Ezekiel 18:31 in Oriya 31 ତୁମ୍ଭେମାନେ ଆପଣାମାନଙ୍କର କୃତ ସମସ୍ତ ଅପରାଧ ଆପଣାମାନଙ୍କଠାରୁ ଦୂର କରି ଦିଅ ଓ ଆପଣାମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ ?”
Other Translations King James Version (KJV) Cast away from you all your transgressions, whereby ye have transgressed; and make you a new heart and a new spirit: for why will ye die, O house of Israel?
American Standard Version (ASV) Cast away from you all your transgressions, wherein ye have transgressed; and make you a new heart and a new spirit: for why will ye die, O house of Israel?
Bible in Basic English (BBE) Put away all your evil-doing in which you have done sin; and make for yourselves a new heart and a new spirit: why are you desiring death, O children of Israel?
Darby English Bible (DBY) Cast away from you all your transgressions wherewith ye have transgressed, and make you a new heart and a new spirit: why then will ye die, house of Israel?
World English Bible (WEB) Cast away from you all your transgressions, in which you have transgressed; and make you a new heart and a new spirit: for why will you die, house of Israel?
Young's Literal Translation (YLT) Cast from off you all your transgressions, By which ye have transgressed, And make to you a new heart, and a new spirit, And why do ye die, O house of Israel?
Cross Reference Deuteronomy 30:15 in Oriya 15 ଦେଖ, ଆଜି ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଅଛି।
Deuteronomy 30:19 in Oriya 19 ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;
Psalm 34:14 in Oriya 14 ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।
Psalm 51:10 in Oriya 10 ହେ ପରମେଶ୍ୱର, ମୋ' ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ' ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।
Proverbs 8:36 in Oriya 36 ମାତ୍ର ଯେ ମୋ' ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ; ଯେଉଁ ସମସ୍ତ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁୁକୁ ଭଲ ପାଆନ୍ତି।
Isaiah 1:16 in Oriya 16 ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;
Isaiah 30:22 in Oriya 22 ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମାଗଣର ମଣ୍ଡନ ଓ ଛାଞ୍ଚରେ ଢଳା ସ୍ୱର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେହି ସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ, “ଏଠାରୁ ବାହାରି ଯାଅ।”
Isaiah 55:7 in Oriya 7 ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ।
Jeremiah 21:8 in Oriya 8 ପୁଣି, ତୁମ୍ଭେ ଏହି ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁୁର ପଥ ରଖୁଅଛୁ।
Jeremiah 27:15 in Oriya 15 କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ,ମାତ୍ର ଆମ୍ଭେ ଯେପରି ତୁମ୍ଭମାନଙ୍କୁ ତଡ଼ି ଦେବୁ ଓ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାରକାରୀ ଭବିଷ୍ୟଦ୍ବକ୍ତାମାନେ ଯେପରି ବିନଷ୍ଟ ହେବେ, ଏଥିପାଇଁ ସେମାନେ ମିଥ୍ୟାରେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି।'”
Jeremiah 32:39 in Oriya 39 ଆଉ, ସେମାନଙ୍କର ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର ମଙ୍ଗଳ ନିମନ୍ତେ ସେମାନେ ଯେପରି ସଦାକାଳ ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା;
Ezekiel 11:19 in Oriya 19 ଆଉ, ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା।
Ezekiel 20:7 in Oriya 7 ଆଉ, ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କର ଓ ମିସ୍ରୀୟ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
Ezekiel 33:11 in Oriya 11 ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ, ଏଥିରେ ହିଁ ଆମ୍ଭର ସନ୍ତୋଷ ଅଛି; ତୁମ୍ଭେମାନେ ଫେର, ଆପଣା ଆପଣା କୁପଥରୁ ଫେର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ ?
Ezekiel 36:26 in Oriya 26 ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା।
Matthew 12:33 in Oriya 33 ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ।
Matthew 23:26 in Oriya 26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ।
Acts 3:19 in Oriya 19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇ ପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ,
Acts 13:46 in Oriya 46 ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଇଶ୍ବରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ ଯାଉଅଛୁ,
Romans 8:13 in Oriya 13 କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ।
Romans 12:2 in Oriya 2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଇଶ୍ବରଙ୍କ ଇଚ୍ଛା କ'ଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣି ପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ।
Ephesians 4:22 in Oriya 22 ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
Colossians 3:5 in Oriya 5 ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହି ସବୁ ପ୍ରତି ମୃତ ହୁଅ;
James 1:21 in Oriya 21 ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର।
James 4:8 in Oriya 8 ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର।
1 Peter 1:14 in Oriya 14 ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ,
1 Peter 1:22 in Oriya 22 ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର;
1 Peter 2:1 in Oriya 1 ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ,
1 Peter 4:2 in Oriya 2 ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଇଶ୍ବରଙ୍କ ଇଚ୍ଛାନୁସାରେ କ୍ଷେପଣ କର।