Isaiah 52:11 in Oriya 11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର, ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ, ତୁମ୍ଭେମାନେ ଶୁଚି ହୁଅ।
Other Translations King James Version (KJV) Depart ye, depart ye, go ye out from thence, touch no unclean thing; go ye out of the midst of her; be ye clean, that bear the vessels of the LORD.
American Standard Version (ASV) Depart ye, depart ye, go ye out from thence, touch no unclean thing; go ye out of the midst of her; cleanse yourselves, ye that bear the vessels of Jehovah.
Bible in Basic English (BBE) Away! away! go out from there, touching no unclean thing; go out from among her; be clean, you who take up the vessels of the Lord.
Darby English Bible (DBY) -- Depart, depart, go out from thence, touch not what is unclean; go out of the midst of her, be ye clean, that bear the vessels of Jehovah.
World English Bible (WEB) Depart you, depart you, go you out from there, touch no unclean thing; go you out of the midst of her; cleanse yourselves, you who bear the vessels of Yahweh.
Young's Literal Translation (YLT) Turn aside, turn aside, go out thence, The unclean touch not, go out from her midst, Be ye pure, who are bearing the weapons of Jehovah.
Cross Reference Leviticus 5:2 in Oriya 2 ଅବା ଯଦି କେହି କୌଣସି ଅଶୁଚି ଦ୍ରବ୍ୟ, ଅର୍ଥାତ୍, ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦିର ଶବ, କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ ଓ ସେ ଅଶୁଚି ହୁଏ, ତେବେ ସେ ଦୋଷୀ ହେବ।
Leviticus 10:3 in Oriya 3 ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।” ତହିଁରେ ହାରୋଣ ମୌନ ହେଲେ।
Leviticus 11:26 in Oriya 26 ଯେଉଁସବୁ ପଶୁର ଖୁରା ବିଭକ୍ତ, ମାତ୍ର ପାଦ ଚିରା ନୁହେଁ, କିଅବା ଯେଉଁମାନେ ପାକୁଳି କରନ୍ତି ନାହିଁ, ସେମାନେ ତୁମ୍ଭମାନଙ୍କ ନିକଟରେ ଅଶୁଚି; ଯେକେହି ସେମାନଙ୍କୁ ଛୁଇଁବ, ସେ ଅଶୁଚି ହେବ।
Leviticus 11:45 in Oriya 45 କାରଣ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମୁଁ ସଦାପ୍ରଭୁ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛି; ଏନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ମୁଁ ପବିତ୍ର ଅଟେ।
Leviticus 11:47 in Oriya 47 ପଶୁ, ପକ୍ଷୀ, ଜଳଚର ପ୍ରାଣୀ ଓ ଉରୋଗାମୀ ଭୂଚର ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା।”
Leviticus 15:5 in Oriya 5 ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Leviticus 22:2 in Oriya 2 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଯାହା ପବିତ୍ର କରନ୍ତି, ତଦ୍ଦ୍ୱାରା ଆମ୍ଭର ପବିତ୍ର ନାମକୁ ଅପବିତ୍ର କରିବେ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
Ezra 1:7 in Oriya 7 ଆଉ, ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହାସବୁ ବାହାର କରି ଆଣିଲା।
Ezra 8:25 in Oriya 25 ଆଉ, ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ରସକଳ ଉପହାର ରୂପେ ପ୍ରଦାନ କରିଥିଲେ, ତାହା ସେମାନଙ୍କୁ ତୌଲି ଦେଲି;
Isaiah 1:16 in Oriya 16 ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;
Isaiah 48:20 in Oriya 20 ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍ଦୀୟମାନଙ୍କ ମଧ୍ୟରୁ ପଳାଅ; ତୁମ୍ଭେମାନେ ଗାୟନ ଧ୍ୱନିରେ ପ୍ରଚାର କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ପ୍ରକାଶ କର; ତୁମ୍ଭେମାନେ କୁହ, ସଦାପ୍ରଭୁ ଆପଣା ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”
Jeremiah 50:8 in Oriya 8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗସ୍ୱରୂପ ହୁଅ।
Jeremiah 51:6 in Oriya 6 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରାଣ ରକ୍ଷା କର; ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ; କାରଣ ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଏହି; ସେ ତାହାକୁ ପ୍ରତିଫଳ ଦେବେ।
Jeremiah 51:45 in Oriya 45 ହେ ଆମ୍ଭର ଲୋକେ, ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ ଓ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ଆପଣା ଆପଣାକୁ ରକ୍ଷା କରୁ।
Ezekiel 44:23 in Oriya 23 ପୁଣି, ସେମାନେ ଆମ୍ଭ ଲୋକମାନଙ୍କୁ ପବିତ୍ର ଓ ସାମାନ୍ୟର, ଆଉ, ଅଶୁଚି ଓ ଶୁଚିର ପ୍ରଭେଦ ଶିଖାଇବେ।
Haggai 2:13 in Oriya 13 ସେତେବେଳେ ହାଗୟ କହିଲେ, ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯଦି ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ତାହା ଅଶୁଚି ହେବ।
Zechariah 2:6 in Oriya 6 “ଆହେ, ଆହେ, ଉତ୍ତର ଦେଶରୁ ପଳାଅ,” ଏହା ସଦାପ୍ରଭୁ କହନ୍ତି। “କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ,” ଏହା ସଦାପ୍ରଭୁ କହନ୍ତି।
Acts 10:14 in Oriya 14 କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ।
Acts 10:28 in Oriya 28 ଆଉ ସେ ସେମାନଙ୍କୁ କହିଲେ, ଅନ୍ୟ ଜାତିର କୌଣସି ଲୋକ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୂଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି।
Romans 14:14 in Oriya 14 ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।
2 Corinthians 6:17 in Oriya 17 ଏଣୁ ପ୍ରଭୁ ଏହା କହନ୍ତି, “ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ୍ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା”
Ephesians 5:11 in Oriya 11 ଅନ୍ଧକାରର ନିଷ୍ଫଳ କର୍ମ ସବୁର ସହଭାଗୀ ହୁଅ ନାହିଁ,ବରଂ ସେ ସବୁର ଦୋଷହିଁ ଦେଖାଇଦିଅ;
1 Peter 1:14 in Oriya 14 ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ,
1 Peter 2:5 in Oriya 5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଇଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ।
1 Peter 2:11 in Oriya 11 ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ିକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ।
Revelation 18:4 in Oriya 4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ;