Hebrews 11:34 in Oriya 34 ଅଗ୍ନିର ତେଜ ନିବାରଣ କଲେ, ଖଡ଼୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୂଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
Other Translations King James Version (KJV) Quenched the violence of fire, escaped the edge of the sword, out of weakness were made strong, waxed valiant in fight, turned to flight the armies of the aliens.
American Standard Version (ASV) quenched the power of fire, escaped the edge of the sword, from weakness were made strong, waxed mighty in war, turned to flight armies of aliens.
Bible in Basic English (BBE) Put out the power of fire, got safely away from the edge of the sword, were made strong when they had been feeble, became full of power in war, and put to flight the armies of the nations.
Darby English Bible (DBY) quenched [the] power of fire, escaped [the] edge of the sword, became strong out of weakness, became mighty in war, made [the] armies of strangers give way.
World English Bible (WEB) quenched the power of fire, escaped the edge of the sword, from weakness were made strong, grew mighty in war, and turned to flight armies of aliens.
Young's Literal Translation (YLT) quenched the power of fire, escaped the mouth of the sword, were made powerful out of infirmities, became strong in battle, caused to give way camps of the aliens.
Cross Reference Judges 7:19 in Oriya 19 ଏଥିଉତ୍ତାରେ ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳଶ କଚାଡ଼ି ଭାଙ୍ଗି ପକାଇଲେ।
Judges 8:4 in Oriya 4 ଏଉତ୍ତାରେ ଗିଦିୟୋନ୍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି।
Judges 15:8 in Oriya 8 ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା; ତହୁଁ ସେ ଯାଇ ଏଟମ୍ ଶୈଳର ସୁଡ଼ଙ୍ଗରେ ବାସ କଲା।
Judges 15:14 in Oriya 14 ସେ ଲିହୀରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ; ତହୁଁ ସଦାପ୍ରଭୁଙ୍କ ଆତ୍ମା ଶକ୍ତିର ସହ ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନ ଖସି ପଡ଼ିଲା।
Judges 16:19 in Oriya 19 ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା। ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ କ୍ଷୌର କଲା; ଏହିରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା।
1 Samuel 14:13 in Oriya 13 ଏଥିରେ ଯୋନାଥନ ଆପଣା ହାତ ଓ ଗୋଡ଼ ଦେଇ ଉପରକୁ ଉଠି ଗଲା ଓ ତାହାର ଅସ୍ତ୍ରବାହକ ତାହା ପଛେ ପଛେ ଗଲା; ତହିଁରେ ସେହି ଲୋକମାନେ ଯୋନାଥନର ଆଗେ ଆଗେ ପତିତ ହେଲେ, ପୁଣି, ତାହାର ଅସ୍ତ୍ରବାହକ ତାହାର ପଛେ ପଛେ ବଧ କରିବାକୁ ଲାଗିଲା।
1 Samuel 17:51 in Oriya 51 ତହୁଁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ଼୍ଗ ଧରି ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।
1 Samuel 20:1 in Oriya 1 ଏଥିଉତ୍ତାରେ ଦାଉଦ ରାମାସ୍ଥିତ ନାୟୋତରୁ ପଳାଇ ଆସି ଯୋନାଥନ ଆଗରେ କହିଲେ, ମୁଁ କଅଣ କଲି ? ମୋହର ଅପରାଧ କଅଣ ? ଓ ତୁମ୍ଭ ପିତାଙ୍କ ଛାମୁରେ ମୋହର ପାପ କଅଣ ଯେ, ସେ ମୋର ପ୍ରାଣ ଚାହୁଁଅଛନ୍ତି ?
2 Samuel 8:1 in Oriya 1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ।
2 Samuel 10:15 in Oriya 15 ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ।
2 Samuel 21:16 in Oriya 16 ସେସମୟରେ ଇଶ୍ବୀ ବନୋବ୍ ନାମରେ ତିନି ଶହ ଶେକଲ ପରିମିତ ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶଜାତ ଜଣେ ନୂତନ ଖଡ଼୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା।
1 Kings 19:3 in Oriya 3 ତହୁଁ ଏଲୀୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠିଯାଇ ଯିହୁଦାର ବେର୍ଶେବାରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସକୁ ଛାଡ଼ିଲେ।
2 Kings 6:16 in Oriya 16 ତହିଁରେ ସେ ଉତ୍ତର କଲେ, “ଭୟ କର ନାହିଁ; କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ।”
2 Kings 6:32 in Oriya 32 ମାତ୍ର ଇଲୀଶାୟ ଆପଣା ଗୃହରେ ବସିଥିଲେ ଓ ପ୍ରାଚୀନବର୍ଗ ତାଙ୍କ ସଙ୍ଗେ ବସିଥିଲେ; ଏପରି ସମୟରେ ରାଜା ଆପଣା ସମ୍ମୁଖରୁ ଜଣେ ଲୋକ ପଠାଇଲେ; ମାତ୍ର ସେ ଦୂତ ଇଲୀଶାୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଇଲୀଶାୟ ପ୍ରାଚୀନବର୍ଗଙ୍କୁ କହିଲେ, “ଏହି ନରହତ୍ୟାକାରୀର ପୁତ୍ର କିପରି ମୋହର ମସ୍ତକ ନେବା ପାଇଁ ଲୋକ ପଠାଇଅଛି, ଏହା କ'ଣ ତୁମ୍ଭେମାନେ ଦେଖୁଅଛ ? ଦେଖ, ସେ ଦୂତ ପହଞ୍ଚିବା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଅଟକାଇବା ପାଇଁ ଦ୍ୱାର ଦୃଢ଼ କରି ଧର; ତାହାର ପ୍ରଭୁର ପଦଶବ୍ଦ କ'ଣ ତାହାର ପଛରେ ନାହିଁ ?”
2 Kings 20:7 in Oriya 7 ତହୁଁ ଯିଶାଇୟ କହିଲେ, “ଏକ ଡିମିରି ଚକ୍ତି ଆଣ।” ତହିଁରେ ସେମାନେ ତାହା ଆଣି ବଥ ଉପରେ ଥୋଇଲେ, ଆଉ ସେ ସୁସ୍ଥ ହେଲେ।
2 Chronicles 14:11 in Oriya 11 ଏଥିରେ ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, “ସଦାପ୍ରଭୁ, ବଳବାନ୍ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି; ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର; କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ; ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ।”
2 Chronicles 16:1 in Oriya 1 ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କର ଅଧିକାରର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।
2 Chronicles 20:6 in Oriya 6 ଆଉ ସେ କହିଲେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପିତୃପୁରୁଷଗଣର ପରମେଶ୍ୱର, ତୁମ୍ଭେ କ'ଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ ? ତୁମ୍ଭେ କ'ଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ ? ପୁଣି, ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଧା କରିବାକୁ କେହି ସମର୍ଥ ନୁହେଁ।
2 Chronicles 32:20 in Oriya 20 ଏଥିରେ ହିଜକିୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ।
Job 5:20 in Oriya 20 ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁୁରୁ ଓ ଯୁଦ୍ଧରେ ଖଡ଼୍ଗର ବଳରୁ ମୁକ୍ତ କରିବେ।
Job 42:10 in Oriya 10 ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ।
Psalm 6:8 in Oriya 8 ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ; କାରଣ ସଦାପ୍ରଭୁ ମୋ' ରୋଦନର ରବ ଶୁଣିଅଛନ୍ତି।
Psalm 66:12 in Oriya 12 ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ; ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ; ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ।
Psalm 144:10 in Oriya 10 ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଦାସ ଦାଉଦକୁ କ୍ଷତିକାରକ ଖଡ଼୍ଗରୁ ରକ୍ଷା କରନ୍ତି।
Isaiah 43:2 in Oriya 2 ତୁମ୍ଭେ ଜଳ ମଧ୍ୟ ଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ; ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ।
Jeremiah 26:24 in Oriya 24 ମାତ୍ର ଶାଫନ୍ର ପୁତ୍ର ଅହୀକାମ୍ ଯିରିମୀୟଙ୍କ ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଯିରିମୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେଲେ ନାହିଁ।
Daniel 3:19 in Oriya 19 ଏଥିରେ ନବୂଖଦ୍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।
2 Corinthians 12:9 in Oriya 9 ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି।
1 Peter 4:12 in Oriya 12 ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ;