Genesis 8:21 in Oriya 21 ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, “ଆମ୍ଭେ ମନୁଷ୍ୟ ସକାଶୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେହିପରି ଆଉ ଥରେ କେବେହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ।
Other Translations King James Version (KJV) And the LORD smelled a sweet savor; and the LORD said in his heart, I will not again curse the ground any more for man's sake; for the imagination of man's heart is evil from his youth; neither will I again smite any more every thing living, as I have done.
American Standard Version (ASV) And Jehovah smelled the sweet savor; and Jehovah said in his heart, I will not again curse the ground any more for man's sake, for that the imagination of man's heart is evil from his youth; neither will I again smite any more everything living, as I have done.
Bible in Basic English (BBE) And when the sweet smell came up to the Lord, he said in his heart, I will not again put a curse on the earth because of man, for the thoughts of man's heart are evil from his earliest days; never again will I send destruction on all living things as I have done.
Darby English Bible (DBY) And Jehovah smelled the sweet odour. And Jehovah said in his heart, I will no more henceforth curse the ground on account of Man, for the thought of Man's heart is evil from his youth; and I will no more smite every living thing, as I have done.
Webster's Bible (WBT) And the LORD smelled a sweet savor; and the LORD said in his heart, I will not again curse the ground any more for man's sake; for the imagination of man's heart is evil from his youth: neither will I again smite any more every living animal as I have done.
World English Bible (WEB) Yahweh smelled the sweet savor. Yahweh said in his heart, "I will not again curse the ground any more for man's sake, because the imagination of man's heart is evil from his youth; neither will I ever again strike everything living, as I have done.
Young's Literal Translation (YLT) and Jehovah smelleth the sweet fragrance, and Jehovah saith unto His heart, `I continue not to disesteem any more the ground because of man, though the imagination of the heart of man `is' evil from his youth; and I continue not to smite any more all living, as I have done;
Cross Reference Genesis 3:17 in Oriya 17 ଆଉ ସେ ଆଦମଙ୍କୁ କହିଲେ, “ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ।
Genesis 4:12 in Oriya 12 ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।”
Genesis 5:29 in Oriya 29 ଯେହେତୁ ସେ କହିଲେ, ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଳେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ।
Genesis 6:5 in Oriya 5 ଏଥିଉତ୍ତାରେ ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର।
Genesis 6:17 in Oriya 17 ପୁଣି, ଆକାଶ ତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ।
Genesis 9:11 in Oriya 11 ଆମ୍ଭେ ତୁମ୍ଭମାନଙ୍କ ସହିତ ଏହି ନିୟମ ସ୍ଥିର କରିବୁ, ସମସ୍ତ ପ୍ରାଣୀ ଜଳପ୍ଳାବନ ଦ୍ୱାରା ଆଉ ଉଚ୍ଛିନ୍ନ ହେବେ ନାହିଁ; ପୁଣି, ପୃଥିବୀକୁ ବିନାଶ କରିବା ପାଇଁ ଆଉ ଜଳପ୍ଳାବନ ହେବ ନାହିଁ।”
Exodus 29:18 in Oriya 18 ପୁଣି, ତୁମ୍ଭେ ସମ୍ପୂର୍ଣ୍ଣ ମେଷକୁ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
Exodus 29:25 in Oriya 25 ଏଥିଉତ୍ତାରେ ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
Leviticus 1:9 in Oriya 9 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
Leviticus 1:13 in Oriya 13 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
Leviticus 1:17 in Oriya 17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
Leviticus 26:31 in Oriya 31 ଆମ୍ଭେ ତୁମ୍ଭମାନଙ୍କ ନଗରସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନସକଳ ଶୂନ୍ୟ କରିବା ଓ ଆମ୍ଭେ ତୁମ୍ଭମାନଙ୍କର (ଦତ୍ତ) ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।
Job 14:4 in Oriya 4 ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ ? ଜଣେ ନାହିଁ।
Job 15:14 in Oriya 14 ମନୁଷ୍ୟ କିଏ ଯେ, ସେ ଶୁଚି ହୋଇପାରେ ? ଓ ସ୍ତ୍ରୀଜାତ ମନୁଷ୍ୟ କିଏ ଯେ, ସେ ଧାର୍ମିକ ହୋଇପାରେ ?
Psalm 51:5 in Oriya 5 ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ' ମାତା ମୋତେ ଗର୍ଭରେ ଧାରଣ କଲା।
Psalm 58:3 in Oriya 3 ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ; ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି।
Proverbs 20:9 in Oriya 9 ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ ?
Ecclesiastes 7:20 in Oriya 20 ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।
Song of Solomon 4:10 in Oriya 10 ହେ ମୋହର ଭଗିନୀ, ମୋହର କନ୍ୟେ, ତୁମ୍ଭର ପ୍ରେମ କିପରି ମନୋରମ ! ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କିପରି ଉତ୍ତମ ! ପୁଣି, ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧିଦ୍ରବ୍ୟ ଅପେକ୍ଷା କିପରି ଉତ୍ତମ !
Isaiah 47:12 in Oriya 12 ତୁମ୍ଭେ ବାଲ୍ୟ କାଳରୁ ଆପଣାର ଯେଉଁ ମାୟାବୀତ୍ୱ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ବନ କର। କେଜାଣି ଅବା ତୁମ୍ଭେ ଉପକାର ପାଇ ପାରିବ, କେଜାଣି ଅବା ତୁମ୍ଭେ ଜୟଯୁକ୍ତ ହୋଇ ପାରିବ।
Isaiah 47:15 in Oriya 15 ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେହି ସବୁ ତୁମ୍ଭ ପ୍ରତି ଏହିପରି ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।
Isaiah 48:8 in Oriya 8 ବାସ୍ତବିକ, ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ପୂର୍ବରୁ ତୁମ୍ଭର କର୍ଣ୍ଣ ମୁକ୍ତ ହୋଇ ନ ଥିଲା; କାରଣ ତୁମ୍ଭେ ଯେ ଭାରୀ ବିଶ୍ୱାସଘାତକତା କଲ ଓ ଗର୍ଭରୁ ଅଧର୍ମାଚାରୀ ବୋଲି ବିଖ୍ୟାତ ହୋଇଥିଲ, ଏହା ଆମ୍ଭେ ଜାଣିଲୁ।
Isaiah 53:6 in Oriya 6 ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି।
Isaiah 54:9 in Oriya 9 “କାରଣ ଏହା ଆମ୍ଭ ପ୍ରତି ନୋହ ସମୟର ଜଳ ତୁଲ୍ୟ ଅଟେ; ନୋହ ସମୟର ଜଳ ଆଉ ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଯେପରି ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ, ଅବା ତୁମ୍ଭକୁ ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
Isaiah 65:6 in Oriya 6 ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି; ଆମ୍ଭେ ନୀରବ ହୋଇ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ, ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା,”
Jeremiah 8:6 in Oriya 6 ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ; ହାୟ ହାୟ, ମୁଁ କ'ଣ କରିଅଛି ! ଏହା କହି କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ; ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ, ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ।
Jeremiah 17:9 in Oriya 9 ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ; କିଏ ତାହା ଜାଣିପାରେ ?
Jeremiah 18:12 in Oriya 12 ମାତ୍ର ସେମାନେ କହନ୍ତି, ଭରସା ନାହିଁ; କାରଣ ଆମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ ଚାଲିବା ଓ ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ କର୍ମ କରିବା।
Ezekiel 20:41 in Oriya 41 ଯେଉଁ ସମୟରେ ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବା ଓ ଯେଉଁ ଯେଉଁ ଦେଶରେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ରହିଅଛ, ସେହିସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା, ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସୁଗନ୍ଧିଯୁକ୍ତ ଆଘ୍ରାଣାର୍ଥକ ଦ୍ରବ୍ୟ ତୁଲ୍ୟ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କଠାରେ ଗୋଷ୍ଠୀଗଣର ସାକ୍ଷାତରେ ପବିତ୍ରୀକୃତ ହେବା।
Amos 5:21 in Oriya 21 “ଆମ୍ଭେ ତୁମ୍ଭମାନଙ୍କର ପର୍ବସବୁ ଘୃଣା କରୁ, ଆମ୍ଭେ ତାହା ତୁଚ୍ଛ ଜ୍ଞାନ କରୁ, ଆମ୍ଭେ ତୁମ୍ଭମାନଙ୍କର ମହାସଭାରେ କିଛି ସନ୍ତୁଷ୍ଟ ହେବା ନାହିଁ।
Matthew 15:19 in Oriya 19 କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;
John 3:6 in Oriya 6 ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା।
Romans 1:21 in Oriya 21 କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
Romans 3:23 in Oriya 23 ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଇଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି,
Romans 8:7 in Oriya 7 ଯେଣୁ ଶାରୀରିକ ମନ ଇଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଇଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
2 Corinthians 2:15 in Oriya 15 କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଇଶ୍ବରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,
Ephesians 2:1 in Oriya 1 ଏହି ସଂସାରର ଭାବାନୁସାରେ ପୁଣି, ଆକାଶମଣ୍ଡଳ ରାଜ୍ୟର ଅଧିପତି,
Ephesians 5:2 in Oriya 2 ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଇଶ୍ବରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।
Philippians 4:18 in Oriya 18 ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହି ସବୁ ମୋ' ପାଇଁ ଯଥେଷ୍ଟ; ସେହି ସବୁ ଇଶ୍ବରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ।
James 1:14 in Oriya 14 କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;
James 4:1 in Oriya 1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ ? କ'ଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ ?
2 Peter 3:6 in Oriya 6 ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
1 John 5:19 in Oriya 19 ଆମ୍ଭେମାନେ ଯେ ଈଶ୍ୱରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ।