Haggai 2:17 in Oriya 17 ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଓ ଶିଳାବୃଷ୍ଟି ଦ୍ୱାରା ତୁମ୍ଭମାନଙ୍କ ହସ୍ତର ଯାବତୀୟ କାର୍ଯ୍ୟରେ ତୁମ୍ଭମାନଙ୍କୁ ଆଘାତ କଲୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିଲ ନାହିଁ, ଏହା ସଦାପ୍ରଭୁ କହନ୍ତି।
Other Translations King James Version (KJV) I smote you with blasting and with mildew and with hail in all the labours of your hands; yet ye turned not to me, saith the LORD.
American Standard Version (ASV) I smote you with blasting and with mildew and with hail in all the work of your hands; yet ye `turned' not to me, saith Jehovah.
Bible in Basic English (BBE) And I sent burning and wasting and a rain of ice-drops on all the works of your hands; but still you were not turned to me, says the Lord.
Darby English Bible (DBY) I smote you with blasting and with mildew and with hail in all the work of your hands; and ye [turned] not to me, saith Jehovah.
World English Bible (WEB) I struck you with blight, mildew, and hail in all the work of your hands; yet you didn't turn to me,' says Yahweh.
Young's Literal Translation (YLT) I have smitten you with blasting, And with mildew, and with hail -- All the work of your hands, And there is none of you with Me, An affirmation of Jehovah.
Cross Reference Genesis 42:6 in Oriya 6 ସେହି ସମୟରେ ଯୋଷେଫ ସେହି ଦେଶର ଅଧ୍ୟକ୍ଷ ହେବାରୁ ଦେଶୀୟ ଲୋକ ସମସ୍ତଙ୍କୁ ଶସ୍ୟ ବିକ୍ରୟ କରୁଥିଲେ; ତହିଁରେ ଯୋଷେଫଙ୍କର ଭ୍ରାତୃଗଣ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
Genesis 42:23 in Oriya 23 ମାତ୍ର ଯୋଷେଫ ଯେ ସେମାନଙ୍କ କଥାବାର୍ତ୍ତା ବୁଝିଲେ, ଏହା ସେମାନେ ଜାଣି ପାରିଲେ ନାହିଁ; କାରଣ ସେ ଦ୍ୱିଭାଷୀ ଦ୍ୱାରା ସେମାନଙ୍କ ସହିତ କଥା କହୁଥିଲେ;
Genesis 42:27 in Oriya 27 ମାତ୍ର ଉତ୍ତରିବା ସ୍ଥାନରେ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ, ଆପଣା ଟଙ୍କା ଦେଖିଲା; କାରଣ ପଟ ମୁହଁରେ ଟଙ୍କା ଥିଲା।
Exodus 9:18 in Oriya 18 ଦେଖ, ଆମ୍ଭେ ଆସନ୍ତାକାଲି ଏପରି ସମୟରେ ମିସର ଦେଶରେ ଏପରି ଭାରୀ ଶିଳା ବୃଷ୍ଟି କରିବା ଯେ, ମିସରର ପତ୍ତନାବଧି ଆଜିଯାଏ ସେପରି କେବେ ହୋଇ ନାହିଁ।
Deuteronomy 28:22 in Oriya 22 ସଦାପ୍ରଭୁ ଯକ୍ଷ୍ମା ଓ ଜ୍ୱର ଓ ଜ୍ୱାଳା ଓ ଅତିଦାହ ଓ ଅନାବୃଷ୍ଟି ଓ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭକୁ ଆଘାତ କରିବେ; ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସେହି ସବୁ ତୁମ୍ଭର ପଶ୍ଚାତ୍ଗାମୀ ହେବେ।
1 Kings 8:37 in Oriya 37 ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଯେବେ ଶସ୍ୟର କ୍ଷୟ କି ମ୍ଳାନି, ପଙ୍ଗପାଳ ବା କୀଟ ହୁଏ; ଯେବେ ସେମାନଙ୍କ ଶତ୍ରୁ ସେମାନଙ୍କ ଦେଶସ୍ଥ ନଗରସମୂହରେ ସେମାନଙ୍କୁ ଅବରୋଧ କରେ; କୌଣସି ମାରୀ ହୁଏ; କୌଣସି ରୋଗ ଘଟେ;
2 Chronicles 6:28 in Oriya 28 ଯଦି ଦେଶରେ ଦୁର୍ଭିକ୍ଷ ହୁଏ, କିମ୍ବା ମହାମାରୀ ହୁଏ, ଶସ୍ୟର ଶୋଷ କି ମ୍ଳାନି, କିଅବା ପଙ୍ଗପାଳ ବା କୀଟ ହୁଏ; କିମ୍ବା ଯଦି ସେମାନଙ୍କ ଶତ୍ରୁଗଣ ସେମାନଙ୍କ ଦେଶସ୍ଥ ନଗର ସମୂହରେ ସେମାନଙ୍କୁ ଅବରୋଧ କରନ୍ତି; କୌଣସି ମାରୀ କି କୌଣସି ରୋଗ ଘଟେ;
2 Chronicles 28:22 in Oriya 22 ପୁଣି, ସେହି ଆହସ୍ ରାଜା ଆପଣାର କ୍ଳେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟଲଙ୍ଘନ କଲେ।
Job 36:13 in Oriya 13 ମାତ୍ର ଅନ୍ତଃକରଣରେ ଅଧାର୍ମିକ ଲୋକମାନେ କ୍ରୋଧ ସଞ୍ଚୟ କରନ୍ତି; ସେ ସେମାନଙ୍କୁ ବାନ୍ଧିଲେ, ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି ନାହିଁ।
Psalm 78:46 in Oriya 46 ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ ଓ ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ।
Isaiah 9:13 in Oriya 13 ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି।
Isaiah 28:2 in Oriya 2 ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ୱାରା ଭୂମିରେ ନିକ୍ଷେପ କରିବ।
Isaiah 37:27 in Oriya 27 ଏହେତୁ ତନ୍ନିବାସୀମାନେ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଉଦ୍ବିଗ୍ନ ହେଲେ; ସେମାନେ କ୍ଷେତ୍ରର ଘାସ ଓ ନବୀନ ତୃଣ, ଗୃହଛାତର ଉପରିସ୍ଥ ଘାସ ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।
Isaiah 42:25 in Oriya 25 ଏହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ଢାଳି ଦେଲେ; ତହିଁରେ ତାହା ଚତୁର୍ଦ୍ଦିଗରେ ଅଗ୍ନି ଜ୍ୱଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ; ପୁଣି, ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ।
Isaiah 62:8 in Oriya 8 ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, “ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
Jeremiah 3:24 in Oriya 24 ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟ କାଳରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ ସେମାନଙ୍କର ପୁତ୍ର ଓ କନ୍ୟାଗଣଙ୍କୁ ଗ୍ରାସ କରିଅଛି।
Jeremiah 5:3 in Oriya 3 ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କ'ଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ ? ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ; ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି; ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି; ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି।
Jeremiah 6:16 in Oriya 16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ ? ଓ ତହିଁରେ ଗମନ କର; ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ;” ମାତ୍ର ସେମାନେ କହିଲେ, “ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।”
Jeremiah 8:4 in Oriya 4 ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, “ମନୁଷ୍ୟ ପଡ଼ିଲେ, କ'ଣ ଆଉ ଉଠେ ନାହିଁ ? ବିପଥରେ ଗଲେ, କ'ଣ ଆଉ ଫେରେ ନାହିଁ ?”
Hosea 7:9 in Oriya 9 ବିଦେଶୀମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ; ହଁ, ତାହାର ମସ୍ତକରେ, ଏଠାରେ ସେଠାରେ ପକ୍ୱ କେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ।
Amos 4:6 in Oriya 6 “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତା ଓ ତୁମ୍ଭମାନଙ୍କର ସମୁଦାୟ ବାସସ୍ଥାନରେ ଅନ୍ନାଭାବ ତୁମ୍ଭମାନଙ୍କୁ ଦେଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
Amos 4:8 in Oriya 8 ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ହେଲେ ନାହିଁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
Haggai 1:9 in Oriya 9 ତୁମ୍ଭେମାନେ ବହୁତ ନିମନ୍ତେ ଅପେକ୍ଷା କଲ, ଆଉ ଦେଖ, ତାହା ଅଳ୍ପ ହେଲା; ପୁଣି, ତାହା ଗୃହକୁ ଆଣିଲା ବେଳେ ଆମ୍ଭେ ତହିଁ ଉପରେ ଫୁଙ୍କି ଉଡ଼ାଇ ଦେଲୁ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହାର କାରଣ କଅଣ ? ଏହି, ଆମ୍ଭର ଗୃହ ଭଗ୍ନ ହୋଇ ପଡ଼ିଅଛି, ମାତ୍ର ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡ଼ୁଅଛ।
Haggai 1:11 in Oriya 11 ପୁଣି, ଆମ୍ଭେ ଦେଶର ଓ ପର୍ବତଗଣର ଉପରେ, ଆଉ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉପରେ, ଆଉ ଭୂମିର ଉତ୍ପନ୍ନ ବସ୍ତୁ ଉପରେ ମନୁଷ୍ୟ ଓ ପଶୁର ଉପରେ, ପୁଣି ହସ୍ତକୃତ ସମସ୍ତ କାର୍ଯ୍ୟ ଉପରେ ମାରୁଡ଼ିକୁ ଆହ୍ୱାନ କଲୁ।
Zechariah 1:2 in Oriya 2 ସଦାପ୍ରଭୁ ତୁମ୍ଭମାନଙ୍କର ପିତୃପୁରୁଷଗଣଙ୍କ ପ୍ରତି ଅତିଶୟ ବିରକ୍ତ ହୋଇଥିଲେ।
Zechariah 7:9 in Oriya 9 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର।
Revelation 2:21 in Oriya 21 ଆମ୍ଭେ ତାହାକୁ ମନପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ।
Revelation 9:20 in Oriya 20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,