Isaiah 50:2 in Oriya 2 ଆମ୍ଭେ ଯେତେବେଳେ ଆସିଲୁ କାହିଁକି କେହି ଉପସ୍ଥିତ ନ ଥିଲା ? ଆମ୍ଭେ ଯେତେବେଳେ ଡାକିଲୁ କାହିଁକି କେହି ଉତ୍ତର ଦେବାକୁ ନ ଥିଲା ? ଆମ୍ଭର ହସ୍ତ କି କିଛି ଛୋଟ ହୋଇଅଛି ଯେ, ତାହା ମୁକ୍ତ କରି ନ ପାରେ ? କିଅବା ଉଦ୍ଧାର କରିବା ପାଇଁ କି ଆମ୍ଭର ପରାକ୍ରମ ନାହିଁ ? ଦେଖ, ଆମ୍ଭେ ଧମକରେ ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦନଦୀକୁ ପ୍ରାନ୍ତର କରୁ; ସେଠାସ୍ଥିତ ମତ୍ସ୍ୟ ଜଳ ଅଭାବରେ ତୃଷାର୍ତ୍ତ ହୋଇ ମରିଯାଇ ଦୁର୍ଗନ୍ଧ ହୁଏ।
Other Translations King James Version (KJV) Wherefore, when I came, was there no man? when I called, was there none to answer? Is my hand shortened at all, that it cannot redeem? or have I no power to deliver? behold, at my rebuke I dry up the sea, I make the rivers a wilderness: their fish stinketh, because there is no water, and dieth for thirst.
American Standard Version (ASV) Wherefore, when I came, was there no man? when I called, was there none to answer? Is my hand shortened at all, that it cannot redeem? or have I no power to deliver? Behold, at my rebuke I dry up the sea, I make the rivers a wilderness: their fish stink, because there is no water, and die for thirst.
Bible in Basic English (BBE) Why, then, when I came, was there no man? and no one to give answer to my voice? has my hand become feeble, so that it is unable to take up your cause? or have I no power to make you free? See, at my word the sea becomes dry, I make the rivers a waste land: their fish are dead for need of water, and make an evil smell.
Darby English Bible (DBY) Wherefore did I come, and there was no man? I called, and there was none to answer? Is my hand at all shortened that I cannot redeem, or have I no power to deliver? behold, at my rebuke I dry up the sea, I make rivers a wilderness; their fish stink because there is no water, and die for thirst.
World English Bible (WEB) Why, when I came, was there no man? when I called, was there none to answer? Is my hand shortened at all, that it can't redeem? or have I no power to deliver? Behold, at my rebuke I dry up the sea, I make the rivers a wilderness: their fish stink, because there is no water, and die for thirst.
Young's Literal Translation (YLT) Wherefore have I come, and there is no one? I called, and there is none answering, Hath My hand been at all short of redemption? And is there not in me power to deliver? Lo, by My rebuke I dry up a sea, I make rivers a wilderness, Their fish stinketh, for there is no water, And dieth with thirst.
Cross Reference Genesis 18:14 in Oriya 14 ସଦାପ୍ରଭୁଙ୍କ ନିମନ୍ତେ କୌଣସି କର୍ମ କଠିନ ଅଟେ କି ? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ, ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେହି ସମୟରେ ସାରାର (କୋଳରେ) ପୁତ୍ର ଥିବ।
Exodus 7:18 in Oriya 18 ପୁଣି, ନଦୀରେ ଥିବା ମତ୍ସ୍ୟସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ; ତହିଁରେ ମିସ୍ରୀୟ ଲୋକମାନେ ନଦୀର ଜଳ ପାନ କରିବାକୁ ଘୃଣା କରିବେ।
Exodus 7:21 in Oriya 21 ପୁଣି, ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସ୍ରୀୟମାନେ ନଦୀର ଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା।
Exodus 14:21 in Oriya 21 ଏଥିଉତ୍ତାରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ୍ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା।
Exodus 14:29 in Oriya 29 ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।
Numbers 11:23 in Oriya 23 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି ? ତୁମ୍ଭ ପ୍ରତି ଆମ୍ଭର ବାକ୍ୟ ସଫଳ ହେବ କି ନାହିଁ, ତୁମ୍ଭେ ଏବେ ତାହା ଦେଖିବ।”
Joshua 3:16 in Oriya 16 ଉର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ୍ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦା-ଭୂମିର ସମୁଦ୍ର, ଅର୍ଥାତ୍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ।
2 Chronicles 32:15 in Oriya 15 ଏହେତୁ ହିଜକିୟ ତୁମ୍ଭମାନଙ୍କୁ ନ ଭୁଲାଉ, କି ଏରୂପ ନ ମଣାଉ, କିଅବା ତୁମ୍ଭେମାନେ ତାହାକୁ ବିଶ୍ୱାସ କର ନାହିଁ; କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋ' ହସ୍ତରୁ ଓ ମୋ' ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରି ପାରି ନାହିଁ; ତେବେ ତୁମ୍ଭମାନଙ୍କ ପରମେଶ୍ୱର କି ତୁମ୍ଭମାନଙ୍କୁ ମୋ' ହସ୍ତରୁ ଉଦ୍ଧାର କରି ପାରିବେ ?
Psalm 106:9 in Oriya 9 ଆହୁରି, ସେ ସୂଫ ସମୁଦ୍ରକୁ ଧମକାନ୍ତେ, ତାହା ଶୁଷ୍କ ହେଲା; ତହିଁରେ ପ୍ରାନ୍ତର ଦେଇ ଘେନିଗଲା ପରି ସେ ସେମାନଙ୍କୁ ଗଭୀର ଜଳ ଦେଇ ଘେନିଗଲେ।
Psalm 107:33 in Oriya 33 ସେ ନଦନଦୀକୁ ପ୍ରାନ୍ତର ଓ ନିର୍ଝରସକଳକୁ ଶୁଷ୍କ ଭୂମି କରନ୍ତି।
Psalm 114:3 in Oriya 3 ସମୁଦ୍ର ତାହା ଦେଖି ପଳାଇଲା; ଯର୍ଦ୍ଦନ ଉଜାଣି ବହିଲା।
Proverbs 1:24 in Oriya 24 ଯେହେତୁ ମୁଁ ଡାକିଲି, ପୁଣି, ତୁମ୍ଭେମାନେ ମନା କଲ; ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ;
Isaiah 19:5 in Oriya 5 ପୁଣି, ସମୁଦ୍ର ଜଳଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ।
Isaiah 36:20 in Oriya 20 ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତାମାନେ ମୋ' ହସ୍ତରୁ ଆପଣାମାନଙ୍କର ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମୋ' ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ ?
Isaiah 41:28 in Oriya 28 ଆମ୍ଭେ ଅନାଇଲା ବେଳେ କେହି ନାହିଁ; ଆମ୍ଭେ ପଚାରିଲା ବେଳେ ଯେ ପଦେ ଉତ୍ତର ଦେଇ ପାରେ, ସେମାନଙ୍କ ମଧ୍ୟରେ ଏପରି ମନ୍ତ୍ରଣାଦାତା ସୁଦ୍ଧା କେହି ନାହିଁ।
Isaiah 42:15 in Oriya 15 ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦନଦୀକୁ ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା।
Isaiah 43:16 in Oriya 16 ଯେ ସମୁଦ୍ରରେ ପଥ ଓ ମହାଜଳରାଶିରେ ମାର୍ଗ କରନ୍ତି;
Isaiah 51:10 in Oriya 10 ଯେ ସମୁଦ୍ରକୁ, ମହାବାରିଧିର ଜଳସମୂହକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ନିମନ୍ତେ ସମୁଦ୍ରର ଗଭୀର ସ୍ଥାନକୁ ପଥ କଲେ, ସେ କି ତୁମ୍ଭେ ନୁହଁ ?
Isaiah 59:1 in Oriya 1 ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇ ଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ, କିଅବା ତାହାଙ୍କର କର୍ଣ୍ଣ ଭାରୀ ହୋଇ ନାହିଁ, ଯେ ତାହା ଶୁଣି ନ ପାରେ।
Isaiah 59:16 in Oriya 16 ଆହୁରି, ସେ ଦେଖିଲେ ଯେ, କୌଣସି ପୁରୁଷ ବର୍ତ୍ତମାନ ନାହିଁ, ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ; ଏହେତୁ ତାହାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାହାଙ୍କର ଧାର୍ମିକତା ହିଁ ତାହାଙ୍କୁ ଧରି ରଖିଲା।
Isaiah 63:13 in Oriya 13 ଯେ ପ୍ରାନ୍ତରରେ ଗମନ କରିବା ଅଶ୍ୱ ତୁଲ୍ୟ ଗଭୀର ସାଗର ମଧ୍ୟରେ ସେମାନଙ୍କୁ ଗମନ କରାଇଲେ ଓ ସେମାନେ ଝୁଣ୍ଟିଲେ ନାହିଁ, ସେ କାହାନ୍ତି ?
Isaiah 65:12 in Oriya 12 ତୁମ୍ଭମାନଙ୍କୁ ଆମ୍ଭେ ଖଡ଼୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।”
Isaiah 66:4 in Oriya 4 ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।”
Jeremiah 5:1 in Oriya 1 ତୁମ୍ଭେମାନେ ଯିରୂଶାଲମର ସବୁ ସଡ଼କରେ ଏଣେତେଣେ ଧାଇଁ ଦେଖ ଓ ବୁଝ, ଆଉ ତହିଁର ଛକସ୍ଥାନ ସବୁରେ ଖୋଜ, ଯଦି ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇ ପାର, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।
Jeremiah 7:13 in Oriya 13 ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଏହିସବୁ କର୍ମ କରିଅଛ ଓ ଆମ୍ଭେ ପ୍ରତ୍ୟୁଷରେ ଉଠି କଥା କହିଲେ ହେଁ ତୁମ୍ଭେମାନେ ଶୁଣିଲ ନାହିଁ ଓ ଆମ୍ଭେ ଡାକିଲେ ହେଁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ;
Jeremiah 8:6 in Oriya 6 ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ; ହାୟ ହାୟ, ମୁଁ କ'ଣ କରିଅଛି ! ଏହା କହି କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ; ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ, ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ।
Jeremiah 35:15 in Oriya 15 ମଧ୍ୟ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ପ୍ରଭାତରେ ଉଠି ସେମାନଙ୍କୁ ପଠାଇ ତୁମ୍ଭମାନଙ୍କୁ କହିଅଛୁ, ତୁମ୍ଭେମାନେ ପ୍ରତ୍ୟେକେ ଏବେ ଆପଣା ଆପଣା କୁପଥରୁ ଫେର, ଆପଣମାନଙ୍କର ଆଚରଣ ସୁଧରାଅ ଓ ଅନ୍ୟ ଦେବଗଣର ସେବା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗାମୀ ହୁଅ ନାହିଁ, ତହିଁରେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଦେଶରେ ତୁମ୍ଭେମାନେ ବାସ କରିବ; ମାତ୍ର ତୁମ୍ଭେମାନେ କର୍ଣ୍ଣପାତ କରି ନାହଁ, କିଅବା ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ।
Daniel 3:15 in Oriya 15 ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ, ତୁମ୍ଭେମାନେ ଯଦି ମୋ' ନିର୍ମିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ, ତେବେ ଭଲ; ମାତ୍ର ଯଦି ତୁମ୍ଭେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମ୍ଭେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ; ଆଉ, ଏପରି କେଉଁ ଦେବତା ଅଛି ଯେ ତୁମ୍ଭମାନଙ୍କୁ ମୋ' ହସ୍ତରୁ ଉଦ୍ଧାର କରିବ ?
Daniel 3:29 in Oriya 29 ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟା ଯିବେ ଓ ସେମାନଙ୍କର ଗୃହ ଖତ-ରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ।
Daniel 6:20 in Oriya 20 ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି ?
Daniel 6:27 in Oriya 27 ସେ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି, ପୁଣି ସେ ସ୍ୱର୍ଗରେ ଓ ପୃଥିବୀରେ ଚିହ୍ନ ଓ ଅଦ୍ଭୁତ କ୍ରିୟା ସାଧନ କରନ୍ତି; ସେ ଦାନିୟେଲଙ୍କୁ ସିଂହମାନଙ୍କ ବଳରୁ ଉଦ୍ଧାର କରିଅଛନ୍ତି।”
Hosea 11:2 in Oriya 2 ମାତ୍ର ଯେତେ ସେମାନଙ୍କୁ ଡାକିଲେ, ସେତେ ସେମାନେ ସେମାନଙ୍କଠାରୁ ଦୂରକୁ ଗଲେ; ସେମାନେ ବାଲ୍ଦେବଗଣ ଉଦ୍ଦେଶ୍ୟରେ ବଳିଦାନ କଲେ ଓ ଖୋଦିତ ପ୍ରତିମାଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।
Hosea 11:7 in Oriya 7 ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି; ଲୋକମାନେ ଊର୍ଦ୍ଧ୍ୱସ୍ଥଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ମଧ୍ୟ କେହି ତାହାଙ୍କର ପ୍ରଶଂସା କରେ ନାହିଁ।
Nahum 1:4 in Oriya 4 ସେ ସମୁଦ୍ରକୁ ଧମକାଇ ଶୁଷ୍କ କରନ୍ତି ଓ ନଦନଦୀସକଳ ନିର୍ଜଳ କରନ୍ତି; ବାଶନ୍ ଓ କର୍ମିଲ ମ୍ଳାନ ହୁଏ ଓ ଲିବାନୋନର ପୁଷ୍ପ ମ୍ଳାନ ହୁଏ।
Mark 4:39 in Oriya 39 ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍। ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା।
John 1:11 in Oriya 11 ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
John 3:19 in Oriya 19 ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ।