Hosea 2:5 in Oriya 5 ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି; ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି; କାରଣ ସେ କହିଲା, “ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ, ମେଷଲୋମ, ମସିନାବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି, ମୁଁ ସେମାନଙ୍କର ପଛେ ପଛେ ଯିବି।”
Other Translations King James Version (KJV) For their mother hath played the harlot: she that conceived them hath done shamefully: for she said, I will go after my lovers, that give me my bread and my water, my wool and my flax, mine oil and my drink.
American Standard Version (ASV) for their mother hath played the harlot; she that conceived them hath done shamefully; for she said, I will go after my lovers, that give me my bread and my water, my wool and my flax, mine oil and my drink.
Bible in Basic English (BBE) For their mother has been untrue; she who gave them birth has done things of shame, for she said, I will go after my lovers, who give me my bread and my water, my wool and my linen, my oil and my wine.
Darby English Bible (DBY) For their mother hath played the harlot; she that conceived them hath done shamefully: for she said, I will go after my lovers, that give [me] my bread and my water, my wool and my flax, mine oil and my drink.
World English Bible (WEB) For their mother has played the prostitute. She who conceived them has done shamefully; For she said, 'I will go after my lovers, Who give me my bread and my water, My wool and my flax, My oil and my drink.'
Young's Literal Translation (YLT) For gone a-whoring hath their mother, Acted shamefully hath their conceiver, For she hath said, I go after my lovers, Those giving my bread and my water, My wool and my flax, my oil and my drink.
Cross Reference Judges 16:23 in Oriya 23 ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ଆପଣାମାନଙ୍କ ଦେବତା ଦାଗୋନ୍ ଉଦ୍ଦେଶ୍ୟରେ ମହାଯଜ୍ଞ କରି ଆନନ୍ଦ କରିବାକୁ ଏକତ୍ରିତ ହେଲେ। କାରଣ ସେମାନେ କହିଲେ, ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ଶାମ୍ଶୋନ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।
Ezra 9:6 in Oriya 6 “ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି, ହେ ମୋହର ପରମେଶ୍ୱର, ମୁଁ ତୁମ୍ଭ ଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି; କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଉର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି।
Isaiah 1:21 in Oriya 21 ବିଶ୍ଵସ୍ତ ନଗରୀ କିପରି ବେଶ୍ୟା ହୋଇଅଛି ! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।
Isaiah 50:1 in Oriya 1 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ପତ୍ର ଦ୍ୱାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ ? ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।
Isaiah 57:7 in Oriya 7 ଉଚ୍ଚ ଓ ଉନ୍ନତ ପର୍ବତ ଉପରେ ତୁମ୍ଭେ ଆପଣା ଶଯ୍ୟା ପାତିଅଛ; ସେହି ସ୍ଥାନକୁ ମଧ୍ୟ ତୁମ୍ଭେ ବଳିଦାନ କରିବା ପାଇଁ ଯାଇଅଛ।
Jeremiah 2:20 in Oriya 20 ପୂର୍ବ କାଳରେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନସକଳ ଛେଦନ କଲୁ; ଆଉ, ତୁମ୍ଭେ କହିଲ, ଆମ୍ଭେ ଦାସ୍ୟକର୍ମ କରିବା ନାହିଁ; କାରଣ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭେ ବ୍ୟଭିଚାର କରିବା ପାଇଁ ନତ ହୋଇଅଛ।
Jeremiah 2:25 in Oriya 25 ତୁମ୍ଭେ ଆପଣା ଚରଣ ପାଦୁକାରହିତ ଓ କଣ୍ଠ ଶୁଷ୍କ ହେବାକୁ ଦିଅ ନାହିଁ; ମାତ୍ର ତୁମ୍ଭେ କହିଲ, ଆଉ ଭରସା ନାହିଁ; ନା, କାରଣ ମୁଁ ବିଦେଶୀୟମାନଙ୍କୁ ପ୍ରେମ କରିଅଛି ଓ ମୁଁ ସେମାନଙ୍କର ପଶ୍ଚାଦ୍ଗାମିନୀ ହେବି।
Jeremiah 3:1 in Oriya 1 ଲୋକେ କହନ୍ତି, “କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟକୁ ଯାଇ ଯଦି ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ୱାମୀ କି ପୁନର୍ବାର ତାହା ନିକଟକୁ ଯିବ ?” ଗଲେ, ସେହି ଦେଶ କି ଅତ୍ୟନ୍ତ ଅଶୁଚି ହେବ ନାହିଁ ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ ? ତଥାପି ସଦାପ୍ରଭୁ କହନ୍ତି, “ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ !
Jeremiah 11:13 in Oriya 13 କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍, ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।”
Jeremiah 44:17 in Oriya 17 ମାତ୍ର ଆମ୍ଭମାନଙ୍କ ମୁଖରୁ ଯେ ପ୍ରତ୍ୟେକ ବାକ୍ୟ ନିର୍ଗତ ହୋଇଅଛି, ତଦନୁସାରେ ଅବଶ୍ୟ କାର୍ଯ୍ୟ କରିବୁ, ଅର୍ଥାତ୍, ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ଆମ୍ଭମାନଙ୍କର ରାଜାଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ସେପରି ଆମ୍ଭେମାନେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବୁ ଓ ପେୟ ନୈବେଦ୍ୟ ଢାଳିବୁ; କାରଣ ସେସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇ ସୁଖରେ ଥିଲୁ, କୌଣସି ଅମଙ୍ଗଳ ଦେଖିଲୁ ନାହିଁ।
Ezekiel 16:15 in Oriya 15 ମାତ୍ର ତୁମ୍ଭେ ଆପଣା ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜ ସୁଖ୍ୟାତି ସକାଶୁ ବ୍ୟଭିଚାରିଣୀ ହେଲ, ପୁଣି, ଯେକେହି ତୁମ୍ଭ ନିକଟ ଦେଇ ଗଲା; ତାହା ଉପରେ ତୁମ୍ଭର ବ୍ୟଭିଚାରରୂପ ଜଳ ଢାଳିଲ; ତାହା ତାହାର ଭୋଗ ହେଲା।
Ezekiel 16:28 in Oriya 28 ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ; ହଁ, ତୁମ୍ଭେ ସେମାନଙ୍କ ସଙ୍ଗେ ବ୍ୟଭିଚାର କଲେ ହେଁ ତୃପ୍ତା ହୋଇ ନାହଁ।
Ezekiel 23:5 in Oriya 5 ଆଉ, ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା,
Ezekiel 23:16 in Oriya 16 ପୁଣି, ସେ ସେମାନଙ୍କୁ ଦେଖିବା ମାତ୍ର ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍ଦୀୟ ଦେଶକୁ ସେମାନଙ୍କ ନିକଟକୁ ବାର୍ତ୍ତାବାହକ ପଠାଇଲା।
Ezekiel 23:40 in Oriya 40 ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ;
Daniel 9:5 in Oriya 5 ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନର ପଥ ତ୍ୟାଗ କରିଅଛୁ।
Hosea 2:2 in Oriya 2 ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର; କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ୱାମୀ ନୋହୁଁ; ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର ଓ ଆପଣା ସ୍ତନଦ୍ୱୟର ମଧ୍ୟରୁ ବ୍ୟଭିଚାର ଦୂର କରୁ;
Hosea 2:8 in Oriya 8 “ଯେହେତୁ ଆମ୍ଭେ ଯେ ତାହାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଲୁ ଓ ତାହାର ରୂପା ଓ ସୁନା ବୃଦ୍ଧି କଲୁ, ଏହା ସେ ଜାଣିଲା ନାହିଁ, ସେମାନେ ସେହି ରୂପା, ସୁନା ବାଲ୍ଦେବ ଉଦ୍ଦେଶ୍ୟରେ ବ୍ୟୟ କଲେ।
Hosea 2:12 in Oriya 12 ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମ୍ୱିରି ବୃକ୍ଷ ବିଷୟରେ କହିଥିଲା ‘ଏହି ସବୁ ମୋର ପ୍ରେମିକଗଣ ମୋର ବେତନ ସ୍ୱରୂପେ ମୋତେ ଦେଇଅଛନ୍ତି', ସେହି ସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେହିସବୁକୁ ଅରଣ୍ୟ କରିବା, ତହିଁରେ ବନ୍ୟ ପଶୁଗଣ ତାହା ଖାଇ ପକାଇବେ।
Hosea 3:1 in Oriya 1 ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ କହିଲେ, “ଇସ୍ରାଏଲ ସନ୍ତାନଗଣ ଅନ୍ୟ ଦେବଗଣର ପ୍ରତି ଫେରିଲେ ମଧ୍ୟ ଓ ଦ୍ରାକ୍ଷାଚକ୍ତି ଭଲ ପାଇଲେ ମଧ୍ୟ ସଦାପ୍ରଭୁ ଯେଉଁପରି ସେମାନଙ୍କୁ ପ୍ରେମ କରନ୍ତି, ସେହିପରି ତୁମ୍ଭେ ପୁନଶ୍ଚ ଯାଇ ଆପଣା ମିତ୍ରର ପ୍ରିୟତମା ଅଥଚ ବ୍ୟଭିଚାରିଣୀ ଏକ ସ୍ତ୍ରୀକୁ ପ୍ରେମ କର।”
Hosea 4:5 in Oriya 5 ପୁଣି, ତୁମ୍ଭେ ଦିନବେଳେ ଝୁଣ୍ଟି ପଡ଼ିବ ଓ ଭବିଷ୍ୟଦ୍ବକ୍ତା ମଧ୍ୟ ରାତ୍ରିକାଳରେ ତୁମ୍ଭ ସଙ୍ଗେ ଝୁଣ୍ଟି ପଡ଼ିବ; ଆଉ, ଆମ୍ଭେ ତୁମ୍ଭର ମାତାକୁ ବିନାଶ କରିବା।
Hosea 4:12 in Oriya 12 ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାଁନ୍ତି ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ; କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି, ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି।
Hosea 8:9 in Oriya 9 କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇ ଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି।
Hosea 9:10 in Oriya 10 ସଦାପ୍ରଭୁ କହନ୍ତି, “ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ; ଆମ୍ଭେ ଡିମ୍ୱିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ୱ ଡିମ୍ୱିରି ଫଳ ସଦୃଶ୍ୟ ତୁମ୍ଭର ପିତୃପୁରୁଷଗଣଙ୍କୁ ଦେଖିଲୁ; ମାତ୍ର ସେମାନେ ବାଲ୍-ପୀୟୋରର ନିକଟକୁ ଆସି ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ ଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ।
Revelation 2:20 in Oriya 20 ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ୍ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ।
Revelation 17:1 in Oriya 1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,