Hosea 2:13 in Oriya 13 ପୁଣି, ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେ ଧୂପ ଜ୍ୱଳାଇଲା, ସେହି ବାଲ୍ ଦେବଗଣର (ପ୍ରତିଷ୍ଠିତ) ଦିନସମୂହର ପ୍ରତିଫଳ ଆମ୍ଭେ ତାହାକୁ ଭୋଗ କରାଇବା; ସେହି ସମୟରେ ସେ କର୍ଣ୍ଣକୁଣ୍ଡଳ ଓ ଅଳଙ୍କାର ଇତ୍ୟାଦିରେ ଆପଣାକୁ ଭୂଷିତା କରି ଆପଣା ପ୍ରେମିକଗଣର ପଛେ ପଛେ ଗଲା ଓ ଆମ୍ଭକୁ ଭୁଲିଲା,” ଏହା ସଦାପ୍ରଭୁ କହନ୍ତି।
Other Translations King James Version (KJV) And I will visit upon her the days of Baalim, wherein she burned incense to them, and she decked herself with her earrings and her jewels, and she went after her lovers, and forgat me, saith the LORD.
American Standard Version (ASV) And I will visit upon her the days of the Baalim, unto which she burned incense, when she decked herself with her earrings and her jewels, and went after her lovers, and forgat me, saith Jehovah.
Bible in Basic English (BBE) And I will give her punishment for the days of the Baals, to whom she has been burning perfumes, when she made herself fair with her nose-rings and her jewels, and went after her lovers, giving no thought to me, says the Lord.
Darby English Bible (DBY) And I will visit upon her the days of the Baals, wherein she burned incense to them, and decked herself with her rings and jewels, and went after her lovers, and forgot me, saith Jehovah.
World English Bible (WEB) I will visit on her the days of the Baals, To which she burned incense, When she decked herself with her earrings and her jewels, And went after her lovers, And forgot me," says Yahweh.
Young's Literal Translation (YLT) And I have charged on her the days of the Baalim, To whom she maketh perfume, And putteth on her ring and her ornament, And goeth after her lovers, And Me forgat -- an affirmation of Jehovah.
Cross Reference Exodus 32:34 in Oriya 34 ଏବେ ଯାଅ, ଆମ୍ଭେ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହିଅଛୁ, ସେହି ଦେଶକୁ ଲୋକମାନଙ୍କୁ ନେଇ ଯାଅ; ଦେଖ, ଆମ୍ଭ ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ; ମାତ୍ର ଆମ୍ଭେ ପ୍ରତିଫଳ ଦେବା ଦିନରେ ସେମାନଙ୍କ ପାପର ପ୍ରତିଫଳ ସେମାନଙ୍କୁ ଦେବା।”
Deuteronomy 6:12 in Oriya 12 ସେତେବେଳେ ସାବଧାନ, ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ପାସୋର ନାହିଁ।
Deuteronomy 8:11 in Oriya 11 ସାବଧାନ, ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି, ତାହା ପାଳନ ନ କରି ଯେପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରି ନ ଯାଅ।
Deuteronomy 32:18 in Oriya 18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତାହାଙ୍କ ବିଷୟରେ ତୁମ୍ଭେ ଅମନୋଯୋଗୀ ହେଲ ଓ ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ, ତୁମ୍ଭେ ତାହାଙ୍କୁ ଭୁଲି ଗଲ।
Judges 2:11 in Oriya 11 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କର ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ବାଲ୍ ଦେବତାଗଣର ସେବା କଲେ।
Judges 3:7 in Oriya 7 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ପାସୋରି ବାଲ୍ ଦେବଗଣର ଓ ଆଶେରା ଦେବୀଗଣର ସେବା କଲେ।
Judges 10:6 in Oriya 6 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ, ଆଉ ବାଲ୍ ଦେବତାଗଣର ଓ ଅଷ୍ଟାରୋତ୍ ଦେବୀଗଣର ଓ ଅରାମ ଦେବଗଣର ଓ ସୀଦୋନ ଦେବଗଣର ଓ ମୋୟାବ ଦେବଗଣର ଓ ଅମ୍ମୋନ-ସନ୍ତାନମାନଙ୍କ ଦେବଗଣର ଓ ପଲେଷ୍ଟୀୟ ଦେବଗଣର ସେବା କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପାସୋରିଲେ ଓ ତାହାଙ୍କର ସେବା କଲେ ନାହିଁ।
1 Samuel 12:9 in Oriya 9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାସୋରନ୍ତେ, ସେ ହାତ୍ସୋରର ସେନାପତି ସୀଷରାର ହସ୍ତରେ ଓ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ମୋୟାବର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ।
1 Kings 16:31 in Oriya 31 ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍ବାଲ ରାଜାର କନ୍ୟା ଈଷେବଲକୁ ବିବାହ କଲେ ଓ ଯାଇ ବାଲ୍ର ସେବା କରି ତାହାକୁ ପ୍ରଣାମ କଲେ।
1 Kings 18:18 in Oriya 18 ତହୁଁ ସେ ଉତ୍ତର କଲେ, “ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ୍ ଦେବଗଣର ଅନୁଗାମୀ ହୋଇଅଛ।
2 Kings 1:2 in Oriya 2 ପୁଣି ଅହସୀୟ ଶମରୀୟାସ୍ଥ ଆପଣା ଉପରିସ୍ଥ କୋଠରୀର ଝରକା ଦେଇ ପଡ଼ି ପୀଡ଼ିତ ହେଲେ; ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, “ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ, ଏହା ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାର।”
2 Kings 10:28 in Oriya 28 ଏହି ପ୍ରକାରେ ଯେହୂ ଇସ୍ରାଏଲ ମଧ୍ୟରୁ ବାଲ୍କୁ ଉଚ୍ଛିନ୍ନ କଲେ।
2 Kings 21:3 in Oriya 3 କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ଆହାବ ରାଜା ଯେପରି କରିଥିଲେ, ସେପରି ସେ ବାଲ୍ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ, ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଓ ଆକାଶସ୍ଥ ବାହିନୀ ସକଳକୁ ପୂଜା କରି ସେମାନଙ୍କର ସେବା କଲେ।
Job 8:13 in Oriya 13 ଯେଉଁମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେସମସ୍ତଙ୍କର ପଥ ଏହି ପ୍ରକାର ଓ ଧର୍ମହୀନ ଲୋକର ଭରସା ବିନଷ୍ଟ ହେବ,
Psalm 78:11 in Oriya 11 ସେମାନେ ତାହାଙ୍କ କାର୍ଯ୍ୟସକଳ, ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲି ଗଲେ।
Psalm 106:13 in Oriya 13 ସେମାନେ ତାହାଙ୍କ କର୍ମସକଳ ଶୀଘ୍ର ପାସୋରି ଗଲେ; ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ;
Psalm 106:21 in Oriya 21 ଯେ ମିସରରେ ବିବିଧ ମହତ କର୍ମ, ହାମ୍ ଦେଶରେ ନାନା ଆଶ୍ଚର୍ଯ୍ୟକର୍ମ ଓ ସୂଫ ସମୁଦ୍ର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ;
Isaiah 17:10 in Oriya 10 କାରଣ ତୁମ୍ଭେ ଆପଣା ପରିତ୍ରାଣର ପରମେଶ୍ୱରଙ୍କୁ ପାସୋରିଅଛ ଓ ଆପଣା ଶକ୍ତି ସ୍ୱରୂପ ଶୈଳ ବିଷୟରେ ମନୋଯୋଗୀ ହୋଇ ନାହଁ; ଏହେତୁ ତୁମ୍ଭେ ସୁନ୍ଦର ସୁନ୍ଦର ଚାରା ରୋପଣ କରୁଅଛ ଓ ବିଦେଶୀୟ କଲମ ସଙ୍ଗେ ତାହା ବସାଉଅଛ;
Jeremiah 2:23 in Oriya 23 ଆମ୍ଭେ ଅଶୁଚି ନୋହୁଁ, ଆମ୍ଭେ ବାଲ୍ଦେବଗଣର ପଶ୍ଚାଦ୍ଗାମୀ ହୋଇ ନାହୁଁ ବୋଲି ତୁମ୍ଭେ କିପରି କହିପାର ? ଉପତ୍ୟକାରେ ତୁମ୍ଭ ଗତାୟାତ ପଥ ଦେଖ, ଯାହା ତୁମ୍ଭେ କରିଅଛ, ତାହା ଜ୍ଞାତ ହୁଅ; ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଉଷ୍ଟ୍ରୀ;
Jeremiah 2:32 in Oriya 32 କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି।
Jeremiah 7:9 in Oriya 9 ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରିବ,
Jeremiah 11:13 in Oriya 13 କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍, ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।”
Jeremiah 18:15 in Oriya 15 ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାସୋରି ଅସାର ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି, ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ ସେମାନଙ୍କ ପଥରେ, ପୁରାତନ ପଥରେ ସେମାନଙ୍କର ବିଘ୍ନ ଜନ୍ମାଇ ଅଛନ୍ତି;
Jeremiah 23:2 in Oriya 2 ଏନିମନ୍ତେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି; “ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରି ନାହଁ,” ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଦୁଷ୍କର୍ମର ପ୍ରତିଫଳ ଦେବା।
Ezekiel 16:17 in Oriya 17 ଆହୁରି, ଆମ୍ଭର ସୁନା ଓ ଆମ୍ଭର ରୂପାରେ ନିର୍ମିତ ଯେସକଳ ସୁନ୍ଦର ଆଭରଣ ଆମ୍ଭେ ତୁମ୍ଭକୁ ଦେଇଥିଲୁ, ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ;
Ezekiel 22:12 in Oriya 12 ତୁମ୍ଭ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇ ଅଛନ୍ତି; ତୁମ୍ଭେ ସୁଧ ଓ ବୃଦ୍ଧି ଗ୍ରହଣ କରିଅଛ, ଆଉ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ,” ପୁଣି, ଆମ୍ଭକୁ ପାସୋରିଅଛ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ezekiel 23:35 in Oriya 35 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।”
Ezekiel 23:40 in Oriya 40 ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ;
Hosea 2:5 in Oriya 5 ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି; ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି; କାରଣ ସେ କହିଲା, “ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ, ମେଷଲୋମ, ମସିନାବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି, ମୁଁ ସେମାନଙ୍କର ପଛେ ପଛେ ଯିବି।”
Hosea 2:7 in Oriya 7 ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ, ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ; ତହୁଁ ସେ କହିବ, “ମୁଁ ଫେରି ଆପଣା ପ୍ରଥମ ସ୍ୱାମୀ ନିକଟକୁ ଯିବି; କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା।”
Hosea 4:6 in Oriya 6 ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି; କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା।
Hosea 4:13 in Oriya 13 ସେମାନେ ପର୍ବତମାନର ଶୃଙ୍ଗରେ ବଳିଦାନ କରନ୍ତି ଓ ଉପପର୍ବତଗଣର ଉପରେ ଅଲୋନ୍, ଲିବ୍ନି ଓ ଏଲା ବୃକ୍ଷ ତଳେ ଧୂପ ଜଳାନ୍ତି, କାରଣ ତହିଁର ଛାୟା ଉତ୍ତମ; ଏଥିପାଇଁ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କରନ୍ତି ଓ ତୁମ୍ଭର ବଧୂଗଣ ବ୍ୟଭିଚାର କରନ୍ତି।
Hosea 8:14 in Oriya 14 କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀର ବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସକଳ ଗ୍ରାସ କରିବ।
Hosea 9:7 in Oriya 7 ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ଡର ଦିନ ଉପସ୍ଥିତ; ଇସ୍ରାଏଲ ଏହା ଜାଣିବ। ଭବିଷ୍ୟଦ୍ବକ୍ତା ନିର୍ବୋଧ, ଆତ୍ମାପ୍ରାପ୍ତ ଲୋକ ଉତ୍ତେଜିତ, କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତାଭାବ ବଡ଼।
Hosea 9:9 in Oriya 9 ଗିବୀୟାର ସମୟରେ ଯେପରି, ସେମାନେ ଆପଣାମାନଙ୍କୁ ସେପରି ଅତିଶୟ ଭ୍ରଷ୍ଟ କରିଅଛନ୍ତି; ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପସକଳର ପ୍ରତିଫଳ ଦେବେ।
Hosea 11:2 in Oriya 2 ମାତ୍ର ଯେତେ ସେମାନଙ୍କୁ ଡାକିଲେ, ସେତେ ସେମାନେ ସେମାନଙ୍କଠାରୁ ଦୂରକୁ ଗଲେ; ସେମାନେ ବାଲ୍ଦେବଗଣ ଉଦ୍ଦେଶ୍ୟରେ ବଳିଦାନ କଲେ ଓ ଖୋଦିତ ପ୍ରତିମାଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।
Hosea 13:1 in Oriya 1 ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ; ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା; ମାତ୍ର ବାଲ୍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ସେ ମଲା।
Hosea 13:6 in Oriya 6 ସେମାନେ ଆମ୍ଭମାନଙ୍କ ଚରାଣି ସ୍ଥାନ ଅନୁସାରେ ପରିତୃପ୍ତ ହେଲେ; ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ; ଏଥିପାଇଁ ସେମାନେ ଆମ୍ଭକୁ ପାସୋରି ଅଛନ୍ତି।