Jeremiah 2:2 in Oriya 2 “ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍ଗମନ କଲ, ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ।
Other Translations King James Version (KJV) Go and cry in the ears of Jerusalem, saying, Thus saith the LORD; I remember thee, the kindness of thy youth, the love of thine espousals, when thou wentest after me in the wilderness, in a land that was not sown.
American Standard Version (ASV) Go, and cry in the ears of Jerusalem, saying, Thus saith Jehovah, I remember for thee the kindness of thy youth, the love of thine espousals; how thou wentest after me in the wilderness, in a land that was not sown.
Bible in Basic English (BBE) Go and say in the ears of Jerusalem, The Lord says, I still keep the memory of your kind heart when you were young, and your love when you became my bride; how you went after me in the waste of sand, in an unplanted land.
Darby English Bible (DBY) Go and cry in the ears of Jerusalem, saying, Thus saith Jehovah: I remember for thee the kindness of thy youth, the love of thine espousals, when thou wentest after me in the wilderness, in a land not sown.
World English Bible (WEB) Go, and cry in the ears of Jerusalem, saying, Thus says Yahweh, I remember for you the kindness of your youth, the love of your weddings; how you went after me in the wilderness, in a land that was not sown.
Young's Literal Translation (YLT) `Go, and thou hast called in the ears of Jerusalem, saying, Thus said Jehovah: I have remembered for thee The kindness of thy youth, the love of thine espousals, Thy going after Me in a wilderness, in a land not sown.
Cross Reference Exodus 14:31 in Oriya 31 ସଦାପ୍ରଭୁ ମିସ୍ରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ୍ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ; ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ୱାସ କଲେ।
Exodus 16:8 in Oriya 8 ଆହୁରି ମୋଶା କହିଲେ, “ସଦାପ୍ରଭୁ ସନ୍ଧ୍ୟା କାଳରେ ଭୋଜନ ନିମନ୍ତେ ତୁମ୍ଭମାନଙ୍କୁ ମାଂସ ଦେବେ ଓ ପ୍ରାତଃ କାଳରେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଦେବେ; କାରଣ ସଦାପ୍ରଭୁଙ୍କ ବିରୁଦ୍ଧରେ କରିଥିବା ତୁମ୍ଭମାନଙ୍କର ବଚସା ସେ ଶୁଣନ୍ତି। ଆମ୍ଭେମାନେ କିଏ ? ତୁମ୍ଭମାନଙ୍କର ବଚସା ଆମ୍ଭମାନଙ୍କ ବିରୁଦ୍ଧରେ ନୁହେଁ ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ହୁଏ।”
Exodus 24:3 in Oriya 3 ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଓ ନିୟମ ବିଷୟ ଲୋକମାନଙ୍କୁ କହନ୍ତେ, ସମସ୍ତେ ଏକ ସ୍ୱରରେ ଉତ୍ତର କଲେ, “ସଦାପ୍ରଭୁ ଯେଉଁ ସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା।”
Deuteronomy 2:7 in Oriya 7 କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଯିବାର ଜାଣିଅଛନ୍ତି; ଏହି ଚାଳିଶ ବର୍ଷସାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ।'”
Deuteronomy 8:2 in Oriya 2 ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ, ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର।
Deuteronomy 8:15 in Oriya 15 ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ୱାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ;
Nehemiah 9:12 in Oriya 12 ଆହୁରି, ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ।
Proverbs 1:20 in Oriya 20 ଜ୍ଞାନ ରାସ୍ତାରେ ଉଚ୍ଚସ୍ୱରରେ ଡାକେ; ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ;
Proverbs 8:1 in Oriya 1 ଜ୍ଞାନ କ'ଣ ଡାକେ ନାହିଁ ? ବୁଦ୍ଧି କ'ଣ ଉଚ୍ଚସ୍ୱର କରେ ନାହିଁ ?
Song of Solomon 3:11 in Oriya 11 ହେ ସିୟୋନର କନ୍ୟାଗଣ, ତୁମ୍ଭେମାନେ ବାହାରେ ଯାଇ ମୁକୁଟଭୂଷିତ ଶଲୋମନ ରାଜାଙ୍କୁ ଦେଖ, ତାଙ୍କ ବିବାହ ଦିନରେ ଓ ତାଙ୍କ ମନର ଆନନ୍ଦ ଦିନରେ ତାଙ୍କ ମାତା ତାଙ୍କୁ ସେହି ମୁକୁଟ ପିନ୍ଧାଇଅଛନ୍ତି।
Isaiah 58:1 in Oriya 1 ମୁକ୍ତ କଣ୍ଠରେ ଘୋଷଣା କର, ସ୍ୱର ଊଣା କର ନାହିଁ, ତୂରୀ ପରି ଆପଣା ରବ ଉଠାଅ, ଆମ୍ଭ ଲୋକମାନଙ୍କୁ ସେମାନଙ୍କ ଅଧର୍ମ ଓ ଯାକୁବ ବଂଶକୁ ସେମାନଙ୍କ ପାପସବୁ ଜଣାଅ।
Isaiah 63:7 in Oriya 7 ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେଉଁ ସବୁ ଉପକାର କରିଅଛନ୍ତି, ପୁଣି ଆପଣାର ନାନାବିଧ ଦୟା ଓ ପ୍ରଚୁର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ-ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା କୀର୍ତ୍ତନ କରିବା।
Jeremiah 2:6 in Oriya 6 ଅଥବା ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି, ଏହା ସେମାନେ କହିଲେ ନାହିଁ।
Jeremiah 7:2 in Oriya 2 ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରରେ ଠିଆ ହୋଇ ସେଠାରେ ଏହି କଥା ପ୍ରଚାର କରି କୁହ, “ହେ ଯିହୁଦାର ଲୋକ ସମସ୍ତେ, ସଦାପ୍ରଭୁଙ୍କର ଭଜନା କରିବା ନିମନ୍ତେ ଏହିସବୁ ଦ୍ୱାରରେ ପ୍ରବେଶ କରିଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
Jeremiah 11:6 in Oriya 6 ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୂଶାଲମର ସବୁ ସଡ଼କରେ ଏହିସବୁ କଥା ପ୍ରଚାର କରି କୁହ, ‘ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ତାହା ପାଳନ କର।
Jeremiah 19:2 in Oriya 2 ହାର୍ଶିତ୍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;
Ezekiel 16:8 in Oriya 8 ପୁଣି, ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ, ତୁମ୍ଭର ସେ ସମୟ ତ ପ୍ରେମର ସମୟ; ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲଙ୍ଗତା ଆଚ୍ଛାଦନ କଲୁ; ହଁ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ।”
Ezekiel 16:22 in Oriya 22 ପୁଣି, ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ ଓ ବ୍ୟଭିଚାର କ୍ରିୟା କରିବା ବେଳେ ଆପଣା ଯୌବନାବସ୍ଥାର ସମୟ, ଅର୍ଥାତ୍, ଯେଉଁ ସମୟରେ ତୁମ୍ଭେ ବିବସନା, ଉଲଙ୍ଗିନୀ ଥିଲ ଓ ନିଜ ରକ୍ତରେ ଛଟପଟ ହେଉଥିଲ, ସେହି ସମୟକୁ ସ୍ମରଣ କରି ନାହଁ।
Ezekiel 16:60 in Oriya 60 ତଥାପି ତୁମ୍ଭ ଯୌବନାବସ୍ଥାରେ ତୁମ୍ଭ ସହିତ ଆମ୍ଭ କୃତ ନିୟମ ଆମ୍ଭେ ସ୍ମରଣ କରିବା ଓ ତୁମ୍ଭ ପକ୍ଷରେ ଆମ୍ଭେ ଅନନ୍ତକାଳସ୍ଥାୟୀ ଏକ ନିୟମ ସ୍ଥାପନ କରିବା।
Ezekiel 23:3 in Oriya 3 ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଚିପିଲେ।
Ezekiel 23:8 in Oriya 8 ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଚିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ।
Ezekiel 23:19 in Oriya 19 ତଥାପି ସେ ଆପଣା ଯୌବନ କାଳରେ ମିସର ଦେଶରେ ଯେଉଁ ବେଶ୍ୟା କର୍ମ କରିଥିଲା, ତାହା ସ୍ମରଣ କରି ଆପଣାର ବେଶ୍ୟା କ୍ରିୟା ବଢ଼ାଇଲା।
Hosea 2:15 in Oriya 15 ପୁଣି, ସେହି ସ୍ଥାନରୁ ଆମ୍ଭେ ତାହାକୁ ତାହାର ଦ୍ରାକ୍ଷାକ୍ଷେତ୍ର ଓ ଭରସାରୂପ ଦ୍ୱାର ନିମନ୍ତେ ଆଖୋର ଉପତ୍ୟକା ଦେବା; ପୁଣି, ସେ ଯେପରି ଆପଣା ଯୌବନ କାଳରେ ଓ ମିସର ଦେଶରୁ ଆସିବା ଦିନରେ ଉତ୍ତର କରିଥିଲା, ସେପରି ସେହି ସ୍ଥାନରେ ଉତ୍ତର କରିବ।”
Hosea 8:1 in Oriya 1 “ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ଶତ୍ରୁ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥା ବିରୁଦ୍ଧରେ ଅପରାଧ କରିଅଛନ୍ତି।
Jonah 1:2 in Oriya 2 “ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।”
Matthew 11:15 in Oriya 15 ଯାହାର କାନ ଅଛି, ସେ ଶୁଣୁ।
Luke 12:13 in Oriya 13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋ'ର ଭାଇକୁ ମୋ' ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ।