Jeremiah 36:26 in Oriya 26 ପୁଣି ରାଜା, ବାରୂକ ଲେଖକଙ୍କୁ ଓ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଯିରହମେଲ୍କୁ ଓ ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦୀୟେଲର ପୁତ୍ର ଶେଲିମୀୟକୁ ଆଜ୍ଞା କଲେ; ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ।
Other Translations King James Version (KJV) But the king commanded Jerahmeel the son of Hammelech, and Seraiah the son of Azriel, and Shelemiah the son of Abdeel, to take Baruch the scribe and Jeremiah the prophet: but the LORD hid them.
American Standard Version (ASV) And the king commanded Jerahmeel the king's son, and Seraiah the son of Azriel, and Shelemiah the son of Abdeel, to take Baruch the scribe and Jeremiah the prophet; but Jehovah hid them.
Bible in Basic English (BBE) And the king gave orders to Jerahmeel, the king's son, and Seraiah, the son of Azriel, and Shelemiah, the son of Abdeel, to take Baruch the scribe and Jeremiah the prophet: but the Lord kept them safe.
Darby English Bible (DBY) And the king commanded Jerahmeel the son of Hammelech, and Seraiah the son of Azriel, and Shelemiah the son of Abdeel, to take Baruch the scribe and Jeremiah the prophet; but Jehovah hid them.
World English Bible (WEB) The king commanded Jerahmeel the king's son, and Seraiah the son of Azriel, and Shelemiah the son of Abdeel, to take Baruch the scribe and Jeremiah the prophet; but Yahweh hid them.
Young's Literal Translation (YLT) And the king commandeth Jerahmeel son of Hammelek, and Seraiah son of Azriel, and Shelemiah son of Abdeel, to take Baruch the scribe, and Jeremiah the prophet, and Jehovah doth hide them.
Cross Reference 1 Kings 17:3 in Oriya 3 ଯଥା, ତୁମ୍ଭେ ଏଠାରୁ ଯାଇ ପୂର୍ବଦିଗକୁ ଫେରି ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍ ନଦୀ ନିକଟରେ ଆପଣାକୁ ଲୁଚାଅ।
1 Kings 17:9 in Oriya 9 ଯଥା, ଉଠ, ସୀଦୋନର ସାରିଫତ୍କୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀକୁ ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ।
1 Kings 18:4 in Oriya 4 ପୁଣି, ଯେଉଁ ସମୟରେ ଈଷେବଲ୍ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା )।
1 Kings 18:10 in Oriya 10 ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଜୀବିତ ଥିବା ପ୍ରମାଣେ କହୁଅଛି, ମୋ' ପ୍ରଭୁ ଆପଣଙ୍କୁ ଅନ୍ୱେଷଣ କରିବା ପାଇଁ ଯାହା ନିକଟକୁ ଲୋକ ପଠାଇ ନାହାନ୍ତି, ଏପରି କୌଣସି ଗୋଷ୍ଠୀ କିମ୍ବା ରାଜ୍ୟ ନାହିଁ। ପୁଣି, ସେ ଏଠାରେ ନାହିଁ ବୋଲି ସେମାନେ କହିଲେ, “ସେ ସେହି ରାଜ୍ୟ ଓ ଗୋଷ୍ଠୀକି ଆପଣଙ୍କୁ ଦେଖି ନ ଥିବା ବିଷୟରେ ଶପଥ କରାଇଲେ।”
1 Kings 19:1 in Oriya 1 ଏଥିଉତ୍ତାରେ ଆହାବ ଏଲୀୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ଼୍ଗରେ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ବଧ କରିଥିଲେ, ତାହା ଈଷେବଲ୍କୁ ଜଣାଇଲେ।
1 Kings 19:10 in Oriya 10 ତହୁଁ ଏଲୀୟ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍ଯୋଗୀ ହେଲି; କାରଣ ଇସ୍ରାଏଲ-ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭର ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍ବକ୍ତାମାନଙ୍କୁ ଖଡ଼୍ଗରେ ବଧ କଲେ; ତହିଁରେ ମୁଁ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋ' ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”
1 Kings 19:14 in Oriya 14 ତହୁଁ ସେ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍ଯୋଗୀ ହେଲି; କାରଣ ଇସ୍ରାଏଲ-ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭ ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍ବକ୍ତାମାନଙ୍କୁ ଖଡ଼୍ଗରେ ବଧ କଲେ; ତହିଁରେ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋହର ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”
2 Kings 6:18 in Oriya 18 ଏଥିଉତ୍ତାରେ ସୈନ୍ୟମାନେ ଇଲୀଶାୟଙ୍କ ନିକଟକୁ ଓହ୍ଲାଇ ଆସନ୍ତେ, ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଅଛି, ଏହି ଲୋକମାନଙ୍କୁ ଅନ୍ଧତାରେ ଆଘାତ କର।” ଏଥିରେ ସଦାପ୍ରଭୁ ଇଲୀଶାୟଙ୍କର ବାକ୍ୟାନୁସାରେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ।
Psalm 27:5 in Oriya 5 କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; ସେ ମୋତେ ଶୈଳ ଉପରକୁ ଉଠାଇବେ।
Psalm 32:7 in Oriya 7 ତୁମ୍ଭେ ମୋହର ଲୁଚିବା ସ୍ଥାନ; ତୁମ୍ଭେ ସଙ୍କଟରୁ ମୋତେ ରକ୍ଷା କରିବ; ତୁମ୍ଭେ ରକ୍ଷାର୍ଥକ ଗାୟନରେ ମୋହର ଚତୁର୍ଦ୍ଦିଗ ବେଷ୍ଟନ କରିବ। ସେଲା
Psalm 57:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ। ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋ' ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।
Psalm 64:2 in Oriya 2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;
Psalm 91:1 in Oriya 1 ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।
Psalm 121:8 in Oriya 8 ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ।
Isaiah 26:20 in Oriya 20 ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପ କ୍ଷଣ ଆପଣାକୁ ଲୁଚାଅ।
Jeremiah 1:19 in Oriya 19 ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ।”
Jeremiah 2:30 in Oriya 30 ଆମ୍ଭେ ବ୍ୟର୍ଥରେ ତୁମ୍ଭ ସନ୍ତାନଗଣକୁ ଆଘାତ କରିଅଛୁ; ସେମାନେ ଶାସ୍ତି ଗ୍ରାହ୍ୟ କଲେ ନାହିଁ; ତୁମ୍ଭମାନଙ୍କର ନିଜ ଖଡ୍ଗ, ବିନାଶକ ସିଂହ ତୁଲ୍ୟ ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାଗଣଙ୍କୁ ଗ୍ରାସ କରିଅଛି।
Jeremiah 15:20 in Oriya 20 ପୁଣି, ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀରସ୍ୱରୂପ କରିବା; ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ତ୍ରାଣ କରିବା ପାଇଁ ଓ ତୁମ୍ଭର ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
Jeremiah 26:21 in Oriya 21 ତହିଁରେ ଯିହୋୟାକୀମ୍ ରାଜା, ଆପଣା ବୀରମାନଙ୍କ ଓ ସମସ୍ତ ଅଧିପତିମାନଙ୍କ ସହିତ ସେହି କଥା ଶୁଣନ୍ତେ, ରାଜା ତାହାକୁ ବଧ କରିବାକୁ ଚେଷ୍ଟା କଲା; ମାତ୍ର ଊରୀୟ ଏହା ଶୁଣି ଭୀତ ହୋଇ ମିସରକୁ ପଳାଇ ଗଲା।
Jeremiah 36:5 in Oriya 5 ପୁଣି, ଯିରିମୀୟ ବାରୂକକୁ ଆଜ୍ଞା କରି କହିଲେ, “ମୁଁ ରୁଦ୍ଧ ଅଛି; ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଇ ପାରୁ ନାହିଁ;
Jeremiah 36:19 in Oriya 19 ସେତେବେଳେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମୀୟ ଯାଇ ଲୁଚ; ଆଉ, ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ।”
Matthew 23:34 in Oriya 34 ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ,
Matthew 26:47 in Oriya 47 ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ।
John 7:32 in Oriya 32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।
John 8:20 in Oriya 20 ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ନିଯୁକ୍ତ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
John 8:59 in Oriya 59 ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ।
John 11:57 in Oriya 57 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ।
Acts 12:11 in Oriya 11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୂଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି।