Isaiah 27:9 in Oriya 9 ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମାସବୁ ଆଉ ଉଠିବେ ନାହିଁ।
Other Translations King James Version (KJV) By this therefore shall the iniquity of Jacob be purged; and this is all the fruit to take away his sin; when he maketh all the stones of the altar as chalkstones that are beaten in sunder, the groves and images shall not stand up.
American Standard Version (ASV) Therefore by this shall the iniquity of Jacob be forgiven, and this is all the fruit of taking away his sin: that he maketh all the stones of the altar as chalkstones that are beaten in sunder, `so that' the Asherim and the sun-images shall rise no more.
Bible in Basic English (BBE) So by this will the sin of Jacob be covered, and this is all the fruit of taking away his punishment; when all the stones of the altar are crushed together, so that the wood pillars and the sun-images will not be put up again.
Darby English Bible (DBY) By this, therefore, shall the iniquity of Jacob be purged; and this is all the fruit of the taking away of his sin: when he shall make all the stones of the altar as chalkstones that are crumbled in pieces, -- the Asherahs and the sun-images shall not stand.
World English Bible (WEB) Therefore by this shall the iniquity of Jacob be forgiven, and this is all the fruit of taking away his sin: that he makes all the stones of the altar as chalk stones that are beaten in sunder, [so that] the Asherim and the sun-images shall rise no more.
Young's Literal Translation (YLT) Therefore by this is the iniquity of Jacob covered, And this `is' all the fruit -- To take away his sin, in His setting all the stones of an altar, As chalkstones beaten in pieces, They rise not -- shrines and images.
Cross Reference Exodus 34:13 in Oriya 13 ମାତ୍ର ତୁମ୍ଭେମାନେ ସେମାନଙ୍କ ବେଦିସବୁ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭ ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି କାଟି ପକାଇବ।
2 Kings 25:9 in Oriya 9 ପୁଣି ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ଆଉ ଯିରୂଶାଲମର ସମସ୍ତ ଗୃହ, ଅର୍ଥାତ୍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା।
2 Kings 25:13 in Oriya 13 ଆହୁରି କଲ୍ଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକିସକଳ ଓ ପିତ୍ତଳମୟ ସମୁଦ୍ର ରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ବାବିଲକୁ ନେଇଗଲେ।
2 Chronicles 14:5 in Oriya 5 ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା।
2 Chronicles 34:4 in Oriya 4 ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
2 Chronicles 36:19 in Oriya 19 ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
Ezra 3:2 in Oriya 2 ତହିଁରେ ଯୋଷାଦକର ପୁତ୍ର ଯେଶୂୟ ଓ ତାହାର ଯାଜକ ଭ୍ରାତୃଗଣ ଓ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାହାର ଭ୍ରାତୃଗଣ ଉଠି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।
Psalm 119:67 in Oriya 67 ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।
Psalm 119:71 in Oriya 71 ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ' ପକ୍ଷରେ ଭଲ ହେଲା।
Proverbs 20:30 in Oriya 30 କ୍ଷତଜନକ ପ୍ରହାର ମନ୍ଦତା ପରିଷ୍କାର କରେ, ପୁଣି, ଦଣ୍ଡାଘାତ ଅନ୍ତରାଳୟରେ ପ୍ରବେଶ କରେ।
Isaiah 1:24 in Oriya 24 ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ବଳଦାତା କହନ୍ତି, ଆଃ, ଆମ୍ଭେ ଆପଣା ବିପକ୍ଷଗଣ ବିଷୟରେ ଆରାମ ପାଇବା ଓ ଆମ୍ଭେ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା;
Isaiah 1:29 in Oriya 29 କାରଣ ସେମାନେ ତୁମ୍ଭମାନଙ୍କର ବାଞ୍ଛିତ ଅଲୋନ୍ ବୃକ୍ଷ ବିଷୟରେ ଲଜ୍ଜିତ ହେବେ, ପୁଣି, ତୁମ୍ଭେମାନେ ଆପଣାମାନଙ୍କର ମନୋନୀତ ଉଦ୍ୟାନସକଳର ବିଷୟରେ ହତାଶ ହେବ।
Isaiah 2:12 in Oriya 12 କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ;
Isaiah 4:4 in Oriya 4 ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ।
Isaiah 17:8 in Oriya 8 ପୁଣି, ସେ ଆପଣା ହସ୍ତକୃତ ଯଜ୍ଞବେଦିସମୂହର ପ୍ରତି ଅନାଇବ ନାହିଁ, କିଅବା ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ପ୍ରତିମାସକଳର ପ୍ରତି ଦୃଷ୍ଟି ରଖିବ ନାହିଁ।
Isaiah 48:10 in Oriya 10 ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ।
Ezekiel 11:18 in Oriya 18 ପୁଣି, ସେମାନେ ସେହି ଦେଶକୁ ଯିବେ ଓ ତହିଁର ଯାବତୀୟ ଅଶୁଚି ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେହି ସ୍ଥାନରୁ ଦୂର କରିବେ।
Ezekiel 20:38 in Oriya 38 ପୁଣି, ଆମ୍ଭେ ବିଦ୍ରୋହୀମାନଙ୍କୁ ଓ ଆମ୍ଭ ବିରୁଦ୍ଧରେ ଅପରାଧକାରୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ଝାଡ଼ି ଦୂର କରି ଦେବା; ସେମାନେ ଯେଉଁ ଦେଶରେ ପ୍ରବାସ କରୁଅଛନ୍ତି, ସେ ଦେଶରୁ ଆମ୍ଭେ ସେମାନଙ୍କୁ ବାହାର କରି ଆଣିବା, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
Ezekiel 24:11 in Oriya 11 ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।
Daniel 11:35 in Oriya 35 ପୁଣି, ସେମାନଙ୍କ ମଧ୍ୟରେ ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ପରିଣାମର ସମୟ ପର୍ଯ୍ୟନ୍ତ ପତିତ ହେବେ; କାରଣ ତାହା ନିରୂପିତ କାଳର ଅପେକ୍ଷା କରେ।
Hosea 14:8 in Oriya 8 ଇଫ୍ରୟିମ କହିବ, ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ ? ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା; ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ।
Micah 5:13 in Oriya 13 ଆଉ, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଖୋଦିତ ପ୍ରତିମା ଓ ତୁମ୍ଭର ସ୍ତମ୍ଭସକଳ ଉଚ୍ଛିନ୍ନ କରିବା; ତହିଁରେ ତୁମ୍ଭେ ଆପଣା ହସ୍ତକୃତ ବସ୍ତୁକୁ ଆଉ ପ୍ରଣାମ କରିବ ନାହିଁ।
Zechariah 13:2 in Oriya 2 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେହି ଦିନ ଆମ୍ଭେ ଦେଶରୁ ପ୍ରତିମାଗଣର ନାମ ଉଚ୍ଛିନ୍ନ କରିବା ଓ ସେମାନେ ଆଉ ସ୍ମରଣ କରା ଯିବେ ନାହିଁ; ଆହୁରି, ଆମ୍ଭେ ଦେଶରୁ ଭବିଷ୍ୟଦ୍ବକ୍ତାଗଣଙ୍କୁ ଓ ଅଶୁଚିତାର ଆତ୍ମାକୁ ବାହାର କରିବା।
Malachi 3:2 in Oriya 2 ମାତ୍ର ତାହାଙ୍କର ଆଗମନ ଦିନ କିଏ ସହି ପାରେ ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ;
Romans 11:27 in Oriya 27 ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ।
1 Corinthians 11:32 in Oriya 32 ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥି ନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ।
Hebrews 12:6 in Oriya 6 କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି।
Hebrews 12:9 in Oriya 9 ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ ?