Ezekiel 13:9 in Oriya 9 “ପୁଣି, ଯେଉଁ ଭବିଷ୍ୟଦ୍ବକ୍ତାମାନେ ଅସାର ଦର୍ଶନ ପାଆନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ନ୍ତି, ଆମ୍ଭର ହସ୍ତ ସେମାନଙ୍କର ପ୍ରତିକୂଳ ହେବ; ସେମାନେ ଆମ୍ଭ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ, କିଅବା ଇସ୍ରାଏଲ ବଂଶର ବଂଶାବଳୀ ମଧ୍ୟରେ ସେମାନେ ଲିଖିତ ହେବେ ନାହିଁ, ଅଥବା ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Other Translations King James Version (KJV) And mine hand shall be upon the prophets that see vanity, and that divine lies: they shall not be in the assembly of my people, neither shall they be written in the writing of the house of Israel, neither shall they enter into the land of Israel; and ye shall know that I am the Lord GOD.
American Standard Version (ASV) And my hand shall be against the prophets that see false visions, and that divine lies: they shall not be in the council of my people, neither shall they be written in the writing of the house of Israel, neither shall they enter into the land of Israel; and ye shall know that I am the Lord Jehovah.
Bible in Basic English (BBE) And my hand will be against the prophets who see visions without substance and who make false use of secret arts: they will not be in the secret of my people, and they will not be recorded in the list of the children of Israel, and they will not come into the land of Israel; and it will be clear to you that I am the Lord.
Darby English Bible (DBY) And my hand shall be against the prophets that see vanity and that divine lies: they shall not be in the council of my people, neither shall they be written in the register of the house of Israel, and they shall not enter into the land of Israel: and ye shall know that I [am] the Lord Jehovah.
World English Bible (WEB) My hand shall be against the prophets who see false visions, and who divine lies: they shall not be in the council of my people, neither shall they be written in the writing of the house of Israel, neither shall they enter into the land of Israel; and you shall know that I am the Lord Yahweh.
Young's Literal Translation (YLT) And My hand hath been on the prophets, Who are seeing vanity, and who are divining a lie, In the assembly of My people they are not, And in the writing of the house of Israel they are not written, And unto the ground of Israel they come not, And ye have known that I `am' the Lord Jehovah.
Cross Reference Exodus 32:32 in Oriya 32 ତଥାପି ଏବେ, ତୁମ୍ଭେ ଯଦି ସେମାନଙ୍କର ପାପ କ୍ଷମା କରିବ-କିନ୍ତୁ ଯଦି ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ।”
1 Kings 22:24 in Oriya 24 ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋ'ଠାରୁ କେଉଁ ବାଟେ ଗଲେ ?”
Ezra 2:59 in Oriya 59 ପୁଣି ତେଲ୍-ମେଲହ, ତେଲ୍-ହର୍ଶା, କରୁବ, ଅଦ୍ଦନ୍ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
Ezra 2:62 in Oriya 62 ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ।
Nehemiah 7:62 in Oriya 62 ଦଲାୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବୟାଳିଶ ଜଣ।
Nehemiah 7:64 in Oriya 64 ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ।
Psalm 69:5 in Oriya 5 ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ; ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ।
Psalm 69:28 in Oriya 28 ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ।
Psalm 87:6 in Oriya 6 ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, “ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ।” ସେଲା
Psalm 101:7 in Oriya 7 ଯେ ପ୍ରତାରଣା କରେ, ସେ ମୋ' ଗୃହ ମଧ୍ୟରେ ବାସ କରିବ ନାହିଁ। ଯେ ମିଥ୍ୟା କହେ, ସେ ମୋ' ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ।
Isaiah 4:3 in Oriya 3 ପୁଣି, ପ୍ରଭୁ ଯେତେବେଳେ ବିଚାରକ ଆତ୍ମା ଓ ଦାହକ ଆତ୍ମା ଦ୍ୱାରା ସିୟୋନର କନ୍ୟାଗଣର ମଳ ଧୌତ କରିବେ ଓ ଯିରୂଶାଲମ ମଧ୍ୟରୁ ତହିଁର ରକ୍ତ ଦୂର କରି ଦେବେ;
Jeremiah 17:13 in Oriya 13 ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ, ଯେଉଁମାନେ ତୁମ୍ଭଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତେ ଲଜ୍ଜିତ ହେବେ; ଯେଉଁମାନେ ମୋ' ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝରସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।
Jeremiah 20:3 in Oriya 3 ପୁଣି, ତହିଁ ପରଦିନ ପଶ୍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି, ମାଗୋରମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି।
Jeremiah 23:20 in Oriya 20 ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ; ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ।
Jeremiah 28:15 in Oriya 15 ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ହନାନୀୟ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଉଅଛ।
Jeremiah 29:21 in Oriya 21 କୋଲାୟର ପୁତ୍ର ଆହବ ଓ ମାସେୟର ପୁତ୍ର ସିଦିକୀୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ସେମାନଙ୍କୁ ସମର୍ପଣ କରିବା, ତହିଁରେ ସେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବଧ କରିବ;
Jeremiah 29:31 in Oriya 31 ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, “ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,'
Ezekiel 11:10 in Oriya 10 ତୁମ୍ଭେମାନେ ଖଡ଼୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
Ezekiel 11:12 in Oriya 12 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ; କାରଣ ତୁମ୍ଭେମାନେ ଆମ୍ଭର ବିଧିମତେ ଆଚରଣ କରି ନାହଁ, କିଅବା ଆମ୍ଭର ଦଣ୍ଡାଜ୍ଞା ସଫଳ କରି ନାହଁ, ମାତ୍ର ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରିଅଛ।”
Ezekiel 12:20 in Oriya 20 ଆଉ, ବସତିବିଶିଷ୍ଟ ନଗରସବୁ ନଷ୍ଟ ଓ ଦେଶ ଧ୍ୱଂସସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
Ezekiel 14:9 in Oriya 9 ଆଉ, ଭବିଷ୍ୟଦ୍ବକ୍ତା ଭ୍ରାନ୍ତ ହୋଇ ଯଦି କୌଣସି କଥା କହେ, ତେବେ ଆମ୍ଭେ ସଦାପ୍ରଭୁ ସେ ଭବିଷ୍ୟଦ୍ବକ୍ତାକୁ ଭ୍ରାନ୍ତ କରାଇଅଛୁ, ଆମ୍ଭେ ତାହାର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଆମ୍ଭ ଇସ୍ରାଏଲ ଲୋକଙ୍କ ମଧ୍ୟରୁ ତାହାକୁ ବିନଷ୍ଟ କରିବା।
Ezekiel 20:38 in Oriya 38 ପୁଣି, ଆମ୍ଭେ ବିଦ୍ରୋହୀମାନଙ୍କୁ ଓ ଆମ୍ଭ ବିରୁଦ୍ଧରେ ଅପରାଧକାରୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ଝାଡ଼ି ଦୂର କରି ଦେବା; ସେମାନେ ଯେଉଁ ଦେଶରେ ପ୍ରବାସ କରୁଅଛନ୍ତି, ସେ ଦେଶରୁ ଆମ୍ଭେ ସେମାନଙ୍କୁ ବାହାର କରି ଆଣିବା, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
Daniel 12:1 in Oriya 1 ସେହି ସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମୀଖାୟେଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେହି ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର ସମୟ କେବେ ହୋଇ ନାହିଁ, ଏପରି ସଙ୍କଟର କାଳ ଉପସ୍ଥିତ ହେବ, ଆଉ, ତୁମ୍ଭ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକେ ସେହି ସମୟରେ ଉଦ୍ଧାର ପାଇବେ।
Hosea 9:3 in Oriya 3 ସେମାନେ ସଦାପ୍ରଭୁଙ୍କ ଦେଶରେ ବାସ କରିବେ ନାହିଁ; ମାତ୍ର ଇଫ୍ରୟିମ ମିସରକୁ ଫେରି ଯିବ, ଆଉ ସେମାନେ ଅଶୂରରେ ଅଶୁଚି ଦ୍ରବ୍ୟ ଭୋଜନ କରିବେ।
Luke 10:20 in Oriya 20 ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର।
Philippians 4:3 in Oriya 3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ' ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି।
Hebrews 12:23 in Oriya 23 ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ୱର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,
Revelation 13:8 in Oriya 8 ଜଗତର ସୃଷ୍ଟି ଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ (ପଶୁକୁ) ପ୍ରଣାମ କରିବେ।
Revelation 19:20 in Oriya 20 ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ।
Revelation 20:12 in Oriya 12 ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।
Revelation 20:15 in Oriya 15 ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା।