Cross Reference Exodus 29:4 in Oriya 4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ-ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।
Leviticus 8:6 in Oriya 6 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ।
Leviticus 14:7 in Oriya 7 ପୁଣି ସେ କୁଷ୍ଠରୋଗରୁ ଶୁଚିଯୋଗ୍ୟ ଲୋକ ଉପରେ ସାତ ଥର ତାହା ଛିଞ୍ଚି; ସେ ଶୁଚି ବୋଲି ପ୍ରକାଶ କରିବ, ଆଉ ସେହି ଜୀଅନ୍ତା ପକ୍ଷୀକୁ କ୍ଷେତ୍ର ଆଡ଼େ ଛାଡ଼ିଦେବ।
Numbers 8:7 in Oriya 7 ତୁମ୍ଭେ ସେମାନଙ୍କୁ ଶୁଚି କରିବା ନିମନ୍ତେ ଏହିରୂପ କରିବ; ସେମାନଙ୍କ ଉପରେ ପବିତ୍ରୀକରଣ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ କ୍ଷୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ଶୁଚି କରନ୍ତୁ।
Numbers 19:18 in Oriya 18 ଏଉତ୍ତାରେ କୌଣସି ଶୁଚି ମନୁଷ୍ୟ ଏସୋବ୍ ଶାଖା, ନେଇ ଏହି ଜଳରେ ଡୁବାଇ ସେହି ତମ୍ବୁ ଉପରେ ଓ ସମସ୍ତ ପାତ୍ର ଉପରେ ଓ ସେଠାରେ ଥିବା ସମସ୍ତ ଲୋକ ଉପରେ, ପୁଣି, ଅସ୍ଥି କିମ୍ବା ହତ କିମ୍ବା ମୃତ କିମ୍ବା କବର ଛୁଇଁବା ଲୋକ ଉପରେ ତାହା ଛିଞ୍ଚିବ।
1 Kings 15:3 in Oriya 3 ତାଙ୍କ ପୂର୍ବରେ ତାଙ୍କର ପିତା ଯେସବୁ ପାପ-ପଥରେ ଚାଲିଥିଲେ, ସେ ସେହିପରି ଚାଲିଲେ; ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା, ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା।
1 Chronicles 12:33 in Oriya 33 ସବୂଲୂନ୍ ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ ପଚାଶ ହଜାର ଲୋକ ଥିଲେ; ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦ୍ୱିମନା ନ ଥିଲେ।
1 Chronicles 28:9 in Oriya 9 ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯଦି ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ।
1 Chronicles 29:17 in Oriya 17 ଆହୁରି ହେ ମୋହର ପରମେଶ୍ୱର, ମୁଁ ଜାଣେ ଯେ, ତୁମ୍ଭେ ଅନ୍ତଃକରଣ ପରୀକ୍ଷା କରିଥାଅ ଓ ସରଳତାରେ ତୁମ୍ଭର ସନ୍ତୋଷ ଥାଏ। ମୁଁ ଆପଣା ଅନ୍ତଃକରଣର ସରଳତାରେ ସ୍ୱେଚ୍ଛାପୂର୍ବକ ଏହିସବୁ ପଦାର୍ଥ ଦାନ କରିଅଛି; ଆଉ ଏଠାରେ ଉପସ୍ଥିତ ତୁମ୍ଭ ଲୋକମାନଙ୍କୁ ସ୍ୱେଚ୍ଛାପୂର୍ବକ ତୁମ୍ଭ ଉଦ୍ଦେଶ୍ୟରେ ଦାନ କରିବାର ଦେଖି ମୁଁ ଆନନ୍ଦିତ ହେଲି।
Psalm 9:1 in Oriya 1 ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍-ଲବ୍ବନ୍ ସ୍ୱରରେ ଦାଉଦଙ୍କର ଗୀତ। ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି; ମୁଁ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି।
Psalm 32:11 in Oriya 11 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ; ହେ ସରଳାନ୍ତଃକରଣ ସମସ୍ତେ, ତୁମ୍ଭେମାନେ ଆନନ୍ଦଧ୍ୱନି କର।
Psalm 51:10 in Oriya 10 ହେ ପରମେଶ୍ୱର, ମୋ' ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ' ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।
Psalm 73:28 in Oriya 28 ମାତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ୱରୂପ କରିଅଛି।
Psalm 84:11 in Oriya 11 କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।
Psalm 94:15 in Oriya 15 ଯେହେତୁ ଶାସନ ଧର୍ମ ପକ୍ଷରେ ବାହୁଡ଼ିବ; ପୁଣି, ସରଳାନ୍ତଃକରଣ ଲୋକସମସ୍ତେ ତହିଁର ଅନୁଗାମୀ ହେବେ।
Psalm 111:1 in Oriya 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
Psalm 119:2 in Oriya 2 ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।
Psalm 119:7 in Oriya 7 ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।
Psalm 119:10 in Oriya 10 ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି; ମୋତେ ତୁମ୍ଭ ଆଜ୍ଞାପଥରୁ ଭ୍ରମିବାକୁ ଦିଅ ନାହିଁ।
Psalm 119:34 in Oriya 34 ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।
Psalm 119:58 in Oriya 58 ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; ଆପଣା ବାକ୍ୟାନୁସାରେ ମୋ' ପ୍ରତି ଦୟାଳୁ ହୁଅ।
Psalm 119:69 in Oriya 69 ଅହଙ୍କାରୀମାନେ ମୋ' ବିରୁଦ୍ଧରେ ମିଥ୍ୟାକଥା କଳ୍ପନା କରିଅଛନ୍ତି; ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।
Psalm 119:80 in Oriya 80 ମୁଁ ଯେପରି ଲଜ୍ଜିତ ନୋହିବି, ଏଥିପାଇଁ ତୁମ୍ଭ ବିଧିସବୁରେ ମୋ' ଅନ୍ତଃକରଣ ସିଦ୍ଧ ହେଉ।
Psalm 119:145 in Oriya 145 କଫ। ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; “ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; ମୁଁ ତୁମ୍ଭର ବିଧି ପାଳନ କରିବି।
Proverbs 23:26 in Oriya 26 ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି, ତୁମ୍ଭ ଚକ୍ଷୁ ମୋ' ପଥରେ ତୁଷ୍ଟ ହେଉ।
Isaiah 29:13 in Oriya 13 ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।”
Isaiah 52:15 in Oriya 15 ସେହିପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ।
Jeremiah 3:10 in Oriya 10 ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି,” ଏହା ସଦାପ୍ରଭୁ କହନ୍ତି।
Jeremiah 24:7 in Oriya 7 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ।'
Jeremiah 30:21 in Oriya 21 ପୁଣି, ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ ଓ ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ନିର୍ଗତ ହେବେ; ଆଉ, ଆମ୍ଭେ ତାଙ୍କୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ,' କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭ ନିକଟକୁ ଆସିବା ପାଇଁ ଯେ ସାହସ କରିଅଛନ୍ତି, ସେ କିଏ ?
Ezekiel 16:9 in Oriya 9 ତହୁଁ ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ, ହଁ, ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇ ଦେଲୁ ଓ ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ।
Ezekiel 36:25 in Oriya 25 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା।
Zechariah 13:1 in Oriya 1 ସେହି ଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ-ବଂଶର ଓ ଯିରୂଶାଲମର ନିବାସୀଗଣର ପ୍ରତି ଏକ ନିର୍ଝର ଖୋଲାଯିବ।
Matthew 3:11 in Oriya 11 ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
Matthew 21:21 in Oriya 21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହାହେଲେ ତାହା ହେବ।
Mark 11:23 in Oriya 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ।
John 3:5 in Oriya 5 ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଇଶ୍ବରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ।
John 8:9 in Oriya 9 ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ।
John 13:8 in Oriya 8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋର ପାଦ ଧୋଇଦେବେ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋ' ସହିତ ତୁମ୍ଭର କୌଣସି ଅଂଶ ନାହିଁ।
Acts 8:21 in Oriya 21 ଏବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଇଶ୍ବରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ।
1 Corinthians 6:11 in Oriya 11 ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଇଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ।
2 Corinthians 7:1 in Oriya 1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।
Ephesians 3:12 in Oriya 12 ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଇଶ୍ବରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ।
Ephesians 5:26 in Oriya 26 ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି,
Ephesians 6:5 in Oriya 5 ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ;
1 Timothy 4:2 in Oriya 2 ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;
Titus 3:5 in Oriya 5 ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି;
Hebrews 4:16 in Oriya 16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ।
Hebrews 7:19 in Oriya 19 (କାରଣ ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା), ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଇଶ୍ବରଙ୍କ ନିକଟବର୍ତ୍ତୀ ହେଉ।
Hebrews 9:10 in Oriya 10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର।
Hebrews 9:13 in Oriya 13 କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
Hebrews 9:19 in Oriya 19 କାରଣ ମୋଶା ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,
Hebrews 10:19 in Oriya 19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍, ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
Hebrews 11:28 in Oriya 28 ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।
Hebrews 12:24 in Oriya 24 ନୂତନ ନିୟମର ମଧ୍ୟସ୍ଥ ଯୀଶୁ, ପୁଣି, ଯେଉଁ ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟତର ବାକ୍ୟ କହେ, ତାହା ନିକଟକୁ ଆସିଅଛ।
James 1:6 in Oriya 6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ।
James 4:8 in Oriya 8 ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର।
1 Peter 1:2 in Oriya 2 ପିତା ଇଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।
1 Peter 3:21 in Oriya 21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଇଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି;
1 John 3:19 in Oriya 19 ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
Revelation 1:5 in Oriya 5 ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,