Genesis 20:7 in Oriya 7 ଏହେତୁ ଏବେ ସେହି ମନୁଷ୍ୟର ଭାର୍ଯ୍ୟାକୁ ଫେରାଇ ଦିଅ; ଯେହେତୁ ସେ ଭବିଷ୍ୟଦ୍ବକ୍ତା, ସେ ତୁମ୍ଭ ଲାଗି ପ୍ରାର୍ଥନା କରିବ, ତହିଁରେ ତୁମ୍ଭେ ବଞ୍ଚିବ; ମାତ୍ର ଯଦି ତାଙ୍କୁ ଫେରାଇ ନ ଦେବ, ତେବେ ଅବଶ୍ୟ ତୁମ୍ଭେ ସପରିବାରରେ ମରିବ, ଏହା ଜାଣିଥାଅ।”
Other Translations King James Version (KJV) Now therefore restore the man his wife; for he is a prophet, and he shall pray for thee, and thou shalt live: and if thou restore her not, know thou that thou shalt surely die, thou, and all that are thine.
American Standard Version (ASV) Now therefore restore the man's wife. For he is a prophet, and he shall pray for thee, and thou shalt live. And if thou restore her not, know thou that thou shalt surely die, thou, and all that are thine.
Bible in Basic English (BBE) So now, give the man back his wife, for he is a prophet, and let him say a prayer for you, so your life may be safe: but if you do not give her back, be certain that death will come to you and all your house.
Darby English Bible (DBY) And now, restore the man's wife; for he is a prophet, and will pray for thee, that thou mayest live. And if thou do not restore [her], know that thou shalt certainly die, thou and all that is thine.
Webster's Bible (WBT) Now therefore restore to the man his wife, for he is a prophet, and he shall pray for thee, and thou shalt live: and if thou shalt not restore her, know thou that thou shalt surely die, thou and all that are thine.
World English Bible (WEB) Now therefore, restore the man's wife. For he is a prophet, and he will pray for you, and you will live. If you don't restore her, know for sure that you will die, you, and all who are yours."
Young's Literal Translation (YLT) and now send back the man's wife, for he `is' inspired, and he doth pray for thee, and live thou; and if thou do not send back, know that dying thou dost die, thou, and all that thou hast.'
Cross Reference Genesis 2:17 in Oriya 17 ମାତ୍ର, ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।”
Genesis 12:15 in Oriya 15 ପୁଣି, ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କରନ୍ତେ, ସେହି ସ୍ତ୍ରୀ ଫାରୋଙ୍କର ଗୃହକୁ ଅଣାଗଲେ।
Genesis 12:17 in Oriya 17 ମାତ୍ର ଅବ୍ରାମଙ୍କର ଭାର୍ଯ୍ୟା ସାରୀଙ୍କ ସକାଶୁ ସଦାପ୍ରଭୁ ଫାରୋ ଓ ତାଙ୍କର ପରିବାର ଉପରେ ମହାମାରୀ ଘଟାଇଲେ।
Genesis 20:18 in Oriya 18 ଯେହେତୁ ଅବ୍ରହାମଙ୍କର ଭାର୍ଯ୍ୟା ସାରା ସକାଶେ ସଦାପ୍ରଭୁ ଅବିମେଲକଙ୍କ ଗୃହସ୍ଥିତ ଲୋକମାନଙ୍କର ଗର୍ଭରୋଧ କରିଥିଲେ।
Exodus 4:16 in Oriya 16 ସେ ଲୋକମାନଙ୍କ ନିକଟରେ ତୁମ୍ଭର ପ୍ରତିନିଧି-ବକ୍ତା ହେବ; ସେ ତୁମ୍ଭର ମୁଖ ସ୍ୱରୂପ ହେବ ଓ ତୁମ୍ଭେ ତାହାର ପରମେଶ୍ୱର ତୁଲ୍ୟ ହେବ।
Exodus 7:1 in Oriya 1 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବ।
Exodus 12:1 in Oriya 1 ଏଥିଉତ୍ତାରେ ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
Exodus 18:17 in Oriya 17 ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର କହିଲେ, “ତୁମ୍ଭର ଏହି କର୍ମ ଭଲ ନୁହେଁ।
Leviticus 6:4 in Oriya 4 ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,
Leviticus 6:7 in Oriya 7 ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”
Numbers 16:32 in Oriya 32 ପୁଣି, ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ, ସେମାନଙ୍କ ପରିଜନଗଣକୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା।
1 Samuel 7:5 in Oriya 5 ଏଥିଉତ୍ତାରେ ଶାମୁୟେଲ କହିଲେ, ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପୀରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।
1 Samuel 7:8 in Oriya 8 ପୁଣି, ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ।
1 Samuel 12:19 in Oriya 19 ପୁଣି, ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।
1 Samuel 12:23 in Oriya 23 ଆହୁରି ମୁଁ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ; ମାତ୍ର ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି।
2 Samuel 24:17 in Oriya 17 ପୁଣି ଦାଉଦ ସେହି ବିନାଶକ ଦୂତଙ୍କୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି; ମାତ୍ର ଏହି ମେଷଗଣ କଅଣ କଲେ ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋ' ବିରୁଦ୍ଧରେ ଓ ମୋ' ପିତୃଗୃହର ବିରୁଦ୍ଧରେ ହେଉ।”
1 Kings 13:6 in Oriya 6 ସେତେବେଳେ ରାଜା ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଲେ, “ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋ' ପାଇଁ ପ୍ରାର୍ଥନା କର। ତହିଁରେ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା।
1 Kings 18:1 in Oriya 1 ଅନେକ ଦିନ ଉତ୍ତାରେ ତୃତୀୟ ବର୍ଷରେ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, ତୁମ୍ଭେ ଯାଇ ଆହାବକୁ ଦେଖା ଦିଅ; ତହୁଁ ଆମ୍ଭେ ଭୂମିକୁ ବୃଷ୍ଟି ପଠାଇବା।
2 Kings 5:11 in Oriya 11 ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଚାଲିଗଲା, ଆଉ କହିଲା, “ଦେଖ, ମୁଁ ଭାବିଥିଲି, ସେ ଅବଶ୍ୟ ବାହାରି ମୋ' ନିକଟକୁ ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ।
2 Kings 19:2 in Oriya 2 ପୁଣି ରାଜଗୃହାଧ୍ୟକ୍ଷ ଇଲୀୟାକିମ୍କୁ ଓ ଶିବ୍ନ ଲେଖକଙ୍କୁ ଓ ଯାଜକମାନଙ୍କ ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇଲେ।
1 Chronicles 16:22 in Oriya 22 କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।
Job 34:19 in Oriya 19 ତେବେ ପରମେଶ୍ଵର ଯେ ଅଧିପତିମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ, ଅବା ସମସ୍ତେ ତାହାଙ୍କର ହସ୍ତକୃତ କର୍ମ ହେବାରୁ ଦରିଦ୍ର ଅପେକ୍ଷା ଧନୀକୁ ବିଶେଷ ଜ୍ଞାନ କରନ୍ତି ନାହିଁ, ତାହାଙ୍କୁ ଏପରି କହିବା କେତେ ଅଧିକ ଅନୁପଯୁକ୍ତ ?
Job 42:8 in Oriya 8 ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ସାତ ବୃଷ ଓ ସାତ ମେଷ ନେଇ ଆମ୍ଭ ଦାସ ଆୟୁବ ନିକଟକୁ ଯାଅ ଓ ଆପଣାମାନଙ୍କ ନିମନ୍ତେ ହୋମବଳି ରୂପେ ତାହା ଉତ୍ସର୍ଗ କର, ତହିଁରେ ଆମ୍ଭ ଦାସ ଆୟୁବ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବ; କାରଣ ଆମ୍ଭେ ତାହାକୁ ଗ୍ରାହ୍ୟ କରି ତୁମ୍ଭମାନଙ୍କ ମୂର୍ଖତା ପ୍ରମାଣେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା ନାହିଁ; ଯେହେତୁ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।”
Psalm 25:14 in Oriya 14 ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।
Psalm 105:9 in Oriya 9 ଯେଉଁ ନିୟମ ସେ ଅବ୍ରହାମ ସଙ୍ଗେ କରିଥିଲେ ଓ ଆପଣାର ଯେଉଁ ଶପଥ ସେ ଇସ୍ହାକ ନିକଟରେ କରିଥିଲେ, ତାହା ସେ ସଦାକାଳ ସ୍ମରଣ କରିଅଛନ୍ତି।
Jeremiah 14:11 in Oriya 11 ଆହୁରି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏହି ଲୋକମାନଙ୍କ ପକ୍ଷରେ ମଙ୍ଗଳ ପ୍ରାର୍ଥନା କର ନାହିଁ।
Jeremiah 15:1 in Oriya 1 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।
Jeremiah 27:18 in Oriya 18 ମାତ୍ର ଯଦି ସେମାନେ ଭବିଷ୍ୟଦ୍ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ଯଦି ସେମାନଙ୍କଠାରେ ଥାଏ, ତେବେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଯେସକଳ ପାତ୍ର ଅବଶିଷ୍ଟ ଅଛି, ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ବିନତି କରନ୍ତୁ।
Ezekiel 3:18 in Oriya 18 ତୁମ୍ଭେ ନିଶ୍ଚୟ ମରିବ, ଏହି କଥା ଯେତେବେଳେ ଆମ୍ଭେ ଦୁଷ୍ଟକୁ କହୁ; ସେତେବେଳେ ତୁମ୍ଭେ ଯଦି ତାହାକୁ ଚେତନା ନ ଦିଅ, କିଅବା ତାହାର ପ୍ରାଣ ରକ୍ଷା ନିମନ୍ତେ ଚେତନା ଦେବା ପାଇଁ ସେହି ଦୁଷ୍ଟ ଲୋକକୁ ତାହାର କୁପଥ ବିଷୟରେ କିଛି ନ କୁହ; ତେବେ ସେହି ଦୁଷ୍ଟ ଲୋକ ଆପଣା ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା।
Ezekiel 33:8 in Oriya 8 ଆମ୍ଭେ ଯେତେବେଳେ ଦୁଷ୍ଟକୁ କହୁ, ହେ ଦୁଷ୍ଟ ଲୋକ, ତୁମ୍ଭେ ନିଶ୍ଚୟ ମରିବ, ସେତେବେଳେ ତୁମ୍ଭେ ତାହାର ପଥ ବିଷୟରେ ସେହି ଦୁଷ୍ଟ ଲୋକକୁ ସଚେତନ କରିବା ପାଇଁ ଯଦି କିଛି ନ କୁହ; ତେବେ ସେହି ଦୁଷ୍ଟ ନିଜ ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପରିଶୋଧ ନେବା।
Ezekiel 33:14 in Oriya 14 ପୁନଶ୍ଚ “ତୁମ୍ଭେ ଅବଶ୍ୟ ମରିବ,” ଏହି କଥା ଆମ୍ଭେ ଦୁଷ୍ଟ ଲୋକକୁ କହିଲେ, ସେ ଯଦି ଆପଣା ପାପରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ;
1 Corinthians 14:4 in Oriya 4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
Hebrews 1:1 in Oriya 1 ଈଶ୍ୱର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି
Hebrews 13:4 in Oriya 4 ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ।
James 5:14 in Oriya 14 ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ।
1 John 5:16 in Oriya 16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ୱର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।
Revelation 11:5 in Oriya 5 କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ।