Isaiah 23:11 in Oriya 11 ସେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରିଅଛନ୍ତି, ସେ ରାଜ୍ୟସକଳକୁ ହଲାଇ ଅଛନ୍ତି; ସଦାପ୍ରଭୁ କିଣାନର ଦୃଢ଼ ଦୁର୍ଗସବୁ ଉଚ୍ଛିନ୍ନ କରିବା ନିମନ୍ତେ ତାହାର ପ୍ରତିକୂଳରେ ଆଜ୍ଞା କରିଅଛନ୍ତି।
Other Translations King James Version (KJV) He stretched out his hand over the sea, he shook the kingdoms: the LORD hath given a commandment against the merchant city, to destroy the strong holds thereof.
American Standard Version (ASV) He hath stretched out his hand over the sea, he hath shaken the kingdoms: Jehovah hath given commandment concerning Canaan, to destroy the strongholds thereof.
Bible in Basic English (BBE) His hand is stretched out over the sea, the kingdoms are shaking: the Lord has given orders about Canaan, to make waste its strong places.
Darby English Bible (DBY) He hath stretched out his hand over the sea, he shaketh the kingdoms. Jehovah hath given a commandment concerning Canaan, to destroy the strongholds thereof,
World English Bible (WEB) He has stretched out his hand over the sea, he has shaken the kingdoms: Yahweh has given commandment concerning Canaan, to destroy the strongholds of it.
Young's Literal Translation (YLT) His hand He hath stretched out over the sea, He hath caused kingdoms to tremble, Jehovah hath charged concerning the merchant one, To destroy her strong places.
Cross Reference Genesis 9:25 in Oriya 25 ପୁଣି, ସେ କହିଲେ, “କିଣାନ ଶାପଗ୍ରସ୍ତ ହେଉ; ସେ ଆପଣା ଭ୍ରାତୃଗଣର ଦାସାନୁଦାସ ହେବ।”
Genesis 10:15 in Oriya 15 ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
Exodus 14:21 in Oriya 21 ଏଥିଉତ୍ତାରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ୍ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା।
Exodus 15:8 in Oriya 8 ତୁମ୍ଭ ନାସିକାର ନିଃଶ୍ୱାସ ଦ୍ୱାରା ଜଳ ରାଶୀକୃତ ହେଲା; ସ୍ରୋତସକଳ ସେତୁ ପରି ଛିଡ଼ା ହୋଇ ରହିଲା; ସମୁଦ୍ର ମଧ୍ୟସ୍ଥଳରେ ଗଭୀର ଜଳ ଜମାଟ ହୋଇଗଲା।
Psalm 46:6 in Oriya 6 ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ ହେଲେ; ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା।
Psalm 71:3 in Oriya 3 ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ, ତୁମ୍ଭେ ମୋ' ପ୍ରତି ସେରୂପ ବସତିର ଶୈଳ ସ୍ୱରୂପ ହୁଅ; ତୁମ୍ଭେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ; କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ।
Isaiah 2:19 in Oriya 19 ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ।
Isaiah 10:6 in Oriya 6 ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା।
Isaiah 14:16 in Oriya 16 ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ଯେ ପୃଥିବୀକୁ କମ୍ପାନ୍ୱିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା;
Isaiah 23:3 in Oriya 3 ପୁଣି, ମହାଜଳରାଶିରେ ଷୀୟୋରର ବୀଜ ଓ ନୀଳନଦୀର ଶସ୍ୟ ତାହାର ଆୟ ଥିଲା; ପୁଣି, ତାହା ନାନା ଦେଶୀୟମାନଙ୍କର ଗଞ୍ଜ ସ୍ୱରୂପ ଥିଲା।
Isaiah 25:2 in Oriya 2 ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀରବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ; ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ହେବ ନାହିଁ।
Jeremiah 47:7 in Oriya 7 ସଦାପ୍ରଭୁ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ଏଣୁ ତୁମ୍ଭେ କିପରି କ୍ଷାନ୍ତ ହୋଇପାର ? ସେ ଅସ୍କିଲୋନ୍ର ବିରୁଦ୍ଧରେ, ସମୁଦ୍ରତୀର ବିରୁଦ୍ଧରେ ତାହା ନିଯୁକ୍ତ କରିଅଛନ୍ତି।
Ezekiel 26:10 in Oriya 10 ତାହାର ଅଶ୍ୱଗଣର ବାହୁଲ୍ୟ ସକାଶୁ ସେମାନଙ୍କର ଧୂଳି ତୁମ୍ଭକୁ ଆଚ୍ଛାଦନ କରିବ; ଲୋକେ ଭଗ୍ନ ପ୍ରାଚୀରବିଶିଷ୍ଟ ନଗରରେ ପ୍ରବେଶ କଲା ପରି, ଯେତେବେଳେ ସେ ତୁମ୍ଭ ନଗର-ଦ୍ୱାରରେ ପ୍ରବେଶ କରିବ, ସେତେବେଳେ ଅଶ୍ୱାରୋହୀଗଣର, ଶଗଡ଼ ଓ ରଥସମୂହର ଶବ୍ଦରେ ତୁମ୍ଭର ପ୍ରାଚୀରସବୁ କମ୍ପି ଉଠିବ।
Ezekiel 26:15 in Oriya 15 ପ୍ରଭୁ, ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; “ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶବ୍ଦରେ କିମ୍ବା ଦ୍ୱୀପସମୂହ କମ୍ପିବେ ନାହିଁ ?
Ezekiel 27:34 in Oriya 34 ତୁମ୍ଭେ ସମୁଦ୍ର ଦ୍ୱାରା ଗଭୀର ଜଳରାଶିରେ ଭଗ୍ନ ହେବା ସମୟରେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ।
Ezekiel 31:16 in Oriya 16 ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇ ଦେବା ବେଳେ, ତାହାର ପତନ ଶବ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ; ପୁଣି, ଏଦନର, ଅର୍ଥାତ୍, ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳପାୟୀ ବୃକ୍ଷସକଳ ଅଧୋଭୁବନରେ ସାନ୍ତ୍ୱନା ପାଇଲେ।
Hosea 12:7 in Oriya 7 ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି; ସେ ଉପଦ୍ରବ କରିବାକୁ ଭଲ ପାଏ।
Nahum 1:14 in Oriya 14 ପୁଣି, ସଦାପ୍ରଭୁ ତୁମ୍ଭ ବିଷୟରେ ଏହି ଆଜ୍ଞା କରିଅଛନ୍ତି ଯେ, ତୁମ୍ଭ ନାମରୂପ ବୀଜ ଆଉ ବୁଣା ନୋହିବ; ତୁମ୍ଭ ଦେବାଳୟରେ ଆମ୍ଭେ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମା ଉଚ୍ଛିନ୍ନ କରିବା; ଆମ୍ଭେ ତୁମ୍ଭର କବର ପ୍ରସ୍ତୁତ କରିବା; କାରଣ ତୁମ୍ଭେ ପାପାଧମ ଅଟ।
Haggai 2:7 in Oriya 7 ପୁଣି, ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟସକଳ ଆସିବ, ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Zechariah 9:3 in Oriya 3 ଆଉ, ସୋର ଆପଣା ପାଇଁ ଦୃଢ଼ ଗଡ଼ ନିର୍ମାଣ କଲା ଓ ଧୂଳି ପରି ରୂପା ଓ ବାଟର କାଦୁଅ ପରି ଉତ୍ତମ ସୁନା ଗଦା କଲା।
Zechariah 14:21 in Oriya 21 ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ଡିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ଡି ମଧ୍ୟରୁ ନେଇ ରୋଷେଇ କରିବେ ଓ ତହିଁରେ ପାକ କରିବେ; ପୁଣି, ସେହି ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ।
Mark 11:17 in Oriya 17 ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କ'ଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ ? କିନ୍ତୁ ତୁମ୍ଭେମାନେ ତାହାକୁ ‘ଡକାୟତମାନଙ୍କ ଗହ୍ୱର' କରିଅଛ।
John 2:16 in Oriya 16 ଆଉ, ସେ କାପ୍ତା ବ୍ୟବସାୟୀମାନଙ୍କୁ କହିଲେ, ଏଗୁଡ଼ାକ ଏଠାରୁ ଘେନିଯାଅ, ମୋହର ସ୍ବର୍ଗସ୍ଥ ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ।