Habakkuk 2:3 in Oriya 3 କାରଣ ଏହି ଦର୍ଶନ ଏବେ ହେଁ ନିରୂପିତ କାଳର ଅପେକ୍ଷା ଓ ପରିଣାମର ଆକାଂକ୍ଷା କରେ ଓ ତାହା ମିଥ୍ୟା ହେବ ନାହିଁ; ତାହା ବିଳମ୍ବ ହେଲେ ହେଁ ତହିଁ ପାଇଁ ଅପେକ୍ଷା କର; କାରଣ ତାହା ଅବଶ୍ୟ ଘଟିବ, ବିଳମ୍ବ ହେବ ନାହିଁ।
Other Translations King James Version (KJV) For the vision is yet for an appointed time, but at the end it shall speak, and not lie: though it tarry, wait for it; because it will surely come, it will not tarry.
American Standard Version (ASV) For the vision is yet for the appointed time, and it hasteth toward the end, and shall not lie: though it tarry, wait for it; because it will surely come, it will not delay.
Bible in Basic English (BBE) For the vision is still for the fixed time, and it is moving quickly to the end, and it will not be false: even if it is slow in coming, go on waiting for it; because it will certainly come, it will not be kept back.
Darby English Bible (DBY) For the vision is yet for an appointed time, but it hasteth to the end, and shall not lie: though it tarry, wait for it; for it will surely come, it will not delay.
World English Bible (WEB) For the vision is yet for the appointed time, and it hurries toward the end, and won't prove false. Though it takes time, wait for it; because it will surely come. It won't delay.
Young's Literal Translation (YLT) For yet the vision `is' for a season, And it breatheth for the end, and doth not lie, If it tarry, wait for it, For surely it cometh, it is not late.
Cross Reference Exodus 12:41 in Oriya 41 ସେହି ଚାରିଶହ ତିରିଶ ବର୍ଷ ଶେଷରେ, ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟସମୂହ ମିସରରୁ ବାହାର ହେଲେ।
2 Kings 6:33 in Oriya 33 ପୁଣି ସେ ସେମାନଙ୍କ ସହିତ କଥାବାର୍ତ୍ତା କରୁ କରୁ ଦେଖ, ସେହି ଦୂତ ତାଙ୍କ ନିକଟକୁ ଓହ୍ଲାଇ ଆସିଲା; ଆଉ ସେ କହିଲା, “ଦେଖ, ଏହି ଅମଙ୍ଗଳ ସଦାପ୍ରଭୁଙ୍କଠାରୁ; ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି ?”
Psalm 27:14 in Oriya 14 ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ୍ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।
Psalm 102:13 in Oriya 13 ତୁମ୍ଭେ ଉଠି ସିୟୋନକୁ ଦୟା କରିବ; କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, ନିରୂପିତ ସମୟ ଉପସ୍ଥିତ।
Psalm 130:5 in Oriya 5 ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ' ପ୍ରାଣ ଅପେକ୍ଷା କରୁଅଛି, ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି।
Isaiah 30:18 in Oriya 18 ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ।
Jeremiah 25:12 in Oriya 12 ପୁଣି, ସଦାପ୍ରଭୁ କହନ୍ତି, “ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକି ଓ କଲ୍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା।
Jeremiah 27:7 in Oriya 7 ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।
Lamentations 3:25 in Oriya 25 ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି।
Ezekiel 12:25 in Oriya 25 କାରଣ ଆମ୍ଭେ ସଦାପ୍ରଭୁ; ଆମ୍ଭେ କଥା କହିବା ଓ ଯେଉଁ କଥା ଆମ୍ଭେ କହିବା, ତାହା ସଫଳ ହେବ; ଆଉ, ବିଳମ୍ବ ହେବ ନାହିଁ; କାରଣ ହେ ବିଦ୍ରୋହୀ-ବଂଶ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ବର୍ତ୍ତମାନ କାଳରେ କଥା କହିବା ଓ ତାହା ସଫଳ କରିବା।
Daniel 8:17 in Oriya 17 ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେହି ସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ।
Daniel 8:19 in Oriya 19 ଆଉ, ସେ ମୋତେ କହିଲେ, ଦେଖ, କ୍ରୋଧର ପରିଣାମ ସମୟରେ ଯାହା ଘଟିବ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; କାରଣ ଏହା ନିରୂପିତ ଶେଷ କାଳର କଥା।
Daniel 9:24 in Oriya 24 ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି।
Daniel 10:14 in Oriya 14 ଏବେ, ଶେଷ କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭକୁ ବୁଝାଇ ଦେବା ପାଇଁ ଆମ୍ଭେ ଆସିଅଛୁ; କାରଣ ଦର୍ଶନ ଆହୁରି ଅନେକ କାଳ ପର୍ଯ୍ୟନ୍ତ ଅଛି।
Daniel 11:27 in Oriya 27 ପୁଣି, ଏହି ଦୁଇ ରାଜାର ଚିତ୍ତ ଅନିଷ୍ଟ କରିବାକୁ ପ୍ରବୃତ୍ତ ହେବ ଓ ସେମାନେ ଏକ ମେଜରେ ବସି ମିଥ୍ୟା କଥା କହିବେ; ମାତ୍ର ତାହା ସଫଳ ନୋହିବ; କାରଣ ସେତେବେଳେ ହେଁ ପରିଣାମ ନିରୂପିତ କାଳର ଅପେକ୍ଷା କରିବ।
Daniel 11:35 in Oriya 35 ପୁଣି, ସେମାନଙ୍କ ମଧ୍ୟରେ ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ପରିଣାମର ସମୟ ପର୍ଯ୍ୟନ୍ତ ପତିତ ହେବେ; କାରଣ ତାହା ନିରୂପିତ କାଳର ଅପେକ୍ଷା କରେ।
Micah 7:7 in Oriya 7 ମାତ୍ର ମୁଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି; ମୋ' ପରିତ୍ରାଣର ପରମେଶ୍ୱରଙ୍କ ପାଇଁ ମୁଁ ଅପେକ୍ଷା କରିବି; ମୋ' ପରମେଶ୍ୱର ମୋର କଥା ଶୁଣିବେ।
Luke 2:25 in Oriya 25 ଆଉ ଦେଖ, ଯିରୂଶାଲମରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ।
Luke 18:7 in Oriya 7 ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁୁ ଅଟନ୍ତି ?
Acts 1:7 in Oriya 7 ସେ ସେମାନଙ୍କୁ କହିଲେ, ‘'ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତାର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ।
Acts 17:26 in Oriya 26 ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,
Galatians 4:2 in Oriya 2 କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧିନରେ ଥାଏ।
2 Thessalonians 2:6 in Oriya 6 ଆଉ ସେ ନିରୂୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କ'ଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ।
Hebrews 10:36 in Oriya 36 ଯେଣୁ ତୁମ୍ଭେମାନେ ଯେପରି ଇଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇ ପାର, ଏଥି ନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ।
James 5:7 in Oriya 7 ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ।
2 Peter 2:3 in Oriya 3 ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।