Isaiah 30:28 in Oriya 28 ପୁଣି, ତାହାଙ୍କର ଶ୍ୱାସବାୟୁ ପ୍ଳାବିତ ସ୍ରୋତ ତୁଲ୍ୟ, ସର୍ବଦେଶୀୟ ଲୋକମାନଙ୍କୁ ଅସାରତାରୂପ ଚାଲୁଣୀରେ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି; ଆଉ, ଗୋଷ୍ଠୀସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ।
Other Translations King James Version (KJV) And his breath, as an overflowing stream, shall reach to the midst of the neck, to sift the nations with the sieve of vanity: and there shall be a bridle in the jaws of the people, causing them to err.
American Standard Version (ASV) and his breath is as an overflowing stream, that reacheth even unto the neck, to sift the nations with the sieve of destruction: and a bridle that causeth to err `shall be' in the jaws of the peoples.
Bible in Basic English (BBE) And his breath is as an overflowing stream, coming up even to the neck, shaking the nations for their destruction, like the shaking of grain in a basket: and he will put a cord in the mouths of the people, turning them out of their way.
Darby English Bible (DBY) and his breath as an overflowing torrent, which reacheth even to the neck, to sift the nations with the sieve of destruction, and [to put] a bridle into the jaws of the peoples, that causeth them to go astray.
World English Bible (WEB) and his breath is as an overflowing stream, that reaches even to the neck, to sift the nations with the sieve of destruction: and a bridle that causes to err [shall be] in the jaws of the peoples.
Young's Literal Translation (YLT) And His breath `is' as an overflowing stream, Unto the neck it divideth, To sift nations with a sieve of vanity, And a bridle causing to err, `Is' on the jaws of the peoples.
Cross Reference 2 Samuel 17:14 in Oriya 14 ତହିଁରେ ଅବଶାଲୋମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ।” ଯେହେତୁ ସଦାପ୍ରଭୁ ଅବଶାଲୋମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ।
1 Kings 22:20 in Oriya 20 ତହିଁରେ ସଦାପ୍ରଭୁ କହିଲେ, “ଆହାବ ଯେପରି ରାମୋତ୍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସଲାଇବ ?” ତହିଁରେ ଜଣେ ଏପ୍ରକାର, ଅନ୍ୟ ଜଣେ ସେପ୍ରକାର କହିଲେ।
2 Kings 19:28 in Oriya 28 ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ, ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏହେତୁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ, ଓ ତୁମ୍ଭ ଓଷ୍ଠାଧରରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।
Job 39:17 in Oriya 17 କାରଣ ପରମେଶ୍ୱର ତାହାକୁ ଜ୍ଞାନରହିତ କରିଅଛନ୍ତି, ଅଥବା ସେ ତାହାକୁ ବୁଦ୍ଧି ଦେଇ ନାହାନ୍ତି।
Psalm 18:15 in Oriya 15 ସେତେବେଳେ, ହେ ସଦାପ୍ରଭୁ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ୱାସବାୟୁରେ ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା।
Psalm 32:9 in Oriya 9 ତୁମ୍ଭେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ; ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ, ନୋହିଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ।
Proverbs 26:3 in Oriya 3 ଅଶ୍ୱ ପାଇଁ କୋରଡ଼ା ଗର୍ଦ୍ଦଭ ପାଇଁ ଲଗାମ, ପୁଣି, ମୂର୍ଖର ପିଠି ପାଇଁ ବାଡ଼ି।
Isaiah 8:8 in Oriya 8 ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠ ସରିକି ଉଠିବ; ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ୱାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ।”
Isaiah 11:4 in Oriya 4 ମାତ୍ର ସେ ଧର୍ମରେ ଦୀନହୀନମାନଙ୍କ ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ; ପୁଣି, ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକୁ ଆଘାତ କରିବେ ଓ ଆପଣା ଓଷ୍ଠାଧରର ନିଃଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ।
Isaiah 19:3 in Oriya 3 ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।
Isaiah 19:12 in Oriya 12 ତେବେ ତୁମ୍ଭର ଜ୍ଞାନୀ ଲୋକମାନେ କେଉଁଠାରେ ? ସେମାନେ ଏବେ ତୁମ୍ଭକୁ ଜଣାଉନ୍ତୁ ଓ ସୈନ୍ୟାଧିପତି ସଦାପ୍ରଭୁ ମିସର ବିଷୟରେ ଯାହା ମନ୍ତ୍ରଣା କରିଅଛନ୍ତି, ତାହା ସେମାନେ ଜାଣନ୍ତୁ।
Isaiah 28:17 in Oriya 17 ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ।
Isaiah 29:6 in Oriya 6 ସୈନ୍ୟାଧିପତି ସଦାପ୍ରଭୁ ମେଘଗର୍ଜନ, ଭୂମିକମ୍ପ, ମହାଶବ୍ଦ, ଘୂର୍ଣ୍ଣିବାୟୁ, ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ।
Isaiah 33:10 in Oriya 10 ସଦାପ୍ରଭୁ କହନ୍ତି, “ଆମ୍ଭେ ଏବେ ଉଠିବା,” “ଆମ୍ଭେ ଏବେ ଆପଣାକୁ ଉଠାଇବା; ଆମ୍ଭେ ଏବେ ଉନ୍ନତ ହେବା।
Isaiah 37:29 in Oriya 29 ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏଥିପାଇଁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।”
Ezekiel 14:7 in Oriya 7 କାରଣ ଇସ୍ରାଏଲ ବଂଶର ଓ ଇସ୍ରାଏଲ ମଧ୍ୟରେ ପ୍ରବାସକାରୀଗଣର ଯେ ପ୍ରତ୍ୟେକ ଲୋକ ଆମ୍ଭଠାରୁ ଆପଣାକୁ ପୃଥକ୍ କରେ ଓ ଆପଣା ଦେବଗଣକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଆପଣା ବିଷୟ ଆମ୍ଭ ନିକଟରେ ଅନୁସନ୍ଧାନ କରିବା ପାଇଁ ଭବିଷ୍ୟଦ୍ବକ୍ତା ନିକଟକୁ ଆସେ; ଆମ୍ଭେ ସଦାପ୍ରଭୁ ଆପେ ତାହାକୁ ଉତ୍ତର ଦେବା।
Hosea 13:3 in Oriya 3 ଏଥିପାଇଁ ସେମାନେ ପ୍ରାତଃକାଳରେ ମେଘ ଓ ପ୍ରତ୍ୟୁଷର ବହିଯିବା କାକର ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରି ଯିବା ଧୂଆଁ ପରି ହେବେ।
Amos 9:9 in Oriya 9 “କାରଣ ଦେଖ, ଆମ୍ଭେ ଆଜ୍ଞା କରିବା ଓ ଆମ୍ଭେ ଯାବତୀୟ ଗୋଷ୍ଠୀ ମଧ୍ୟରେ ଇସ୍ରାଏଲ ବଂଶକୁ ଚାଲୁଣୀର ଶସ୍ୟକୁ ଚଲାଇବା ପରି ଚଲାଇବା, ତଥାପି ଏକ କଣିକା ଭୂମିରେ ପଡ଼ିବ ନାହିଁ।
Habakkuk 3:12 in Oriya 12 ତୁମ୍ଭେ କୋପରେ ପୃଥିବୀ ମଧ୍ୟଦେଇ ଯାତ୍ରା କଲ। ତୁମ୍ଭେ କ୍ରୋଧରେ ଗୋଷ୍ଠୀଗଣକୁ (ଶସ୍ୟ ପରି) ମର୍ଦ୍ଦନ କଲ।
Matthew 3:12 in Oriya 12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ସଫା କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”
Luke 22:31 in Oriya 31 ଶିମୋନ, ଶିମୋନ,ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
2 Thessalonians 2:8 in Oriya 8 ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ।
2 Thessalonians 2:11 in Oriya 11 ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି,
Hebrews 4:12 in Oriya 12 କାରଣ ଇଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ।
Revelation 1:16 in Oriya 16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।
Revelation 2:16 in Oriya 16 ଏଣୁ ମନପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ଼୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ।