Genesis 49:6 in Oriya 6 ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ୱେଚ୍ଛାଚାରିତାରେ ବଳଦଗୁଡିକର ଲାଙ୍ଗୁଡ଼ କାଟିଲେ।
Other Translations King James Version (KJV) O my soul, come not thou into their secret; unto their assembly, mine honor, be not thou united: for in their anger they slew a man, and in their self-will they digged down a wall.
American Standard Version (ASV) O my soul, come not thou into their council; Unto their assembly, my glory, be not thou united; For in their anger they slew a man, And in their self-will they hocked an ox.
Bible in Basic English (BBE) Take no part in their secrets, O my soul; keep far away, O my heart, from their meetings; for in their wrath they put men to death, and for their pleasure even oxen were wounded.
Darby English Bible (DBY) My soul, come not into their council; Mine honour, be not united with their assembly; For in their anger they slew men, And in their wantonness houghed oxen.
Webster's Bible (WBT) O my soul, come not thou into their secret; to their assembly, my honor, be not thou united: for in their anger they slew a man, and in their self-will they digged down a wall.
World English Bible (WEB) My soul, don't come into their council; My glory, don't be united to their assembly; For in their anger they killed a man, In their self-will they hamstrung an ox.
Young's Literal Translation (YLT) Into their secret, come not, O my soul! Unto their assembly be not united, O mine honour; For in their anger they slew a man, And in their self-will eradicated a prince.
Cross Reference Genesis 34:25 in Oriya 25 ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ୍ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ଼୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ।
Genesis 34:30 in Oriya 30 ତହୁଁ ଯାକୁବ ଶିମୀୟୋନ୍ ଓ ଲେବୀକି କହିଲା, “ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍, କିଣାନୀୟ ଓ ପିରିଜୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଥିପାଇଁ ସେମାନେ ମୋ' ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।”
Deuteronomy 27:24 in Oriya 24 “ଯେକେହି ଆପଣା ପ୍ରତିବାସୀକୁ ଗୋପନରେ ବଧ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍'।
Judges 5:21 in Oriya 21 କିଶୋନ୍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍-ନଦୀ ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।
Psalm 1:1 in Oriya 1 ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ,
Psalm 5:10 in Oriya 10 ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର; ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ; ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ; କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି।
Psalm 16:9 in Oriya 9 ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋ' ଶରୀର ମଧ୍ୟ ନିରାପଦରେ ବାସ କରିବ।
Psalm 26:4 in Oriya 4 ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ।
Psalm 26:9 in Oriya 9 ପାପୀମାନଙ୍କ ସଙ୍ଗେ ମୋ' ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋ' ଜୀବନକୁ ସଂଗ୍ରହ କର ନାହିଁ।
Psalm 28:3 in Oriya 3 ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ; ସେମାନେ ସ୍ୱ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି, ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ।
Psalm 30:12 in Oriya 12 ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।
Psalm 42:5 in Oriya 5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ ? ତୁ କାହିଁକି ମୋ' ଅନ୍ତରରେ ଅସ୍ଥିର ହେଉଅଛୁ ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି।
Psalm 42:11 in Oriya 11 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ ? ପୁଣି, ତୁମ୍ଭେ କାହିଁକି ମୋ' ଅନ୍ତରରେ ଅସ୍ଥିର ହେଉଅଛ ? ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋ' ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।
Psalm 43:5 in Oriya 5 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ ? ଓ ତୁମ୍ଭେ କାହିଁକି ମୋ' ଅନ୍ତରରେ ଅସ୍ଥିର ହେଉଅଛ ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋ' ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।
Psalm 57:8 in Oriya 8 ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ; ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି।
Psalm 64:2 in Oriya 2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;
Psalm 94:20 in Oriya 20 ବିଧାନ ଦ୍ୱାରା ଉପଦ୍ରବ-ରଚନାକାରୀ ଦୁଷ୍ଟତାରୂପ ସିଂହାସନର କି ତୁମ୍ଭ ସଙ୍ଗେ ସମ୍ବନ୍ଧତା ହେବ ?
Psalm 103:1 in Oriya 1 ଦାଉଦଙ୍କର ଗୀତ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।
Psalm 139:19 in Oriya 19 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଦୁଷ୍ଟମାନଙ୍କୁ ବଧ କରିବ; ଏହେତୁ ହେ ରକ୍ତ-ପିପାସୁ ଲୋକମାନେ, ତୁମ୍ଭେମାନେ ମୋ' ନିକଟରୁ ଦୂର ହୁଅ।
Proverbs 1:11 in Oriya 11 ସେମାନେ ଯଦି କହନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;
Proverbs 1:15 in Oriya 15 ହେ ମୋହର ପୁତ୍ର, ତୁମ୍ଭେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ, ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ;
Proverbs 12:5 in Oriya 5 ଧାର୍ମିକମାନଙ୍କର ସଙ୍କଳ୍ପ ଯଥାର୍ଥ; ମାତ୍ର ଦୁଷ୍ଟମାନଙ୍କର ପରାମର୍ଶ ପ୍ରବଞ୍ଚନାଯୁକ୍ତ।
Jeremiah 4:19 in Oriya 19 ହାୟ, ମୋହର ପ୍ରାଣ ! ମୋହର ପ୍ରାଣ ! ମୁଁ ହୃଦୟରେ ବ୍ୟଥିତ ଅଛି; ମୋର ହୃଦୟ ମୋ' ମଧ୍ୟରେ ଅସ୍ଥିର ହେଉଅଛି; ମୁଁ ନୀରବ ରହି ନ ପାରେ; କାରଣ ହେ ମୋହର ପ୍ରାଣ, ତୁମ୍ଭେ ତୂରୀଶବ୍ଦ ଓ ଯୁଦ୍ଧର ନାଦ ଶୁଣିଅଛ।
Jeremiah 15:17 in Oriya 17 ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ, କିଅବା ଆନନ୍ଦ କଲି ନାହିଁ; ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି; କାରଣ ତୁମ୍ଭେ ମୋତେ କ୍ରୋଧରେ ପୂର୍ଣ୍ଣ କରିଅଛ।
Luke 12:19 in Oriya 19 ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;
2 Corinthians 6:14 in Oriya 14 ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା ? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା ?