Ezekiel 17:15 in Oriya 15 ମାତ୍ର ସେ ଅଶ୍ୱଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିସରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା। ସେ କି କୃତକାର୍ଯ୍ୟ ହେବ ? ଯେ ଏପରି କାର୍ଯ୍ୟ କରେ, ସେ କି ରକ୍ଷା ପାଇବ ? ସେ ନିୟମ ଲଙ୍ଘନ କରି କି ରକ୍ଷା ପାଇବ ?
Other Translations King James Version (KJV) But he rebelled against him in sending his ambassadors into Egypt, that they might give him horses and much people. Shall he prosper? shall he escape that doeth such things? or shall he break the covenant, and be delivered?
American Standard Version (ASV) But he rebelled against him in sending his ambassadors into Egypt, that they might give him horses and much people. Shall he prosper? shall he escape that doeth such things? shall he break the covenant, and yet escape?
Bible in Basic English (BBE) But he went against his authority in sending representatives to Egypt to get from them horses and a great army. Will he do well? will he be safe who does such things? if the agreement is broken will he be safe?
Darby English Bible (DBY) But he rebelled against him in sending his ambassadors into Egypt, that they might give him horses and much people. Shall he prosper? shall he escape that doeth such things? shall he break the covenant, and yet escape?
World English Bible (WEB) But he rebelled against him in sending his ambassadors into Egypt, that they might give him horses and much people. Shall he prosper? shall he escape who does such things? shall he break the covenant, and yet escape?
Young's Literal Translation (YLT) And he rebelleth against him, To send his messengers to Egypt, To give to him horses, and much people, Doth he prosper? doth he escape who is doing these things? And hath he broken covenant and escaped?
Cross Reference Deuteronomy 17:16 in Oriya 16 ମାତ୍ର ସେ ରାଜା ଆପଣା ପାଇଁ ଅନେକ ଅଶ୍ୱ ରଖିବ ନାହିଁ, କିଅବା ଅନେକ ଅଶ୍ୱ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ ପୁନର୍ବାର ମିସରକୁ ଗମନ କରାଇବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଅଛନ୍ତି, ତୁମ୍ଭେମାନେ ଏହି ସମୟଠାରୁ ସେହି ପଥରେ ଆଉ ଫେରି ଯିବ ନାହିଁ।
Deuteronomy 29:12 in Oriya 12 ଏଥିପାଇଁ ତୁମ୍ଭମାନଙ୍କ ପ୍ରଧାନମାନେ, ତୁମ୍ଭମାନଙ୍କ ବଂଶସମୂହ, ତୁମ୍ଭମାନଙ୍କ ପ୍ରାଚୀନଗଣ ଓ ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ, ଇସ୍ରାଏଲର ସମସ୍ତ ପୁରୁଷ, ତୁମ୍ଭମାନଙ୍କ ବାଳକଗଣ, ତୁମ୍ଭମାନଙ୍କ ଭାର୍ଯ୍ୟାଗଣ
2 Kings 24:20 in Oriya 20 କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦା ପ୍ରତି ଏପରି ଘଟଣା ଘଟିଲା; ଆଉ ସିଦିକୀୟ ବାବିଲ ରାଜା ନବୂଖଦ୍ନିତ୍ସରର ବିଦ୍ରୋହୀ ହେଲେ।
2 Chronicles 36:13 in Oriya 13 ମଧ୍ୟ ଯେଉଁ ନବୂଖଦ୍ନିତ୍ସର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା, ସେ ତାହାର ବିଦ୍ରୋହୀ ହେଲେ; ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ।
Psalm 55:23 in Oriya 23 ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ; ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ; ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି।
Proverbs 19:5 in Oriya 5 ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ।
Isaiah 30:1 in Oriya 1 ସଦାପ୍ରଭୁ କହନ୍ତି, “ଯେଉଁ ବିଦ୍ରୋହୀ ସନ୍ତାନଗଣ” ମନ୍ତ୍ରଣା କରନ୍ତି, ମାତ୍ର “ଆମ୍ଭ ଦ୍ୱାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ୱାରା ନୁହେଁ, ସେମାନେ ସନ୍ତାପର ପାତ୍ର !
Isaiah 31:1 in Oriya 1 ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଯାଆନ୍ତି ଓ ଅଶ୍ୱଗଣରେ ନିର୍ଭର କରନ୍ତି ଓ ରଥ ଅନେକ ହେବାରୁ, ଆଉ ଅଶ୍ୱାରୋହୀଗଣ ଅତି ବଳବାନ ହେବାରୁ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି; ମାତ୍ର ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ନ ଅନାନ୍ତି, କିଅବା ସଦାପ୍ରଭୁଙ୍କର ଅନ୍ୱେଷଣ ନ କରନ୍ତି, ସେମାନେ ସନ୍ତାପର ପାତ୍ର !
Isaiah 36:6 in Oriya 6 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।
Jeremiah 22:29 in Oriya 29 ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।
Jeremiah 32:4 in Oriya 4 ଆଉ, ଯିହୁଦାର ରାଜା ସିଦିକୀୟ କଲ୍ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ବାବିଲର ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖାସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ତାହାର ଚକ୍ଷୁ ଦେଖିବ;
Jeremiah 34:3 in Oriya 3 ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।'
Jeremiah 37:5 in Oriya 5 ଆଉ, ଫାରୋର ସୈନ୍ୟ ମିସର ଦେଶରୁ ବାହାର ହୋଇ ଆସିଥିଲେ; ଏଣୁ ଯିରୂଶାଲମ ଅବରୋଧକାରୀ କଲ୍ଦୀୟମାନେ ସେମାନଙ୍କର ସମାଚାର ଶୁଣି ଯିରୂଶାଲମରୁ ଚାଲିଗଲେ।
Jeremiah 38:18 in Oriya 18 ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।'”
Jeremiah 38:23 in Oriya 23 ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ।”
Jeremiah 52:3 in Oriya 3 କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦାରେ ଏପରି ଘଟଣା ଘଟିଲା। ଆଉ, ସିଦିକୀୟ ବାବିଲ ରାଜାର ବିଦ୍ରୋହୀ ହେଲା।
Ezekiel 17:7 in Oriya 7 ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରୀରୁ ତାହାର ପ୍ରତି ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା।
Ezekiel 17:9 in Oriya 9 ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ ?”
Ezekiel 17:18 in Oriya 18 କାରଣ, ସେ ନିୟମ ଭଗ୍ନ କରି ଶପଥ ତୁଚ୍ଛ କରିଅଛି ଓ ଦେଖ, ସେ ଆପଣା ହସ୍ତ ଦେଲେ ହେଁ ଏହିସବୁ କାର୍ଯ୍ୟ କରିଅଛି; ସେ ରକ୍ଷା ପାଇବ ନାହିଁ।
Ezekiel 21:25 in Oriya 25 ପୁଣି, ହେ ଆହତ ଦୁଷ୍ଟ ଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି;
Matthew 23:33 in Oriya 33 ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ ?
Hebrews 2:3 in Oriya 3 ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା ? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା;