Exodus 34:6 in Oriya 6 ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ;
Other Translations King James Version (KJV) And the LORD passed by before him, and proclaimed, The LORD, The LORD God, merciful and gracious, long-suffering, and abundant in goodness and truth,
American Standard Version (ASV) And Jehovah passed by before him, and proclaimed, Jehovah, Jehovah, a God merciful and gracious, slow to anger, and abundant in lovingkindness and truth,
Bible in Basic English (BBE) And the Lord went past before his eyes, saying, The Lord, the Lord, a God full of pity and grace, slow to wrath and great in mercy and faith;
Darby English Bible (DBY) And Jehovah passed by before his face, and proclaimed, Jehovah, Jehovah ùGod merciful and gracious, slow to anger, and abundant in goodness and truth,
Webster's Bible (WBT) And the LORD passed by before him, and proclaimed, The LORD, The LORD God, merciful and gracious, long-suffering, and abundant in goodness and truth.
World English Bible (WEB) Yahweh passed by before him, and proclaimed, "Yahweh! Yahweh, a merciful and gracious God, slow to anger, and abundant in loving kindness and truth,
Young's Literal Translation (YLT) and Jehovah passeth over before his face, and calleth: `Jehovah, Jehovah God, merciful and gracious, slow to anger, and abundant in kindness and truth,
Cross Reference Exodus 3:13 in Oriya 13 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି; ପୁଣି, ସେମାନେ ପଚାରିବେ, ତାହାଙ୍କର ନାମ କଅଣ ? ସେତେବେଳେ ମୁଁ କି ଉତ୍ତର ଦେବି ?”
Exodus 22:27 in Oriya 27 କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ ? ପୁଣି, ସେ ଯଦି ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ଅଟୁ।
Exodus 33:20 in Oriya 20 ସେ ଆହୁରି କହିଲେ, “ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।”
Numbers 14:17 in Oriya 17 ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ୍ ହେଉ, ଯେପରି ତୁମ୍ଭେ କହିଅଛ,
Deuteronomy 5:10 in Oriya 10 ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର (ପୁରୁଷ) ପର୍ଯ୍ୟନ୍ତ ଦୟାକାରୀ।
1 Kings 19:11 in Oriya 11 ଏଥିରେ ସେ କହିଲେ, “ତୁମ୍ଭେ ବାହାର ହୋଇ ଏହି ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୁଅ।” ଆଉ ଦେଖ, ସଦାପ୍ରଭୁ ନିକଟ ଦେଇ ଗମନ କଲେ, ତହିଁରେ ପ୍ରବଳ ଓ ପ୍ରଚଣ୍ଡ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣକୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ଡ ଖଣ୍ଡ କଲା; ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ; ପୁଣି, ବାୟୁ ଉତ୍ତାରେ ଭୂମିକମ୍ପ ହେଲା; ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ।
2 Chronicles 30:9 in Oriya 9 କାରଣ ତୁମ୍ଭେମାନେ ଯେବେ ପୁନର୍ବାର ସଦାପ୍ରଭୁଙ୍କ ପ୍ରତି ଫେରିବ, ତେବେ ତୁମ୍ଭମାନଙ୍କ ଭ୍ରାତୃଗଣ ଓ ସନ୍ତାନଗଣ ଯେଉଁମାନଙ୍କ ଦ୍ୱାରା ବନ୍ଦୀ ରୂପେ ନୀତ ହୋଇଅଛନ୍ତି, ସେମାନଙ୍କ ଦୃଷ୍ଟିରେ ଦୟାପ୍ରାପ୍ତ ହେବେ ଓ ପୁନର୍ବାର ଏହି ଦେଶକୁ ଆସିବେ; ଯେଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କୃପାମୟ ଓ ଦୟାଳୁ ଅଟନ୍ତି, ଯେବେ ତୁମ୍ଭେମାନେ ତାହାଙ୍କ ପ୍ରତି ଫେରିବ, ତେବେ ସେ ତୁମ୍ଭମାନଙ୍କଠାରୁ ଆପଣା ମୁଖ ଫେରାଇବେ ନାହିଁ।”
Nehemiah 9:17 in Oriya 17 ଆଉ ସେମାନେ ପାଳିବାକୁ ଅସମ୍ମତ ହେଲେ, କିଅବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଥିଲ, ତାହା ସ୍ମରଣରେ ରଖିଲେ ନାହିଁ; ମାତ୍ର ଆପଣା ଆପଣା ମନ କଠିନ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ; ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ, ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
Psalm 31:19 in Oriya 19 ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ, ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେ ଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ, ତାହା କିପରି ମହତ୍ !
Psalm 57:10 in Oriya 10 କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ।
Psalm 86:5 in Oriya 5 ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
Psalm 86:15 in Oriya 15 ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
Psalm 91:4 in Oriya 4 ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ।
Psalm 103:8 in Oriya 8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ।
Psalm 108:4 in Oriya 4 ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ;
Psalm 111:4 in Oriya 4 ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇ ଅଛନ୍ତି; ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ।
Psalm 111:8 in Oriya 8 ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; ତାହାସବୁ ସତ୍ୟତା ଓ ସରଳତାରେ ସାଧିତ।
Psalm 112:4 in Oriya 4 ସରଳ ଲୋକଙ୍କ ପ୍ରତି ଅନ୍ଧକାରରେ ଦୀପ୍ତି ଉଦିତ ହୁଏ; ସେ କୃପାମୟ ଓ ସ୍ନେହଶୀଳ ଓ ଧାର୍ମିକ।
Psalm 116:5 in Oriya 5 ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।
Psalm 138:2 in Oriya 2 ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ।
Psalm 145:8 in Oriya 8 ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ।
Psalm 146:6 in Oriya 6 ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ; ସେ ସଦାକାଳ ସତ୍ୟ ପାଳନ କରନ୍ତି;
Isaiah 12:4 in Oriya 4 ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର।
Lamentations 3:23 in Oriya 23 ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।
Joel 2:13 in Oriya 13 ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରି ଆସ; କାରଣ ସେ କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ, ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷାନ୍ତ ହୁଅନ୍ତି।
Jonah 4:2 in Oriya 2 ଆଉ, ସେ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ବିନତି କରେ, ମୁଁ ସ୍ୱଦେଶରେ ଥିବା ବେଳେ କି ଏହି କଥା କହି ନ ଥିଲି ? ଏଥିପାଇଁ ଶୀଘ୍ର କରି ତର୍ଶୀଶକୁ ପଳାଇଲି; କାରଣ ତୁମ୍ଭେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଲି।
Micah 7:18 in Oriya 18 ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞାଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି।
Micah 7:20 in Oriya 20 ତୁମ୍ଭେ ପୂର୍ବକାଳଠାରୁ ଆମ୍ଭମାନଙ୍କର ପିତୃପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, ଯାକୁବ ପ୍ରତି ସେହି ସତ୍ୟ ଓ ଅବ୍ରହାମ ପ୍ରତି ସେହି ଦୟା ପାଳନ କରିବ।
John 1:17 in Oriya 17 କାରଣ ମୋଶାଙ୍କ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା।
Romans 2:4 in Oriya 4 କିମ୍ବା ଇଶ୍ବରଙ୍କ କୃପା ଯେ ତୁମ୍ଭକୁ ମନ ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର କୃପା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ ?
Romans 5:20 in Oriya 20 ଏହାଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
Ephesians 1:7 in Oriya 7 ତାହାଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ।