Hosea 10:12 in Oriya 12 ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ; ଆପଣାମାନଙ୍କର ପଡ଼ିଆ ଭୂମି ଭାଙ୍ଗ; କାରଣ ଯେପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେପର୍ଯ୍ୟନ୍ତ ତାହାଙ୍କର ଅନ୍ଵେଷଣ କରିବାର ସମୟ ଅଛି।
Other Translations King James Version (KJV) Sow to yourselves in righteousness, reap in mercy; break up your fallow ground: for it is time to seek the LORD, till he come and rain righteousness upon you.
American Standard Version (ASV) Sow to yourselves in righteousness, reap according to kindness; break up your fallow ground; for it is time to seek Jehovah, till he come and rain righteousness upon you.
Bible in Basic English (BBE) Put in the seed of righteousness, get in your grain in mercy, let your unploughed earth be turned up: for it is time to make search for the Lord, till he comes and sends righteousness on you like rain.
Darby English Bible (DBY) Sow to yourselves in righteousness, reap according to mercy; break up your fallow ground: for it is time to seek Jehovah, till he come and rain righteousness upon you.
World English Bible (WEB) Sow to yourselves in righteousness, Reap according to kindness. Break up your fallow ground; For it is time to seek Yahweh, Until he comes and rains righteousness on you.
Young's Literal Translation (YLT) Sow for yourselves in righteousness, Reap according to loving-kindness, Till for yourselves tillage of knowledge, To seek Jehovah, Till he come and shew righteousness to you.
Cross Reference Psalm 72:6 in Oriya 6 କଟାଘାସରେ ବୃଷ୍ଟି ତୁଲ୍ୟ ଓ ଭୂମି-ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ।
Psalm 105:4 in Oriya 4 ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର; ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର।
Psalm 126:5 in Oriya 5 ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ।
Proverbs 11:18 in Oriya 18 ଦୁଷ୍ଟ ଲୋକ ମିଥ୍ୟା ଉପାର୍ଜ୍ଜନ କରେ, ମାତ୍ର ଯେ ଧର୍ମବୀଜ ବୁଣେ, ତାହାର ନିଶ୍ଚିତ ପୁରସ୍କାର ଅଛି।
Proverbs 18:21 in Oriya 21 ମରଣ ଓ ଜୀବନ ଜିହ୍ୱାର ଅଧୀନ; ଯେଉଁମାନେ ତାକୁ ଭଲ ଜାଣନ୍ତି, ସେମାନେ ତାହାର ଫଳ ଭୋଗିବେ।
Ecclesiastes 11:6 in Oriya 6 ତୁମ୍ଭେ ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ; କାରଣ ଏହା ଅବା ତାହା ସିଦ୍ଧ ହେବ, ଅବା ଉଭୟ ସମାନ ଉତ୍ତମ ହେବ, ଏହା ତୁମ୍ଭେ ଜାଣ ନାହିଁ।
Isaiah 5:6 in Oriya 6 ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।
Isaiah 30:23 in Oriya 23 ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେହି ଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ।
Isaiah 31:1 in Oriya 1 ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଯାଆନ୍ତି ଓ ଅଶ୍ୱଗଣରେ ନିର୍ଭର କରନ୍ତି ଓ ରଥ ଅନେକ ହେବାରୁ, ଆଉ ଅଶ୍ୱାରୋହୀଗଣ ଅତି ବଳବାନ ହେବାରୁ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି; ମାତ୍ର ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ନ ଅନାନ୍ତି, କିଅବା ସଦାପ୍ରଭୁଙ୍କର ଅନ୍ୱେଷଣ ନ କରନ୍ତି, ସେମାନେ ସନ୍ତାପର ପାତ୍ର !
Isaiah 32:20 in Oriya 20 ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ।
Isaiah 44:3 in Oriya 3 କାରଣ ଆମ୍ଭେ ତୃଷିତ ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା; ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ଢାଳିବା;
Isaiah 45:8 in Oriya 8 ହେ ଆକାଶମଣ୍ଡଳ, ତୁମ୍ଭେମାନେ ଉପରୁ ବର୍ଷଣ କର, ମେଘମାଳ ଧର୍ମବୃଷ୍ଟି କରୁ; ଯେପରି ପରିତ୍ରାଣ ଉତ୍ପନ୍ନ ହେବ, ଏଥିପାଇଁ ପୃଥିବୀ ବିଦୀର୍ଣ୍ଣ ହେଉ ଓ ସେ ଧାର୍ମିକତା ଏକତ୍ର ଅଙ୍କୁରିତ କରାଉ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରିଅଛୁ।
Isaiah 55:6 in Oriya 6 ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର।
Jeremiah 4:3 in Oriya 3 କାରଣ ସଦାପ୍ରଭୁ ଯିହୁଦାର ଓ ଯିରୂଶାଲମର ଲୋକମାନଙ୍କୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣାମାନଙ୍କର ପଡ଼ିଆ ଭୂମି ଚାଷ କର ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।'”
Jeremiah 29:12 in Oriya 12 ପୁଣି, ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା।
Jeremiah 50:4 in Oriya 4 ସଦାପ୍ରଭୁ କହନ୍ତି, “ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
Ezekiel 34:26 in Oriya 26 ପୁଣି, ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା; ଆଉ, ଆମ୍ଭେ ଯଥା ସମୟରେ ଜଳଧାରା ବର୍ଷାଇବା; ତାହା ଆଶୀର୍ବାଦର ଜଳଧାରା ହେବ।
Hosea 6:3 in Oriya 3 ପୁଣି, ଆମ୍ଭେମାନେ ଜ୍ଞାତ ହେଉ, ସଦାପ୍ରଭୁଙ୍କୁ ଜାଣିବା ନିମନ୍ତେ ତାହାଙ୍କ ପଶ୍ଚାତ୍ଗମନ କରୁ; ତାହାଙ୍କର ଉଦୟ ପ୍ରତ୍ୟୁଷ ତୁଲ୍ୟ ନିଶ୍ଚିତ; ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଶେଷ ବୃଷ୍ଟି ତୁଲ୍ୟ ଆସିବେ।
Hosea 8:7 in Oriya 7 କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ। ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯଦି ଉତ୍ପନ୍ନ କରିବେ, ବିଦେଶୀୟମାନେ ତାହା ଗ୍ରାସ କରିବେ।
Hosea 12:6 in Oriya 6 ଏଥିନିମନ୍ତେ ତୁମ୍ଭେ ଆପଣା ପରମେଶ୍ୱରଙ୍କ ନିକଟକୁ ଫେର; ଦୟା ଓ ନ୍ୟାୟ ବିଚାର ପାଳନ କର ଓ ସର୍ବଦା ତୁମ୍ଭ ପରମେଶ୍ୱରଙ୍କ ଅପେକ୍ଷାରେ ଥାଅ।
Amos 5:4 in Oriya 4 କାରଣ ଇସ୍ରାଏଲ ବଂଶକୁ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ।
Amos 5:6 in Oriya 6 ସଦାପ୍ରଭୁଙ୍କର ଅନ୍ଵେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ; ନୋହିଲେ ସେ ଯୋଷେଫ ବଂଶରେ ଅଗ୍ନି ପରି ଜ୍ୱଳି ଉଠିବେ, ତାହା ଗ୍ରାସ କରିବ ଓ ତାହା ଲିଭାଇବା ପାଇଁ ବୈଥେଲରେ କେହି ନ ଥିବ।
Amos 5:8 in Oriya 8 ଯେ କୃତ୍ତିକାର ଓ ମୃଗଶୀର୍ଷର ସୃଷ୍ଟି କରିଅଛନ୍ତି, ଯେ ମୃତ୍ୟୁୁରୂପ ଛାୟାକୁ ପ୍ରଭାତରେ ପରିଣତ କରନ୍ତି, ଯେ ଦିବସକୁ ରାତ୍ରି ତୁଲ୍ୟ ଅନ୍ଧକାରମୟ କରନ୍ତି; ଯେ ସମୁଦ୍ରର ଜଳସମୂହକୁ ଆହ୍ୱାନ କରି ପୃଥିବୀ ଉପରେ ଢାଳନ୍ତି; ତୁମ୍ଭେମାନେ ତାହାଙ୍କର ଅନ୍ଵେଷଣ କର।” ସଦାପ୍ରଭୁ ତାହାଙ୍କର ନାମ।
Amos 5:15 in Oriya 15 ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ଓ ନଗର ଦ୍ୱାରରେ ନ୍ୟାୟ ବିଚାର କର; ହୋଇପାରେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଯୋଷେଫର ଅବଶିଷ୍ଟାଂଶ ପ୍ରତି କୃପାମୟ ହେବେ।
Zephaniah 2:1 in Oriya 1 ହେ ଲଜ୍ଜାହୀନ ଗୋଷ୍ଠୀ, ତୁମ୍ଭେମାନେ ଏକତ୍ର ହୁଅ, ହଁ, ଏକତ୍ର ହୁଅ;
Luke 13:24 in Oriya 24 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।
Acts 2:18 in Oriya 18 ହଁ, ସେହି କାଳରେ ଅାମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ।
1 Corinthians 3:6 in Oriya 6 ମୁଁ ରୋପଣ କରିଅଛି, ଆପଲ୍ଲ ଜଳ ସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି।
James 3:18 in Oriya 18 ପୁଣି, ଶାନ୍ତିକାରକ ଲୋକମାନଙ୍କ ଦ୍ୱାରା ଶାନ୍ତିର ବୀଜ ବୁଣାଯାଏ ଧାର୍ମିକତା ରୂପ ଫଳ କାଟିବେ।