Isaiah 19:1 in Oriya 1 ମିସର ବିଷୟକ ଭବିଷ୍ୟତ ବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।
Other Translations King James Version (KJV) The burden of Egypt. Behold, the LORD rideth upon a swift cloud, and shall come into Egypt: and the idols of Egypt shall be moved at his presence, and the heart of Egypt shall melt in the midst of it.
American Standard Version (ASV) The burden of Egypt. Behold, Jehovah rideth upon a swift cloud, and cometh unto Egypt: and the idols of Egypt shall tremble at his presence; and the heart of Egypt shall melt in the midst of it.
Bible in Basic English (BBE) The word about Egypt. See, the Lord is seated on a quick-moving cloud, and is coming to Egypt: and the false gods of Egypt will be troubled at his coming, and the heart of Egypt will be turned to water.
Darby English Bible (DBY) The burden of Egypt. Behold, Jehovah rideth upon a swift cloud, and cometh to Egypt; and the idols of Egypt are moved at his presence, and the heart of Egypt melteth in the midst of it.
World English Bible (WEB) The burden of Egypt. Behold, Yahweh rides on a swift cloud, and comes to Egypt: and the idols of Egypt shall tremble at his presence; and the heart of Egypt shall melt in the midst of it.
Young's Literal Translation (YLT) The burden of Egypt. Lo, Jehovah is riding on a swift thick cloud, And He hath entered Egypt, And moved have been the idols of Egypt at His presence, And the heart of Egypt melteth in its midst.
Cross Reference Exodus 12:12 in Oriya 12 ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟ ଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ।
Exodus 15:14 in Oriya 14 ଲୋକମାନେ ଏହା ଶୁଣିଅଛନ୍ତି, ସେମାନେ କମ୍ପୁଅଛନ୍ତି; ବେଦନା ପଲେଷ୍ଟୀୟ ନିବାସୀମାନଙ୍କୁ ଆକ୍ରାନ୍ତ କରିଅଛି।
Deuteronomy 33:26 in Oriya 26 ହେ ଯିଶୁରୁଣ, ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ସେ ତୁମ୍ଭ ଉପକାରାର୍ଥେ ଆକାଶମଣ୍ଡଳରେ ଓ ନିଜ ଗୌରବରେ ଗଗନମଣ୍ଡଳରେ ଆରୋହଣ କରି ଗମନ କରନ୍ତି।
Joshua 2:9 in Oriya 9 ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ଭୟ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି।
Joshua 2:11 in Oriya 11 ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି।
Joshua 2:24 in Oriya 24 ଆହୁରି ସେମାନେ ଯିହୋଶୂୟଙ୍କୁ କହିଲେ, ସତ୍ୟ, ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି।
1 Samuel 5:2 in Oriya 2 ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଦାଗୋନ୍ ମନ୍ଦିରକୁ ଆଣି ଦାଗୋନ୍ ଦେବତା ନିକଟରେ ରଖିଲେ।
Psalm 18:10 in Oriya 10 ପୁଣି, ସେ କିରୂବ ଉପରେ ଆରୋହଣ କରି ଉଡ଼ିଲେ; ହଁ, ସେ ବାୟୁର ପକ୍ଷ ଉପରେ ବେଗରେ ଉଡ଼ିଲେ।
Psalm 68:4 in Oriya 4 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର; ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର; ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।
Psalm 68:33 in Oriya 33 ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର; ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି।
