Isaiah 44:2 in Oriya 2 ଯେ ତୁମ୍ଭକୁ ନିର୍ମାଣ କଲେ ଓ ଗର୍ଭରୁ ତୁମ୍ଭକୁ ଗଢ଼ିଲେ, ଯେ ତୁମ୍ଭର ସାହାଯ୍ୟ କରିବେ, ସେହି ସଦାପ୍ରଭୁ ଏହି କଥା କହନ୍ତି; “ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଯିଶୁରୂଣ, ଭୟ କର ନାହିଁ।
Other Translations King James Version (KJV) Thus saith the LORD that made thee, and formed thee from the womb, which will help thee; Fear not, O Jacob, my servant; and thou, Jesurun, whom I have chosen.
American Standard Version (ASV) Thus saith Jehovah that made thee, and formed thee from the womb, who will help thee: Fear not, O Jacob my servant; and thou, Jeshurun, whom I have chosen.
Bible in Basic English (BBE) The Lord who made you, forming you in your mother's body, the Lord, your helper, says, Have no fear, O Jacob my servant, and you, Jeshurun, whom I have taken for myself.
Darby English Bible (DBY) thus saith Jehovah, that made thee, and formed thee from the womb, who helpeth thee, Fear not, Jacob, my servant, and thou, Jeshurun, whom I have chosen.
World English Bible (WEB) Thus says Yahweh who made you, and formed you from the womb, who will help you: Don't be afraid, Jacob my servant; and you, Jeshurun, whom I have chosen.
Young's Literal Translation (YLT) Thus said Jehovah, thy Maker, and thy Former, From the womb He doth help thee; Fear not, my servant Jacob, And Jeshurun, whom I have fixed on.
Cross Reference Deuteronomy 32:15 in Oriya 15 ମାତ୍ର ଯିଶୁରୁଣ ଚର୍ବିରେ ଫୁଲି ପଦାଘାତ କଲା; ତୁମ୍ଭେ ଚର୍ବିରେ ଫୁଲିଅଛ, ତୁମ୍ଭେ ମୋଟା ହୋଇଅଛ, ତୁମ୍ଭେ ଚିକ୍କଣ ହୋଇଅଛ; ତହୁଁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ପୁଣି ଆପଣା ତ୍ରାଣ ରୂପ ଶୈଳଙ୍କୁ ଲଘୁ ଜ୍ଞାନ କଲା।
Deuteronomy 33:5 in Oriya 5 ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ ସେ ଯିଶୁରୁଣରେ ରାଜା ଥିଲେ।
Psalm 46:5 in Oriya 5 ପରମେଶ୍ୱର ତହିଁର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ ନାହିଁ। ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ।
Psalm 71:6 in Oriya 6 ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି; ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ; ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ।
Isaiah 41:10 in Oriya 10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
Isaiah 41:14 in Oriya 14 ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା” ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
Isaiah 43:1 in Oriya 1 ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି; ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ; ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର।
Isaiah 43:5 in Oriya 5 ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ଆମ୍ଭେ ପୂର୍ବ ଦିଗରୁ ତୁମ୍ଭ ବଂଶକୁ ଆଣିବା ଓ ପଶ୍ଚିମ ଦିଗରୁ ତୁମ୍ଭକୁ ସଂଗ୍ରହ କରିବା;
Isaiah 43:7 in Oriya 7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।
Isaiah 43:21 in Oriya 21 ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ।
Isaiah 44:21 in Oriya 21 ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେ ଏହିସବୁ କଥା ସ୍ମରଣ କର, କାରଣ ତୁମ୍ଭେ ଆମ୍ଭର ଦାସ; ଆମ୍ଭେ ତୁମ୍ଭକୁ ଗଢ଼ିଅଛୁ; ତୁମ୍ଭେ ଆମ୍ଭର ଦାସ; ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ଦ୍ୱାରା ବିସ୍ମୃତ ହେବ ନାହିଁ।
Isaiah 44:24 in Oriya 24 ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ, ଗର୍ଭରୁ ଯେ ତୁମ୍ଭକୁ ଗଢ଼ିଲେ, ସେ ଏହା କହନ୍ତି; “ଆମ୍ଭେ ସଦାପ୍ରଭୁ, ଆମ୍ଭେ ସବୁ କାର୍ଯ୍ୟ ସାଧନ କରୁ ଆମ୍ଭେ ଏକାକୀ ଆକାଶମଣ୍ଡଳ ବିସ୍ତାର କରୁ; ଆମ୍ଭେ ପୃଥିବୀକୁ ପ୍ରସାର କରୁ; ଆମ୍ଭର ସଙ୍ଗୀ କିଏ ?
Isaiah 46:3 in Oriya 3 ହେ ଯାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ; ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ୱାରା ବୁହା ଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହା ଯାଇଅଛ;
Isaiah 49:1 in Oriya 1 ହେ ଦ୍ୱୀପସମୂହ, ମୋ' କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି;
Jeremiah 1:5 in Oriya 5 “ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍ବକ୍ତା କରି ନିଯୁକ୍ତ କରିଅଛୁ।”
Ezekiel 16:4 in Oriya 4 ତୁମ୍ଭ ଜନ୍ମର ବିବରଣ ଏହି, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା, କିଅବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା; ତୁମ୍ଭେ ଲବଣରେ ମଖାଯାଇ ନ ଥିଲ, କିଅବା ପଟୀରେ ଗୁଡ଼ା ଯାଇ ନ ଥିଲ।
Ezekiel 20:5 in Oriya 5 ଆଉ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ଦିନ ଇସ୍ରାଏଲକୁ ମନୋନୀତ କଲୁ ଓ ଯାକୁବର କୁଳଜାତ ବଂଶ ସପକ୍ଷରେ ଆପଣା ହସ୍ତ ଉଠାଇଲୁ ଓ ମିସର ଦେଶରେ ସେମାନଙ୍କ ନିକଟରେ ଆପଣାର ପରିଚୟ ଦେଲୁ, ସେମାନଙ୍କ ସପକ୍ଷରେ ଆପଣା ହସ୍ତ ଉଠାଇ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବୋଲି କହିଲୁ;
Luke 12:32 in Oriya 32 ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ସ୍ବର୍ଗସ୍ଥ ପିତାଙ୍କର ମହା ଆନନ୍ଦ।
Romans 8:30 in Oriya 30 ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ।
Ephesians 1:4 in Oriya 4 ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ;
1 Thessalonians 1:4 in Oriya 4 କାରଣ ହେ ଇଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,
Hebrews 4:16 in Oriya 16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ।