Isaiah 25:11 in Oriya 11 ଆଉ, ପହଁରିବା ଲୋକ ଯେପରି ପହଁରିବା ପାଇଁ ହସ୍ତ ବିସ୍ତାର କରେ, ସେହିପରି ସେ ତହିଁ ମଧ୍ୟରେ ଆପଣା ହସ୍ତ ବିସ୍ତାର କରିବ; ମାତ୍ର ତାହାର ହସ୍ତ-କୌଶଳ ସମେତ ସେ ତାହାର ଗର୍ବ ଖର୍ବ କରିବେ।
Other Translations King James Version (KJV) And he shall spread forth his hands in the midst of them, as he that swimmeth spreadeth forth his hands to swim: and he shall bring down their pride together with the spoils of their hands.
American Standard Version (ASV) And he shall spread forth his hands in the midst thereof, as he that swimmeth spreadeth forth `his hands' to swim; but `Jehovah' will lay low his pride together with the craft of his hands.
Bible in Basic English (BBE) And if he puts out his hands, like a man stretching out his hands in swimming, the Lord will make low his pride, however expert his designs.
Darby English Bible (DBY) and he shall spread forth his hands in the midst of them, as he that swimmeth spreadeth them forth to swim; and he shall bring down their pride together with the plots of their hands.
World English Bible (WEB) He shall spread forth his hands in the midst of it, as he who swims spreads forth [his hands] to swim; but [Yahweh] will lay low his pride together with the craft of his hands.
Young's Literal Translation (YLT) And he spread out his hands in its midst, As spread out doth the swimmer to swim; And He hath humbled his excellency With the machinations of his hands.
Cross Reference Psalm 2:5 in Oriya 5 ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ;
Psalm 2:8 in Oriya 8 ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।
Psalm 110:1 in Oriya 1 ଦାଉଦଙ୍କର ଗୀତ। ସଦାପ୍ରଭୁ ମୋ' ପ୍ରଭୁଙ୍କୁ କହନ୍ତି, “ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ।”
Isaiah 2:11 in Oriya 11 ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
Isaiah 5:25 in Oriya 25 ଏଥିପାଇଁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି, ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା। ଏହି ସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
Isaiah 10:33 in Oriya 33 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ।
Isaiah 13:11 in Oriya 11 ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା।
Isaiah 14:26 in Oriya 26 ସମୁଦାୟ ପୃଥିବୀ ବିଷୟରେ ଏହି ମନ୍ତ୍ରଣା ସ୍ଥିର ହୋଇଅଛି ଓ ଏହି ହସ୍ତ ସମସ୍ତ ଗୋଷ୍ଠୀ ଉପରେ ବିସ୍ତୀର୍ଣ୍ଣ ହୋଇଅଛି।
Isaiah 16:6 in Oriya 6 ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ।
Isaiah 16:14 in Oriya 14 ମାତ୍ର ଏବେ ସଦାପ୍ରଭୁ ଏହି କଥା କହନ୍ତି, ବେତନଜୀବୀର ବର୍ଷ ତୁଲ୍ୟ ତିନି ବର୍ଷ ମଧ୍ୟରେ ମୋୟାବର ଗୌରବ ତାହାର ମହାଜନତା ସୁଦ୍ଧା ତୁଚ୍ଛୀକୃତ ହେବ, ଆଉ ଅବଶିଷ୍ଟାଂଶ ଅତି ଅଳ୍ପ ହେବ ଓ ଗଣନାଯୋଗ୍ୟ ହେବ ନାହିଁ।
Isaiah 25:5 in Oriya 5 ଯେପରି ତୁମ୍ଭେ ଶୁଷ୍କ ଦେଶରେ ତାପକୁ, ସେହିପରି ବିଦେଶୀମାନଙ୍କର କୋଳାହଳକୁ ନିବାରଣ କରିବ; ଯେପରି ମେଘର ଛାୟା ଦ୍ୱାରା ତାପ, ସେହିପରି ଭୟଙ୍କର ଲୋକମାନଙ୍କର ଗାୟନ ଧ୍ୱନି କ୍ଷାନ୍ତ କରାଯିବ।
Isaiah 53:12 in Oriya 12 ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁୁମୁଖରେ ଆପଣା ପ୍ରାଣ ଢାଳି ଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
Isaiah 65:2 in Oriya 2 ଯେଉଁମାନେ ଆପଣା ଆପଣା କଳ୍ପନାନୁସାରେ କୁପଥରେ ଗମନ କରନ୍ତି, ଏପରି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ସାରାଦିନ ଆପଣା ହସ୍ତ ବିସ୍ତାର କରିଅଛୁ;
Jeremiah 48:29 in Oriya 29 ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଅହଙ୍କାର, ତାହାର ଦର୍ପ ଓ ତାହାର ଚିତ୍ତର ଅଭିମାନ କଥା ଶୁଣିଅଛୁ।”
Jeremiah 48:42 in Oriya 42 ପୁଣି, ମୋୟାବ ଲୁପ୍ତ ହେବ, ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି।
Jeremiah 50:31 in Oriya 31 ହେ ଅହଙ୍କାରୀ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ , କାରଣ ତୁମ୍ଭର ଦିନ, ତୁମ୍ଭକୁ ଆମ୍ଭର ପ୍ରତିଫଳ ଦେବାର ସମୟ ଉପସ୍ଥିତ।
Jeremiah 51:44 in Oriya 44 ପୁଣି, ଆମ୍ଭେ ବାବିଲରେ ବେଲ ଦେବତାକୁ ପ୍ରତିଫଳ ଦେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତାହାର ମୁଖରୁ ତାହା ବାହାର କରିବା ଓ ଗୋଷ୍ଠୀୟମାନେ ଆଉ ତାହା ନିକଟକୁ ଧାବମାନ ହେବେ ନାହିଁ; ଆହୁରି ବାବିଲର ପ୍ରାଚୀର ପଡ଼ିଯିବ।
Daniel 4:37 in Oriya 37 ଏଣୁ ମୁଁ ନବୂଖଦ୍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।
Colossians 2:15 in Oriya 15 ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି।
James 4:6 in Oriya 6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ରରେ ଉକ୍ତ ଅଛି, “ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।”
Revelation 18:6 in Oriya 6 ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର।
Revelation 19:18 in Oriya 18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧିନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ।