Ezekiel 11:17 in Oriya 17 ଏଥିପାଇଁ ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛ, ସେହିସବୁ ଦେଶରୁ ତୁମ୍ଭମାନଙ୍କୁ ଏକତ୍ର କରିବା ଓ ଇସ୍ରାଏଲ ଦେଶ ତୁମ୍ଭମାନଙ୍କୁ ଦେବା।
Other Translations King James Version (KJV) Therefore say, Thus saith the Lord GOD; I will even gather you from the people, and assemble you out of the countries where ye have been scattered, and I will give you the land of Israel.
American Standard Version (ASV) Therefore say, Thus saith the Lord Jehovah: I will gather you from the peoples, and assemble you out of the countries where ye have been scattered, and I will give you the land of Israel.
Bible in Basic English (BBE) Then say, This is what the Lord has said: I will get you together from the peoples, and make you come out of the countries where you have been sent in flight, and I will give you the land of Israel.
Darby English Bible (DBY) Therefore say, Thus saith the Lord Jehovah: I will even gather you from the peoples, and assemble you out of the countries where ye are scattered, and I will give you the land of Israel.
World English Bible (WEB) Therefore say, Thus says the Lord Yahweh: I will gather you from the peoples, and assemble you out of the countries where you have been scattered, and I will give you the land of Israel.
Young's Literal Translation (YLT) Therefore say: Thus said the Lord Jehovah: And I have assembled you from the peoples, And I have gathered you from the lands, Into which ye have been scattered, And I have given to you the ground of Israel.
Cross Reference Isaiah 11:11 in Oriya 11 ଆହୁରି, ସେହି ଦିନରେ ପ୍ରଭୁ ଆପଣା ଲୋକମାନଙ୍କର ଅବଶିଷ୍ଟାଂଶକୁ ଅଶୂରରୁ, ମିସରରୁ ଓ ପଥ୍ରୋଷରୁ, କୂଶରୁ, ଏଲମ୍, ଶିନୀୟରରୁ ଓ ହମାତରୁ ଓ ସମୁଦ୍ରର ଦ୍ୱୀପସମୂହରୁ ମୁକ୍ତ କରି ଆଣିବା ନିମନ୍ତେ ପୁନର୍ବାର ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ।
Jeremiah 3:12 in Oriya 12 ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ;' କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।'”
Jeremiah 3:18 in Oriya 18 ସେହି ସମୟରେ ଯିହୁଦା ବଂଶ, ଇସ୍ରାଏଲ ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।
Jeremiah 24:5 in Oriya 5 “ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମ୍ୱିରି ଫଳ ତୁଲ୍ୟ ଜ୍ଞାନ କରିବା।
Jeremiah 30:10 in Oriya 10 ଏହେତୁ ସଦାପ୍ରଭୁ କହନ୍ତି, ‘ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; ଅଥବା ହେ ଇସ୍ରାଏଲ, ନିରାଶ ହୁଅ ନାହିଁ; କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବୁ, ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।'
Jeremiah 30:18 in Oriya 18 ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।
Jeremiah 31:8 in Oriya 8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
Jeremiah 32:37 in Oriya 37 “ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପ ଓ ମହାରୋଷରେ ସେମାନଙ୍କୁ ଯେସକଳ ଦେଶରେ ଛିନ୍ନଭିନ୍ନ କରିଅଛୁ, ସେହି ସକଳ ଦେଶରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ଆମ୍ଭେ ସେମାନଙ୍କୁ ନିରାପଦରେ ବାସ କରାଇବା।
Ezekiel 20:41 in Oriya 41 ଯେଉଁ ସମୟରେ ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବା ଓ ଯେଉଁ ଯେଉଁ ଦେଶରେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ରହିଅଛ, ସେହିସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା, ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସୁଗନ୍ଧିଯୁକ୍ତ ଆଘ୍ରାଣାର୍ଥକ ଦ୍ରବ୍ୟ ତୁଲ୍ୟ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କଠାରେ ଗୋଷ୍ଠୀଗଣର ସାକ୍ଷାତରେ ପବିତ୍ରୀକୃତ ହେବା।
Ezekiel 28:25 in Oriya 25 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ଗୋଷ୍ଠୀଗଣ ମଧ୍ୟରେ ଇସ୍ରାଏଲ ବଂଶ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଯେତେବେଳେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା ଓ ନାନା ଦେଶୀୟମାନଙ୍କ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ପ୍ରତିପନ୍ନ ହେବା, ସେତେବେଳେ ଆମ୍ଭେ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲୁ, ସେମାନେ ଆପଣାମାନଙ୍କର ସେହି ଦେଶରେ ବାସ କରିବେ।
Ezekiel 34:13 in Oriya 13 ଆଉ, ଆମ୍ଭେ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବା ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବା, ପୁଣି ଆମ୍ଭେ ସେମାନଙ୍କୁ ଇସ୍ରାଏଲର ପର୍ବତସକଳରେ, ଜଳପ୍ରବାହର ନିକଟରେ ଓ ଦେଶର ସକଳ ବସତି-ସ୍ଥାନରେ ଚରାଇବା।
Ezekiel 36:24 in Oriya 24 କାରଣ ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ଗ୍ରହଣ କରିବା ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭମାନଙ୍କର ନିଜ ଦେଶକୁ ତୁମ୍ଭମାନଙ୍କୁ ଆଣିବା।
Ezekiel 37:21 in Oriya 21 ପୁଣି, ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଇସ୍ରାଏଲର ସନ୍ତାନଗଣ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସ୍ଥାନସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରୁ ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବା;
Ezekiel 39:27 in Oriya 27 ସେତେବେଳେ ସେମାନେ ଆପଣାମାନଙ୍କର ଅପମାନ ଓ ଆମ୍ଭ ବିରୁଦ୍ଧରେ ଯେଉଁସବୁ ସତ୍ୟ ଲଙ୍ଘନ କଲେ, ସେହି ସକଳ ସତ୍ୟ ଲଙ୍ଘନର ଫଳ ଭୋଗ କରିବେ।
Hosea 1:10 in Oriya 10 ତଥାପି ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ; ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ, “ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହା ଯାଇଥିଲା, ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ, “ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।”
Amos 9:14 in Oriya 14 ପୁଣି, ଆମ୍ଭେ ଆପଣା ଲୋକ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ତହିଁରେ ସେମାନେ ଧ୍ୱଂସିତ ନଗରସବୁ ପୁନଃ ନିର୍ମାଣ କରି ତହିଁ ମଧ୍ୟରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁରୁ ଦ୍ରାକ୍ଷାରସ ପାନ କରିବେ; ଆହୁରି, ସେମାନେ ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।