Hosea 14:3 in Oriya 3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟା ପ୍ରାପ୍ତ ହୁଏ।
Other Translations King James Version (KJV) Asshur shall not save us; we will not ride upon horses: neither will we say any more to the work of our hands, Ye are our gods: for in thee the fatherless findeth mercy.
American Standard Version (ASV) Assyria shall not save us; we will not ride upon horses; neither will we say any more to the work of our hands, `Ye are' our gods; for in thee the fatherless findeth mercy.
Bible in Basic English (BBE) Take with you words, and come back to the Lord; say to him, Let there be forgiveness for all wrongdoing, so that we may take what is good, and give in payment the fruit of our lips.
Darby English Bible (DBY) Assyria shall not save us; we will not ride upon horses: neither will we say any more to the work of our hands, [Thou art] our God; because in thee the fatherless findeth mercy.
World English Bible (WEB) Assyria can't save us. We won't ride on horses; Neither will we say any more to the work of our hands, 'Our gods!' For in you the fatherless finds mercy."
Young's Literal Translation (YLT) Asshur doth not save us, on a horse we ride not, Nor do we say any more, Our God, to the work of our hands, For in Thee find mercy doth the fatherless.'
Cross Reference Exodus 22:22 in Oriya 22 ତୁମ୍ଭେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ।
Deuteronomy 17:16 in Oriya 16 ମାତ୍ର ସେ ରାଜା ଆପଣା ପାଇଁ ଅନେକ ଅଶ୍ୱ ରଖିବ ନାହିଁ, କିଅବା ଅନେକ ଅଶ୍ୱ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ ପୁନର୍ବାର ମିସରକୁ ଗମନ କରାଇବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଅଛନ୍ତି, ତୁମ୍ଭେମାନେ ଏହି ସମୟଠାରୁ ସେହି ପଥରେ ଆଉ ଫେରି ଯିବ ନାହିଁ।
2 Chronicles 16:7 in Oriya 7 ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ।
Psalm 10:14 in Oriya 14 ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ; ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; ତୁମ୍ଭେ ପିତୃହୀନର ସହାୟ ହୋଇଅଛ।
Psalm 20:7 in Oriya 7 କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ।
Psalm 33:17 in Oriya 17 ରକ୍ଷାର୍ଥେ ଅଶ୍ୱ ମିଥ୍ୟା; କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ।
Psalm 68:5 in Oriya 5 ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ବିଚାରକର୍ତ୍ତା ଅଟନ୍ତି।
Psalm 146:3 in Oriya 3 ତୁମ୍ଭେମାନେ ଅଧିପତିମାନଙ୍କ ଉପରେ, କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ ସନ୍ତାନ ଉପରେ ନିର୍ଭର କର ନାହିଁ।
Psalm 146:9 in Oriya 9 ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।
Proverbs 23:10 in Oriya 10 ପୁରାତନ ସୀମା ଘୁଞ୍ଚାଅ ନାହିଁ, ପୁଣି, ପିତୃହୀନର କ୍ଷେତ୍ରରେ ପ୍ରବେଶ କର ନାହିଁ।
Isaiah 1:29 in Oriya 29 କାରଣ ସେମାନେ ତୁମ୍ଭମାନଙ୍କର ବାଞ୍ଛିତ ଅଲୋନ୍ ବୃକ୍ଷ ବିଷୟରେ ଲଜ୍ଜିତ ହେବେ, ପୁଣି, ତୁମ୍ଭେମାନେ ଆପଣାମାନଙ୍କର ମନୋନୀତ ଉଦ୍ୟାନସକଳର ବିଷୟରେ ହତାଶ ହେବ।
Isaiah 2:20 in Oriya 20 ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ;
Isaiah 27:9 in Oriya 9 ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମାସବୁ ଆଉ ଉଠିବେ ନାହିଁ।
Isaiah 30:2 in Oriya 2 ସେମାନେ ଆମ୍ଭକୁ ନ ପଚାରି ଫାରୋର ବଳରେ ଆପଣାମାନଙ୍କୁ ବଳିଷ୍ଠ କରିବାକୁ ଓ ମିସରର ଛାୟାରେ ଆଶ୍ରୟ ନେବାକୁ ମିସରକୁ ଯିବା ନିମନ୍ତେ ଯାତ୍ରା କରୁଅଛନ୍ତି।
Isaiah 30:16 in Oriya 16 ମାତ୍ର ତୁମ୍ଭେମାନେ କହିଲ, ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ; ଏଥିପାଇଁ ତୁମ୍ଭେମାନେ ପଳାତକ ହେବ; ଆଉ କହିଲ, ଆମ୍ଭେମାନେ ଦ୍ରୁତଗାମୀ ବାହନରେ ଚଢ଼ିବା; ଏଥିପାଇଁ ତୁମ୍ଭମାନଙ୍କ ପଶ୍ଚାତ୍ ଗୋଡ଼ାଇବା ଲୋକମାନେ ଦ୍ରୁତଗାମୀ ହେବେ।
Isaiah 31:1 in Oriya 1 ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଯାଆନ୍ତି ଓ ଅଶ୍ୱଗଣରେ ନିର୍ଭର କରନ୍ତି ଓ ରଥ ଅନେକ ହେବାରୁ, ଆଉ ଅଶ୍ୱାରୋହୀଗଣ ଅତି ବଳବାନ ହେବାରୁ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି; ମାତ୍ର ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ନ ଅନାନ୍ତି, କିଅବା ସଦାପ୍ରଭୁଙ୍କର ଅନ୍ୱେଷଣ ନ କରନ୍ତି, ସେମାନେ ସନ୍ତାପର ପାତ୍ର !
Isaiah 31:3 in Oriya 3 ମିସ୍ରୀୟମାନେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହନ୍ତି ଓ ସେମାନଙ୍କ ଅଶ୍ୱଗଣ ମାଂସ ମାତ୍ର, ଆତ୍ମା ନୁହନ୍ତି; ପୁଣି ସଦାପ୍ରଭୁ ଆପଣା ହସ୍ତ ବିସ୍ତାର କଲେ, ସହାୟକାରୀ ଝୁଣ୍ଟି ପଡ଼ିବ ଓ ସହାୟପ୍ରାପ୍ତ ପଡ଼ିଯିବ, ପୁଣି ଦୁହେଁ ଏକତ୍ର ବିନଷ୍ଟ ହେବେ।
Isaiah 36:8 in Oriya 8 ଏହେତୁ ମୁଁ ବିନୟ କରୁଅଛି, ମୋ' ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯଦି ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।
Jeremiah 31:18 in Oriya 18 ଆମ୍ଭେ ନିଶ୍ଚୟ ଇଫ୍ରୟିମକୁ ଆପଣା ବିଷୟରେ ବିଳାପ କରି ଏହି ପ୍ରକାର କହିବା ଶୁଣିଅଛୁ, ‘ମୁଁ ଅମଣା ବାଛୁରି ପରି ବୋଲି ତୁମ୍ଭେ ମୋତେ ଶାସ୍ତି ଦେଇଅଛ ଓ ମୁଁ ଶାସ୍ତି ଭୋଗ କରିଅଛି; ତୁମ୍ଭେ ମୋତେ ଫେରାଅ, ତହିଁରେ ମୁଁ ଫେରିବି; କାରଣ ତୁମ୍ଭେ ସଦାପ୍ରଭୁ ମୋହର ପରମେଶ୍ୱର।
Ezekiel 36:25 in Oriya 25 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା।
Ezekiel 37:23 in Oriya 23 ପୁଣି, ସେମାନେ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା କିଅବା ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ଅଥବା ଆପଣାମାନଙ୍କର କୌଣସି ଆଜ୍ଞା ଲଙ୍ଘନ ଦ୍ୱାରା ଆପଣାମାନଙ୍କୁ ଆଉ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଯେଉଁ ସକଳ ବାସସ୍ଥାନରେ ପାପ କରିଅଛନ୍ତି, ସେମାନଙ୍କର ସେହି ସକଳ ବାସସ୍ଥାନରୁ ଆମ୍ଭେ ସେମାନଙ୍କୁ ଉଦ୍ଧାର କରି ଶୁଚି କରିବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
Ezekiel 43:7 in Oriya 7 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ ବଂଶ, ଅର୍ଥାତ୍, ସେମାନେ ଓ ସେମାନଙ୍କ ରାଜାଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜାଗଣର ଶବ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ।
Hosea 2:17 in Oriya 17 କାରଣ ଆମ୍ଭେ ତାହାର ମୁଖରୁ ବାଲ୍ ଦେବଗଣର ନାମସବୁ ଦୂର କରିବା, ପୁଣି ସେହି ନାମସବୁ ପୁନର୍ବାର ଧରାଯିବ ନାହିଁ।
Hosea 5:13 in Oriya 13 ଯେତେବେଳେ ଇଫ୍ରୟିମ ଆପଣା ରୋଗ ଓ ଯିହୁଦା ଆପଣା କ୍ଷତ ଦେଖିଲା, ସେତେବେଳେ ଇଫ୍ରୟିମ ଅଶୂରୀୟର ନିକଟକୁ ଗଲା ଓ ଯାରେବ ରାଜା ନିକଟକୁ ଲୋକ ପଠାଇଲା; ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ସକ୍ଷମ ନୁହେଁ, କିଅବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ।
Hosea 7:11 in Oriya 11 ପୁଣି, ଇଫ୍ରୟିମ ଅବୋଧ କପୋତର ତୁଲ୍ୟ ବୁଦ୍ଧିହୀନ; ସେମାନେ ମିସରକୁ ନିବେଦନ କରନ୍ତି, ସେମାନେ ଅଶୂରକୁ ଯାଆନ୍ତି।
Hosea 8:6 in Oriya 6 କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକାର ଏହା ନିର୍ମାଣ କରିଅଛି, ତାହା ଈଶ୍ୱର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେବ।
Hosea 8:9 in Oriya 9 କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇ ଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି।
Hosea 12:1 in Oriya 1 ଇଫ୍ରୟିମ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅଶୂରର ସହିତ ନିୟମ କରନ୍ତି ଓ ମିସରକୁ ତୈଳ ପଠାନ୍ତି।
Hosea 14:8 in Oriya 8 ଇଫ୍ରୟିମ କହିବ, ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ ? ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା; ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ।
Micah 5:10 in Oriya 10 ଆହୁରି, ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭ ଅଶ୍ୱଗଣକୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ରଥସବୁ ନଷ୍ଟ କରିବା;
Zechariah 13:2 in Oriya 2 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେହି ଦିନ ଆମ୍ଭେ ଦେଶରୁ ପ୍ରତିମାଗଣର ନାମ ଉଚ୍ଛିନ୍ନ କରିବା ଓ ସେମାନେ ଆଉ ସ୍ମରଣ କରା ଯିବେ ନାହିଁ; ଆହୁରି, ଆମ୍ଭେ ଦେଶରୁ ଭବିଷ୍ୟଦ୍ବକ୍ତାଗଣଙ୍କୁ ଓ ଅଶୁଚିତାର ଆତ୍ମାକୁ ବାହାର କରିବା।
John 14:18 in Oriya 18 ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି।