Jeremiah 49:7 in Oriya 7 ଇଦୋମର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୈମନ୍ରେ କି ଆଉ ଜ୍ଞାନ ନାହିଁ ? ବୁଦ୍ଧିମାନମାନଙ୍କଠାରୁ କି ପରାମର୍ଶ ଲୁପ୍ତ ହୋଇଅଛି ? ସେମାନଙ୍କର ଜ୍ଞାନ କି ଅନ୍ତର୍ହିତ ହୋଇଅଛି ?
Other Translations King James Version (KJV) Concerning Edom, thus saith the LORD of hosts; Is wisdom no more in Teman? is counsel perished from the prudent? is their wisdom vanished?
American Standard Version (ASV) Of Edom. Thus saith Jehovah of hosts: Is wisdom no more in Teman? is counsel perished from the prudent? is their wisdom vanished?
Bible in Basic English (BBE) About Edom. This is what the Lord of armies has said. Is there no more wisdom in Teman? have wise suggestions come to an end among men of good sense? has their wisdom completely gone?
Darby English Bible (DBY) Concerning Edom. Thus saith Jehovah of hosts: Is there no more wisdom in Teman? is counsel perished from the prudent? is their wisdom spent?
World English Bible (WEB) Of Edom. Thus says Yahweh of Hosts: Is wisdom no more in Teman? is counsel perished from the prudent? is their wisdom vanished?
Young's Literal Translation (YLT) Concerning Edom: `Thus said Jehovah of Hosts: Is wisdom no more in Teman? Perished hath counsel from the intelligent? Vanished hath their wisdom?
Cross Reference Genesis 25:30 in Oriya 30 ତହୁଁ ସେ ଯାକୁବକୁ କହିଲା, “ମୁଁ କ୍ଳାନ୍ତ ହୋଇଅଛି, ବିନୟ କରେ, ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ,” ଏହି ନିମନ୍ତେ ତାହାର ନାମ ଇଦୋମ୍ (ରଙ୍ଗା) ଖ୍ୟାତ ହେଲା।
Genesis 27:41 in Oriya 41 ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, “ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”
Genesis 36:8 in Oriya 8 ଏହିରୂପେ ଏଷୌ ସେୟୀର ପର୍ବତରେ ବାସ କଲା; ସେହି ଏଷୌର ଅନ୍ୟତମ ନାମ ଇଦୋମ୍।
Genesis 36:11 in Oriya 11 ପୁଣି, ଇଲୀଫସ୍ର ପୁତ୍ର ତୈମନ୍ ଓ ଓମାର୍ ଓ ସଫୋ ଓ ଗୟିତମ୍ ଓ କନସ୍।
Genesis 36:15 in Oriya 15 ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍
Genesis 36:34 in Oriya 34 ପୁଣି, ଯୋବବ୍ର ମରଣ ଉତ୍ତାରେ ତୈମନଦେଶୀୟ ହୂଶମ୍ ତାହା ପଦରେ ରାଜତ୍ୱ କଲା।
Numbers 20:14 in Oriya 14 ଏଥିଉତ୍ତାରେ ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇସ୍ରାଏଲ ଏରୂପ କହଇ, “ଆମ୍ଭମାନଙ୍କ ପ୍ରତି ଯେଉଁ ସମସ୍ତ କ୍ଳେଶ ଘଟିଅଛି,
Numbers 24:17 in Oriya 17 ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି; ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି; ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୋୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ।
Deuteronomy 23:7 in Oriya 7 ତୁମ୍ଭେ ଇଦୋମୀୟ ଲୋକକୁ ଘୃଣା କରିବ ନାହିଁ; କାରଣ ସେ ତୁମ୍ଭର ଭାଇ; ତୁମ୍ଭେ ମିସ୍ରୀୟ ଲୋକକୁ ଘୃଣା କରିବ ନାହିଁ, କାରଣ ତୁମ୍ଭେ ତାହାର ଦେଶରେ ପ୍ରବାସୀ ଥିଲ।
1 Chronicles 1:53 in Oriya 53 ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍;
Job 2:11 in Oriya 11 ଆୟୁବ ପ୍ରତି ଘଟିତ ଏହିସବୁ ବିପଦର କଥା ତୈମନୀୟ ଇଲୀଫସ୍ ଓ ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ନାମରେ ତାହାର ଏହି ତିନି ମିତ୍ର ଶୁଣି ସ୍ୱ ସ୍ୱ ସ୍ଥାନରୁ ଆସିଲେ; ପୁଣି, ସେମାନେ ତାହା ସଙ୍ଗେ ଶୋକ କରିବା ପାଇଁ ଓ ତାହାକୁ ସାନ୍ତ୍ୱନା କରିବା ପାଇଁ ଆସିବାକୁ ଏକତ୍ର ସ୍ଥିର କଲେ।
Job 4:1 in Oriya 1 ଏଥିରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା,
Job 5:12 in Oriya 12 ସେ ଧୂର୍ତ୍ତମାନଙ୍କର କଳ୍ପନା ବ୍ୟର୍ଥ କରନ୍ତି, ତେଣୁ ସେମାନଙ୍କ ହସ୍ତ ସେମାନଙ୍କ କାର୍ଯ୍ୟ ସାଧନ କରି ପାରେ ନାହିଁ।
Psalm 83:4 in Oriya 4 ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”
Psalm 137:7 in Oriya 7 ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।”
Isaiah 19:11 in Oriya 11 ସୋୟନର ଅଧିପତିମାନେ ନିତାନ୍ତ ନିର୍ବୋଧ ଅଟନ୍ତି; ଫାରୋର ବିଜ୍ଞବର ମନ୍ତ୍ରୀଗଣର ମନ୍ତ୍ରଣା ପଶୁବତ୍ ହୋଇଅଛି; ତୁମ୍ଭେମାନେ କିପରି କରି ଫାରୋକୁ କହୁଅଛ, ଆମ୍ଭେ ଜ୍ଞାନୀମାନଙ୍କର ପୁତ୍ର, ପ୍ରାଚୀନ ରାଜାଗଣର ସନ୍ତାନ ?
Isaiah 29:14 in Oriya 14 ଏହେତୁ ଦେଖ, ଆମ୍ଭେ ଏହି ଲୋକମାନଙ୍କ ମଧ୍ୟରେ ଏକ ଅଦ୍ଭୁତ କର୍ମ, ଅର୍ଥାତ୍, ଅଦ୍ଭୁତ ଓ ଆଶ୍ଚର୍ଯ୍ୟ କର୍ମ କରିବା, ପୁଣି, ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନଙ୍କର ବୁଦ୍ଧି ଲୁଚାଯିବ।
Isaiah 34:1 in Oriya 1 ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀଗଣ, ତୁମ୍ଭେମାନେ ମନୋଯୋଗ କର; ପୃଥିବୀ ଓ ତତ୍ପୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନ ସକଳ ପଦାର୍ଥ ଶ୍ରବଣ କରୁ।
Isaiah 63:1 in Oriya 1 ଇଦୋମରୁ ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସୋରାରୁ ଏ ଯେ ଆସୁଅଛନ୍ତି, ସେ କିଏ ? ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ଆପଣା ମହାଶକ୍ତିରେ ବିଜେ କରୁଅଛନ୍ତି ଯେ ଏ, ସେ କିଏ ? ଆମ୍ଭେ ଯେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।
Jeremiah 18:18 in Oriya 18 ତେବେ ସେମାନେ କହିଲେ, “ଆସ, ଆମ୍ଭେମାନେ ଯିରିମୀୟ ବିରୁଦ୍ଧରେ ପରାମର୍ଶ କରୁ; କାରଣ ଯାଜକ ନିକଟରୁ ବ୍ୟବସ୍ଥା ଅବା ଜ୍ଞାନବାନ ନିକଟରୁ ମନ୍ତ୍ରଣା ଅଥବା ଭବିଷ୍ୟଦ୍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ଆସ, ଆମ୍ଭେମାନେ ଜିହ୍ୱା ଦ୍ୱାରା ତାହାକୁ ପ୍ରହାର କରୁ, ପୁଣି ତାହାର କୌଣସି କଥାରେ ମନୋଯୋଗ ନ କରୁ।”
Jeremiah 25:9 in Oriya 9 ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍ ଶବ୍ଦର ବିଷୟ ଓ ଚିର କାଳର ଉତ୍ସନ୍ନ ସ୍ଥାନ କରିବା।
Jeremiah 25:21 in Oriya 21 ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ;
Jeremiah 49:20 in Oriya 20 ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ୍ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ, ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କ ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
Ezekiel 25:12 in Oriya 12 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଇଦୋମ ପ୍ରତିଶୋଧ ନେବା ଦ୍ୱାରା ଯିହୂଦା-ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି,”
Ezekiel 35:1 in Oriya 1 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା, ଯଥା;
Daniel 11:41 in Oriya 41 ସେ ମଧ୍ୟ ରମ୍ୟ (ଇସ୍ରାଏଲ) ଦେଶରେ ପ୍ରବେଶ କରିବ, ତହିଁରେ ଅନେକ ଦେଶ ପରାସ୍ତ ହେବ; ମାତ୍ର ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣର ଶ୍ରେଷ୍ଠାଂଶ ତାହାର ହସ୍ତରୁ ରକ୍ଷା ପାଇବେ।
Joel 3:19 in Oriya 19 ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ, କାରଣ ସେମାନେ ଆପଣାମାନଙ୍କ ଦେଶରେ ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି।
Amos 1:11 in Oriya 11 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା, ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା।
Obadiah 1:1 in Oriya 1 ଓବଦିୟଙ୍କ ଦର୍ଶନ। ପ୍ରଭୁ, ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।
Habakkuk 3:3 in Oriya 3 ପରମେଶ୍ୱର ତୈମନରୁ ଆସିଲେ ଓ ଯେ ଧର୍ମମୟ, ସେ ପାରଣ ପର୍ବତରୁ ଆସିଲେ। ସେଲା ତାହାଙ୍କର ପ୍ରତାପ ଆକାଶମଣ୍ଡଳକୁ ଆଚ୍ଛନ୍ନ କଲା, ଆଉ ପୃଥିବୀ ତାହାଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ହେଲା।
Malachi 1:3 in Oriya 3 ମାତ୍ର ଏଷୌକୁ ଆମ୍ଭେ ଅପ୍ରେମ କଲୁ ଓ ତାହାର ପର୍ବତଗଣକୁ ଧ୍ୱଂସର ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳମାନଙ୍କର ସ୍ଥାନ କଲୁ।”
Romans 1:22 in Oriya 22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,