Isaiah 31:1 in Oriya 1 ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଯାଆନ୍ତି ଓ ଅଶ୍ୱଗଣରେ ନିର୍ଭର କରନ୍ତି ଓ ରଥ ଅନେକ ହେବାରୁ, ଆଉ ଅଶ୍ୱାରୋହୀଗଣ ଅତି ବଳବାନ ହେବାରୁ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି; ମାତ୍ର ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ନ ଅନାନ୍ତି, କିଅବା ସଦାପ୍ରଭୁଙ୍କର ଅନ୍ୱେଷଣ ନ କରନ୍ତି, ସେମାନେ ସନ୍ତାପର ପାତ୍ର !
Other Translations King James Version (KJV) Woe to them that go down to Egypt for help; and stay on horses, and trust in chariots, because they are many; and in horsemen, because they are very strong; but they look not unto the Holy One of Israel, neither seek the LORD!
American Standard Version (ASV) Woe to them that go down to Egypt for help, and rely on horses, and trust in chariots because they are many, and in horsemen because they are very strong, but they look not unto the Holy One of Israel, neither seek Jehovah!
Bible in Basic English (BBE) Cursed are those who go down to Egypt for help, and who put their faith in horses; looking to war-carriages for salvation, because of their numbers; and to horsemen, because they are very strong; but they are not looking to the Holy One of Israel, or turning their hearts to the Lord;
Darby English Bible (DBY) Woe to them that go down to Egypt for help, and depend on horses, and confide in chariots because [they are] many, and in horsemen because they are very strong; and who look not unto the Holy One of Israel, neither seek Jehovah!
World English Bible (WEB) Woe to those who go down to Egypt for help, and rely on horses, and trust in chariots because they are many, and in horsemen because they are very strong, but they don't look to the Holy One of Israel, neither seek Yahweh!
Young's Literal Translation (YLT) Wo `to' those going down to Egypt for help, And on horses lean, And trust on chariots, because many, And on horsemen, because very strong, And have not looked on the Holy One of Israel, And Jehovah have not sought.
Cross Reference Deuteronomy 17:16 in Oriya 16 ମାତ୍ର ସେ ରାଜା ଆପଣା ପାଇଁ ଅନେକ ଅଶ୍ୱ ରଖିବ ନାହିଁ, କିଅବା ଅନେକ ଅଶ୍ୱ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ ପୁନର୍ବାର ମିସରକୁ ଗମନ କରାଇବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଅଛନ୍ତି, ତୁମ୍ଭେମାନେ ଏହି ସମୟଠାରୁ ସେହି ପଥରେ ଆଉ ଫେରି ଯିବ ନାହିଁ।
2 Chronicles 16:7 in Oriya 7 ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ।
Psalm 20:7 in Oriya 7 କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ।
Psalm 33:16 in Oriya 16 କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ; କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ।
Isaiah 2:7 in Oriya 7 ସେମାନଙ୍କ ଦେଶ ମଧ୍ୟ ରୂପା ଓ ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ; ଆହୁରି, ସେମାନଙ୍କ ଦେଶ ଅଶ୍ୱରେ ପରିପୂର୍ଣ୍ଣ ଓ ସେମାନଙ୍କ ରଥର ସୀମା ନାହିଁ।
Isaiah 5:12 in Oriya 12 ସେମାନଙ୍କ ଭୋଜିରେ ବୀଣା, ନେବଲ, ତବଲା, ବଂଶୀ ଓ ଦ୍ରାକ୍ଷାରସ ଥାଏ; ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ କିଅବା ତାହାଙ୍କର ହସ୍ତର କର୍ମ ସେମାନେ ବିବେଚନା କରି ନାହାନ୍ତି।
Isaiah 9:13 in Oriya 13 ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି।
Isaiah 17:7 in Oriya 7 ସେହି ଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ଦୃଷ୍ଟି ରଖିବ।
Isaiah 22:11 in Oriya 11 ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ନିମନ୍ତେ ଦୁଇ ପ୍ରାଚୀରର ମଧ୍ୟ ସ୍ଥାନରେ ଜଳାଶୟ ପ୍ରସ୍ତୁତ କଲ; ମାତ୍ର ଯେ ଏହା ସାଧନ କଲେ, ତୁମ୍ଭେମାନେ ତାହାଙ୍କ ପ୍ରତି ଅନାଇଲ ନାହିଁ, କିଅବା ଯେ ଦୀର୍ଘକାଳରୁ ଏଥିର ସଙ୍କଳ୍ପ କଲେ, ତୁମ୍ଭେମାନେ ତାହାଙ୍କୁ ଆଦର କଲ ନାହିଁ।
Isaiah 30:1 in Oriya 1 ସଦାପ୍ରଭୁ କହନ୍ତି, “ଯେଉଁ ବିଦ୍ରୋହୀ ସନ୍ତାନଗଣ” ମନ୍ତ୍ରଣା କରନ୍ତି, ମାତ୍ର “ଆମ୍ଭ ଦ୍ୱାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ୱାରା ନୁହେଁ, ସେମାନେ ସନ୍ତାପର ପାତ୍ର !
Isaiah 30:16 in Oriya 16 ମାତ୍ର ତୁମ୍ଭେମାନେ କହିଲ, ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ; ଏଥିପାଇଁ ତୁମ୍ଭେମାନେ ପଳାତକ ହେବ; ଆଉ କହିଲ, ଆମ୍ଭେମାନେ ଦ୍ରୁତଗାମୀ ବାହନରେ ଚଢ଼ିବା; ଏଥିପାଇଁ ତୁମ୍ଭମାନଙ୍କ ପଶ୍ଚାତ୍ ଗୋଡ଼ାଇବା ଲୋକମାନେ ଦ୍ରୁତଗାମୀ ହେବେ।
Isaiah 36:6 in Oriya 6 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।
Isaiah 36:9 in Oriya 9 ତେବେ କିପରି ତୁମ୍ଭେ ମୋ' ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ବିମୁଖ କରି ପାରିବ, ଆଉ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରିବ ?
Isaiah 57:9 in Oriya 9 ପୁଣି, ତୁମ୍ଭେ ତୈଳ ଘେନି ରାଜା ନିକଟକୁ ଯାଇଅଛ ଓ ଆପଣା ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ, ଆଉ ତୁମ୍ଭେ ଦୂର ଦେଶକୁ ଆପଣା ଦୂତଗଣ ପଠାଇଅଛ ଓ ପାତାଳ ପର୍ଯ୍ୟନ୍ତ ଆପଣାକୁ ଅଧମ କରିଅଛ।
Isaiah 64:7 in Oriya 7 ପୁଣି, ଯେ ତୁମ୍ଭ ନାମରେ ପ୍ରାର୍ଥନା କରେ, ଯେ ତୁମ୍ଭକୁ ଧରିବା ପାଇଁ ଆପଣାକୁ ଉତ୍ତେଜିତ କରେ, ଏପରି କେହି ନାହିଁ; କାରଣ ତୁମ୍ଭେ ଆମ୍ଭମାନଙ୍କଠାରୁ ଆପଣା ମୁଖ ଲୁଚାଇଅଛ ଓ ଆମ୍ଭମାନଙ୍କର ଅପରାଧ ଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।
Jeremiah 2:13 in Oriya 13 କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରି ଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।
Jeremiah 17:5 in Oriya 5 ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।
Ezekiel 17:15 in Oriya 15 ମାତ୍ର ସେ ଅଶ୍ୱଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିସରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା। ସେ କି କୃତକାର୍ଯ୍ୟ ହେବ ? ଯେ ଏପରି କାର୍ଯ୍ୟ କରେ, ସେ କି ରକ୍ଷା ପାଇବ ? ସେ ନିୟମ ଲଙ୍ଘନ କରି କି ରକ୍ଷା ପାଇବ ?
Daniel 9:13 in Oriya 13 ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି; ତଥାପି ଆମ୍ଭେମାନେ ଆପଣା ଆପଣା ଅଧର୍ମରୁ ଫେରିବା ପାଇଁ ଓ ତୁମ୍ଭର ସତ୍ୟତା ବୁଝିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କରି ନାହୁଁ।
Hosea 7:7 in Oriya 7 ସେମାନେ ସମସ୍ତେ ତନ୍ଦୁର ପରି ଉତ୍ତପ୍ତ ଅଟନ୍ତି ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି; ସେମାନଙ୍କର ସମସ୍ତ ରାଜାଗଣ ପତିତ ହୋଇଅଛନ୍ତି; ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ।
Hosea 7:13 in Oriya 13 ସେମାନେ ସନ୍ତାପର ପାତ୍ର ! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ମଧ୍ୟ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି।
Hosea 11:5 in Oriya 5 ସେ ମିସର ଦେଶକୁ ଫେରି ଯିବ ନାହିଁ; ମାତ୍ର ଅଶୂରୀୟ ତାହାର ରାଜା ହେବ, କାରଣ ସେ ଫେରି ଆସିବାକୁ ଅସମ୍ମତ ହେଲା।
Hosea 14:3 in Oriya 3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟା ପ୍ରାପ୍ତ ହୁଏ।
Amos 5:4 in Oriya 4 କାରଣ ଇସ୍ରାଏଲ ବଂଶକୁ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ।