Isaiah 47:1 in Oriya 1 ଆଗୋ ବାବିଲର ଅନୂଢ଼ା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ; ଆଗୋ କଲ୍ଦୀୟର କନ୍ୟେ, ସିଂହାସନ ବିନା, ଭୂମିରେ ବସ; କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନ ହେବ।
Other Translations King James Version (KJV) Come down, and sit in the dust, O virgin daughter of Babylon, sit on the ground: there is no throne, O daughter of the Chaldeans: for thou shalt no more be called tender and delicate.
American Standard Version (ASV) Come down, and sit in the dust, O virgin daughter of Babylon; sit on the ground without a throne, O daughter of the Chaldeans: for thou shalt no more be called tender and delicate.
Bible in Basic English (BBE) Come and take your seat in the dust, O virgin daughter of Babylon; come down from your seat of power, and take your place on the earth, O daughter of the Chaldaeans: for you will never again seem soft and delicate.
Darby English Bible (DBY) Come down and sit in the dust, virgin-daughter of Babylon! Sit on the ground, -- [there is] no throne, O daughter of the Chaldeans; for thou shalt no more be called tender and delicate.
World English Bible (WEB) Come down, and sit in the dust, virgin daughter of Babylon; sit on the ground without a throne, daughter of the Chaldeans: for you shall no more be called tender and delicate.
Young's Literal Translation (YLT) Come down, and sit on the dust, O virgin daughter of Babylon, Sit on the earth, there is no throne, O daughter of the Chaldeans, For no more do they cry to thee, `O tender and delicate one.'
Cross Reference Deuteronomy 28:56 in Oriya 56 ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ନଗରଦ୍ୱାରମାନଙ୍କରେ ତୁମ୍ଭକୁ ଯେଉଁ ବିପଦରେ ପକାଇବ, ସେହି ବିପଦରେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତିନୀ ଯେଉଁ କୋମଳାଙ୍ଗୀ ଓ ସୁକୁମାରୀ ସ୍ତ୍ରୀ ଆପଣା ସୁକୁମାରତା ଓ କୋମଳତା ସକାଶୁ ଆପଣା ତଳିପା ଭୂମିରେ ରଖିବାକୁ ସାହାସ ନାହିଁ, ସେ ଆପଣା ବକ୍ଷସ୍ଥାୟୀ ସ୍ୱାମୀ ପ୍ରତି ଓ ଆପଣା ପୁତ୍ର ପ୍ରତି ଓ ଆପଣା କନ୍ୟା ପ୍ରତି କୁଦୃଷ୍ଟି କରିବ;
Job 2:8 in Oriya 8 ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା।
