Isaiah 37:23 in Oriya 23 ତୁମ୍ଭେ କାହାକୁ ଧିକ୍କାର ଓ ନିନ୍ଦା କରିଅଛ ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଉର୍ଦ୍ଧ୍ୱକୁ ଉଠାଇଅଛ ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ତ।
Other Translations King James Version (KJV) Whom hast thou reproached and blasphemed? and against whom hast thou exalted thy voice, and lifted up thine eyes on high? even against the Holy One of Israel.
American Standard Version (ASV) Whom hast thou defied and blasphemed? and against whom hast thou exalted thy voice and lifted up thine eyes on high? `even' against the Holy One of Israel.
Bible in Basic English (BBE) Against whom have you said evil and bitter things? and against whom has your voice been loud and your eyes lifted up? even against the Holy One of Israel.
Darby English Bible (DBY) Whom hast thou reproached and blasphemed? and against whom hast thou exalted the voice? Against the Holy One of Israel hast thou lifted up thine eyes on high.
World English Bible (WEB) Whom have you defied and blasphemed? and against whom have you exalted your voice and lifted up your eyes on high? [even] against the Holy One of Israel.
Young's Literal Translation (YLT) Whom hast thou reproached and reviled? And against whom lifted up the voice? Yea, thou dost lift up on high thine eyes Against the Holy One of Israel.
Cross Reference Exodus 5:2 in Oriya 2 ତହିଁରେ ଫାରୋ କହିଲେ, “ସଦାପ୍ରଭୁ କିଏ, ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଯିବାକୁ ଦେବୁ ? ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଯିବାକୁ ଦେବୁ ନାହିଁ।”
Exodus 9:17 in Oriya 17 ତଥାପି ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେଇ ସେମାନଙ୍କ ଉପରେ ଦର୍ପ କରୁଅଛ ?
Exodus 15:11 in Oriya 11 ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ ?
2 Kings 19:4 in Oriya 4 ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ତିରସ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।’”
2 Kings 19:22 in Oriya 22 ତୁମ୍ଭେ କାହାକୁ ତିରସ୍କାର ଓ ନିନ୍ଦା କରିଅଛ ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଉର୍ଦ୍ଧ୍ୱକୁ ଉଠାଇଅଛ ? ଇସ୍ରାଏଲର ପବିତ୍ରଙ୍କ ବିରୁଦ୍ଧରେ !”
2 Chronicles 32:17 in Oriya 17 ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା, ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋ' ହସ୍ତରୁ ଉଦ୍ଧାର କରି ନାହାନ୍ତି, ସେପରି ହିଜକିୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋ' ହସ୍ତରୁ ଉଦ୍ଧାର କରିବେ ନାହିଁ।
Psalm 44:16 in Oriya 16 ସାରାଦିନ ମୋ' ଅପମାନ ମୋ' ସମ୍ମୁଖରେ ଥାଏ ଓ ମୋ' ମୁଖର ଲଜ୍ଜା ମୋତେ ଢାଙ୍କିଅଛି।
Psalm 73:9 in Oriya 9 ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ।
Psalm 74:18 in Oriya 18 ହେ ସଦାପ୍ରଭୁ, ଶତ୍ରୁ ଧିକ୍କାର କରିଅଛି ଓ ମୂଢ଼ ଗୋଷ୍ଠୀୟମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି, ଏହା ସ୍ମରଣ କର।
Psalm 74:23 in Oriya 23 ତୁମ୍ଭ ବିପକ୍ଷଗଣର ରବ ବିସ୍ମୃତ ହୁଅ ନାହିଁ; ତୁମ୍ଭ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କର କଳହ ନିରନ୍ତର ଉଠୁଅଛି।
Proverbs 30:13 in Oriya 13 ଏକ ବଂଶ ଅଛି, ଆଃ, ସେମାନଙ୍କ ଦୃଷ୍ଟି କିପରି ଉଚ୍ଚ ! ସେମାନଙ୍କ ଚକ୍ଷୁର ପତା ଉତ୍ଥିତ ହୋଇଅଛି।
Isaiah 2:11 in Oriya 11 ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
Isaiah 10:13 in Oriya 13 କାରଣ ସେ କହିଅଛି, ମୁଁ ବୁଦ୍ଧିମାନ ହେବାରୁ ଆପଣା ହସ୍ତର ବଳ ଓ ଆପଣା ଜ୍ଞାନ ଦ୍ୱାରା ଏହା କରିଅଛି; ପୁଣି, ମୁଁ ନାନା ଗୋଷ୍ଠୀର ସୀମା ଦୂର କରିଅଛି ଓ ସେମାନଙ୍କର ସଞ୍ଚିତ ଧନ ହରଣ କରିଅଛି, ଆଉ ମୁଁ ବିକ୍ରମଶାଳୀ ଲୋକ ତୁଲ୍ୟ ସିଂହାସନୋପବିଷ୍ଟ ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି;
Isaiah 10:20 in Oriya 20 ପୁଣି, ସେହି ଦିନରେ ଏପରି ଘଟିବ ଯେ, ଇସ୍ରାଏଲର ଅବଶିଷ୍ଟାଂଶ ଓ ଯାକୁବ-ବଂଶର ରକ୍ଷାପ୍ରାପ୍ତ ଲୋକେ ଆପଣାମାନଙ୍କ ପ୍ରହାରକାରୀର ଉପରେ ଆଉ ନିର୍ଭର କରିବେ ନାହିଁ; ମାତ୍ର ସେମାନେ ସତ୍ୟ ଭାବରେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବେ।
Isaiah 12:6 in Oriya 6 ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚ ସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”
Isaiah 14:13 in Oriya 13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା;
Isaiah 17:7 in Oriya 7 ସେହି ଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ଦୃଷ୍ଟି ରଖିବ।
Isaiah 30:11 in Oriya 11 ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ି ଦିଅ, ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।”
Isaiah 37:4 in Oriya 4 ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।”
Isaiah 37:10 in Oriya 10 “ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟକୁ ଏହି କଥା କହିବ, ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସ-ଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।”
Isaiah 41:14 in Oriya 14 ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା” ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
Isaiah 41:16 in Oriya 16 ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇ ଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଦର୍ପ କରିବ।
Isaiah 43:3 in Oriya 3 କାରଣ ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ଇସ୍ରାଏଲର ଧର୍ମସ୍ୱରୂପ, ତୁମ୍ଭର ତ୍ରାଣକର୍ତ୍ତା ଅଟୁ; ଆମ୍ଭେ ତୁମ୍ଭ ମୁକ୍ତିର ମୂଲ୍ୟ ସ୍ୱରୂପେ ମିସର ଓ ତୁମ୍ଭ ପରିବର୍ତ୍ତେ କୂଶ୍ ଓ ଶିବା ଦେଶ ଦେଇଅଛୁ।
Isaiah 43:14 in Oriya 14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା।
Ezekiel 28:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋରର ଅଧିପତିକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି ଓ ତୁମ୍ଭେ କହିଅଛ, “ମୁଁ ଈଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ଈଶ୍ୱରଙ୍କ ଆସନରେ ବସିଅଛି,” ମାତ୍ର ତୁମ୍ଭେ ଆପଣା ଚିତ୍ତକୁ ଈଶ୍ୱରଙ୍କ ଚିତ୍ତ ତୁଲ୍ୟ ବୋଲି ମଣିଲେ ହେଁ ତୁମ୍ଭେ ତ ଈଶ୍ୱର ନୁହଁ, ମନୁଷ୍ୟ ମାତ୍ର ଅଟ।
Ezekiel 28:9 in Oriya 9 ତଥାପି ତୁମ୍ଭେ କି ଆପଣା ବଧକାରୀର ସାକ୍ଷାତରେ କହିବ, “ମୁଁ ଈଶ୍ୱର ?” ମାତ୍ର ତୁମ୍ଭେ ତ ଆପଣା ଆଘାତକାରୀର ହସ୍ତରେ ମନୁଷ୍ୟ ମାତ୍ର ଅଟ, ଈଶ୍ୱର ନୁହଁ।
Ezekiel 39:7 in Oriya 7 ଆଉ, ଆମ୍ଭେ ଆମ୍ଭର ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା ଓ ଆମ୍ଭର ପବିତ୍ର ନାମ ଆଉ ଅପବିତ୍ରୀକୃତ ହେବାକୁ ଦେବା ନାହିଁ, ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପବିତ୍ର ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।
Daniel 5:20 in Oriya 20 ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା,
Daniel 7:25 in Oriya 25 ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ; ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ।
Habakkuk 1:12 in Oriya 12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋର ଧର୍ମସ୍ୱରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ ? ଆମ୍ଭେମାନେ ବିନଷ୍ଟ ନୋହିବା। ହେ ସଦାପ୍ରଭୁ, ତୁମ୍ଭେ ଶାସନାର୍ଥେ ତାହାକୁ ନିରୂପଣ କରିଅଛ, ପୁଣି ହେ ଶୈଳସ୍ୱରୂପ, ତୁମ୍ଭେ ଶାସ୍ତି ନିମନ୍ତେ ତାହାକୁ ସ୍ଥାପନ କରିଅଛ।
2 Thessalonians 2:4 in Oriya 4 ଏ ସେହି ଅଧର୍ମ ପୁରୁଷ ଯେ ପୂଜିତ କିମ୍ବା ଇଶ୍ବରଙ୍କ ବିରୋଧ କରେ ଏବଂ ସମସ୍ତଙ୍କଠାରୁ ନିଜକୁ ଅଧିକ ପ୍ରଶଂସା କରେ, ଏପରିକି ଇଶ୍ବରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ।
Revelation 13:1 in Oriya 1 ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶିଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ୱରନିନ୍ଦାସୂଚକ ବିଭିନ୍ନ ନାମ।