
Darby English Bible (DBY) And it shall come to pass afterwards [that] I will pour out my Spirit upon all flesh; and your sons and your daughters shall prophesy, your old men shall dream dreams, your young men shall see visions.
World English Bible (WEB) "It will happen afterward, that I will pour out my Spirit on all flesh; And your sons and your daughters will prophesy. Your old men will dream dreams. Your young men will see visions.
Young's Literal Translation (YLT) And it hath come to pass afterwards, I do pour out My Spirit on all flesh, And prophesied have your sons and your daughters, Your old men do dream dreams, Your young men do see visions.
Cross Reference Genesis 37:5 in Oriya 5 ଏଥିଉତ୍ତାରେ ଯୋଷେଫ ଗୋଟିଏ ସ୍ୱପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା; ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କଲେ।
Numbers 12:6 in Oriya 6 ତେବେ ସେ କହିଲେ, “ଆମ୍ଭର ବାକ୍ୟ ଶୁଣ; ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା।
Proverbs 1:23 in Oriya 23 ମୋ' ଅନୁଯୋଗରେ ମନ ଫେରାଅ; ଦେଖ, ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି, ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।
Isaiah 32:15 in Oriya 15 ଶେଷରେ ଉର୍ଦ୍ଧ୍ୱରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ।
Isaiah 40:5 in Oriya 5 ପୁଣି, ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ୍ୟ ଏକତ୍ର ତାହା ଦେଖିବେ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।
Isaiah 44:3 in Oriya 3 କାରଣ ଆମ୍ଭେ ତୃଷିତ ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା; ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ଢାଳିବା;
Isaiah 49:6 in Oriya 6 ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”
Isaiah 54:13 in Oriya 13 ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।
Jeremiah 23:28 in Oriya 28 ଯେଉଁ ଭବିଷ୍ୟଦ୍ବକ୍ତା ସ୍ୱପ୍ନ ଦେଖିଅଛି, ସେ ସ୍ୱପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ୱସ୍ତ ରୂପେ ଆମ୍ଭର ବାକ୍ୟ କହୁ। ସଦାପ୍ରଭୁ କହନ୍ତି, “ଶସ୍ୟ ନିକଟରେ ପାଳ କଅଣ ?”
Ezekiel 39:29 in Oriya 29 ଆଉ, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଆଉ ଲୁଚାଇବା ନାହିଁ; କାରଣ ଆମ୍ଭେ ଇସ୍ରାଏଲ ବଂଶ ଉପରେ ନିଜ ଆତ୍ମା ଢାଳିଅଛୁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Zechariah 12:10 in Oriya 10 ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ।
Luke 3:6 in Oriya 6 ପୁଣି, ସମସ୍ତ ମର୍ତ୍ତ୍ୟ ଇଶ୍ବରଙ୍କ ପରିତ୍ରାଣ ଦେଖିବେ।
John 7:39 in Oriya 39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
Acts 2:2 in Oriya 2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା,
Acts 2:16 in Oriya 16 କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି,ଏହା ସେହି ଘଟଣା ଅଟେ;
Acts 2:33 in Oriya 33 ଅତଏବ, ଈଶ୍ୱର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
Acts 2:39 in Oriya 39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ।
Acts 10:44 in Oriya 44 ପିତର ଏହି ସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ।
Acts 11:15 in Oriya 15 ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲାପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ।
Acts 15:7 in Oriya 7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୂଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ୱର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ।
Acts 21:9 in Oriya 9 ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ।
Galatians 3:28 in Oriya 28 ଯିହୂଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ।