Isaiah 26:11 in Oriya 11 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ଉତ୍ଥିତ ହୋଇଅଛି, ତଥାପି ସେମାନେ ଦେଖନ୍ତି ନାହିଁ, ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଉଦ୍ଯୋଗ ଦେଖି ସେମାନେ ଲଜ୍ଜିତ ହେବେ; ହଁ, ଅଗ୍ନି ତୁମ୍ଭ ବିପକ୍ଷଗଣକୁ ଗ୍ରାସ କରିବ।
Other Translations King James Version (KJV) LORD, when thy hand is lifted up, they will not see: but they shall see, and be ashamed for their envy at the people; yea, the fire of thine enemies shall devour them.
American Standard Version (ASV) Jehovah, thy hand is lifted up, yet they see not: but they shall see `thy' zeal for the people, and be put to shame; yea, fire shall devour thine adversaries.
Bible in Basic English (BBE) Lord, your hand is lifted up, but they do not see: let them see ... yes, your haters will be burned up in the fire.
Darby English Bible (DBY) Jehovah, thy hand is lifted up, but they do not see: [yet] they shall see [thy] jealousy [for] the people, and be ashamed; yea, the fire which is for thine adversaries shall devour them.
World English Bible (WEB) Yahweh, your hand is lifted up, yet they don't see: but they shall see [your] zeal for the people, and be disappointed; yes, fire shall devour your adversaries.
Young's Literal Translation (YLT) O Jehovah, high `is' Thy hand -- they see not, They see the zeal of the people, and are ashamed, Also, the fire -- Thine adversaries, consumeth them.
Cross Reference Exodus 9:14 in Oriya 14 ନୋହିଲେ ଏହିଥର ଆମ୍ଭେ ତୁମ୍ଭ ହୃଦୟ ବିରୁଦ୍ଧରେ, ପୁଣି, ତୁମ୍ଭ ଦାସଗଣ ଓ ଲୋକମାନଙ୍କ ମଧ୍ୟରେ ଆମ୍ଭର ସର୍ବପ୍ରକାର ମହାମାରୀ ପଠାଇବା; ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହାନ୍ତି, ଏହା ତୁମ୍ଭେ ଜ୍ଞାତ ହେବ।
1 Samuel 5:6 in Oriya 6 ମାତ୍ର ଅସ୍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ।
1 Samuel 6:9 in Oriya 9 ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବୈଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।
Job 34:27 in Oriya 27 କାରଣ ସେମାନେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ଓ ତାହାଙ୍କର କୌଣସି ମାର୍ଗ ଆଦର କରିବାକୁ ଅନିଚ୍ଛୁକ ହେଲେ;
Psalm 10:12 in Oriya 12 ହେ ସଦାପ୍ରଭୁ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ; ଦୁଃଖୀମାନଙ୍କୁ ପାସୋର ନାହିଁ।
Psalm 21:8 in Oriya 8 ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ; ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ।
Psalm 86:17 in Oriya 17 ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ ମୋ' ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, ଯେହେତୁ ହେ ପ୍ରଭୁ, ତୁମ୍ଭେ ମୋହର ସାହାଯ୍ୟ ଓ ସାନ୍ତ୍ୱନା କରିଅଛ।
Isaiah 5:24 in Oriya 24 ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନି ଶିଖାରେ ଭସ୍ମସାତ୍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି।
Isaiah 11:13 in Oriya 13 ଆହୁରି, ଇଫ୍ରୟିମର ଈର୍ଷା ଦୂର ହେବ ଓ ଯିହୁଦାକୁ କ୍ଲେଶ ଦେବା ଲୋକମାନେ ଉଚ୍ଛିନ୍ନ ହେବେ; ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ ଓ ଯିହୁଦା ଇଫ୍ରୟିମକୁ କ୍ଲେଶ ଦେବ ନାହିଁ।
Isaiah 18:3 in Oriya 3 ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ୱଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।
Isaiah 44:9 in Oriya 9 ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେମାନେ ସମସ୍ତେ ଅସାର ଓ ସେମାନଙ୍କର ମନୋହର ବିଷୟମାନ ଉପକାରକ ହେବ ନାହିଁ; ସେମାନେ ଯେପରି ଲଜ୍ଜିତ ହେବେ, ଏଥିପାଇଁ ସେମାନଙ୍କର ନିଜ ସାକ୍ଷୀଗଣ ଦେଖନ୍ତି ନାହିଁ, କିଅବା ଜାଣନ୍ତି ନାହିଁ।
Isaiah 44:18 in Oriya 18 ସେମାନେ ଜାଣନ୍ତି ନାହିଁ, କିଅବା ବିବେଚନା କରନ୍ତି ନାହିଁ, କାରଣ ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଅଛନ୍ତି।
Isaiah 60:14 in Oriya 14 ଆଉ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ, ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ, ସେମାନେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ; ଆଉ, ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ, ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ ବୋଲି ସମ୍ବୋଧନ କରିବେ।
Jeremiah 5:3 in Oriya 3 ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କ'ଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ ? ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ; ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି; ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି; ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି।
Jeremiah 44:28 in Oriya 28 ପୁଣି, ଖଡ୍ଗରୁ ରକ୍ଷାପ୍ରାପ୍ତ ଅଳ୍ପସଂଖ୍ୟକ ଲୋକ ମିସର ଦେଶରୁ ଯିହୁଦା ଦେଶକୁ ଫେରି ଯିବେ; ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିସର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକ ସମସ୍ତେ, ଆମ୍ଭର କି ସେମାନଙ୍କର କାହାର ବାକ୍ୟ ଅଟଳ ହେବ, ଏହା ଜାଣିବେ।”
Micah 5:9 in Oriya 9 ତୁମ୍ଭ ବିପକ୍ଷଗଣର ଉପରେ ତୁମ୍ଭର ହସ୍ତ ଉନ୍ନତ ହେଉ ଓ ତୁମ୍ଭର ଶତ୍ରୁ ସମସ୍ତେ ଉଚ୍ଛିନ୍ନ ହେଉନ୍ତୁ।
Malachi 4:1 in Oriya 1 “କାରଣ ଦେଖ, ସେହିଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Matthew 25:41 in Oriya 41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର,
Luke 16:23 in Oriya 23 ଆଉ, ସେ ନର୍କଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲେ।
Acts 28:27 in Oriya 27 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।
2 Thessalonians 1:8 in Oriya 8 ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ,
Hebrews 10:27 in Oriya 27 ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ।
1 Peter 3:16 in Oriya 16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।
Revelation 3:9 in Oriya 9 ଦେଖ, ଯେଉଁମାନେ ଯିହୂଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।
Revelation 19:20 in Oriya 20 ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ।