Hebrews 11:7 in Oriya 7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
Other Translations King James Version (KJV) By faith Noah, being warned of God of things not seen as yet, moved with fear, prepared an ark to the saving of his house; by the which he condemned the world, and became heir of the righteousness which is by faith.
American Standard Version (ASV) By faith Noah, being warned `of God' concerning things not seen as yet, moved with godly fear, prepared an ark to the saving of his house; through which he condemned the world, and became heir of the righteousness which is according to faith.
Bible in Basic English (BBE) By faith Noah, being moved by the fear of God, made ready an ark for the salvation of his family, because God had given him news of things which were not seen at the time; and through it the world was judged by him, and he got for his heritage the righteousness which is by faith.
Darby English Bible (DBY) By faith, Noah, oracularly warned concerning things not yet seen, moved with fear, prepared an ark for the saving of his house; by which he condemned the world, and became heir of the righteousness which [is] according to faith.
World English Bible (WEB) By faith, Noah, being warned about things not yet seen, moved with godly fear, prepared an ark for the saving of his house, through which he condemned the world, and became heir of the righteousness which is according to faith.
Young's Literal Translation (YLT) By faith Noah, having been divinely warned concerning the things not yet seen, having feared, did prepare an ark to the salvation of his house, through which he did condemn the world, and of the righteousness according to faith he became heir.
Cross Reference Genesis 6:9 in Oriya 9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ।
Genesis 6:13 in Oriya 13 ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, “ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି, ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।
Genesis 7:5 in Oriya 5 ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ।
Genesis 7:23 in Oriya 23 ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ।
Genesis 8:16 in Oriya 16 “ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇ ଯାଅ।
Genesis 19:14 in Oriya 14 ତହୁଁ ଲୋଟ ବାହାରକୁ ଯାଇ ଆପଣା କନ୍ୟାମାନଙ୍କ ସହିତ ବିବାହ କରିବାକୁ ଉଦ୍ୟତ ଜୁଆଁଇମାନଙ୍କୁ କହିଲା, “ଉଠ, ଏଠାରୁ ବାହାର ହୁଅ, ସଦାପ୍ରଭୁ ଏ ନଗର ଉଚ୍ଛିନ୍ନ କରିବେ,” ମାତ୍ର ଜୁଆଁଇମାନେ ତାହାକୁ ପରିହାସକ ପରି ମଣିଲେ।
Exodus 9:18 in Oriya 18 ଦେଖ, ଆମ୍ଭେ ଆସନ୍ତାକାଲି ଏପରି ସମୟରେ ମିସର ଦେଶରେ ଏପରି ଭାରୀ ଶିଳା ବୃଷ୍ଟି କରିବା ଯେ, ମିସରର ପତ୍ତନାବଧି ଆଜିଯାଏ ସେପରି କେବେ ହୋଇ ନାହିଁ।
Proverbs 22:3 in Oriya 3 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି।
Proverbs 27:12 in Oriya 12 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
Ezekiel 3:17 in Oriya 17 ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ।
Ezekiel 14:14 in Oriya 14 ସେତେବେଳେ ନୋହ, ଦାନିୟେଲ ଓ ଆୟୁବ, ଏହି ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥା'ନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Ezekiel 14:20 in Oriya 20 ତେବେ ନୋହ, ଦାନିୟେଲ ଓ ଆୟୁବ ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାକୁ ଉଦ୍ଧାର କରି ପାରିବେ ନାହିଁ; ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା କେବଳ ନିଜ ନିଜ ପ୍ରାଣ ଉଦ୍ଧାର କରିବେ।”
Matthew 3:7 in Oriya 7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା ?
Matthew 12:41 in Oriya 41 ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
Matthew 24:15 in Oriya 15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ),
Matthew 24:25 in Oriya 25 ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି।
Matthew 24:38 in Oriya 38 କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ,
Luke 11:31 in Oriya 31 ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
Luke 17:26 in Oriya 26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
Romans 1:17 in Oriya 17 ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
Romans 3:22 in Oriya 22 ଅର୍ଥାତ୍, ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତିବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ,
Romans 4:11 in Oriya 11 ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,
Romans 4:13 in Oriya 13 କାରଣ ଅବ୍ରହାମ କିମ୍ବା ତାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ୱାସର ଧାର୍ମିକତା ଦ୍ୱାରା ଦିଆଯାଇଥିଲା।
Romans 9:30 in Oriya 30 ତେବେ, ଆମ୍ଭେମାନେ କ'ଣ କହିବା ? ଯେଉଁ ଅଣଯିହୂଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
Romans 10:6 in Oriya 6 କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, “କିଏ ସ୍ୱର୍ଗାରୋହଣ କରିବ' (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଓହ୍ଲାଇଆଣିବା ନିମନ୍ତେ) ?
Galatians 5:5 in Oriya 5 କାରଣ ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ।
Philippians 3:9 in Oriya 9 ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ,
Hebrews 5:7 in Oriya 7 ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ
Hebrews 11:1 in Oriya 1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।
1 Peter 3:20 in Oriya 20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ୱର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ;
2 Peter 1:1 in Oriya 1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
2 Peter 2:5 in Oriya 5 ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ;
2 Peter 3:6 in Oriya 6 ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;