Jeremiah 29:14 in Oriya 14 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା, ପୁଣି, ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ଯେଉଁ ସକଳ ଗୋଷ୍ଠୀ ମଧ୍ୟକୁ, ଯେସକଳ ସ୍ଥାନକୁ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଇଅଛୁ, ସେହିସବୁ ସ୍ଥାନରୁ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା,” ଏହା ସଦାପ୍ରଭୁ କହନ୍ତି; “ଆଉ, ଆମ୍ଭେ ଯେଉଁ ସ୍ଥାନରୁ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସ୍ଥାନକୁ ପୁନର୍ବାର ଆଣିବା।”
Other Translations King James Version (KJV) And I will be found of you, saith the LORD: and I will turn away your captivity, and I will gather you from all the nations, and from all the places whither I have driven you, saith the LORD; and I will bring you again into the place whence I caused you to be carried away captive.
American Standard Version (ASV) And I will be found of you, saith Jehovah, and I will turn again your captivity, and I will gather you from all the nations, and from all the places wither I have driven you, saith Jehovah; and I will bring you again unto the place whence I caused you to be carried away captive.
Bible in Basic English (BBE) I will be near you again, says the Lord, and your fate will be changed, and I will get you together from all the nations and from all the places where I had sent you away, says the Lord; and I will take you back again to the place from which I sent you away prisoners.
Darby English Bible (DBY) and I will be found of you, saith Jehovah. And I will turn your captivity, and I will gather you from all the nations, and from all the places whither I have driven you, saith Jehovah; and I will bring you again into the place whence I have caused you to be carried away captive.
World English Bible (WEB) I will be found by you, says Yahweh, and I will turn again your captivity, and I will gather you from all the nations, and from all the places where I have driven you, says Yahweh; and I will bring you again to the place from where I caused you to be carried away captive.
Young's Literal Translation (YLT) And I have been found of you -- an affirmation of Jehovah; and I have turned back `to' your captivity, and have gathered you out of all the nations, and out of all the places whither I have driven you -- an affirmation of Jehovah -- and I have brought you back unto the place whence I removed you.
Cross Reference Deuteronomy 4:7 in Oriya 7 ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି ?
Deuteronomy 30:3 in Oriya 3 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ବନ୍ଦୀତ୍ୱ ଫେରାଇବେ, ତୁମ୍ଭକୁ କରୁଣା କରିବେ ଓ ଫେରି ଆସି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ।
1 Chronicles 28:9 in Oriya 9 ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯଦି ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ।
2 Chronicles 15:12 in Oriya 12 ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ,
Psalm 32:6 in Oriya 6 ଏଥିପାଇଁ ତୁମ୍ଭର ଉଦ୍ଦେଶ୍ୟ ପାଇ ପାରିବା ସମୟରେ ପ୍ରତ୍ୟେକ ସଦ୍ଭକ୍ତ ଲୋକ ତୁମ୍ଭ ନିକଟରେ ପ୍ରାର୍ଥନା କରୁ; ନିଶ୍ଚୟ ମହାଜଳରାଶି ଉଚ୍ଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ।
Psalm 46:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ; ଅଲ୍ମୋତ୍ ସ୍ୱରର ଗୀତ। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ।
Psalm 126:1 in Oriya 1 ଆରୋହଣ-ଗୀତ। ସଦାପ୍ରଭୁ ସିୟୋନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନଦର୍ଶକମାନଙ୍କ ପରି ଥିଲୁ।
Psalm 126:4 in Oriya 4 ହେ ସଦାପ୍ରଭୁ, ଦକ୍ଷିଣ ଦିଗର ସ୍ରୋତ ପରି ଆମ୍ଭମାନଙ୍କ ଦାସତ୍ୱାବସ୍ଥା ପରିବର୍ତ୍ତନ କର।
Isaiah 45:19 in Oriya 19 ଆମ୍ଭେ ଗୋପନରେ ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ; ତୁମ୍ଭେମାନେ ବୃଥାରେ ଆମ୍ଭର ଅନ୍ୱେଷଣ କର, ଏହା ଆମ୍ଭେ ଯାକୁବ ବଂଶକୁ କହି ନାହୁଁ, ଆମ୍ଭେ ସଦାପ୍ରଭୁ ଧର୍ମବାଦୀ, ଆମ୍ଭେ ସଠିକ କଥା ପ୍ରକାଶ କରୁ।
Isaiah 55:6 in Oriya 6 ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର।
Jeremiah 16:14 in Oriya 14 ଏନିମନ୍ତେ ସଦାପ୍ରଭୁ କହନ୍ତି, “ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ,” ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;
Jeremiah 23:3 in Oriya 3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।
Jeremiah 24:5 in Oriya 5 “ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମ୍ୱିରି ଫଳ ତୁଲ୍ୟ ଜ୍ଞାନ କରିବା।
Jeremiah 30:3 in Oriya 3 କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା,ଏପରି ସମୟ ଆସୁଅଛି;' ସଦାପ୍ରଭୁ କହନ୍ତି; ‘ହଁ, ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।'”
Jeremiah 30:10 in Oriya 10 ଏହେତୁ ସଦାପ୍ରଭୁ କହନ୍ତି, ‘ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; ଅଥବା ହେ ଇସ୍ରାଏଲ, ନିରାଶ ହୁଅ ନାହିଁ; କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବୁ, ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।'
Jeremiah 31:8 in Oriya 8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
Jeremiah 32:37 in Oriya 37 “ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପ ଓ ମହାରୋଷରେ ସେମାନଙ୍କୁ ଯେସକଳ ଦେଶରେ ଛିନ୍ନଭିନ୍ନ କରିଅଛୁ, ସେହି ସକଳ ଦେଶରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ଆମ୍ଭେ ସେମାନଙ୍କୁ ନିରାପଦରେ ବାସ କରାଇବା।
Jeremiah 33:7 in Oriya 7 ଆଉ, ଆମ୍ଭେ ଯିହୁଦାର ବନ୍ଦୀତ୍ୱାବସ୍ଥା ଓ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ପୁଣି ଆଦ୍ୟ କାଳର ନ୍ୟାୟ ସେମାନଙ୍କୁ ଗଠନ କରିବା।
Jeremiah 46:27 in Oriya 27 ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।
Jeremiah 50:4 in Oriya 4 ସଦାପ୍ରଭୁ କହନ୍ତି, “ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
Jeremiah 50:19 in Oriya 19 ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।”
Jeremiah 50:33 in Oriya 33 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲ ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ଉପଦ୍ରୁତ ହେଉଅଛନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେସମସ୍ତେ ଦୃଢ଼ କରି ସେମାନଙ୍କୁ ଧରି ରଖିଅଛନ୍ତି; ସେମାନଙ୍କୁ ଛାଡ଼ି ଦେବାକୁ ଅସମ୍ମତ ହେଉଅଛନ୍ତି;
Jeremiah 51:10 in Oriya 10 ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି; ଆସ, ଆମ୍ଭେମାନେ ସିୟୋନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର କ୍ରିୟା ପ୍ରକାଶ କରୁ।
Ezekiel 11:16 in Oriya 16 ଏହେତୁ ତୁମ୍ଭେ କୁହ, ସଦାପ୍ରଭୁ ଏହି କଥା କହନ୍ତି; “ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହିସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।
Ezekiel 34:1 in Oriya 1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା, ଯଥା;
Ezekiel 36:1 in Oriya 1 “ଆଉ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପର୍ବତଗଣକୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
Amos 9:14 in Oriya 14 ପୁଣି, ଆମ୍ଭେ ଆପଣା ଲୋକ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ତହିଁରେ ସେମାନେ ଧ୍ୱଂସିତ ନଗରସବୁ ପୁନଃ ନିର୍ମାଣ କରି ତହିଁ ମଧ୍ୟରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁରୁ ଦ୍ରାକ୍ଷାରସ ପାନ କରିବେ; ଆହୁରି, ସେମାନେ ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।
Micah 4:12 in Oriya 12 ମାତ୍ର ସେମାନେ ସଦାପ୍ରଭୁଙ୍କର ସଙ୍କଳ୍ପସବୁ ଜାଣନ୍ତି ନାହିଁ, ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ; କାରଣ ସେ ସେମାନଙ୍କୁ ଶସ୍ୟ ବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି।
Zephaniah 3:20 in Oriya 20 ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା; କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ସୁଖ୍ୟାତି ଓ ପ୍ରଶଂସାର ପାତ୍ର କରିବା, ଏହା ସଦାପ୍ରଭୁ କହନ୍ତି।
Romans 10:20 in Oriya 20 ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।'