Jeremiah 51:8 in Oriya 8 ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର; ତାହାର ବେଦନାର ପାଇଁ ଔଷଧ ନିଅ, କେଜାଣି ସେ ସୁସ୍ଥ ହୋଇ ପାରିବ।
Other Translations King James Version (KJV) Babylon is suddenly fallen and destroyed: howl for her; take balm for her pain, if so be she may be healed.
American Standard Version (ASV) Babylon is suddenly fallen and destroyed: wail for her; take balm for her pain, if so be she may be healed.
Bible in Basic English (BBE) Sudden is the downfall of Babylon and her destruction: make cries of grief for her; take sweet oil for her pain, if it is possible for her to be made well.
Darby English Bible (DBY) Babylon is suddenly fallen and ruined. Howl over her; take balm for her pain, if so be she may be healed.
World English Bible (WEB) Babylon is suddenly fallen and destroyed: wail for her; take balm for her pain, if so be she may be healed.
Young's Literal Translation (YLT) Suddenly hath Babylon fallen, Yea, it is broken, howl ye for it, Take balm for her pain, if so be it may be healed.
Cross Reference Isaiah 13:6 in Oriya 6 ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ; ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ।
Isaiah 21:9 in Oriya 9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍ ହେଲା।”
Isaiah 47:9 in Oriya 9 ମାତ୍ର ସନ୍ତାନ-ବିରହ ଓ ବୈଧବ୍ୟ ଏ ଦୁଇ ଏକ ମୁହୂର୍ତ୍ତରେ, ଏକ ଦିନରେ ତୁମ୍ଭ ପ୍ରତି ଘଟିବ; ତୁମ୍ଭର ଅପାର ଗଣକତା ଓ ଅତି ପ୍ରଚୁର ମାୟାବୀତ୍ୱ ଥିଲେ ହେଁ, ସେ ଦୁଇ ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
Jeremiah 8:22 in Oriya 22 ଗିଲୀୟଦରେ କ'ଣ ଔଷଧ ନାହିଁ ? ସେଠାରେ କ'ଣ ବୈଦ୍ୟ ନାହାନ୍ତି ? ତେବେ ମୋ' ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ ?
Jeremiah 30:12 in Oriya 12 କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘା' ବ୍ୟଥାଜନକ।
Jeremiah 46:11 in Oriya 11 ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠି ଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
Jeremiah 48:20 in Oriya 20 ମୋୟାବ ଲଜ୍ଜିତ ହୋଇଅଛି; କାରଣ ତାହା ଭଗ୍ନ ହୋଇଅଛି; ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ମୋୟାବ ଉତ୍ସନ୍ନ ହୋଇଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର।
Jeremiah 48:31 in Oriya 31 ଏଥିପାଇଁ ଆମ୍ଭେ ମୋୟାବର ପାଇଁ ହାହାକାର କରିବା; ହଁ, ଆମ୍ଭେ ସମୁଦାୟ ମୋୟାବ ପାଇଁ କ୍ରନ୍ଦନ କରିବା; କୀର୍ହେରସର ଲୋକମାନଙ୍କ ବିଷୟରେ ସେମାନେ ଶୋକ କରିବେ।”
Jeremiah 50:2 in Oriya 2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା, ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।'
Jeremiah 51:41 in Oriya 41 ଶେଶକ୍ କିପରି ପରହସ୍ତଗତ ହୋଇଅଛି ! ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍ ଧରା ପଡ଼ିଅଛି ! ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ୱଂସସ୍ଥାନ ହୋଇଅଛି !
Ezekiel 27:30 in Oriya 30 ପୁଣି, ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶବ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;
Ezekiel 30:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେହି ଦିନ !
Daniel 5:24 in Oriya 24 ଏହି ସମୟରେ ତାହାଙ୍କ ନିକଟରୁ ହସ୍ତର ଅଂଶ ପ୍ରେରିତ ହେଲା, ଆଉ ଏହି ଲେଖା ଲିଖିତ ହେଲା।
Daniel 5:31 in Oriya 31 ପୁଣି, ମାଦୀୟ ଦାରୀୟାବସ ରାଜ୍ୟ ପ୍ରାପ୍ତ ହେଲା, ସେହି ସମୟରେ ତାହାର ପ୍ରାୟ ବାଷଠି ବର୍ଷ ବୟସ ହୋଇଥିଲା।
Nahum 3:19 in Oriya 19 ତୁମ୍ଭ ଆଘାତର ଉପଶମ ନାହିଁ; ତୁମ୍ଭର କ୍ଷତ ବ୍ୟଥାଜନକ; ଯେଉଁମାନେ ତୁମ୍ଭ ବିଷୟକ ସମ୍ବାଦ ଶୁଣନ୍ତି, ସେମାନେ ସମସ୍ତେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ ?
Revelation 14:8 in Oriya 8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।
Revelation 18:2 in Oriya 2 ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ୍ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି।
Revelation 18:8 in Oriya 8 ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ୱର ଶକ୍ତିମାନ।
Revelation 18:17 in Oriya 17 କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା। ଆଉ ପ୍ରତ୍ୟକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ,