Ezekiel 11:12 in Oriya 12 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ; କାରଣ ତୁମ୍ଭେମାନେ ଆମ୍ଭର ବିଧିମତେ ଆଚରଣ କରି ନାହଁ, କିଅବା ଆମ୍ଭର ଦଣ୍ଡାଜ୍ଞା ସଫଳ କରି ନାହଁ, ମାତ୍ର ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରିଅଛ।”
Other Translations King James Version (KJV) And ye shall know that I am the LORD: for ye have not walked in my statutes, neither executed my judgments, but have done after the manners of the heathen that are round about you.
American Standard Version (ASV) and ye shall know that I am Jehovah: for ye have not walked in my statutes, neither have ye executed mine ordinances, but have done after the ordinances of the nations that are round about you.
Bible in Basic English (BBE) And you will be certain that I am the Lord: for you have not been guided by my rules or given effect to my orders, but you have been living by the orders of the nations round about you.
Darby English Bible (DBY) and ye shall know that I [am] Jehovah, in whose statutes ye have not walked, neither have done mine ordinances, but have done after the ordinances of the nations that are round about you.
World English Bible (WEB) and you shall know that I am Yahweh: for you have not walked in my statutes, neither have you executed my ordinances, but have done after the ordinances of the nations that are round about you.
Young's Literal Translation (YLT) And ye have known that I `am' Jehovah, For in My statutes ye have not walked, And My Judgments ye have not done, And according to the judgments of the nations Who are round about you -- ye have done!'
Cross Reference Leviticus 18:3 in Oriya 3 ତୁମ୍ଭେମାନେ ଯେଉଁ ମିସର ଦେଶରେ ବାସ କଲ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ; ପୁଣି, ଯେଉଁ କିଣାନ ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ ଓ ସେମାନଙ୍କ ବିଧି ଅନୁସାରେ ଚ଼ାଲିବ ନାହିଁ।
Leviticus 18:24 in Oriya 24 ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ; କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି।
Leviticus 26:40 in Oriya 40 ଆଉ ଆମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ସେମାନେ ଓ ସେମାନଙ୍କ ପିତୃଗଣ ଯେଉଁ ସତ୍ୟ ଲଙ୍ଘନ ଅପରାଧ କଲେ, ଆପଣାମାନଙ୍କର ସେହି ଅପରାଧ;
Deuteronomy 12:30 in Oriya 30 ସେତେବେଳେ ସେମାନେ ତୁମ୍ଭ ସମ୍ମୁଖରେ ବିନଷ୍ଟ ହେଲା ଉତ୍ତାରେ ତୁମ୍ଭେ ଯେପରି ସେମାନଙ୍କ ପଶ୍ଚାଦ୍ଗାମୀ ହେବା ପାଇଁ ଫାନ୍ଦରେ ନ ପଡ଼; ପୁଣି ‘ଏହି ଗୋଷ୍ଠୀୟ ଲୋକମାନେ କିପରି ଆପଣା ଆପଣା ଦେବତାଗଣର ସେବା କରନ୍ତି ? ଆମ୍ଭେ ମଧ୍ୟ ସେହିପରି କରିବା, ଏହା କହି ଯେପରି ସେମାନଙ୍କ ଦେବତାଗଣର ଅନ୍ୱେଷଣ ନ କର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
1 Kings 11:33 in Oriya 33 ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବୀକି ଓ ମୋୟାବର କମୋଶ୍ ଦେବକୁ ଓ ଅମ୍ମୋନ-ସନ୍ତାନଗଣର ମିଲ୍କମ୍ ଦେବକୁ ପ୍ରଣାମ କରିଅଛନ୍ତି; ପୁଣି, ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାଁନ୍ତି।
2 Kings 16:3 in Oriya 3 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ଆହୁରି ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ।
2 Kings 16:10 in Oriya 10 ଏଥିଉତ୍ତାରେ ଆହସ୍ ରାଜା ଅଶୂରର ରାଜା ତିଗ୍ଲାତ୍-ପିଲେସର୍କୁ ସାକ୍ଷାତ କରିବା ପାଇଁ ଦମ୍ମେଶକକୁ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ; ତହିଁରେ ଆହସ ରାଜା ସେହି ଯଜ୍ଞବେଦିର ସକଳ ଶିଳ୍ପକର୍ମାନୁସାରେ ତହିଁର ଆକୃତି ଓ ନମୁନା ଊରୀୟ ଯାଜକ ନିକଟକୁ ପଠାଇଲେ।
2 Kings 17:11 in Oriya 11 ପୁଣି ସେଠାସ୍ଥିତ ସକଳ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କ ସମ୍ମୁଖରୁ ଦୂରୀକୃତ ଅନ୍ୟ ଦେଶୀୟମାନଙ୍କ ତୁଲ୍ୟ ସେମାନେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଦୁଷ୍କର୍ମ କଲେ।
2 Kings 18:12 in Oriya 12 କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କଲେ ନାହିଁ, ମାତ୍ର ତାହାଙ୍କ ନିୟମ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ଲଙ୍ଘନ କଲେ ଓ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
2 Kings 21:2 in Oriya 2 ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2 Kings 21:22 in Oriya 22 ଆହୁରି ସେ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ସଦାପ୍ରଭୁଙ୍କ ପଥରେ ଚାଲିଲେ ନାହିଁ।
2 Chronicles 13:9 in Oriya 9 ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରୋଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣମାନଙ୍କ ପାଇଁ ଯାଜକ ନିଯୁକ୍ତ କରିନାହଁ ? ଏଣୁ ଯେକେହି ଆପଣାର ପଦନିଯୋଗାର୍ଥେ ଏକ ଗୋବତ୍ସ ଓ ସାତ ମେଷ ନେଇ ଆସେ, ସେ ଏହି ଅନୀଶ୍ୱରମାନଙ୍କର ଯାଜକ ହୋଇପାରେ।
2 Chronicles 28:3 in Oriya 3 ଆହୁରି, ସେ ହିନ୍ନୋମ-ପୁତ୍ରର ଉପତ୍ୟକାରେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ, ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ।
2 Chronicles 33:2 in Oriya 2 ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2 Chronicles 36:14 in Oriya 14 ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।
Ezra 9:7 in Oriya 7 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ; ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ, ଆମ୍ଭମାନଙ୍କ ରାଜାଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜାଗଣ ହସ୍ତରେ, ଖଡ୍ଗରେ, ବନ୍ଦୀତ୍ୱରେ ଓ ଲୁଟରେ ଓ ମୁଖ ବିଷଣ୍ଣତାରେ ସମର୍ପିତ ହୋଇଅଛୁ।
Nehemiah 9:34 in Oriya 34 ପୁଣି, ଆମ୍ଭମାନଙ୍କ ରାଜାଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି, କିଅବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କୁ ଚେତାବନୀ ଦେଲ, ତହିଁରେ କର୍ଣ୍ଣପାତ କରି ନାହାନ୍ତି।
Psalm 78:10 in Oriya 10 ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚଳିବା ପାଇଁ ଅସ୍ୱୀକାର କଲେ;
Psalm 106:35 in Oriya 35 ମାତ୍ର ଅନ୍ୟ ଦେଶୀୟମାନଙ୍କ ସଙ୍ଗେ ମିଶ୍ରିତ ହେଲେ ଓ ସେମାନଙ୍କ କ୍ରିୟାସବୁ ଶିଖିଲେ।
Jeremiah 6:16 in Oriya 16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ ? ଓ ତହିଁରେ ଗମନ କର; ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ;” ମାତ୍ର ସେମାନେ କହିଲେ, “ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।”
Jeremiah 10:2 in Oriya 2 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ, ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।”
Ezekiel 8:10 in Oriya 10 ତହୁଁ ମୁଁ ଭିତରକୁ ଯାଇ ଦେଖିଲି; ଆଉ ଦେଖ, ଚତୁର୍ଦ୍ଦିଗସ୍ଥ କାନ୍ଥରେ ସର୍ବପ୍ରକାର ଉରୋଗାମୀ ଜନ୍ତୁର, ଘୃଣାଯୋଗ୍ୟ ପଶୁର ଓ ଇସ୍ରାଏଲ ବଂଶର ସକଳ ଦେବତାର ପ୍ରତିମୂର୍ତ୍ତି ଚିତ୍ରିତ ହୋଇଅଛି।
Ezekiel 8:14 in Oriya 14 ତହିଁରେ ସେ ସଦାପ୍ରଭୁଙ୍କ ଗୃହର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ-ସ୍ଥାନ ନିକଟକୁ ମୋତେ ଆଣିଲେ; ଆଉ ଦେଖ, ସ୍ତ୍ରୀମାନେ ସେଠାରେ ବସି ତମ୍ମୁଷର (ଦେବତା) ପାଇଁ କ୍ରନ୍ଦନ କରୁଅଛନ୍ତି।
Ezekiel 8:16 in Oriya 16 ଏଥିଉତ୍ତାରେ ସେ ମୋତେ ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ, ଆଉ ଦେଖ, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟ-ସ୍ଥାନରେ ଊଣାଧିକ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ପ୍ରତି ପିଠି କରି ଓ ପୂର୍ବଦିଗ ପ୍ରତି ମୁଖ କରିଅଛନ୍ତି; ଆଉ, ସେମାନେ ପୂର୍ବଦିଗ ପ୍ରତି ସୂର୍ଯ୍ୟକୁ ପ୍ରଣାମ କଲେ।
Ezekiel 11:21 in Oriya 21 ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁସକଳର ହୃଦୟ ଅନୁସାରେ ଆଚରଣ କରେ, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
Ezekiel 16:44 in Oriya 44 ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ମାତା ଯେସନ, କନ୍ୟା ତେସନ।
Ezekiel 18:9 in Oriya 9 ଆମ୍ଭର ବିଧିମତେ ଆଚରଣ କରିଅଛି ଓ ସତ୍ୟ ବ୍ୟବହାର କରିବା ନିମନ୍ତେ ଆମ୍ଭର ଶାସନସକଳ ପାଳନ କରିଅଛି, ସେହି ଲୋକ ଧାର୍ମିକ, ପ୍ରଭୁ, ସଦାପ୍ରଭୁ କହନ୍ତି, ସେ ଅବଶ୍ୟ ବଞ୍ଚିବ।”
Ezekiel 20:16 in Oriya 16 କାରଣ ସେମାନଙ୍କ ଅନ୍ତଃକରଣ ସେମାନଙ୍କ ପ୍ରତିମାଗଣର ଅନୁଗାମୀ ହେବାରୁ ସେମାନେ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ, ଆଉ ଆମ୍ଭ ବିଶ୍ରାମ ଦିନସକଳ ଅପବିତ୍ର କଲେ।
Ezekiel 20:21 in Oriya 21 ମାତ୍ର ସେହି ସନ୍ତାନଗଣ ଆମ୍ଭର ବିଦ୍ରୋହାଚରଣ କଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କଲେ ନାହିଁ, ମନୁଷ୍ୟ ତାହା ପାଳନ କଲେ, ତହିଁରେ ସେ ବଞ୍ଚିବ; ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ; ତହିଁରେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
Ezekiel 20:24 in Oriya 24 କାରଣ ସେମାନେ ଆମ୍ଭର ଶାସନସକଳ ପାଳନ କଲେ ନାହିଁ, ମାତ୍ର ଆମ୍ଭର ବିଧିସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ, ପୁଣି, ସେମାନଙ୍କ ପିତୃବର୍ଗର ପ୍ରତିମାଗଣ ପ୍ରତି ସେମାନଙ୍କର ଦୃଷ୍ଟି ରହିଲା।
Daniel 9:10 in Oriya 10 ଓ ସେ ଆପଣା ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆପଣାର ଯେଉଁ ବ୍ୟବସ୍ଥାସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରି ନାହୁଁ।