Ezekiel 1:26 in Oriya 26 ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଉର୍ଦ୍ଧ୍ୱରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଉର୍ଦ୍ଧ୍ୱ ଭାଗରେ ଥିଲା।
Other Translations King James Version (KJV) And above the firmament that was over their heads was the likeness of a throne, as the appearance of a sapphire stone: and upon the likeness of the throne was the likeness as the appearance of a man above upon it.
American Standard Version (ASV) And above the firmament that was over their heads was the likeness of a throne, as the appearance of a sapphire stone; and upon the likeness of the throne was a likeness as the appearance of a man upon it above.
Bible in Basic English (BBE) And on the top of the arch which was over their heads was the form of a king's seat, like a sapphire stone; and on the form of the seat was the form of a man seated on it on high.
Darby English Bible (DBY) And above the expanse that was over their heads was the likeness of a throne, as the appearance of a sapphire stone; and upon the likeness of the throne was a likeness as the appearance of a man above upon it.
World English Bible (WEB) Above the expanse that was over their heads was the likeness of a throne, as the appearance of a sapphire{or, lapis lazuli} stone; and on the likeness of the throne was a likeness as the appearance of a man on it above.
Young's Literal Translation (YLT) And above the expanse that `is' over their head, as an appearance of a sapphire stone, `is' the likeness of a throne, and on the likeness of the throne a likeness, as the appearance of man upon it from above.
Cross Reference Genesis 32:24 in Oriya 24 ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ।
Exodus 24:10 in Oriya 10 ପୁଣି, ତାହାଙ୍କ ଚରଣତଳ ସ୍ଥାନ ଉଜ୍ଜ୍ୱଳ ନୀଳକାନ୍ତ ମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା।
Joshua 5:13 in Oriya 13 ପୁଣି ଯିହୋଶୂୟ ଯିରୀହୋ ନିକଟରେ ଥିବା ବେଳେ ଏପରି ହେଲା ଯେ, ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କୋଷ-ଖଡ଼୍ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ; ଏଥିରେ ଯିହୋଶୂୟ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷ କି ଆମ୍ଭମାନଙ୍କ ବିପକ୍ଷମାନଙ୍କ ପକ୍ଷ?
Psalm 45:6 in Oriya 6 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ; ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ।
Isaiah 6:1 in Oriya 1 ଉଷିୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା।
Isaiah 9:6 in Oriya 6 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।
Isaiah 54:11 in Oriya 11 ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ୱନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
Jeremiah 23:5 in Oriya 5 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ।
Ezekiel 1:22 in Oriya 22 ପୁଣି, ସେହି ଜୀବିତ ପ୍ରାଣୀର ମସ୍ତକ ଉପରେ ଶୂନ୍ୟର ଏକ ଆକୃତି ଥିଲା, ତାହା ଭୟଙ୍କର ସ୍ପଟିକ ତୁଲ୍ୟ ଆଭାବିଶିଷ୍ଟ ହୋଇ ସେମାନଙ୍କ ମସ୍ତକର ଉର୍ଦ୍ଧ୍ୱରେ ବିସ୍ତାରିତ ଥିଲା।
Ezekiel 10:1 in Oriya 1 ସେତେବେଳେ ମୁଁ ଅନାଇଲି, ଆଉ ଦେଖ, କିରୂବମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ତୁଲ୍ୟ ଆକୃତି ସେମାନଙ୍କ ଉପରେ ଦେଖାଗଲା।
Daniel 7:9 in Oriya 9 ମୁଁ ଦେଖୁ ଦେଖୁ, କେତେଗୋଟି ସିଂହାସନ ସ୍ଥାପିତ ହେଲା, ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ। ତାହାଙ୍କର ବସ୍ତ୍ର ହିମ ତୁଲ୍ୟ ଶୁକ୍ଳବର୍ଣ୍ଣ, ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମ ତୁଲ୍ୟ ଥିଲା। ତାହାଙ୍କର ସିଂହାସନ ଅଗ୍ନିଶିଖାମୟ ଓ ତହିଁର ଚକ୍ରସକଳ ଜ୍ୱଳନ୍ତ ଅଗ୍ନି।
Daniel 7:14 in Oriya 14 ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।
Daniel 10:18 in Oriya 18 ସେତେବେଳେ ମନୁଷ୍ୟର ଆକୃତିବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ।
Zechariah 6:13 in Oriya 13 ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହିମାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ୱ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ; ଆଉ, ସେ ଉଭୟ ମଧ୍ୟରେ ଶାନ୍ତିର ବୁଝାବଣା ହେବ।
Matthew 25:13 in Oriya 13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ।
Matthew 28:18 in Oriya 18 ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି।
Ephesians 1:21 in Oriya 21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରାଇଲେ,
Philippians 2:9 in Oriya 9 ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,
Hebrews 1:8 in Oriya 8 ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।”
Hebrews 8:1 in Oriya 1 ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି;
Hebrews 12:2 in Oriya 2 ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଇଶ୍ବରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି।
1 Peter 3:22 in Oriya 22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଇଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।
Revelation 1:13 in Oriya 13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
Revelation 3:21 in Oriya 21 ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି।
Revelation 4:2 in Oriya 2 ସେହିକ୍ଷଣି ମୁଁ ଆତ୍ମାରେ ପୁର୍ଣ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି;
Revelation 5:13 in Oriya 13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତା' ମଧ୍ୟରେ ଥିବା ସମସ୍ତ ଏହା କହୁଥିବା ଶୁଣିଲି, ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।
Revelation 14:14 in Oriya 14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ।
Revelation 20:11 in Oriya 11 ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।