Psalm 104:3 in Oriya 3 ତୁମ୍ଭେ ଜଳରାଶି ଉପରେ ଆପଣା କୋଠରୀର କଡ଼ିକାଷ୍ଠ ପକାଇଅଛ; ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ; ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ।
Psalm 104:34 in Oriya 34 ତାହାଙ୍କ ପ୍ରତି ମୋ' ଧ୍ୟାନ ସୁମିଷ୍ଟ ହେଉ; ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି।
Isaiah 13:1 in Oriya 1 ବାବିଲ ବିଷୟକ ବାର୍ତ୍ତା, ଆମୋସର ପୁତ୍ର ଯିଶାଇୟ ଏହି ଦର୍ଶନ ପାଇଲେ।
Isaiah 13:7 in Oriya 7 ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ;
Isaiah 19:16 in Oriya 16 ସେହି ଦିନ ମିସର ସ୍ତ୍ରୀମାନଙ୍କ ତୁଲ୍ୟ ହେବ, ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ।
Isaiah 21:9 in Oriya 9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍ ହେଲା।”
Isaiah 46:1 in Oriya 1 ବେଲ୍ ଦେବତା ଅବନତ ହୁଏ, ନବୋ ନତ ହୁଏ; ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି; ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବୋହି କରି ବୁଲିଲ, ତାହା ବୋଝ ହୋଇଅଛି, କ୍ଳାନ୍ତ ପଶୁ ପ୍ରତି ଭାର ହୋଇଅଛି।
Jeremiah 25:19 in Oriya 19 ମିସରର ରାଜା ଫାରୋକୁ, ତାହାର ଦାସଗଣକୁ ଓ ଅଧିପତିଗଣକୁ ଓ ତାହାର ସମସ୍ତ ଲୋକଙ୍କୁ;
Jeremiah 43:8 in Oriya 8 ଏଥିଉତ୍ତାରେ ତଫନ୍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
Jeremiah 44:29 in Oriya 29 ପୁଣି, ସଦାପ୍ରଭୁ କହନ୍ତି, “ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ଓ ତାହା ତୁମ୍ଭମାନଙ୍କ ପ୍ରତି ଚିହ୍ନ ସ୍ୱରୂପ ହେବ, ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟ ଯେ ନିଶ୍ଚୟ ଅଟଳ ହେବ, ଏହା ତୁମ୍ଭେମାନେ ଜାଣିବ।”
Jeremiah 46:1 in Oriya 1 ଗୋଷ୍ଠୀଗଣ ବିଷୟରେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
Jeremiah 50:2 in Oriya 2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା, ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।'
Jeremiah 51:44 in Oriya 44 ପୁଣି, ଆମ୍ଭେ ବାବିଲରେ ବେଲ ଦେବତାକୁ ପ୍ରତିଫଳ ଦେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତାହାର ମୁଖରୁ ତାହା ବାହାର କରିବା ଓ ଗୋଷ୍ଠୀୟମାନେ ଆଉ ତାହା ନିକଟକୁ ଧାବମାନ ହେବେ ନାହିଁ; ଆହୁରି ବାବିଲର ପ୍ରାଚୀର ପଡ଼ିଯିବ।
Ezekiel 29:1 in Oriya 1 ଦଶମ ବର୍ଷର ଦଶମ ମାସ, ମାସର ଦ୍ୱାଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
Ezekiel 30:13 in Oriya 13 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି, ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଓ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା।
Joel 3:19 in Oriya 19 ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ, କାରଣ ସେମାନେ ଆପଣାମାନଙ୍କ ଦେଶରେ ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି।
Zechariah 10:11 in Oriya 11 ପୁଣି, ସେ ଦୁଃଖରୂପ ସାଗର ପାରି ହେବେ ଓ ସମୁଦ୍ରର ତରଙ୍ଗସମୂହକୁ ପ୍ରହାର କରିବେ ଓ ନୀଳନଦୀର ଗଭୀର ସ୍ଥାନସକଳ ଶୁଷ୍କ ହେବ; ତହିଁରେ ଅଶୂରର ଗର୍ବ ଖର୍ବ ହେବ ଓ ମିସରର ରାଜଦଣ୍ଡ ଦୂରୀକୃତ ହେବ।
Zechariah 14:18 in Oriya 18 ଆଉ, ମିସରର ଗୋଷ୍ଠୀ ଯଦି ନ ଆସେ, ତେବେ ସେମାନଙ୍କ ଉପରେ ଜଳ ବୃଷ୍ଟି ହେବ ନାହିଁ; ଯେଉଁ ଗୋଷ୍ଠୀଗଣ ପତ୍ର-କୁଟୀର ପର୍ବ ପାଳନ କରିବା ପାଇଁ ଆସିବେ ନାହିଁ, ସେମାନଙ୍କୁ ସଦାପ୍ରଭୁ ମହାମାରୀରେ ଆଘାତ କରିବେ।
Matthew 26:64 in Oriya 64 ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
Revelation 1:7 in Oriya 7 ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ ଆମେନ୍।