Ezekiel 36:11 in Oriya 11 ପୁଣି, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ବୃଦ୍ଧି କରିବା, ତହିଁରେ ସେମାନେ ବର୍ଦ୍ଧିଷ୍ଣୁ ହୋଇ ସନ୍ତାନସନ୍ତତି ବିଶିଷ୍ଟ ହେବେ; ଆଉ, ଆମ୍ଭେ ତୁମ୍ଭମାନଙ୍କୁ ପୂର୍ବ କାଳର ନ୍ୟାୟ ବସତି କରାଇବା ଓ ତୁମ୍ଭମାନଙ୍କ ପ୍ରତି ଆଦ୍ୟ କାଳ ଅପେକ୍ଷା ଅଧିକ ମଙ୍ଗଳ କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Other Translations King James Version (KJV) And I will multiply upon you man and beast; and they shall increase and bring fruit: and I will settle you after your old estates, and will do better unto you than at your beginnings: and ye shall know that I am the LORD.
American Standard Version (ASV) and I will multiply upon you man and beast; and they shall increase and be fruitful; and I will cause you to be inhabited after your former estate, and will do better `unto you' than at your beginnings: and ye shall know that I am Jehovah.
Bible in Basic English (BBE) Man and beast will be increased in you, and they will have offspring and be fertile: I will make you thickly peopled as you were before, and will do more for you than at the first: and you will be certain that I am the Lord.
Darby English Bible (DBY) And I will multiply upon you man and beast, and they shall increase and bring forth fruit; and I will cause you to be inhabited as [in] your former times, yea, I will make it better than at your beginnings: and ye shall know that I [am] Jehovah.
World English Bible (WEB) and I will multiply on you man and animal; and they shall increase and be fruitful; and I will cause you to be inhabited after your former estate, and will do better [to you] than at your beginnings: and you shall know that I am Yahweh.
Young's Literal Translation (YLT) And I have multiplied on you man and beast, And they have multiplied and been fruitful, And I have caused you to dwell according to your former states, And I have done better than at your beginnings, And ye have known that I `am' Jehovah.
Cross Reference Job 42:12 in Oriya 12 ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ; ତହିଁରେ ତାହାର ଚଉଦ ହଜାର ମେଷ ଓ ଛଅ ହଜାର ଉଷ୍ଟ୍ର ଓ ଏକ ହଜାର ହଳ ବଳଦ ଓ ଏକ ହଜାର ଗର୍ଦ୍ଦଭୀ ହେଲେ।
Isaiah 30:26 in Oriya 26 ଆହୁରି, ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର ଆଘାତ ସ୍ଥାନ ବାନ୍ଧିବେ ଓ ପ୍ରହାରଜାତ ସେମାନଙ୍କ କ୍ଷତ ସୁସ୍ଥ କରିବେ, ସେହି ଦିନରେ ଚନ୍ଦ୍ରମାର ଦୀପ୍ତି ସୂର୍ଯ୍ୟର ଦୀପ୍ତି ତୁଲ୍ୟ ହେବ, ଆଉ ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତି ତୁଲ୍ୟ ସପ୍ତଗୁଣ ହେବ।
Isaiah 52:4 in Oriya 4 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭର ଲୋକମାନେ ପ୍ରଥମରେ ପ୍ରବାସ କରିବା ପାଇଁ ମିସରକୁ ଗଲେ; ପୁଣି, ଅଶୂରୀୟ ଅକାରଣରେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲା।”
Isaiah 54:7 in Oriya 7 ଆମ୍ଭେ ଅଳ୍ପ କ୍ଷଣ ନିମନ୍ତେ ତୁମ୍ଭକୁ ତ୍ୟାଗ କରିଅଛୁ; ମାତ୍ର ମହାକରୁଣାରେ ତୁମ୍ଭକୁ ସଂଗ୍ରହ କରିବା।
Jeremiah 23:5 in Oriya 5 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ।
Jeremiah 30:18 in Oriya 18 ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।
Jeremiah 31:27 in Oriya 27 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ମଧ୍ୟରେ ମନୁଷ୍ୟ ଓ ପଶୁ ରୂପ ବୀଜ ବପନ କରିବା, ଏପରି ସମୟ ଆସୁଛି।
Jeremiah 31:38 in Oriya 38 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି।
Jeremiah 33:12 in Oriya 12 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।”
Ezekiel 16:55 in Oriya 55 ପୁଣି, ତୁମ୍ଭର ଭଗିନୀଗଣ, ଅର୍ଥାତ୍, ସଦୋମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଶମରୀୟା ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମ୍ଭମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବ।
Ezekiel 35:9 in Oriya 9 ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Ezekiel 36:35 in Oriya 35 ତହିଁରେ ଲୋକମାନେ କହିବେ, “ଏହି ଧ୍ୱଂସିତ ଦେଶ ଏଦନ ଉଦ୍ୟାନ ତୁଲ୍ୟ ହୋଇଅଛି; ଆଉ, ଏହି ଶୂନ୍ୟ, ଧ୍ୱଂସିତ ଓ ଉତ୍ପାଟିତ ନଗରସକଳ ପ୍ରାଚୀରବେଷ୍ଟିତ ଓ ବସତିସ୍ଥାନ ହୋଇଅଛି।
Ezekiel 37:6 in Oriya 6 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପେଶୀରଜ୍ଜୁ ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
Ezekiel 37:13 in Oriya 13 ପୁଣି, ହେ ଆମ୍ଭର ଲୋକେ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରି ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Hosea 2:20 in Oriya 20 ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗ୍ଦାନ କରିବା; ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ।”
Joel 3:18 in Oriya 18 ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।
Amos 9:15 in Oriya 15 ପୁଣି, ଆମ୍ଭେ ସେମାନଙ୍କୁ ସେମାନଙ୍କ ଦେଶରେ ରୋପଣ କରିବା, ତହିଁରେ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନେ ଆଉ ଉତ୍ପାଟିତ ହେବେ ନାହିଁ।” ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର କହନ୍ତି।
Obadiah 1:19 in Oriya 19 ପୁଣି, ଦକ୍ଷିଣର ଲୋକମାନେ ଏଷୌର ପର୍ବତ ଓ ନିମ୍ନ ଭୂମିର ଲୋକମାନେ ପଲେଷ୍ଟୀୟମାନଙ୍କ ଦେଶ ଅଧିକାର କରିବେ ଓ ସେମାନେ ଇଫ୍ରୟିମର ଭୂମି ଓ ଶମରୀୟାର ଭୂମି ଅଧିକାର କରିବେ ଓ ବିନ୍ୟାମୀନ୍ ଗିଲୀୟଦକୁ ଅଧିକାର କରିବ।
Micah 7:14 in Oriya 14 ତୁମ୍ଭେ ଆପଣା ପାଞ୍ଚଣ ନେଇ ଆପଣା ଲୋକମାନଙ୍କୁ, ଅର୍ଥାତ୍, ଏକାକୀ ବାସକାରୀ ଆପଣା ପୈତୃକାଧିକାର ସ୍ୱରୂପ ପଲକୁ, କର୍ମିଲର ମଧ୍ୟସ୍ଥିତ ଅରଣ୍ୟରେ ଚରାଅ; ସେମାନେ ପୂର୍ବ କାଳର ନ୍ୟାୟ ବାଶନରେ ଓ ଗିଲୀୟଦରେ ଚରନ୍ତୁ।
Haggai 2:6 in Oriya 6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆଉ ଥରେ ଅଳ୍ପ କାଳ ମଧ୍ୟରେ ଆମ୍ଭେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ଶୁଷ୍କଭୂମିକି ହଲାଇବା;
Zechariah 8:11 in Oriya 11 ମାତ୍ର ଏବେ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କର ପ୍ରତି ପୂର୍ବକାଳର ପରି ହେବା ନାହିଁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Hebrews 8:8 in Oriya 8 ଯେଣୁ ସେ ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା;
Hebrews 11:40 in Oriya 40 ଯେଣୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧି ଲାଭ ନ କରନ୍ତି।
1 John 5:20 in Oriya 20 ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଇଶ୍ବରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି।