Ezekiel 18:25 in Oriya 25 ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ ?
Other Translations King James Version (KJV) Yet ye say, The way of the LORD is not equal. Hear now, O house of Israel; Is not my way equal? are not your ways unequal?
American Standard Version (ASV) Yet ye say, The way of the Lord is not equal. Hear now, O house of Israel: Is not my way equal? are not your ways unequal?
Bible in Basic English (BBE) But you say, The way of the Lord is not equal. Give ear, now, O children of Israel; is my way not equal? are not your ways unequal?
Darby English Bible (DBY) And ye say, The way of the Lord is not equal. Hear then, house of Israel. Is not my way equal? are not your ways unequal?
World English Bible (WEB) Yet you say, The way of the Lord is not equal. Hear now, house of Israel: Is my way not equal? Aren't your ways unequal?
Young's Literal Translation (YLT) And ye have said, Not pondered is the way of the Lord. Hear, I pray you, O house of Israel, My way -- is it not pondered? Are not your ways unpondered?
Cross Reference Genesis 18:25 in Oriya 25 ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ ?”
Deuteronomy 32:4 in Oriya 4 ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି।
Job 32:2 in Oriya 2 ତହିଁରେ ରାମ୍ ଗୋଷ୍ଠୀଜାତ ବୂଷୀୟ ବାରଖେଲର ପୁତ୍ର ଇଲୀହୂର କ୍ରୋଧ ପ୍ରଜ୍ୱଳିତ ହେଲା; ଆୟୁବ ବିରୁଦ୍ଧରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେ ପରମେଶ୍ୱରଙ୍କ ଅପେକ୍ଷା ଆପଣାକୁ ଧାର୍ମିକ ମଣିଲା।
Job 34:5 in Oriya 5 କାରଣ ଆୟୁବ କହିଅଛି, ମୁଁ ଧାର୍ମିକ, ପୁଣି ପରମେଶ୍ୱର ମୋହର ନ୍ୟାୟ ହରଣ କରିଅଛନ୍ତି;
Job 35:2 in Oriya 2 “ତୁମ୍ଭେ କି ଏହାକୁ ଆପଣାର ନ୍ୟାୟ ବୋଲି ଜ୍ଞାନ କରୁଅଛ ? ଅବା କହୁଅଛ ? ପରମେଶ୍ୱରଙ୍କ ଧାର୍ମିକତା ଅପେକ୍ଷା ମୋହର ଧାର୍ମିକତା ଅଧିକ ?
Job 40:8 in Oriya 8 ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ ?
Job 42:4 in Oriya 4 ବିନୟ କରୁଅଛି, ଶୁଣ, ମୁଁ କଥା କହିବି; ମୁଁ ତୁମ୍ଭଙ୍କୁ ପ୍ରଶ୍ନ କରିବି, ଆଉ ତୁମ୍ଭେ ମୋତେ ବୁଝାଇ ଦିଅ।
Psalm 50:6 in Oriya 6 ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ; କାରଣ ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା। ସେଲା
Psalm 50:21 in Oriya 21 ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ ହୋଇ ରହିଅଛୁ; ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ; ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା।
Psalm 145:17 in Oriya 17 ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି,
Jeremiah 2:17 in Oriya 17 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପଥରେ କଢ଼ାଇ ଘେନି ଯିବା ସମୟରେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିବାରୁ ଏହା କି ଆପଣା ପ୍ରତି ଆପେ ଘଟାଇ ନାହଁ ?
Jeremiah 2:29 in Oriya 29 “ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରିବ ?” ସଦାପ୍ରଭୁ କହନ୍ତି, “ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛ।”
Jeremiah 12:1 in Oriya 1 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ; ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି; ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ ? ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥା'ନ୍ତି ?
Jeremiah 16:10 in Oriya 10 ଆଉ, ତୁମ୍ଭେ ଏହିସବୁ କଥା ଏ ଲୋକମାନଙ୍କ ନିକଟରେ ଯେତେବେଳେ ପ୍ରକାଶ କରିବ ଓ ସେମାନେ ତୁମ୍ଭକୁ କହିବେ, ସଦାପ୍ରଭୁ କାହିଁକି ଏହିସବୁ ମହା ଅମଙ୍ଗଳର କଥା ଆମ୍ଭମାନଙ୍କ ବିରୁଦ୍ଧରେ କହିଅଛନ୍ତି ? ଅବା ଆମ୍ଭମାନଙ୍କର ଅପରାଧ କି ? ଅବା ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ କି ପାପ କରିଅଛୁ ?
Ezekiel 18:29 in Oriya 29 ତଥାପି ଇସ୍ରାଏଲ ବଂଶ କହନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ ? ହେ ଇସ୍ରାଏଲ ବଂଶ, ଆମ୍ଭର ପଥ କି ସରଳ ନୁହେଁ ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ ?
Ezekiel 33:17 in Oriya 17 ତଥାପି ତୁମ୍ଭ ଲୋକଙ୍କର ସନ୍ତାନଗଣ କହୁଅଛନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ; ମାତ୍ର ପ୍ରକୃତରେ ସେମାନଙ୍କର ପଥ ସରଳ ନୁହେଁ।
Ezekiel 33:20 in Oriya 20 ତଥାପି ତୁମ୍ଭେମାନେ କହୁଅଛ, “ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଆଚାର ବ୍ୟବହାର ଅନୁସାରେ ବିଚାର କରିବା।”
Zephaniah 3:5 in Oriya 5 ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି; ସେ ଅଧର୍ମ କରିବେ ନାହିଁ; ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ; ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ।
Malachi 2:17 in Oriya 17 ତୁମ୍ଭେମାନେ ଆପଣାମାନଙ୍କର ବାକ୍ୟ ଦ୍ୱାରା ସଦାପ୍ରଭୁଙ୍କୁ କ୍ଳାନ୍ତ କରିଅଛ। ତଥାପି ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତାହାଙ୍କୁ କ୍ଳାନ୍ତ କରିଅଛୁ ?” “ପ୍ରତ୍ୟେକ ଲୋକ ଯେ କୁକର୍ମ କରେ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଓ ସେମାନଙ୍କଠାରେ ସେ ସନ୍ତୁଷ୍ଟ ହୁଅନ୍ତି,” “ନୋହିଲେ ବିଚାରକର୍ତ୍ତା ପରମେଶ୍ୱର କାହାନ୍ତି ?” ଏପରି କହି କ୍ଳାନ୍ତ କରୁଅଛ।
Malachi 3:13 in Oriya 13 ସଦାପ୍ରଭୁ କହନ୍ତି, “ଆମ୍ଭ ବିରୁଦ୍ଧରେ ତୁମ୍ଭମାନଙ୍କର କଥାସବୁ କଠିନ ହୋଇଅଛି” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତଥାପି ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ ?”
Matthew 20:11 in Oriya 11 କିନ୍ତୁ ତାହା ପାଇ ସେମାନେ ଘରର ଅଧିକାରୀଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
Romans 2:5 in Oriya 5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଇଶ୍ବରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;
Romans 3:5 in Oriya 5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଇଶ୍ବରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କ'ଣ କହିବା ? ଯେଉଁ ଈଶ୍ୱର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ ? ମୁଁ ମନୁଷ୍ୟ ଭାବରେ କହୁଅଛି।
Romans 3:20 in Oriya 20 କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ।
Romans 9:20 in Oriya 20 କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ଇଶ୍ବରଙ୍କ ପ୍ରତିବାଦ କର ? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି ?
Romans 10:3 in Oriya 3 ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାଁନ୍ତି।