Isaiah 17:3 in Oriya 3 ଆହୁରି, ଇଫ୍ରୟିମରୁ ଦୁର୍ଗ ଓ ଦାମାସ୍କସ୍ରୁ ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ; ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେହି ସବୁ ଇସ୍ରାଏଲ ସନ୍ତାନଗଣର ଗୌରବ ତୁଲ୍ୟ ହେବ।
Other Translations King James Version (KJV) The fortress also shall cease from Ephraim, and the kingdom from Damascus, and the remnant of Syria: they shall be as the glory of the children of Israel, saith the LORD of hosts.
American Standard Version (ASV) And the fortress shall cease from Ephraim, and the kingdom from Damascus, and the remnant of Syria; they shall be as the glory of the children of Israel, saith Jehovah of hosts.
Bible in Basic English (BBE) The strong tower has gone from Ephraim, and the kingdom from Damascus: the rest of Aram will come to destruction, and be made like the glory of the children of Israel, says the Lord of armies.
Darby English Bible (DBY) The fortress also shall cease from Ephraim, and the kingdom from Damascus, and the remnant of Syria: they shall be as the glory of the children of Israel, saith Jehovah of hosts.
World English Bible (WEB) The fortress shall cease from Ephraim, and the kingdom from Damascus, and the remnant of Syria; they shall be as the glory of the children of Israel, says Yahweh of Hosts.
Young's Literal Translation (YLT) And ceased hath the fortress from Ephraim, And the kingdom from Damascus, And the remnant of Aram are as the honour of the sons of Israel, The affirmation of Jehovah of Hosts!
Cross Reference 2 Kings 16:9 in Oriya 9 ତହିଁରେ ଅଶୂରର ରାଜା ତାଙ୍କର କଥାରେ ମନୋଯୋଗ କଲା; ପୁଣି ଅଶୂରର ରାଜା ଦମ୍ମେଶକ ବିରୁଦ୍ଧରେ ଯାଇ ତାହା ହସ୍ତଗତ କରି ତହିଁର ଲୋକମାନଙ୍କୁ ବନ୍ଦୀ କରି କୀର୍ ନଗରକୁ ନେଇଗଲା ଓ ରତ୍ସୀନ୍କୁ ବଧ କଲା।
2 Kings 17:6 in Oriya 6 ହୋଶେୟଙ୍କର ଅଧିକାରର ନବମ ବର୍ଷରେ ଅଶୂରର ରାଜା ଶମରୀୟା ହସ୍ତଗତ କଲା ଓ ଇସ୍ରାଏଲକୁ ଅଶୂରକୁ ନେଇ ଯାଇ ହଲହରେ ଓ ହାବୋରରେ ଗୋଶନ ନଦୀ ତୀରରେ ଓ ମାଦୀୟମାନଙ୍କ ନାନା ନଗରରେ ରଖିଲା।
Isaiah 7:8 in Oriya 8 କାରଣ ଅରାମର ମସ୍ତକ ଦାମାସ୍କସ୍ ଓ ଦାମାସ୍କସ୍ର ମସ୍ତକ ରତ୍ସୀନ; ପୁଣି, ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଖଣ୍ଡ ଖଣ୍ଡ ହୋଇ ଏପରି ଭଗ୍ନ ହେବ ଯେ, ସେ ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ;
Isaiah 7:16 in Oriya 16 କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ।
Isaiah 8:4 in Oriya 4 କାରଣ ବାଳକ ମୋହର ପିତା ଓ ମୋହର ମାତା ବୋଲି ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବେ ଦାମାସ୍କସ୍ ଧନ ଓ ଶମରୀୟାର ଲୁଟିତ ଅଶୂର ରାଜାର ଆଗେ ଆଗେ ବହି ନିଆଯିବ।”
Isaiah 10:9 in Oriya 9 କଲ୍ନୋ କି କର୍କମୀଶ୍ର ତୁଲ୍ୟ ନୁହେଁ ? ହମାତ୍ କି ଅର୍ପଦର ତୁଲ୍ୟ ନୁହେଁ ? ଶମରୀୟା କି ଦାମାସ୍କସ୍ ତୁଲ୍ୟ ନୁହେଁ ?
Isaiah 16:14 in Oriya 14 ମାତ୍ର ଏବେ ସଦାପ୍ରଭୁ ଏହି କଥା କହନ୍ତି, ବେତନଜୀବୀର ବର୍ଷ ତୁଲ୍ୟ ତିନି ବର୍ଷ ମଧ୍ୟରେ ମୋୟାବର ଗୌରବ ତାହାର ମହାଜନତା ସୁଦ୍ଧା ତୁଚ୍ଛୀକୃତ ହେବ, ଆଉ ଅବଶିଷ୍ଟାଂଶ ଅତି ଅଳ୍ପ ହେବ ଓ ଗଣନାଯୋଗ୍ୟ ହେବ ନାହିଁ।
Isaiah 17:4 in Oriya 4 ଆଉ, ସେହି ଦିନରେ ଯାକୁବର ଗୌରବ ହ୍ରାସ କରାଯିବ ଓ ତାହାର ମାଂସର ସ୍ଥୂଳତା କ୍ଷୀଣ ହେବ;
Isaiah 28:1 in Oriya 1 ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ, ଫଳଶାଳୀ ଉପତ୍ୟକାର ମସ୍ତକରେ ଥିବା ତାହାର ସୁନ୍ଦର ଭୂଷଣ ସ୍ୱରୂପ ମ୍ଳାନପ୍ରାୟ ପୁଷ୍ପ, ସନ୍ତାପର ପାତ୍ର !
Hosea 1:4 in Oriya 4 ତହୁଁ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ; କାରଣ ଅଳ୍ପ ସମୟ ପରେ ଆମ୍ଭେ ଯେହୂର ବଂଶକୁ ଯିଷ୍ରିୟେଲର ରକ୍ତପାତର ପ୍ରତିଫଳ ଭୋଗ କରାଇବା ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା।
Hosea 1:6 in Oriya 6 ଆଉ, ଗୋମର ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା। ଆଉ, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ତାହାର ନାମ ଲୋ-ରୁହାମା (ଅଦୟା ପାତ୍ରୀ) ରଖ; କାରଣ ଆମ୍ଭେ କୌଣସି ପ୍ରକାରେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ।
Hosea 3:4 in Oriya 4 କାରଣ ଇସ୍ରାଏଲ ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜାହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ;
Hosea 5:13 in Oriya 13 ଯେତେବେଳେ ଇଫ୍ରୟିମ ଆପଣା ରୋଗ ଓ ଯିହୁଦା ଆପଣା କ୍ଷତ ଦେଖିଲା, ସେତେବେଳେ ଇଫ୍ରୟିମ ଅଶୂରୀୟର ନିକଟକୁ ଗଲା ଓ ଯାରେବ ରାଜା ନିକଟକୁ ଲୋକ ପଠାଇଲା; ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ସକ୍ଷମ ନୁହେଁ, କିଅବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ।
Hosea 8:8 in Oriya 8 ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି।
Hosea 9:11 in Oriya 11 ଇଫ୍ରୟିମର ଗୌରବ ପକ୍ଷୀ ପରି ଉଡ଼ିଯିବ; ତାହାର କୌଣସି ଜନ୍ମ, ଗର୍ଭ କିଅବା ଗର୍ଭଧାରଣ ହେବ ନାହିଁ।
Hosea 9:16 in Oriya 16 ଇଫ୍ରୟିମ ଆହତ ହୋଇଅଛି, ସେମାନଙ୍କର ମୂଳ ଶୁଷ୍କ ହୋଇଅଛି; ସେମାନେ ଫଳ ଧାରଣ କରିବେ ନାହିଁ; ହଁ, ଯଦ୍ୟପି ସେମାନେ ପ୍ରସବ କରିବେ, ତଥାପି ଆମ୍ଭେ ସେମାନଙ୍କ ଗର୍ଭର ପ୍ରିୟତମ ଫଳକୁ ସଂହାର କରିବା।
Hosea 10:14 in Oriya 14 ଏଥିନିମନ୍ତେ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଏକ କୋଳାହଳ ଉଠିବ ଓ ଯୁଦ୍ଧ ଦିନରେ ଯେପରି ଶଲମନ ବୈଥ୍-ଅରବେଲକୁ ବିନାଶ କରିଥିଲା, ସେପରି ତୁମ୍ଭ ଦୁର୍ଗସକଳ ବିନଷ୍ଟ ହେବ; ମାତା ଆପଣା ସନ୍ତାନଗଣ ସହିତ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହୋଇଥିଲା।
Hosea 13:7 in Oriya 7 ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;
Hosea 13:15 in Oriya 15 ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ, ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ; ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।
Amos 2:6 in Oriya 6 ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ରୂପା ପାଇଁ ଧାର୍ମିକକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;
Amos 3:9 in Oriya 9 ତୁମ୍ଭେମାନେ ଅସ୍ଦୋଦସ୍ଥ ସକଳ ଅଟ୍ଟାଳିକାରେ ଓ ମିସର ଦେଶସ୍ଥ ସକଳ ଅଟ୍ଟାଳିକାରେ ଘୋଷଣା କରି କୁହ, “ତୁମ୍ଭେମାନେ ଶମରୀୟାର ପର୍ବତଗଣ ଉପରେ ଏକତ୍ର ହୁଅ, ଆଉ ତହିଁ ମଧ୍ୟରେ କି ମହା କୋଳାହଳ ଓ କି ଉପଦ୍ରବମାନ ହେଉଅଛି, ଏହା ଦେଖ।”
Amos 5:25 in Oriya 25 ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କି ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭ ନିକଟକୁ ବଳିଦାନ ଓ ନୈବେଦ୍ୟ ଆଣିଲ ?
Amos 6:7 in Oriya 7 ଏଥିପାଇଁ ସେମାନେ ଏବେ ପ୍ରଥମ ନିର୍ବାସିତ ଲୋକମାନଙ୍କ ସହିତ ନିର୍ବାସିତ ହେବେ ଓ ଶରୀର ଲମ୍ବକାରୀମାନଙ୍କର ହର୍ଷନାଦ ଲୁପ୍ତ ହେବ।
Amos 8:14 in Oriya 14 ଯେଉଁମାନେ ଶମରୀୟାର ପାପ ନେଇ ଶପଥ କରନ୍ତି, ଆଉ କହନ୍ତି, ହେ ଦାନ, ତୁମ୍ଭ ଦେବତା ଜୀବିତ ଥିବା ପ୍ରମାଣେ ଓ ବେର୍ଶେବାର ପଥ ଜୀବିତ ଥିବା ପ୍ରମାଣେ, ସେମାନେ ହିଁ ପତିତ ହେବେ, ଆଉ କେବେ ଉଠିବେ ନାହିଁ।”
Micah 1:4 in Oriya 4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।