Habakkuk 2:5 in Oriya 5 ଆହୁରି, ମଦ, ବିଶ୍ୱାସଘାତକ ବଣିକ, ଅହଙ୍କାରୀ ଲୋକ, ଆଉ ସେ ଘରେ ରହେ ନାହିଁ, ସେ ପାତାଳର ପରି ଆପଣା ବାଞ୍ଛା ବଢ଼ାଏ ଓ ସେ ମୃତ୍ୟୁୁ ସଦୃଶ, ଆଉ ସେ ତୃପ୍ତ ହୋଇ ନ ପାରେ, ମାତ୍ର ସେ ଆପଣା ନିକଟରେ ଯାବତୀୟ ଗୋଷ୍ଠୀ ଏକତ୍ର କରଇ ଓ ଯାବତୀୟ ଜନବୃନ୍ଦକୁ ଆପଣା ନିକଟରେ ସଂଗ୍ରହ କରେ।
Other Translations King James Version (KJV) Yea also, because he transgresseth by wine, he is a proud man, neither keepeth at home, who enlargeth his desire as hell, and is as death, and cannot be satisfied, but gathereth unto him all nations, and heapeth unto him all people:
American Standard Version (ASV) Yea, moreover, wine is treacherous, a haughty man, that keepeth not at home; who enlargeth his desire as Sheol, and he is as death, and cannot be satisfied, but gathereth unto him all nations, and heapeth unto him all peoples.
Bible in Basic English (BBE) A curse on the cruel and false one! the man full of pride, who never has enough; who makes his desires wide as the underworld! he is like death; he is never full, but he makes all nations come to him, getting all peoples together to himself.
Darby English Bible (DBY) And moreover, the wine is treacherous: he is a proud man, and keepeth not at rest, he enlargeth his desire as Sheol, and he is like death and cannot be satisfied; and he assembleth unto him all nations, and gathereth unto him all peoples.
World English Bible (WEB) Yes, moreover, wine is treacherous. A haughty man who doesn't stay at home, who enlarges his desire as Sheol, and he is like death, and can't be satisfied, but gathers to himself all nations, and heaps to himself all peoples.
Young's Literal Translation (YLT) And also, because the wine `is' treacherous, A man is haughty, and remaineth not at home, Who hath enlarged as sheol his soul, And is as death that is not satisfied, And doth gather unto itself all the nations, And doth assemble unto itself all the peoples,
Cross Reference 2 Kings 14:10 in Oriya 10 ପ୍ରକୃତରେ ତୁମ୍ଭେ ଇଦୋମକୁ ପରାସ୍ତ କରିଅଛ, ଆଉ ତୁମ୍ଭ ମନ ଗର୍ବିତ ହୋଇଅଛି; ସେହି ଗୌରବ ନେଇ ଘରେ ଥାଅ; ଆପଣାର ଅମଙ୍ଗଳ ପାଇଁ କାହିଁକି ବିରୋଧ କରିବ ? ପୁଣି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଯିହୁଦା, ଦୁହେଁ କାହିଁକି ପତିତ ହେବ ?”
Psalm 138:6 in Oriya 6 ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି; ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି।
Proverbs 20:1 in Oriya 1 ଦ୍ରାକ୍ଷାରସ ନିନ୍ଦକ, ମଦ୍ୟ କଳହକାରୀ; ଯେକେହି ତଦ୍ଦ୍ୱାରା ଭ୍ରାନ୍ତ ହୁଏ, ସେ ଜ୍ଞାନବାନ୍ ନୁହେଁ।
Proverbs 23:29 in Oriya 29 କାହାର ହାହାକାର ? କାହାର ଓକାର ? କାହାର କଳି ? କାହାର ବକାବକି ? କାହାର ଅକାରଣ କ୍ଷତ ? କାହାର ରକ୍ତବର୍ଣ୍ଣ ଚକ୍ଷୁ ?
Proverbs 27:20 in Oriya 20 ଯେପରି ପାତାଳ ଓ ବିନାଶ-ସ୍ଥାନ କେତେବେଳେ ତୃପ୍ତ ନୁହେଁ, ସେପରି ମନୁଷ୍ୟର ଚକ୍ଷୁ କେତେବେଳେ ତୃପ୍ତ ନୁହେଁ।
Proverbs 30:13 in Oriya 13 ଏକ ବଂଶ ଅଛି, ଆଃ, ସେମାନଙ୍କ ଦୃଷ୍ଟି କିପରି ଉଚ୍ଚ ! ସେମାନଙ୍କ ଚକ୍ଷୁର ପତା ଉତ୍ଥିତ ହୋଇଅଛି।
Proverbs 31:4 in Oriya 4 ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ ନୁହେଁ, ରାଜାମାନଙ୍କର ଉଚିତ ନୁହେଁ; କିଅବା ମଦ୍ୟ କାହିଁ ବୋଲି କହିବା ଭୂପତିମାନଙ୍କର ଉଚିତ ନୁହେଁ।
Ecclesiastes 5:10 in Oriya 10 ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ; କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ; ଏହା ହିଁ ଅସାର।
Isaiah 2:11 in Oriya 11 ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
Isaiah 2:17 in Oriya 17 ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ; ଆଉ ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
Isaiah 5:8 in Oriya 8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର !
Isaiah 5:11 in Oriya 11 ଯେଉଁମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠନ୍ତି; ଦ୍ରାକ୍ଷାରସରେ ଉତ୍ତପ୍ତ ହେବା ପର୍ଯ୍ୟନ୍ତ ରାତ୍ରିରେ ବିଳମ୍ବ କରନ୍ତି, ସେମାନେ ସନ୍ତାପର ପାତ୍ର !
Isaiah 5:22 in Oriya 22 ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;
Isaiah 10:7 in Oriya 7 ତଥାପି ତାହାର ଅଭିପ୍ରାୟ ସେହିପରି ନୁହେଁ, କିଅବା ତାହାର ହୃଦୟ ସେହିପରି ଭାବେ ନାହିଁ; ମାତ୍ର ବିନାଶ କରିବାକୁ ଓ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବାକୁ ତାହାର ହୃଦୟରେ ଅଛି।
Isaiah 14:16 in Oriya 16 ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ଯେ ପୃଥିବୀକୁ କମ୍ପାନ୍ୱିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା;
Isaiah 16:6 in Oriya 6 ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ।
Isaiah 21:5 in Oriya 5 ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।
Jeremiah 25:9 in Oriya 9 ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍ ଶବ୍ଦର ବିଷୟ ଓ ଚିର କାଳର ଉତ୍ସନ୍ନ ସ୍ଥାନ କରିବା।
Jeremiah 25:17 in Oriya 17 ତହିଁରେ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ସଦାପ୍ରଭୁ ମୋତେ ଯେଉଁ ଯେଉଁ ଗୋଷ୍ଠୀ ନିକଟକୁ ପଠାଇଲେ, ସେହି ସମସ୍ତଙ୍କୁ ତାହା ପାନ କରାଇଲି;
Jeremiah 50:29 in Oriya 29 “ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।”
Jeremiah 51:39 in Oriya 39 ସଦାପ୍ରଭୁ କହନ୍ତି, “ସେମାନେ ଉତ୍ତପ୍ତ ହେଲା ଉତ୍ତାରେ ଆମ୍ଭେ ସେମାନଙ୍କର ଭୋଜ ପ୍ରସ୍ତୁତ କରିବା, ପୁଣି ସେମାନେ ଯେପରି ଆହ୍ଳାଦିତ ହେବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ମତ୍ତ କରିବା, ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ।
Daniel 5:1 in Oriya 1 ରାଜା ବେଲ୍ଶତ୍ସର ଆପଣାର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହାଭୋଜ ପ୍ରସ୍ତୁତ କଲା ଓ ସେହି ସହସ୍ରଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲା।
Daniel 5:20 in Oriya 20 ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା,
Nahum 1:9 in Oriya 9 ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ ? ସେ ନିଃଶେଷ ରୂପେ ସଂହାର କରିବେ; ଦ୍ୱିତୀୟ ଥର କ୍ଳେଶ ଉପସ୍ଥିତ ହେବ ନାହିଁ।
Habakkuk 2:4 in Oriya 4 ଦେଖ, ତାହାର ପ୍ରାଣ ଗର୍ବରେ ଫୁଲିଅଛି, ତାହା ସରଳ ନୁହେଁ; ମାତ୍ର ଧାର୍ମିକ ଲୋକ ଆପଣା ବିଶ୍ୱାସ ଦ୍ୱାରା ବଞ୍ଚିବ।
Habakkuk 2:8 in Oriya 8 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଲୁଟିଅଛ, ଏଥିପାଇଁ ମନୁଷ୍ୟମାନଙ୍କର ରକ୍ତପାତ, ଆଉ ଦେଶ, ନଗର ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଜନବୃନ୍ଦର ସମସ୍ତ ଶେଷାଂଶ ତୁମ୍ଭକୁ ଲୁଟିବେ।
1 Thessalonians 4:11 in Oriya 11 ପୁଣି, ତୁମ୍ଭମାନଙ୍କୁ ଦିଆଯାଇଥିବା ଆମ୍ଭମାନଙ୍କର ଆଜ୍ଞାନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର, ଏଥି ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,
James 4:6 in Oriya 6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ରରେ ଉକ୍ତ ଅଛି, “ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।”