Isaiah 40:11 in Oriya 11 ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
Other Translations King James Version (KJV) He shall feed his flock like a shepherd: he shall gather the lambs with his arm, and carry them in his bosom, and shall gently lead those that are with young.
American Standard Version (ASV) He will feed his flock like a shepherd, he will gather the lambs in his arm, and carry them in his bosom, `and' will gently lead those that have their young.
Bible in Basic English (BBE) He will give food to his flock like a keeper of sheep; with his arm he will get it together, and will take up the lambs on his breast, gently guiding those which are with young.
Darby English Bible (DBY) He will feed his flock like a shepherd: he will gather the lambs with his arm, and carry them in his bosom; he will gently lead those that give suck.
World English Bible (WEB) He will feed his flock like a shepherd, he will gather the lambs in his arm, and carry them in his bosom, [and] will gently lead those who have their young.
Young's Literal Translation (YLT) As a shepherd His flock He feedeth, With His arm He gathereth lambs, And in His bosom He carrieth `them': Suckling ones He leadeth.
Cross Reference Genesis 33:13 in Oriya 13 ତହିଁରେ ଯାକୁବ କହିଲା, “ମୋହର ପ୍ରଭୁ ଜାଣନ୍ତି, ଏହି ବାଳକମାନେ କୋମଳ, ଆଉ ଦୁଗ୍ଧବତୀ ମେଷୀ ଓ ଗାଭୀ ମୋ' ସଙ୍ଗରେ ଅଛନ୍ତି; ଦିନେ ଅଧିକ ଚଳାଇଲେ ସବୁ ପଲ ମରିଯିବେ।
Genesis 49:24 in Oriya 24 ମାତ୍ର ତାହାର ଧନ ଦୃଢ଼ ହୋଇ ରହିଲା, ପୁଣି, ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ),
Psalm 23:1 in Oriya 1 ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ।
Psalm 78:71 in Oriya 71 ସେ ଆପଣା ଲୋକ ଯାକୁବକୁ ଓ ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ।
Psalm 80:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍- ଏଦୂତ୍ ସ୍ୱରରେ ଆସଫର ଗୀତ। ହେ ଇସ୍ରାଏଲର ପାଳକ, ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର; କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ।
Isaiah 42:3 in Oriya 3 ସେ ଛେଚାନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ଲିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟ ବିଚାର ଆଣିବେ।
Isaiah 49:9 in Oriya 9 ତୁମ୍ଭେ ବନ୍ଦୀଗଣକୁ ବାହାରି ଯାଅ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
Isaiah 63:11 in Oriya 11 ସେତେବେଳେ ସେ ପୁରାତନ କାଳ, ମୋଶା ଓ ଆପଣା ଲୋକମାନଙ୍କୁ ସ୍ମରଣ କରି କହିଲେ, “ଯେ ଆପଣା ପଲର ରକ୍ଷକମାନଙ୍କ ସହିତ ସେମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ, ସେ କାହାନ୍ତି ? ଯେ ସେମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ରଖିଲେ,
Ezekiel 34:12 in Oriya 12 କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ୱାନୁସନ୍ଧାନ କରେ, ସେହିପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ୱାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେହି ସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା।
Ezekiel 34:16 in Oriya 16 “ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା।
Ezekiel 34:23 in Oriya 23 ଆଉ, ଆମ୍ଭେ ସେମାନଙ୍କ ଉପରେ ଏକ ପାଳକ, ଅର୍ଥାତ୍, ଆମ୍ଭର ଦାସ ଦାଉଦକୁ ନିଯୁକ୍ତ କରିବା, ତହିଁରେ ସେ ସେମାନଙ୍କୁ ଚରାଇବ ଓ ସେ ସେମାନଙ୍କର ପାଳକ ହେବ।
Ezekiel 34:31 in Oriya 31 “ପୁଣି, ଆମ୍ଭର ମେଷ, ଆମ୍ଭର ଚରାଣୀ ସ୍ଥାନର ମେଷ ଯେ ତୁମ୍ଭେମାନେ, ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ezekiel 37:24 in Oriya 24 ପୁଣି, ଆମ୍ଭର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ ଓ ସେହି ସମସ୍ତଙ୍କର ଏକ ପାଳକ ହେବେ; ସେମାନେ ମଧ୍ୟ ଆମ୍ଭର ଶାସନ ପଥରେ ଚାଲିବେ ଓ ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିବେ।
Micah 5:4 in Oriya 4 ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ ଓ ସେମାନେ ସୁସ୍ଥିର ହୋଇ ବାସ କରିବେ; କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ୍ ହେବେ।
Zechariah 11:7 in Oriya 7 ଏଥିରେ ମୁଁ ସେହି ବଧ ନିମନ୍ତେ ଥିବା ପଲକୁ, ଓ ପ୍ରକୃତ ପଲମାନଙ୍କୁ ଚରାଇଲି; ପୁଣି, ମୁଁ ଦୁଇଗୋଟି ଯଷ୍ଟି ନେଇ ଗୋଟିକର ନାମ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲି ଆଉ, ମୁଁ ପଲ ଚରାଇଲି।
John 10:11 in Oriya 11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ।
John 21:15 in Oriya 15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ।
1 Corinthians 3:1 in Oriya 1 ହେ ଭାଇମାନେ, ମୁଁ ଆତ୍ମିକମନା ଲୋକଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହି ପାରିଲି ନାହିଁ, କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ଶିଶୁମାନଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିଲି।
Hebrews 13:20 in Oriya 20 ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ;
1 Peter 2:25 in Oriya 25 କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ।
1 Peter 5:4 in Oriya 4 ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ।
Revelation 7:17 in Oriya 17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।