Ezekiel 34:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର ! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ ?
Other Translations King James Version (KJV) Son of man, prophesy against the shepherds of Israel, prophesy, and say unto them, Thus saith the Lord GOD unto the shepherds; Woe be to the shepherds of Israel that do feed themselves! should not the shepherds feed the flocks?
American Standard Version (ASV) Son of man, prophesy against the shepherds of Israel, prophesy, and say unto them, even to the shepherds, Thus saith the Lord Jehovah: Woe unto the shepherds of Israel that do feed themselves! should not the shepherds feed the sheep?
Bible in Basic English (BBE) Son of man, be a prophet against the keepers of the flock of Israel, and say to them, O keepers of the sheep! this is the word of the Lord: A curse is on the keepers of the flock of Israel who take the food for themselves! is it not right for the keepers to give the food to the sheep?
Darby English Bible (DBY) Son of man, prophesy against the shepherds of Israel, prophesy; and say unto them, unto the shepherds, Thus saith the Lord Jehovah: Woe to the shepherds of Israel that feed themselves! Should not the shepherds feed the flock?
World English Bible (WEB) Son of man, prophesy against the shepherds of Israel, prophesy, and tell them, even to the shepherds, Thus says the Lord Yahweh: Woe to the shepherds of Israel who feed themselves! Shouldn't the shepherds feed the sheep?
Young's Literal Translation (YLT) `Son of man, prophesy concerning shepherds of Israel, prophesy, and thou hast said unto them: To the shepherds, thus said the Lord Jehovah: Wo `to' the shepherds of Israel, Who have been feeding themselves! The flock do not the shepherds feed?
Cross Reference 2 Samuel 5:2 in Oriya 2 ଅତୀତରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ସମୟରେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ୱ ଦେଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ।”
Psalm 78:71 in Oriya 71 ସେ ଆପଣା ଲୋକ ଯାକୁବକୁ ଓ ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ।
Isaiah 40:11 in Oriya 11 ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
Jeremiah 2:8 in Oriya 8 “ସଦାପ୍ରଭୁ କାହାନ୍ତି,” ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥାହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍ବକ୍ତାମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍ଗମନ କଲେ।
Jeremiah 3:15 in Oriya 15 ଆଉ, ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ।'
Jeremiah 10:21 in Oriya 21 କାରଣ ପାଳକଗଣ ପଶୁବତ୍ ହୋଇଅଛନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି; ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି।
Jeremiah 12:10 in Oriya 10 ଅନେକ ପଲ ରକ୍ଷକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି, ସେମାନେ ଆମ୍ଭର ଭୂମି ପଦ ତଳେ ଦଳିତ କରିଅଛନ୍ତି, ସେମାନେ ଆମ୍ଭର ମନୋରମ ଭୂମିକି ଧ୍ୱଂସିତ ପ୍ରାନ୍ତର କରିଅଛନ୍ତି।
Jeremiah 23:1 in Oriya 1 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର !”
Ezekiel 13:19 in Oriya 19 ପୁଣି, ଆମ୍ଭର ଯେଉଁ ଲୋକମାନେ ମିଥ୍ୟା କଥା ଶୁଣନ୍ତି, ସେମାନଙ୍କୁ ମିଥ୍ୟା କଥା କହି, ବଧର ଅଯୋଗ୍ୟ ପ୍ରାଣକୁ ବଧ କରିବା ପାଇଁ ଓ ବଞ୍ଚିବାର ଅଯୋଗ୍ୟ ପ୍ରାଣକୁ ଜୀବିତ ରଖିବା ପାଇଁ ତୁମ୍ଭେମାନେ ମୁଠିଏ ମୁଠିଏ ଯବ ଓ ଖଣ୍ଡିଏ ଖଣ୍ଡିଏ ରୁଟି ନିମନ୍ତେ ଆମ୍ଭ ଲୋକଙ୍କ ମଧ୍ୟରେ ଆମ୍ଭକୁ ଅଶୁଚି କରିଅଛ।
Ezekiel 33:24 in Oriya 24 “ହେ ମନୁଷ୍ୟ-ସନ୍ତାନ, ଯେଉଁମାନେ ଇସ୍ରାଏଲ ଦେଶର, ସେହି ସକଳ ଉତ୍ସନ୍ନ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ଅବ୍ରହାମ ଏକମାତ୍ର ଥିଲେ, ଆଉ ସେ ଦେଶ ଅଧିକାର କଲେ; ମାତ୍ର ଆମ୍ଭେମାନେ ଅନେକ ଲୋକ; ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦତ୍ତ ହୋଇଅଛି।
Ezekiel 34:8 in Oriya 8 ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ,” ନିଶ୍ଚୟ କେହି ପାଳକ ନ ଥିବାରୁ ଆମ୍ଭର ମେଷମାନେ ଲୁଟିତ ହେଲେ ଓ ଆମ୍ଭର ମେଷମାନେ କ୍ଷେତ୍ରସ୍ଥ ପଶୁସକଳର ଖାଦ୍ୟ ହେଲେ, ପୁଣି, ଆମ୍ଭର ପାଳକଗଣ ଆମ୍ଭର ମେଷମାନଙ୍କୁ ଖୋଜିଲେ ନାହିଁ, ମାତ୍ର ପାଳକଗଣ ଆପଣାମାନଙ୍କୁ ପାଳନ କରି ଆମ୍ଭ ମେଷମାନଙ୍କୁ ପାଳନ କଲେ ନାହିଁ;
Micah 3:1 in Oriya 1 ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ ଓ ହେ ଇସ୍ରାଏଲ-ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ୍ ନୁହେଁ ?
Micah 3:11 in Oriya 11 ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି ? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।
Zephaniah 3:3 in Oriya 3 ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜନକାରୀ ସିଂହ ସଦୃଶ୍ୟ; ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ ତୁଲ୍ୟ; ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ।
Zechariah 11:17 in Oriya 17 ଯେଉଁ ଅକର୍ମଣ୍ୟ ପାଳକ ପଲ ତ୍ୟାଗ କରେ, ସେ ସନ୍ତାପର ପାତ୍ର ! ତାହାର ବାହୁରେ ଓ ଡାହାଣ ଚକ୍ଷୁରେ ଖଡ଼୍ଗ ପଡ଼ିବ; ତାହାର ବାହୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ଓ ତାହାର ଡାହାଣ ଚକ୍ଷୁ ସମ୍ପୂର୍ଣ୍ଣ ଅନ୍ଧ ହେବ।
Matthew 24:48 in Oriya 48 କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି
Luke 12:42 in Oriya 42 ପ୍ରଭୁ କହିଲେ, ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ ?
Luke 20:46 in Oriya 46 ଶାସ୍ତ୍ରୀମାନଙ୍କଠାରୁ ସାବଧାନ ! ସେମାନେ ଲମ୍ବା ପୋଷାକ ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି;
John 10:1 in Oriya 1 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ;
John 10:11 in Oriya 11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ।
John 21:15 in Oriya 15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ।
Acts 20:26 in Oriya 26 ଏ ହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ମୁକ୍ତ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି।
Acts 20:29 in Oriya 29 ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ,
Romans 16:18 in Oriya 18 କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି।
1 Peter 5:2 in Oriya 2 ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଇଶ୍ବରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଇଶ୍ବରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର;
2 Peter 2:3 in Oriya 3 ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।