Jeremiah 25:4 in Oriya 4 ଆଉ, ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ମାତ୍ର ତୁମ୍ଭେମାନେ ଶୁଣି ନାହଁ, କିଅବା ଶୁଣିବା ପାଇଁ କର୍ଣ୍ଣପାତ କରି ନାହଁ।
Other Translations King James Version (KJV) And the LORD hath sent unto you all his servants the prophets, rising early and sending them; but ye have not hearkened, nor inclined your ear to hear.
American Standard Version (ASV) And Jehovah hath sent unto you all his servants the prophets, rising up early and sending them, (but ye have not hearkened, nor inclined your ear to hear,)
Bible in Basic English (BBE) And the Lord has sent to you all his servants the prophets, getting up early and sending them; but you have not given attention and your ear has not been open to give hearing;
Darby English Bible (DBY) And Jehovah hath sent unto you all his servants the prophets, rising early and sending; but ye have not hearkened, nor inclined your ear to hear,
World English Bible (WEB) Yahweh has sent to you all his servants the prophets, rising up early and sending them, (but you have not listened, nor inclined your ear to hear),
Young's Literal Translation (YLT) And Jehovah hath sent unto you all His servants, the prophets, rising early and sending, and ye have not hearkened, nor inclined your ear to hear, saying:
Cross Reference 2 Chronicles 36:15 in Oriya 15 ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ-ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ;
Jeremiah 7:24 in Oriya 24 ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ଓ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଗମନ କରି ପଶ୍ଚାଦ୍ବର୍ତ୍ତୀ ହେଲେ, ଅଗ୍ରବର୍ତ୍ତୀ ହେଲେ ନାହିଁ।
Jeremiah 11:7 in Oriya 7 କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର।
Jeremiah 13:10 in Oriya 10 ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହୋଇ ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଚାଲନ୍ତି ଓ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗମନ କରିଅଛନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।”
Jeremiah 16:12 in Oriya 12 ପୁଣି, ତୁମ୍ଭେମାନେ ତୁମ୍ଭମାନଙ୍କର ପିତୃପୁରୁଷଗଣର ଅପେକ୍ଷା ଅଧିକ ମନ୍ଦ ଆଚରଣ କରିଅଛ; କାରଣ ଦେଖ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟାନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କରୁଅଛ, ଆମ୍ଭ ବାକ୍ୟରେ ଅବଧାନ କରୁନାହଁ;
Jeremiah 17:23 in Oriya 23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।'
Jeremiah 18:12 in Oriya 12 ମାତ୍ର ସେମାନେ କହନ୍ତି, ଭରସା ନାହିଁ; କାରଣ ଆମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ ଚାଲିବା ଓ ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ କର୍ମ କରିବା।
Jeremiah 19:15 in Oriya 15 “ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଯେଉଁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।'”
Jeremiah 22:21 in Oriya 21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, “ମୁଁ ଶୁଣିବି ନାହିଁ;” ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି।
Jeremiah 25:3 in Oriya 3 “ଆମୋନ୍ର ପୁତ୍ର ଯିହୁଦାର ରାଜା ଯୋଶୀୟର ଅଧିକାରର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ ବର୍ଷଯାକ ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହୋଇଅଛି ଓ ମୁଁ ପ୍ରତ୍ୟୁଷରେ ଉଠି ତାହା ତୁମ୍ଭମାନଙ୍କୁ କହିଅଛି, ମାତ୍ର ତାହା ତୁମ୍ଭେମାନେ ଶୁଣି ନାହଁ।
Jeremiah 25:7 in Oriya 7 ତଥାପି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭ କଥାରେ ଅବଧାନ କରି ନାହଁ ଓ ଆପଣାମାନଙ୍କ ଅମଙ୍ଗଳ ନିମନ୍ତେ ନିଜ ହସ୍ତକୃତ କର୍ମ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କରିଅଛ।”
Jeremiah 26:5 in Oriya 5 ଆମ୍ଭର ଯେଉଁ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ଆମ୍ଭେ ଅତି ପ୍ରଭାତରେ ଉଠି ତୁମ୍ଭମାନଙ୍କ ନିକଟକୁ ପଠାଇ ଆସିଅଛୁ, ମାତ୍ର ତୁମ୍ଭେମାନେ ମନୋଯୋଗ କରି ନାହଁ, ସେମାନଙ୍କ ବାକ୍ୟରେ ଯଦି ତୁମ୍ଭେମାନେ ମନୋଯୋଗ ନ କରିବ;
Jeremiah 29:19 in Oriya 19 କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି;” ମାତ୍ର ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।”
Jeremiah 32:33 in Oriya 33 ସେମାନେ ଆମ୍ଭ ପ୍ରତି ମୁଖ ନ ଫେରାଇ ପିଠି ଫେରାଇ ଅଛନ୍ତି; ଆଉ, ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଲେ ହେଁ, ପ୍ରଭାତରେ ଉଠି ଶିକ୍ଷା ଦେଲେ ହେଁ ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ମନୋଯୋଗ କରି ନାହାନ୍ତି।
Jeremiah 35:14 in Oriya 14 ରେଖବର ପୁତ୍ର ଯିହୋନାଦବ୍ ଆପଣା ସନ୍ତାନଗଣକୁ ଦ୍ରାକ୍ଷାରସ ପାନ ନ କରିବା ପାଇଁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହେଉଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରନ୍ତି ନାହିଁ; କାରଣ ସେମାନେ ଆପଣା ପିତୃପୁରୁଷର ଆଜ୍ଞା ପାଳନ କରନ୍ତି, ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ପ୍ରଭାତରେ ଉଠି କହିଅଛୁ; ଆଉ, ତୁମ୍ଭେମାନେ ଆମ୍ଭ କଥାରେ ମନୋଯୋଗ କରି ନାହଁ।
Jeremiah 36:31 in Oriya 31 ପୁଣି, ଆମ୍ଭେ ତାହାକୁ ଓ ତାହାର ବଂଶକୁ ଓ ତାହାର ଦାସଗଣକୁ ସେମାନଙ୍କର ଅଧର୍ମ ସକାଶୁ ଶାସ୍ତି ଦେବା; ଆଉ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୂଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ବର୍ତ୍ତାଇବା;” ମାତ୍ର ସେମାନେ ଶୁଣିଲେ ନାହିଁ।
Jeremiah 44:4 in Oriya 4 ତଥାପି ଆମ୍ଭେ ଅତି ପ୍ରଭାତରେ ଉଠି ଆମ୍ଭର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇ କହିଲୁ, ‘ଆଃ, ଏହି ଘୃଣାଯୋଗ୍ୟ କାର୍ଯ୍ୟ ତୁମ୍ଭେମାନେ କର ନାହିଁ, ଆମ୍ଭେ ତାହା ଘୃଣା କରୁ।'
Zechariah 7:11 in Oriya 11 ମାତ୍ର ସେମାନେ ଶୁଣିବାକୁ ଅସମ୍ମତ ହେଲେ ଓ ଶକ୍ତଗ୍ରୀବ ହେଲେ ଓ ଯେପରି ଶୁଣି ନ ପାରିବେ, ଏଥିପାଇଁ ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ।
Acts 7:51 in Oriya 51 ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି।
Hebrews 12:25 in Oriya 25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ ନ କର, କାରଣ ଯେ ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ଯେ ରକ୍ଷା ପାଇବା ନାହିଁ, ଏହା କେତେ ଅଧିକ ସୁନିଶ୍ଚିତ !