Ezekiel 2:1 in Oriya 1 ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା।”
Other Translations King James Version (KJV) And he said unto me, Son of man, stand upon thy feet, and I will speak unto thee.
American Standard Version (ASV) And he said unto me, Son of man, stand upon thy feet, and I will speak with thee.
Bible in Basic English (BBE) And he said to me, Son of man, get up on your feet, so that I may say words to you.
Darby English Bible (DBY) And he said unto me, Son of man, stand upon thy feet, and I will speak with thee.
World English Bible (WEB) He said to me, Son of man, stand on your feet, and I will speak with you.
Young's Literal Translation (YLT) It `is' the appearance of the likeness of the honour of Jehovah, and I see, and fall on my face, and I hear a voice speaking, and He saith unto me, `Son of man, stand on thy feet, and I speak with thee.'
Cross Reference Psalm 8:4 in Oriya 4 ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ ? ଓ ମନୁଷ୍ୟର ସନ୍ତାନ କିଏ ଯେ, ତୁମ୍ଭେ ତାହାର ତତ୍ତ୍ୱାବଧାନ କରୁଅଛ ?
Ezekiel 1:28 in Oriya 28 ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେହିପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।
Ezekiel 2:3 in Oriya 3 ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି।
Ezekiel 2:6 in Oriya 6 ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି, ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ-ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ।
Ezekiel 2:8 in Oriya 8 ମାତ୍ର ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ-ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର।”
Ezekiel 3:1 in Oriya 1 ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ତୁମ୍ଭ ନିକଟରେ ଯାହା ଉପସ୍ଥିତ ତାହା ଭୋଜନ କର; ଏହି ନଳାକାର ପୁସ୍ତକ ଭୋଜନ କର ଓ ଯାଇ ଇସ୍ରାଏଲ ବଂଶ ସହିତ କଥା କୁହ।”
Ezekiel 3:4 in Oriya 4 ଏଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ସେମାନଙ୍କୁ ଆମ୍ଭର ବାକ୍ୟସକଳ କୁହ।
Ezekiel 3:10 in Oriya 10 ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା କହିବା, ଆମ୍ଭର ସେହିସବୁ କଥା ତୁମ୍ଭେ ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର।
Ezekiel 3:17 in Oriya 17 ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ।
Ezekiel 4:1 in Oriya 1 ଆହୁରି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଇଟା ନେଇ ଆପଣା ସମ୍ମୁଖରେ ରଖ ଓ ତହିଁ ଉପରେ ଏକ ନଗରର, ଅର୍ଥାତ୍, ଯିରୂଶାଲମର ଛବି ଅଙ୍କିତ କର;
Ezekiel 5:1 in Oriya 1 “ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ତୀକ୍ଷ୍ଣ ଖଡ଼୍ଗ, ବାରିକର କ୍ଷୁର ପରି ନେଇ ଆପଣା ମସ୍ତକ ଓ ଦାଢ଼ି ଉପରେ ଚଳାଇବ; ତହୁଁ ନିକିତି ନେଇ ସେହି କେଶ ତୌଲି ଭାଗ ଭାଗ କରିବ।
Ezekiel 7:2 in Oriya 2 ହେ ମନୁଷ୍ୟ ସନ୍ତାନ, ପ୍ରଭୁ, ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି; ଅନ୍ତିମ କାଳ, ଦେଶର ଚାରି କୋଣରେ ଅନ୍ତିମ କାଳ ଉପସ୍ଥିତ ହୋଇଅଛି।
Ezekiel 12:3 in Oriya 3 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ନିର୍ବାସନ ନିମନ୍ତେ କରିବା ପାଇଁ ସମ୍ବଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ୱସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ-ବଂଶ ହେଲେ ହେଁ ସେମାନେ ବିବେଚନା କରିବେ।
Ezekiel 13:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲର ଯେଉଁ ଭବିଷ୍ୟଦ୍-ବକ୍ତାମାନେ ଭବିଷ୍ୟଦ୍ ବାକ୍ୟ ପ୍ରଚାର କରନ୍ତି, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ ବାକ୍ୟ ପ୍ରଚାର କର; ଆଉ, ଯେଉଁମାନେ ନିଜ ହୃଦୟରୁ ଭବିଷ୍ୟଦ୍ ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
Ezekiel 14:3 in Oriya 3 “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଆପଣା ଆପଣା ଦେବତାକୁ ଆପଣା ଆପଣା ହୃଦୟକୁ ନେଇଅଛନ୍ତି ଓ ଆପଣାମାନଙ୍କର ଅଧର୍ମଜନକ ବିଘ୍ନ ଆପଣା ଆପଣା ସମ୍ମୁଖରେ ରଖିଅଛନ୍ତି; ଆମ୍ଭେ କି କୌଣସିମତେ ସେମାନଙ୍କୁ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା ?
Ezekiel 14:13 in Oriya 13 “ହେ ମନୁଷ୍ୟ-ସନ୍ତାନ, କୌଣସି ଦେଶ ସତ୍ୟ ଲଘଂନ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କଲେ, ଯେତେବେଳେ ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରୁ, ତାହାର ଅନ୍ନରୂପ ଯଷ୍ଟି ଭାଙ୍ଗୁ ଓ ତହିଁ ମଧ୍ୟକୁ ଦୁର୍ଭିକ୍ଷ ପଠାଉ, ପୁଣି ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରୁ;
Ezekiel 15:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ଦ୍ରାକ୍ଷାଲତାର ଗଛ, ବନସ୍ଥ ବୃକ୍ଷଗଣ ମଧ୍ୟରେ ସ୍ଥିତ ଦ୍ରାକ୍ଷାଲତାର ଶାଖା, ଅନ୍ୟ ସକଳ ଗଛ ଅପେକ୍ଷା କାହିଁରେ ଅଧିକ ?
Ezekiel 16:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମକୁ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ଜଣାଅ,
Ezekiel 17:2 in Oriya 2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟରେ ଗୋଟିଏ ପ୍ରହେଳିକା ଉତ୍ଥାପନ କର ଓ ଏକ ଦୃଷ୍ଟାନ୍ତ କଥା କୁହ;
Ezekiel 20:3 in Oriya 3 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ସଙ୍ଗେ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ କି ଆମ୍ଭ ନିକଟରେ ପଚାରିବାକୁ ଆସିଅଛ ? ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ଆମ୍ଭ ନିକଟରେ ପଚାରିବାକୁ ଦେବା ନାହିଁ।”
Ezekiel 37:3 in Oriya 3 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇ ପାରେ ?” ଏଥିରେ ମୁଁ ଉତ୍ତର କଲି, “ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି।”
Daniel 8:17 in Oriya 17 ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେହି ସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ।
Daniel 10:11 in Oriya 11 ପୁଣି, ସେ ମୋତେ କହିଲେ, ହେ ଅତ୍ୟନ୍ତ ପ୍ରିୟପାତ୍ର ଦାନିୟେଲ, ଆମ୍ଭେ ତୁମ୍ଭଙ୍କୁ ଯେଉଁ ଯେଉଁ ବାକ୍ୟ କହୁ, ତାହା ବୁଝ ଓ ସିଧା ହୋଇ ଠିଆ ହୁଅ; କାରଣ ଏବେ ଆମ୍ଭେ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛୁ; ସେ ମୋତେ ଏହି କଥା କହିବାରୁ ମୁଁ କମ୍ପି କମ୍ପି ଠିଆ ହେଲି।
Daniel 10:19 in Oriya 19 ପୁଣି, ସେ କହିଲେ, “ହେ ଅତ୍ୟନ୍ତ ପ୍ରିୟପାତ୍ର ମନୁଷ୍ୟ, ଭୟ କର ନାହିଁ; ତୁମ୍ଭର ଶାନ୍ତି ହେଉ, ସବଳ ହୁଅ, ସବଳ ହୁଅ !” ସେ ମୋତେ ଏହା କହନ୍ତେ, ମୁଁ ସବଳ ହୋଇ କହିଲି, “ମୋର ପ୍ରଭୁ କୁହନ୍ତୁ କାରଣ ତୁମ୍ଭେ ମୋତେ ସବଳ କରିଅଛ।”
Matthew 16:13 in Oriya 13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି ?
Matthew 17:7 in Oriya 7 ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, ଉଠ, ଭୟ କର ନାହିଁ।
John 3:13 in Oriya 13 ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ।
John 3:16 in Oriya 16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ।
Acts 9:6 in Oriya 6 କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କ'ଣ କରିବାକୁ ହେବ, ତାହା କୁହାଯିବ।
Acts 26:16 in Oriya 16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ।