Genesis 30:27 in Oriya 27 ସେତେବେଳେ ଲାବନ ତାହାକୁ କହିଲା, “ବିନୟ କରୁଅଛି, ତୁମ୍ଭେ ମୋ' ପ୍ରତି ଅନୁଗ୍ରହ କର, କାରଣ ତୁମ୍ଭ ସକାଶୁ ସଦାପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି, ଏହା ମୁଁ ଗଣକତା ଦ୍ୱାରା ଜାଣିଅଛି।
Other Translations King James Version (KJV) And Laban said unto him, I pray thee, if I have found favor in thine eyes, tarry: for I have learned by experience that the LORD hath blessed me for thy sake.
American Standard Version (ASV) And Laban said unto him, If now I have found favor in thine eyes, `tarry': `for' I have divined that Jehovah hath blessed me for thy sake.
Bible in Basic English (BBE) And Laban said, If you will let me say so, do not go away; for I have seen by the signs that the Lord has been good to me because of you.
Darby English Bible (DBY) And Laban said to him, I pray thee, if I have found favour in thine eyes -- I have discovered that Jehovah has blessed me for thy sake.
Webster's Bible (WBT) And Laban said to him, I pray thee, if I have found favor in thine eyes, tarry: for I have learned by experience, that the LORD hath blessed me for thy sake.
World English Bible (WEB) Laban said to him, "If now I have found favor in your eyes, stay here, for I have divined that Yahweh has blessed me for your sake."
Young's Literal Translation (YLT) And Laban saith unto him, `If, I pray thee, I have found grace in thine eyes -- I have observed diligently that Jehovah doth bless me for thy sake.'
Cross Reference Genesis 12:3 in Oriya 3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି, ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।”
Genesis 18:3 in Oriya 3 “ହେ ପ୍ରଭୁ, ନିବେଦନ କରୁଅଛି, ମହାଶୟଗଣ, ଯଦି ତୁମ୍ଭେମାନେ ମୋ ଉପରେ ସନ୍ତୁଷ୍ଟ ଅଛନ୍ତି, ତେବେ ଏହି ଦାସର ସ୍ଥାନରେ (ଏଠାରେ) କିଛି ସମୟ ରୁହନ୍ତୁ।
Genesis 26:24 in Oriya 24 ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭ ପିତା ଅବ୍ରହାମର ପରମେଶ୍ୱର ଅଟୁ; ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରହାମ ସକାଶୁ ତୁମ୍ଭର ସହାୟ ଅଟୁ ଓ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।”
Genesis 30:30 in Oriya 30 କାରଣ, ମୋହର ଆସିବା ପୂର୍ବରେ ତୁମ୍ଭର ଅଳ୍ପ ସମ୍ପତ୍ତି ଥିଲା, ମାତ୍ର ଏବେ ବୃଦ୍ଧି ପାଇ ପ୍ରଚୁର ହୋଇଅଛି; ପୁଣି, ମୁଁ ଯେକୌଣସି ଜାଗାକୁ ତୁମ୍ଭର ମେଷପଲକୁ ଚରାଇବାକୁ ନେଲି ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିଅଛନ୍ତି; ମାତ୍ର ମୁଁ ଆପଣା ପରିବାର ନିମନ୍ତେ କେବେ ସଞ୍ଚୟ କରିବି ?”
Genesis 33:15 in Oriya 15 ଏଷୌ କହିଲା, “ତେବେ ମୋ' ସଙ୍ଗୀ କେତେକ ଲୋକଙ୍କୁ ତୁମ୍ଭ ନିକଟରେ ରଖି ଯାଉଅଛି।” ଯାକୁବ କହିଲା, “କି ପ୍ରୟୋଜନ ? ମୋ' ପ୍ରତି କେବଳ ପ୍ରଭୁଙ୍କର ଅନୁଗ୍ରହ ଦୃଷ୍ଟି ଥାଉ।”
Genesis 34:11 in Oriya 11 ପୁଣି, ଶିଖିମ ଦୀଣାର ପିତାକୁ ଓ ଭ୍ରାତୃଗଣକୁ କହିଲା, “ମୋ' ପ୍ରତି ତୁମ୍ଭମାନଙ୍କର ଅନୁଗ୍ରହ ଦୃଷ୍ଟି ହେଉ, ତହିଁରେ ଯାହା କହିବ, ତାହା ମୁଁ ଦେବି।
Genesis 39:2 in Oriya 2 ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ଏଣୁ ସେ ସମୃଦ୍ଧ ହେଲେ; ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ।
Genesis 39:21 in Oriya 21 ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ପୁଣି, ତାଙ୍କ ପ୍ରତି କୃପା ପ୍ରକାଶ କରି କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହପାତ୍ର କଲେ।
Genesis 47:25 in Oriya 25 ତହିଁରେ ସେମାନେ କହିଲେ, “ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ; ଆପଣଙ୍କ କୃପାଦୃଷ୍ଟି ହେଲେ, ଆମ୍ଭେମାନେ ଫାରୋଙ୍କର ଦାସ ହେବୁ।”
Exodus 3:21 in Oriya 21 ଆଉ ଆମ୍ଭେ ମିସ୍ରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବା, ତହିଁରେ ତୁମ୍ଭେମାନେ ଯାତ୍ରା ସମୟରେ ଶୂନ୍ୟ ହସ୍ତରେ ଯିବ ନାହିଁ;
Numbers 11:11 in Oriya 11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ ? ଓ କାହିଁକି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇନାହିଁ, ଯେ ତୁମ୍ଭେ ମୋ' ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ ?
Numbers 11:15 in Oriya 15 ଆଉ ଯଦି ତୁମ୍ଭେ ମୋ'ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଥିଲେ, ସେହି କ୍ଷଣି ମୋତେ ମାରି ପକାଅ; ପୁଣି, ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ।”
Ruth 2:13 in Oriya 13 ଏଥିରେ ସେ କହିଲା, “ହେ ମୋହର ପ୍ରଭୋ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ; ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣଙ୍କର ଏହି ଦାସୀ ପ୍ରତି କରୁଣାର କଥା କହିଲେ, ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ।”
1 Samuel 16:22 in Oriya 22 ଏଉତ୍ତାରେ ଶାଉଲ ଯିଶୀକି କହି ପଠାଇଲେ, ବିନୟ କରୁଅଛି, ଦାଉଦକୁ ମୋ' ସମ୍ମୁଖରେ ଛିଡ଼ା ହେବାକୁ ଦିଅ; କାରଣ ସେ ମୋ' ଦୃଷ୍ଟିରେ ଅନୁଗ୍ରହ ପାଇଅଛି।
1 Kings 11:19 in Oriya 19 ପୁଣି, ହଦଦ୍ ଫାରୋ ଦୃଷ୍ଟିରେ ଅତିଶୟ ଅନୁଗ୍ରହ ପାଇଲା, ତେଣୁ ସେ ଆପଣା ଭାର୍ଯ୍ୟା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲା;
Nehemiah 1:11 in Oriya 11 ହେ ପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ; ଆଉ, ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର, ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।” ଏସମୟରେ ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।
Nehemiah 2:5 in Oriya 5 ପୁଣି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ, ମୋହର ପିତୃଲୋକଙ୍କ କବର-ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ, ତହିଁରେ ମୁଁ ତାହା ନିର୍ମାଣ କରିବି।”
Psalm 1:3 in Oriya 3 ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ।
Isaiah 6:13 in Oriya 13 ଆଉ, ଯଦିବା ତହିଁରେ ଦଶମାଂଶ ରହେ, ତଥାପି ତାହା ପୁନର୍ବାର ବିନଷ୍ଟ ହେବ; ଏଲା ଓ ଅଲୋନ୍ ବୃକ୍ଷ ହଣା ଗଲେ ହେଁ ଯେପରି ତାହାର ଗଣ୍ଡି ରହେ; ସେହିପରି ସେହି ପବିତ୍ର ବଂଶ ଏହି ଗୋଷ୍ଠୀର ଗଣ୍ଡିସ୍ୱରୂପ ଅଟେ।
Isaiah 61:9 in Oriya 9 ପୁଣି, ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀସମୂହର ମଧ୍ୟରେ ବିଖ୍ୟାତ ହେବେ; ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।
Isaiah 65:8 in Oriya 8 ସଦାପ୍ରଭୁ ଏହି କଥା କହନ୍ତି, “ଦ୍ରାକ୍ଷାପେଣ୍ଡାରେ ଯେପରି ନୂତନ ଦ୍ରାକ୍ଷାରସ ମିଳେ ଓ ଲୋକେ କହନ୍ତି, ଏହା ନଷ୍ଟ ନ କର, କାରଣ ଏଥିରେ ଆଶୀର୍ବାଦ ଅଛି; ସେହିପରି ଆମ୍ଭେ ଆପଣା ଦାସଗଣ ସକାଶେ କରିବା, ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
Daniel 1:9 in Oriya 9 ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।
Acts 7:10 in Oriya 10 ପୁଣି, ତାଙ୍କ ସମସ୍ତ କ୍ଲେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ଦେଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ।