Isaiah 59:12 in Oriya 12 କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି; ଯେହେତୁ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ଅପରାଧସବୁ ଆମ୍ଭେମାନେ ତ ଜାଣୁ;
Other Translations King James Version (KJV) For our transgressions are multiplied before thee, and our sins testify against us: for our transgressions are with us; and as for our iniquities, we know them;
American Standard Version (ASV) For our transgressions are multiplied before thee, and our sins testify against us; for our transgressions are with us, and as for our iniquities, we know them:
Bible in Basic English (BBE) For our evil doings are increased before you, and our sins give witness against us: for our evil doings are with us, and we have knowledge of our sins:
Darby English Bible (DBY) For our transgressions are multiplied before thee, and our sins testify against us; for our transgressions are with us; and our iniquities, we know them:
World English Bible (WEB) For our transgressions are multiplied before you, and our sins testify against us; for our transgressions are with us, and as for our iniquities, we know them:
Young's Literal Translation (YLT) For our transgressions have been multiplied before Thee, And our sins have testified against us, For our transgressions `are' with us, And our iniquities -- we have known them.
Cross Reference Ezra 9:6 in Oriya 6 “ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି, ହେ ମୋହର ପରମେଶ୍ୱର, ମୁଁ ତୁମ୍ଭ ଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି; କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଉର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି।
Ezra 9:13 in Oriya 13 ଏଣୁ ହେ ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କ ଦୁଷ୍କର୍ମ ଓ ମହାଦୋଷ ସକାଶୁ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଲେ ହେଁ ତୁମ୍ଭେ ଯେ ଆମ୍ଭମାନଙ୍କ ଅପରାଧର ଉଚିତ୍ ଦଣ୍ଡରୁ ଊଣା ଦଣ୍ଡ ଆମ୍ଭମାନଙ୍କୁ ଦେଇଅଛ ଓ ଆମ୍ଭମାନଙ୍କର ଏପରି ଅବଶିଷ୍ଟ ଲୋକ ରଖିଅଛ,
Nehemiah 9:33 in Oriya 33 ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ; କାରଣ ତୁମ୍ଭେ ସତ୍ୟରେ ବ୍ୟବହାର କରିଅଛ, ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
Isaiah 1:4 in Oriya 4 ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ ! ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି।
Isaiah 3:9 in Oriya 9 ସେମାନଙ୍କ ମୁଖର ଆକାର ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦିଏ; ପୁଣି, ସେମାନେ ସଦୋମର ନ୍ୟାୟ ଆପଣାମାନଙ୍କ ପାପ ପ୍ରକାଶ କରି ଗୋପନ କରନ୍ତି ନାହିଁ। ସେମାନଙ୍କ ପ୍ରାଣର ସନ୍ତାପ ହେବ ! କାରଣ ସେମାନେ ଆପଣାମାନଙ୍କର ଅନିଷ୍ଟ ଆପେ କରିଅଛନ୍ତି।
Jeremiah 3:2 in Oriya 2 ଚକ୍ଷୁ ଟେକି ବୃକ୍ଷଶୂନ୍ୟ ଟିକର ସ୍ଥାନ ସବୁ ଦେଖ; ତୁମ୍ଭେ କେଉଁଠାରେ ବ୍ୟଭିଚାର କରି ନାହଁ ? ଯେପରି ଆରବୀୟ ଲୋକ ପ୍ରାନ୍ତରରେ ବସେ, ସେପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ; ଆଉ, ତୁମ୍ଭେ ଆପଣା ବ୍ୟଭିଚାର ଓ ଦୁଷ୍ଟକ୍ରିୟା ଦ୍ୱାରା ଦେଶ ଅଶୁଚି କରିଅଛ।
Jeremiah 5:3 in Oriya 3 ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କ'ଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ ? ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ; ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି; ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି; ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି।
Jeremiah 5:25 in Oriya 25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅନ୍ୟଥା କରିଅଛି ଓ ତୁମ୍ଭମାନଙ୍କର ପାପ ତୁମ୍ଭମାନଙ୍କର ମଙ୍ଗଳ ନିବାରଣ କରିଅଛି।
Jeremiah 7:8 in Oriya 8 ଦେଖ, ଯଦ୍ଦ୍ୱାରା ଉପକାର ହୋଇ ନ ପାରେ, ଏପରି ମିଥ୍ୟା କଥାରେ ତୁମ୍ଭେମାନେ ବିଶ୍ୱାସ କରୁଅଛ।
Jeremiah 14:7 in Oriya 7 ହେ ସଦାପ୍ରଭୁ, ଯଦ୍ୟପି ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦିଏ, ତଥାପି ତୁମ୍ଭେ ଆପଣା ନାମ ସକାଶୁ କାର୍ଯ୍ୟ କର; କାରଣ ଆମ୍ଭମାନଙ୍କର ବିପଥଗମନ ଅପାର; ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
Ezekiel 5:6 in Oriya 6 ଆଉ, ସେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶସମୂହର ଅପେକ୍ଷା ଆମ୍ଭ ବିଧିସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛି; କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିରୂପ ପଥରେ ଗମନ କରି ନାହାନ୍ତି !”
Ezekiel 7:23 in Oriya 23 ଶିକୁଳି ପ୍ରସ୍ତୁତ କର; କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ଅଟେ।
Ezekiel 8:8 in Oriya 8 ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି କାନ୍ଥ ଖୋଳ; ତହୁଁ ମୁଁ ସେହି କାନ୍ଥ ଖୋଳନ୍ତେ, ଦେଖ, ଗୋଟିଏ ଦ୍ୱାର ଅଛି।”
Ezekiel 16:51 in Oriya 51 ପୁଣି, ଶମରୀୟା ତୁମ୍ଭ ପାପର ଅର୍ଦ୍ଧେକ ପାପ କରି ନାହିଁ; ମାତ୍ର ତୁମ୍ଭେ ସେମାନଙ୍କ ଅପେକ୍ଷା ଆପଣା ଘୃଣାଯୋଗ୍ୟ କ୍ରିୟା ଅଧିକ ବଢ଼ାଇଅଛ ଓ ଆପଣାର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ ପରି କରିଅଛ।
Ezekiel 22:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ବିଚାର କରିବ ? ତୁମ୍ଭେ କି ଏହି ରକ୍ତମୟୀ ନଗରୀର ବିଚାର କରିବ ? ତେବେ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ତାହାକୁ ଜ୍ଞାତ କରାଅ।”
Ezekiel 22:24 in Oriya 24 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ତାହାକୁ କୁହ, ଯେଉଁ ଦେଶ ପରିଷ୍କୃତ ହୋଇ ନାହିଁ, କିଅବା କ୍ରୋଧର ଦିନରେ ଯହିଁ ଉପରେ ବୃଷ୍ଟି ହୋଇ ନାହିଁ, ତୁମ୍ଭେ ଏପରି ଦେଶ ଅଟ।
Ezekiel 23:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ଦୁଇ ସ୍ତ୍ରୀ ଥିଲେ, ସେମାନେ ଏକ ମାତାର କନ୍ୟା;
Ezekiel 24:6 in Oriya 6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ଡା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର ! ତୁମ୍ଭେ ଖଣ୍ଡ ଖଣ୍ଡ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।
Daniel 9:5 in Oriya 5 ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନର ପଥ ତ୍ୟାଗ କରିଅଛୁ।
Hosea 4:2 in Oriya 2 ଅଭିଶାପ ଦେବା, ବିଶ୍ୱାସଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ସେଠାରେ ଆଉ କିଛି ନାହିଁ; ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ।
Hosea 5:5 in Oriya 5 ପୁଣି, ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ; ଏଥିପାଇଁ ଇସ୍ରାଏଲ ଓ ଇଫ୍ରୟିମ ଆପଣାମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ।
Hosea 7:10 in Oriya 10 ପୁଣି, ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ; ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରି ନାହାନ୍ତି, କିଅବା ଏହିସବୁ ଘଟିଲେ ମଧ୍ୟ ସେମାନେ ତାହାଙ୍କର ଅନ୍ଵେଷଣ କରି ନାହାନ୍ତି।
Matthew 23:32 in Oriya 32 ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର।
Romans 3:19 in Oriya 19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଇଶ୍ବରଙ୍କ ବିଚାରରେ ଦଣ୍ଡନୀୟ ହେବ;
1 Thessalonians 2:15 in Oriya 15 ସେହି ଯିହୂଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡନା କଲେ; ସେମାନେ ଇଶ୍ବରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,