Job 2:13 in Oriya 13 ତହୁଁ ସେମାନେ ସାତ ଦିନ ଓ ସାତ ରାତ୍ରି ତାହା ସଙ୍ଗେ ଭୂମିରେ ବସିଲେ, କେହି ତାହାକୁ କିଛି କହିଲେ ନାହିଁ; କାରଣ ସେମାନେ ତାହାର ଯାତନା ଅତି ବଡ଼ ବୋଲି ଦେଖିଲେ।
Psalm 18:27 in Oriya 27 କାରଣ ତୁମ୍ଭେ ଦୁଃଖୀଲୋକମାନଙ୍କୁ ତ୍ରାଣ କରିବ; ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ।
Psalm 89:44 in Oriya 44 ତୁମ୍ଭେ ତାହାର ତେଜ ନିବୃତ୍ତ କରିଅଛ ଓ ତାହାର ସିଂହାସନ ଭୂମିକୁ ପକାଇ ଦେଇଅଛ।
Psalm 137:8 in Oriya 8 ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ।
Isaiah 3:26 in Oriya 26 ସିୟୋନର ନଗରଦ୍ୱାରସକଳ ଶୋକ, ବିଳାପ କରିବେ ଓ ସେ ଅକିଞ୍ଚନା ହୋଇ ଭୂମିରେ ବସିବ।
Isaiah 14:13 in Oriya 13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା;
Isaiah 23:12 in Oriya 12 ପୁଣି, ସେ କହିଲେ, “ଆଗୋ ସୀଦୋନର ଉପଦ୍ରୁତେ, ଅନୂଢ଼େ କନ୍ୟେ, ତୁମ୍ଭେ ଆଉ ଉଲ୍ଲାସ କରିବ ନାହିଁ, ଉଠ, ପାର ହୋଇ କିତ୍ତୀମକୁ ଯାଅ; ସେଠାରେ ସୁଦ୍ଧା ତୁମ୍ଭେ କିଛି ବିଶ୍ରାମ ପାଇବ ନାହିଁ।”
Isaiah 26:5 in Oriya 5 ପୁଣି, ସେ ଉର୍ଦ୍ଧ୍ୱସ୍ଥାନ ନିବାସୀମାନଙ୍କୁ, ଉନ୍ନତ ନଗରକୁ ଅବନତ କରିଅଛନ୍ତି; ସେ ତାହା ଅବନତ କରି ଭୂମିସାତ୍ କରନ୍ତି; ସେ ତାହାକୁ ଧୂଳିରେ ମିଶାଇ ଦିଅନ୍ତି।
Isaiah 32:9 in Oriya 9 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋ' ବାକ୍ୟରେ କର୍ଣ୍ଣପାତ କର।
Isaiah 37:22 in Oriya 22 ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି; ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି; ଯିରୂଶାଲମର କନ୍ୟା ତୁମ୍ଭ ଆଡ଼େ ମୁଣ୍ଡ ହଲାଇଅଛି।
Isaiah 47:7 in Oriya 7 ପୁଣି, ତୁମ୍ଭେ କହିଲ, “ଆମ୍ଭେ ସଦାକାଳ କର୍ତ୍ତୃତ୍ୱକାରିଣୀ ହୋଇ ରହିବା; ଏହେତୁ ତୁମ୍ଭେ ଏହି ସବୁ ବିଷୟରେ ମନୋଯୋଗ କଲ ନାହିଁ, କିଅବା ତହିଁର ଶେଷ ଫଳ ସ୍ମରଣ କଲ ନାହିଁ।”
Isaiah 52:2 in Oriya 2 ତୁମ୍ଭେ ଆପଣା ଦେହର ଧୂଳି ଝାଡ଼ି ଦିଅ; ହେ ଯିରୂଶାଲମ, ଉଠ, ଆସନରେ ବସ; ଆଗୋ ସିୟୋନର ବନ୍ଦୀ କନ୍ୟେ, ଆପଣା ଗଳାର ବନ୍ଧନସବୁ ଫିଟାଇ ପକାଅ।
Jeremiah 13:18 in Oriya 18 ତୁମ୍ଭେ ରାଜାକୁ ଓ ରାଜମାତାକୁ କୁହ, ତୁମ୍ଭେମାନେ ଆପଣାମାନଙ୍କୁ ନମ୍ର କରି ବସ; କାରଣ ତୁମ୍ଭମାନଙ୍କର ମସ୍ତକାଭରଣ, ଅର୍ଥାତ୍, ଗୌରବ ମୁକୁଟ ତଳେ ପଡ଼ିଅଛି।
Jeremiah 46:11 in Oriya 11 ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠି ଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
Jeremiah 48:18 in Oriya 18 ହେ ଦୀବୋନ ନିବାସିନୀ କନ୍ୟେ, ତୁମ୍ଭେ ଆପଣା ଐଶ୍ୱର୍ଯ୍ୟରୁ ଓହ୍ଳାଇ ଆସି ତୃଷାରେ ବସ; କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି, ସେ ତୁମ୍ଭର ଦୃଢ଼ ଦୁର୍ଗ ସବୁ ନଷ୍ଟ କରିଅଛି।
Jeremiah 50:42 in Oriya 42 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।
Jeremiah 51:33 in Oriya 33 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ବାବିଲର କନ୍ୟା ଶସ୍ୟମର୍ଦ୍ଦନ ସମୟର ଖଳା ସ୍ୱରୂପ; ଆଉ, ଅଳ୍ପ କାଳ ମଧ୍ୟରେ ତାହା ପାଇଁ ଶସ୍ୟଚ୍ଛେଦନର ସମୟ ଉପସ୍ଥିତ ହେବ।
Lamentations 2:10 in Oriya 10 ସିୟୋନ କନ୍ୟାର ପ୍ରାଚୀନଗଣ ଭୂମିରେ ବସୁଅଛନ୍ତି, ସେମାନେ ନୀରବ ହୋଇ ରହିଅଛନ୍ତି; ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇଅଛନ୍ତି; ସେମାନେ କଟିଦେଶରେ ଝୋଟର କନା ବାନ୍ଧିଅଛନ୍ତି; ଯିରୂଶାଲମର କୁମାରୀଗଣ ଭୂମିକୁ ଆପଣା ଆପଣା ମସ୍ତକ ଅବନତ କରିଅଛନ୍ତି।
Lamentations 2:21 in Oriya 21 ଯୁବକ ଓ ବୃଦ୍ଧ ଲୋକ ବାଟର ଭୂମିରେ ପଡ଼ିଅଛନ୍ତି; ଆମ୍ଭର କୁମାରୀ ଓ ଯୁବକଗଣ ଖଡ଼୍ଗରେ ହତ ହୋଇ ପଡ଼ିଅଛନ୍ତି; ତୁମ୍ଭେ ସେମାନଙ୍କୁ ଆପଣା କ୍ରୋଧର ଦିନରେ ବଧ କରିଅଛ; ତୁମ୍ଭେ ଦୟା ନ କରି ହତ୍ୟା କରିଅଛ।
Lamentations 4:5 in Oriya 5 ଯେଉଁମାନେ ସୁଖାଦ୍ୟ ଭୋଜନ କଲେ, ସେମାନେ ଦାଣ୍ଡରେ ଅନାଥ ହୋଇଅଛନ୍ତି; ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହେଲେ, ସେମାନେ ଖତରାଶି ଅବଲମ୍ବନ କରନ୍ତି।
Ezekiel 26:16 in Oriya 16 ସେତେବେଳେ ସମୁଦ୍ରର ଅଧିପତିସକଳ ଆପଣା ଆପଣା ସିଂହାସନରୁ ଓହ୍ଲାଇବେ ଓ ଆପଣା ଆପଣା ଚୋଗା ତ୍ୟାଗ କରି ଶିଳ୍ପକର୍ମର ବସ୍ତ୍ର ଫିଟାଇ ପକାଇବେ; ସେମାନେ ତ୍ରାସରୂପ ବସ୍ତ୍ର ପରିଧାନ କରିବେ; ସେମାନେ ଭୂମିରେ ବସିବେ ଓ ଅନୁକ୍ଷଣ ତ୍ରାସଯୁକ୍ତ ହେବେ ଓ ତୁମ୍ଭ ବିଷୟରେ ବିସ୍ମିତ ହେବେ।
Ezekiel 28:17 in Oriya 17 ତୁମ୍ଭର ସୌନ୍ଦର୍ଯ୍ୟ ସକାଶୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ ଆପଣାର ଶୋଭା ସକାଶୁ ନିଜ ଜ୍ଞାନ ଭ୍ରଷ୍ଟ କରିଅଛ; ଆମ୍ଭେ ତୁମ୍ଭକୁ ଭୂମିରେ ନିକ୍ଷେପ କରିଅଛୁ, ରାଜାମାନେ ଯେପରି ତୁମ୍ଭକୁ ଦେଖିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସମ୍ମୁଖରେ ତୁମ୍ଭକୁ ରଖିଅଛୁ।
Obadiah 1:3 in Oriya 3 ହେ ଶୈଳ-କନ୍ଦରରେ ବାସକାରୀ, ହେ ଉଚ୍ଚସ୍ଥାନ ନିବାସୀ, ତୁମ୍ଭ ଅନ୍ତଃକରଣର ଅହଂକାର ତୁମ୍ଭକୁ ବଞ୍ଚନା କରିଅଛି; ତୁମ୍ଭେ ଆପଣା ମନେ ମନେ କହୁଅଛ, ଆମ୍ଭକୁ ଭୂମିକୁ ଓହ୍ଳାଇ ଆଣିବ କିଏ ?
Jonah 3:6 in Oriya 6 ଏଥିଉତ୍ତାରେ ଏହି ସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ପାଉଁଶରେ ବସିଲେ।
Haggai 2:22 in Oriya 22 ଆମ୍ଭେ ରାଜ୍ୟସମୂହର ସିଂହାସନ ଓଲଟାଇ ପକାଇବା ଓ ଗୋଷ୍ଠୀଗଣର ସକଳ ରାଜ୍ୟର ପରାକ୍ରମ ବିନଷ୍ଟ କରିବା; ଆଉ, ଆମ୍ଭେ ରଥ ଓ ରଥାରୋହୀମାନଙ୍କୁ ଓଲଟାଇ ପକାଇବା; ପୁଣି ଅଶ୍ୱ ଓ ଅଶ୍ୱାରୋହୀମାନେ ଆପଣା ଭ୍ରାତାର ଖଡ଼୍ଗ ଦ୍ୱାରା ପତିତ ହେବେ।
Zechariah 2:7 in Oriya 7 ହେ ବାବିଲର କନ୍ୟା ସହିତ ବାସକାରିଣୀ ସିୟୋନ, ତୁମ୍ଭେ ରକ୍ଷାର୍ଥେ ପଳାଅ।”
Revelation 18:7 in Oriya 7 ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି,ତାହାକୁ ସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ।